ଦୁନିଆର ଏଭଳି ଏକ ଗାଁ ଯେଉଁଠି ନା ରାସ୍ତା ଅଛି ନା ଯାନବାହନ....

Madhusudan Das Picture
Published On

ଦୁନିଆରେ ଏମିତି କିଛି ଗାଁ ଅଛି  ଯାହା ତା’ର ନିଜସ୍ୱ ଭିନ୍ନତା ଓ ସ୍ୱତନ୍ତ୍ରତା ପାଇଁ ଜଣାଯାଏ। ଏଭଳି ଏକ ଗାଁ ହେଉଛି ନେଦରଲ୍ୟାଣ୍ଡର ଗିଥର୍ଣ୍ଣ। ଏହାର ବିଶେଷତା ହେଲା ଅନ୍ୟ ଗାଁଗୁଡ଼ିକ ଭଳି ଏଠାରେ ନାଁ ରାସ୍ତା ଅଛି ନା ଯାନବାହନ। ଏହା ‘ଡଚ୍‌ ଭେନିସ୍‌’ ନାମରେ ମଧ୍ୟ ଜଣାଶୁଣା। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି, ନାଆରେ  ବସି ପୂରା ସହର ବୁଲନ୍ତି। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଗାଁ ମଧ୍ୟରେ ପିଚୁ ସଡ଼କଟିଏ ନାହିଁ। ଗାଁଟି ପାଣି ଆଚ୍ଛାଦିତ। ଏଠାରେ କାଠ ନିର୍ମିତ ୧୮୦ଟି ପୋଲ ରହିଛି। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିବା ପାଇଁ ଡଙ୍ଗା ବ୍ୟବହାର କରିଥାନ୍ତି। 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଗିଥର୍ଣ୍ଣରେ ପାଖାପାଖି ୩୦୦୦ ଲୋକ ରୁହନ୍ତି। ଏଠିକାର ସୁନ୍ଦର ପରିବେଶ, ନିର୍ମଳ ପାଣି ଓ ସବୁଜ ବନାନୀ ଫିଲ୍ମ ଦୃଶ୍ୟ ଭଳି ମନେ ହୋଇଥାଏ। କୋଳାହଳଠୁ ଦୂରରେ ରହିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ପରିବେଶ ଖୁବ୍‌ ଖାସ୍‌ ହୋଇଥାଏ। ସେହିପରି ଏଠାରେ କାର୍‌ ଓ ମୋଟର ସାଇକଲ ଭଳି କୌଣସି ଯାନ ଦେଖିବାକୁ ମିଳେନି। ପ୍ରତିଘର ଆଗରେ ଗୋଟିଏ ଲେଖାଏଁ ଛୋଟ ଡଙ୍ଗା ଥାଏ। ବିଦ୍ୟୁତ୍‌ ମୋଟର ଦ୍ବାରା ଏହି ଡଙ୍ଗାଗୁଡ଼ିକ ଚାଲେ।  ଏହାଦ୍ବାରା ପରିବେଶ ମଧ୍ୟ ସୁରକ୍ଷିତ ରହିଥାଏ। କୋଳାହଳ ନ ଥିବାରୁ ସହର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରହିଥାଏ। ଅବଶ୍ୟ କିଛି ସ୍ଥାନରେ ସଂକୀର୍ଣ୍ଣ ପାଦଚଲା ରାସ୍ତା ଓ ସାଇକଲ ଚାଳନା ପାଇଁ ଟ୍ରାକ୍ ରହିଛି। ଏଠାରେ ପର୍ଯ୍ୟଟକମାନେ ଆରାମରେ ବୁଲାବୁଲି କରିପାରିବେ। 

ଆହୁରି ପଢ଼ନ୍ତୁ: ଏଆଇ-୧୭୧ ବିମାନ ଦୁର୍ଘଟଣାକୁ ଏକ ବର୍ଷ ପୂରଣ: ଏଏଆଇବି କହିଲା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତିରେ 'ଉଲ୍ଲେଖନୀୟ ଅଗ୍ରଗତି'

ଏଠିକାର ସରଳ ଜୀବନଶୈଳୀ ଓ ଭିନ୍ନତା ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୨୩୦ରେ ଏହି ଗାଁଟିର ନିର୍ମାଣ କରାଯାଇଥିଲା। ପ୍ରାରମ୍ଭରେ ଏହାର ନାମ ‘ଗେଟେନହର୍ଣ୍ଣ’ ଥିଲା। ତେବେ ଖୋଳାଖୋଳି ହେବାରୁ ଏଠାରେ ଥିବା ଏକ ପୋଖରୀ ଏକ ହ୍ରଦର ରୂପ ନେଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି।  ପର୍ଯ୍ୟଟକଙ୍କୁ ଏହା ସ୍ବର୍ଗ ଭଳି ଅନୁଭୂତି ଦେଇଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଠାରେ ସେମାନେ ପେଡାଲ ବୋଟିଂର ମଜା ନେଇଥାନ୍ତି। ଏଥିସହ କୂଳରେ ନିର୍ମିତ ହୋଟେଲ ଓ ରେସ୍ତୋରାଁ ଆଦିର ସୁନ୍ଦରତାକୁ ଡଙ୍ଗାରେ ବସି ଅନୁଭବ କରନ୍ତି। 

ଆହୁରି ପଢ଼ନ୍ତୁ: EPFO ବଡ଼ ଅପଡେଟ୍: ପିଏଫ୍ ଖାତାରେ କେବେ ଆସିବ ସୁଧ ଟଙ୍କା? ଜାଣନ୍ତୁ ଚେକ୍ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

14 Nov 2025 By Madhusudan Das

ଦୁନିଆର ଏଭଳି ଏକ ଗାଁ ଯେଉଁଠି ନା ରାସ୍ତା ଅଛି ନା ଯାନବାହନ....

ଦୁନିଆରେ ଏମିତି କିଛି ଗାଁ ଅଛି  ଯାହା ତା’ର ନିଜସ୍ୱ ଭିନ୍ନତା ଓ ସ୍ୱତନ୍ତ୍ରତା ପାଇଁ ଜଣାଯାଏ। ଏଭଳି ଏକ ଗାଁ ହେଉଛି ନେଦରଲ୍ୟାଣ୍ଡର ଗିଥର୍ଣ୍ଣ। ଏହାର ବିଶେଷତା ହେଲା ଅନ୍ୟ ଗାଁଗୁଡ଼ିକ ଭଳି ଏଠାରେ ନାଁ ରାସ୍ତା ଅଛି ନା ଯାନବାହନ। ଏହା ‘ଡଚ୍‌ ଭେନିସ୍‌’ ନାମରେ ମଧ୍ୟ ଜଣାଶୁଣା। ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି, ନାଆରେ  ବସି ପୂରା ସହର ବୁଲନ୍ତି। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଗାଁ ମଧ୍ୟରେ ପିଚୁ ସଡ଼କଟିଏ ନାହିଁ। ଗାଁଟି ପାଣି ଆଚ୍ଛାଦିତ। ଏଠାରେ କାଠ ନିର୍ମିତ ୧୮୦ଟି ପୋଲ ରହିଛି। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିବା ପାଇଁ ଡଙ୍ଗା ବ୍ୟବହାର କରିଥାନ୍ତି। 

ଗିଥର୍ଣ୍ଣରେ ପାଖାପାଖି ୩୦୦୦ ଲୋକ ରୁହନ୍ତି। ଏଠିକାର ସୁନ୍ଦର ପରିବେଶ, ନିର୍ମଳ ପାଣି ଓ ସବୁଜ ବନାନୀ ଫିଲ୍ମ ଦୃଶ୍ୟ ଭଳି ମନେ ହୋଇଥାଏ। କୋଳାହଳଠୁ ଦୂରରେ ରହିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ପରିବେଶ ଖୁବ୍‌ ଖାସ୍‌ ହୋଇଥାଏ। ସେହିପରି ଏଠାରେ କାର୍‌ ଓ ମୋଟର ସାଇକଲ ଭଳି କୌଣସି ଯାନ ଦେଖିବାକୁ ମିଳେନି। ପ୍ରତିଘର ଆଗରେ ଗୋଟିଏ ଲେଖାଏଁ ଛୋଟ ଡଙ୍ଗା ଥାଏ। ବିଦ୍ୟୁତ୍‌ ମୋଟର ଦ୍ବାରା ଏହି ଡଙ୍ଗାଗୁଡ଼ିକ ଚାଲେ।  ଏହାଦ୍ବାରା ପରିବେଶ ମଧ୍ୟ ସୁରକ୍ଷିତ ରହିଥାଏ। କୋଳାହଳ ନ ଥିବାରୁ ସହର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରହିଥାଏ। ଅବଶ୍ୟ କିଛି ସ୍ଥାନରେ ସଂକୀର୍ଣ୍ଣ ପାଦଚଲା ରାସ୍ତା ଓ ସାଇକଲ ଚାଳନା ପାଇଁ ଟ୍ରାକ୍ ରହିଛି। ଏଠାରେ ପର୍ଯ୍ୟଟକମାନେ ଆରାମରେ ବୁଲାବୁଲି କରିପାରିବେ। 

ଏଠିକାର ସରଳ ଜୀବନଶୈଳୀ ଓ ଭିନ୍ନତା ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୨୩୦ରେ ଏହି ଗାଁଟିର ନିର୍ମାଣ କରାଯାଇଥିଲା। ପ୍ରାରମ୍ଭରେ ଏହାର ନାମ ‘ଗେଟେନହର୍ଣ୍ଣ’ ଥିଲା। ତେବେ ଖୋଳାଖୋଳି ହେବାରୁ ଏଠାରେ ଥିବା ଏକ ପୋଖରୀ ଏକ ହ୍ରଦର ରୂପ ନେଇଥିଲା ବୋଲି ସ୍ଥାନୀୟ ଲୋକେ କୁହନ୍ତି।  ପର୍ଯ୍ୟଟକଙ୍କୁ ଏହା ସ୍ବର୍ଗ ଭଳି ଅନୁଭୂତି ଦେଇଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଠାରେ ସେମାନେ ପେଡାଲ ବୋଟିଂର ମଜା ନେଇଥାନ୍ତି। ଏଥିସହ କୂଳରେ ନିର୍ମିତ ହୋଟେଲ ଓ ରେସ୍ତୋରାଁ ଆଦିର ସୁନ୍ଦରତାକୁ ଡଙ୍ଗାରେ ବସି ଅନୁଭବ କରନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp