ବିଶ୍ୱର ଏଭଳି ଏକ ସହର ଯେଉଁଠି ରାସ୍ତାକଡ଼ର ବୁଲାବିକାଳିମାନେ ବିକ୍ରି କରିଥାନ୍ତି ଔଷଧ

The Sakala Picture
Published On

ହାଇତିର ପୋର୍ଟ-ଔ-ପ୍ରିନ୍ସ ସହରରେ ପରିବା ଭଳି ଔଷଧ ବିକ୍ରି ହୋଇଥାଏ। ତେଜରାତି ଜିନିଷ ତଥା ଚକୋଲେଟ୍‌ ଭଳି ଏଠାରେ ଔଷଧ ବିକ୍ରି କରାଯାଏ। ରାସ୍ତାକଡ଼ରେ ବୁଲା ବିକାଳିମାନେ ଔଷଧ ବୋଝେଇ ବାସ୍କେଟକୁ ମୁଣ୍ଡେଇ ଏ ଗଳିରୁ ସେ ଗଳି ରୋଗୀଙ୍କ ସନ୍ଧାନରେ ବୁଲିଥାନ୍ତି। ବିରାଟକାୟ ପ୍ଲାଷ୍ଟିକ୍ ଡାଲାରେ ଥାଏ ଭଳିକି ଭଳି ରଙ୍ଗବେରଙ୍ଗର ଔଷଧ ଓ କଇଁଚିଟିଏ । ଏହି ସବୁ ଔଷଧକୁ ରବର ବ୍ୟାଣ୍ଡରେ ବନ୍ଧା ଯାଇଥାଏ। ତା’ସହ ଗ୍ରାହକଙ୍କ ଦୃଷ୍ଟିଆକର୍ଷଣ କରିବା ଲାଗି ଔଷଧ […]

ହାଇତିର ପୋର୍ଟ-ଔ-ପ୍ରିନ୍ସ ସହରରେ ପରିବା ଭଳି ଔଷଧ ବିକ୍ରି ହୋଇଥାଏ। ତେଜରାତି ଜିନିଷ ତଥା ଚକୋଲେଟ୍‌ ଭଳି ଏଠାରେ ଔଷଧ ବିକ୍ରି କରାଯାଏ। ରାସ୍ତାକଡ଼ରେ ବୁଲା ବିକାଳିମାନେ ଔଷଧ ବୋଝେଇ ବାସ୍କେଟକୁ ମୁଣ୍ଡେଇ ଏ ଗଳିରୁ ସେ ଗଳି ରୋଗୀଙ୍କ ସନ୍ଧାନରେ ବୁଲିଥାନ୍ତି। ବିରାଟକାୟ ପ୍ଲାଷ୍ଟିକ୍ ଡାଲାରେ ଥାଏ ଭଳିକି ଭଳି ରଙ୍ଗବେରଙ୍ଗର ଔଷଧ ଓ କଇଁଚିଟିଏ । ଏହି ସବୁ ଔଷଧକୁ ରବର ବ୍ୟାଣ୍ଡରେ ବନ୍ଧା ଯାଇଥାଏ। ତା’ସହ ଗ୍ରାହକଙ୍କ ଦୃଷ୍ଟିଆକର୍ଷଣ କରିବା ଲାଗି ଔଷଧ ସବୁକୁ ସୁନ୍ଦର ଭାବେ ବାସ୍କେଟରେ ଖଞ୍ଜାଯାଇଥାଏ। ଏହା ପରେ ସେମାନେ ଔଷଧ ବୋଝେଇ ବାସ୍କେଟ୍‌କୁ ମୁଣ୍ଡରେ ଧରି ଗଳିକନ୍ଦି ବୁଲନ୍ତି। ତେବେ ଏହାକୁ ବ୍ରିକି କରୁଥିବା ଲୋକଙ୍କର ଔଷଧ ସମ୍ପର୍କରେ ସେତେଟା ଜ୍ଞାନ ନ ଥାଏ। ତା’ ସତ୍ତ୍ବେ ବି ସେମାନେ ନିଜ ସାଧ୍ୟମୁତାବକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି। ଏହି କାର୍ଯ୍ୟ ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦି’ ପଇସା ରୋଜଗାର କରିବା। ସେହିପରି ଲୋକମାନେ ମଧ୍ୟ ବିନା ପ୍ରେସ୍‌କ୍ରିପସନ୍‌ରେ ସେମାନଙ୍କ ପାଖରୁ ଔଷଧ କିଣିବା ପାଇଁ ଆଗେଇ ଆସନ୍ତି। ଅବଶ୍ୟ ସେମାନଙ୍କର ଅନଭିଜ୍ଞତା ହିଁ ରୋଗୀଙ୍କୁ ବେେଳବେଳେ ଅଧିକ ରୋଗଗ୍ରସ୍ତ କରିପକାଏ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ଅବଶ୍ୟ ଏହା ହେଉଛି ବେଆଇନ ଓ ଅନୈତିକ କାର୍ଯ୍ୟ। ଏକଥା ଜାଣିବା ପରେ ମଧ୍ୟ ଏହି ସବୁ କାମ କରିବାକୁ ସେମାନେ ତିଳେମାତ୍ର ଭୟ କରି ନ ଥାନ୍ତି। ଗତ ଦଶନ୍ଧି ମଧ୍ୟରେ ଘଟିଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହାଇତିରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଉନ୍ନତି ହୋଇପାରି ନାହିଁ। ଫଳରେ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ତଥା ଜୀବିକା ନିର୍ବାହ କରିବା ଲାଗି ରାସ୍ତାକଡ଼ର ଏହି ବୁଲା ବିକାଳିମାନେ ଔଷଧ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ସମୟ କ୍ରମେ ଏଥିରେ ପରିବର୍ତ୍ତନ ଆସିଛି। କିନ୍ତୁ ଏସବୁ ସତ୍ତ୍ବେ ଏବେବି ଏଠାରେ ଏଭଳି ବୁଲା ଔଷଧ ବିକାଳିମାନଙ୍କୁ ଦେଖିବାକୁ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର