ସେବାର ପୂଜାରୀ ଆଚାର୍ଯ୍ୟ ହରିହର

The Sakala Picture
Published On

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରି ରଖିଛି। ୧୮୭୯ ମସିହା ମାର୍ଚ୍ଚ ୮ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଶ୍ରୀରାମଚନ୍ଦ୍ରପୁରରେ ଆଚାର୍ଯ୍ୟ ହରିହର ଜନ୍ମ ହୋଇଥିଲେ । ପିଲାବେଳୁ ଆଚାର୍ଯ୍ୟ ହରିହର ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବନ୍ଧୁ। ଗାଁ ଚାଟଶାଳୀରେ ତାଙ୍କ ପ୍ରାରମ୍ଭିକ […]

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରି ରଖିଛି। ୧୮୭୯ ମସିହା ମାର୍ଚ୍ଚ ୮ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଶ୍ରୀରାମଚନ୍ଦ୍ରପୁରରେ ଆଚାର୍ଯ୍ୟ ହରିହର ଜନ୍ମ ହୋଇଥିଲେ । ପିଲାବେଳୁ ଆଚାର୍ଯ୍ୟ ହରିହର ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବନ୍ଧୁ। ଗାଁ ଚାଟଶାଳୀରେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ସେଠାରୁ ସେ ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ିଥିଲେ ଓ ପରେ ରେଭେନ୍ସା କଲେଜରେ ନାଁ ଲେଖାଇଥିଲେ। ରେଭେନ୍ସା କଲେଜରୁ ଏଫ୍.ଏ. ପାସ କଲା ପରେ ଆଚାର୍ଯ୍ୟ ହରିହର ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଆଇନ ପାଠ ତାଙ୍କୁ ସନ୍ତୁଷ୍ଟ କରିନପାରିବାରୁ ଅଧାରୁ ଚାଲିଆସି ସେ ଶିକ୍ଷକତାରେ ମନୋନିବେଶ କରିଥିଲେ । ନୀଳଗିରି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ ଆଚାର୍ଯ୍ୟ ହରିହର। ଏହା ଉଚ୍ଚ ବିଦ୍ୟାଳୟରେ ପରିଣତ ନ ହେବାରୁ ସେ ଚାକିରି ଛାଡ଼ି କଟକ ଚାଲିଗଲେ। ସେଠାରେ ରେଭେନ୍ସା କଲେଜିଏଟ୍‌ ସ୍କୁଲ୍‌ରେ ଶିକ୍ଷକ ଭାବେ ମାତ୍ର ତିନି ମାସ ଶିକ୍ଷାଦାନ କରିବା ପରେ ପ୍ୟାରୀମୋହନ ଏକାଡେମୀରେ ଯୋଗଦେଇଥିଲେ। ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀରେ ପ୍ରତିଷ୍ଠିତ ହେଲା ସତ୍ୟବାଦୀ ବନ ବିଦ୍ୟାଳୟ । ୧୯୧୨ ମସିହାରେ ଆଚାର୍ଯ୍ୟ ହରିହର ଦାସ କଟକର ପ୍ୟାରୀମୋହନ ଏକାଡେମୀରୁ ଚାକିରି ଛାଡ଼ି ଏହି ବନ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ସେ ସମୟରେ କଲିକତା ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସ ସେଠାରେ ଶିକ୍ଷକ ଥିଲେ । ଏହି ବିଦ୍ୟାଳୟର ଶିକ୍ଷାଦାନ ବେଳେ ସେ ‘ଚାଇଲ୍‌ଡ଼ସ୍‌ ଇଜି ଫାଷ୍ଟ ଗ୍ରାମାର୍ ‌’ ରଚନା କରିଥିଲେ ।ସେଠାରେ ଉତ୍କଳମଣି ଗୋପବନ୍ଧୁ ତାଙ୍କୁ ‘ଆଚାର୍ଯ୍ୟ’ ଉପାଧି ପ୍ରଦାନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ବହୁବାର କାରାବରଣ କରିଛନ୍ତି। ମାନବସେବାକୁ ମାଧବସେବା ରୂପେ ସେ ଗ୍ରହଣ କରିଥିଲେ। ୧୯୭୧ ମସିହା ଆଜିର ଦିନରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

21 Feb 2024 By The Sakala

ସେବାର ପୂଜାରୀ ଆଚାର୍ଯ୍ୟ ହରିହର

ସତ୍ୟବାଦୀର ପ୍ରସିଦ୍ଧ ପଞ୍ଚସଖାଙ୍କ ଭିତରୁ ଆଚାର୍ଯ୍ୟ ହରିହର ଥିଲେ ଅନ୍ୟତମ। ଶିକ୍ଷକତା, ସ୍ୱାଧୀନତା ସଂଗ୍ରାମ, ଭୂଦାନ ବାର୍ତ୍ତା ପ୍ରଚାର, ଜନସେବା ଭଳି କ୍ଷେତ୍ରରେ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ତାଙ୍କୁ ସ୍ମରଣୀୟ କରି ରଖିଛି। ୧୮୭୯ ମସିହା ମାର୍ଚ୍ଚ ୮ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଶ୍ରୀରାମଚନ୍ଦ୍ରପୁରରେ ଆଚାର୍ଯ୍ୟ ହରିହର ଜନ୍ମ ହୋଇଥିଲେ । ପିଲାବେଳୁ ଆଚାର୍ଯ୍ୟ ହରିହର ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ବନ୍ଧୁ। ଗାଁ ଚାଟଶାଳୀରେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ ହୋଇଥିଲା।

ସେଠାରୁ ସେ ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ିଥିଲେ ଓ ପରେ ରେଭେନ୍ସା କଲେଜରେ ନାଁ ଲେଖାଇଥିଲେ। ରେଭେନ୍ସା କଲେଜରୁ ଏଫ୍.ଏ. ପାସ କଲା ପରେ ଆଚାର୍ଯ୍ୟ ହରିହର ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଆଇନ ପାଠ ତାଙ୍କୁ ସନ୍ତୁଷ୍ଟ କରିନପାରିବାରୁ ଅଧାରୁ ଚାଲିଆସି ସେ ଶିକ୍ଷକତାରେ ମନୋନିବେଶ କରିଥିଲେ । ନୀଳଗିରି ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ ଆଚାର୍ଯ୍ୟ ହରିହର। ଏହା ଉଚ୍ଚ ବିଦ୍ୟାଳୟରେ ପରିଣତ ନ ହେବାରୁ ସେ ଚାକିରି ଛାଡ଼ି କଟକ ଚାଲିଗଲେ। ସେଠାରେ ରେଭେନ୍ସା କଲେଜିଏଟ୍‌ ସ୍କୁଲ୍‌ରେ ଶିକ୍ଷକ ଭାବେ ମାତ୍ର ତିନି ମାସ ଶିକ୍ଷାଦାନ କରିବା ପରେ ପ୍ୟାରୀମୋହନ ଏକାଡେମୀରେ ଯୋଗଦେଇଥିଲେ। ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀରେ ପ୍ରତିଷ୍ଠିତ ହେଲା ସତ୍ୟବାଦୀ ବନ ବିଦ୍ୟାଳୟ । ୧୯୧୨ ମସିହାରେ ଆଚାର୍ଯ୍ୟ ହରିହର ଦାସ କଟକର ପ୍ୟାରୀମୋହନ ଏକାଡେମୀରୁ ଚାକିରି ଛାଡ଼ି ଏହି ବନ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ ।

ସେ ସମୟରେ କଲିକତା ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସ ସେଠାରେ ଶିକ୍ଷକ ଥିଲେ । ଏହି ବିଦ୍ୟାଳୟର ଶିକ୍ଷାଦାନ ବେଳେ ସେ ‘ଚାଇଲ୍‌ଡ଼ସ୍‌ ଇଜି ଫାଷ୍ଟ ଗ୍ରାମାର୍ ‌’ ରଚନା କରିଥିଲେ ।ସେଠାରେ ଉତ୍କଳମଣି ଗୋପବନ୍ଧୁ ତାଙ୍କୁ ‘ଆଚାର୍ଯ୍ୟ’ ଉପାଧି ପ୍ରଦାନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ବହୁବାର କାରାବରଣ କରିଛନ୍ତି। ମାନବସେବାକୁ ମାଧବସେବା ରୂପେ ସେ ଗ୍ରହଣ କରିଥିଲେ। ୧୯୭୧ ମସିହା ଆଜିର ଦିନରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp