ମନୋରଞ୍ଜନ
ଓଡ଼ିଶା
ଗଣତନ୍ତ୍ରକୁ ବିପଦ
ନିକଟରେ ରାଜ୍ୟସଭାରେ ଦୁଇଟି ଏଭଳି ଘଟଣା ଘଟିଛି, ଯାହା ଗଣତନ୍ତ୍ରର ସୁସ୍ଥ ଭାବନା, ମହତ୍ ଉଦ୍ଦେଶ୍ୟ ଓ ପବିତ୍ର ପରମ୍ପରାକୁ ଉପହସିତ କରିଛି। ବିଜେଡି ବିଧାୟକଙ୍କ ଦ୍ୱାରା ରାଜ୍ୟସଭାକୁ ନିର୍ବାଚିତ ମମତା ମହନ୍ତ ଅଚାନକ ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ସେଭଳି ଲୋଭନୀୟ ପଦପଦବୀ କ୍ଷମତାସୀନ ସରକାରୀ ଦଳ ପକ୍ଷରୁ ଦିଆଯିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ରାଜନୀତି ପଣ୍ଡିତମାନଙ୍କର ସବୁ […]
ନିକଟରେ ରାଜ୍ୟସଭାରେ ଦୁଇଟି ଏଭଳି ଘଟଣା ଘଟିଛି, ଯାହା ଗଣତନ୍ତ୍ରର ସୁସ୍ଥ ଭାବନା, ମହତ୍ ଉଦ୍ଦେଶ୍ୟ ଓ ପବିତ୍ର ପରମ୍ପରାକୁ ଉପହସିତ କରିଛି। ବିଜେଡି ବିଧାୟକଙ୍କ ଦ୍ୱାରା ରାଜ୍ୟସଭାକୁ ନିର୍ବାଚିତ ମମତା ମହନ୍ତ ଅଚାନକ ସାଂସଦ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ସେଭଳି ଲୋଭନୀୟ ପଦପଦବୀ କ୍ଷମତାସୀନ ସରକାରୀ ଦଳ ପକ୍ଷରୁ ଦିଆଯିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏହା ସ୍ୱାଭାବିକ ମଧ୍ୟ। କିନ୍ତୁ ରାଜନୀତି ପଣ୍ଡିତମାନଙ୍କର ସବୁ ଆକଳନ ଭୁଲ୍ ପ୍ରମାଣିତ ହେଲା, ଯେତେବେଳେ ସେ ବିଜେପିରେ ଯୋଗ ଦେଲେ ଏବଂ ଆହୁରି ଆଚମ୍ବିତ କଲା ଭଳି ଅଭିନବ ଢଙ୍ଗରେ ବିଜେପି ବିଧାୟକଙ୍କ ସମର୍ଥନରେ ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେଲେ। ଏହାଦ୍ୱାରା ଦଳବଦଳ ନିରୋଧ ଆଇନ ଅନୁସାରେ ତାଙ୍କର ସଭ୍ୟ ପଦ ରଦ୍ଦ ହେଲା ନାହିଁ ଏବଂ ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ବୃଦ୍ଧି ପାଇଲା ସତ, କିନ୍ତୁ ଜନପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାର ଇତିହାସରେ ଆଉ ଏକ କଳଙ୍କର ଅଧ୍ୟାୟ ଲେଖା ହୋଇଗଲା। ମମତା ରାଜ୍ୟସଭାକୁ ବିଜେପି ସଦସ୍ୟ ଭାବେ ପୁନଃନିର୍ବାଚିତ ହେବାର ମାତ୍ର କିଛି ଘଣ୍ଟା ପରେ ଆନ୍ଧ୍ରପ୍ରଦେଶର ୱାଇଏସ୍ଆର କଂଗ୍ରେସର ଦୁଇ ରାଜ୍ୟସଭା ସାଂସଦ ସମାନ ଢଙ୍ଗରେ ଇସ୍ତଫା ଦେଇଛନ୍ତି। ସେମାନେ ଟିଡିପି ପ୍ରାର୍ଥୀ ଭାବେ ପୁନଃ ନିର୍ବାଚିତ ହେବାକୁ ଯାଉଥିବା ଆଲୋଚନା ହେଉଛି। ଏହି ଦୁଇ ଘଟଣା ପରେ ଭାରତୀୟ ରାଜନୀତିରେ ପୁଣି ଥରେ ‘ଘୋଡ଼ାବେପାର’ ଆଲୋଚନା ପରିସରକୁ ଆସିଛି ଏବଂ ଏକ ସଶକ୍ତ ଦଳବଦଳ ଆଇନ ପ୍ରଣୟନ ବିଷୟରେ ପୁଣି ଥରେ ମତ ପ୍ରକାଶ ପାଇଛି।
ସ୍ୱାଧୀନୋତ୍ତର ଭାରତର ଦୀର୍ଘ ପ୍ରାୟ ୭୪ ବର୍ଷର ଲମ୍ବା ରାଜନୈତିକ ଇତିହାସରେ ‘ଘୋଡ଼ା ବେପାର’ ଯୋଗୁଁଁ ଅନେକ ବହୁମତରେ ନିର୍ବାଚିତ ସରକାର ଭାଙ୍ଗିଯାଇଛି। ଭୋଟରଙ୍କ ବିଶ୍ୱାସ ଉପରେ ଶକ୍ତ ଆଘାତ ଲାଗିଛି, ଗଣତନ୍ତ୍ର ଉପରେ ଆସ୍ଥା ଓ ଭରସା ଦୁର୍ବଳ ହୋଇଛି। କିନ୍ତୁ ସମୟସ୍ରୋତରେ ସେସବୁ ଫିକା ପଡ଼ିଯାଇଛି। ‘ଘୋଡ଼ା ବେପାର’ରେ ପବିତ୍ର ଗଣତାନ୍ତ୍ରିକ ରାଜନୀତିର ମାନ, ସମ୍ମାନ, ମର୍ଯ୍ୟାଦା ଓ ଗୌରବ କ୍ଷତାକ୍ତ ହୋଇଥିଲେ ହେଁ ସେଥିରେ ସମ୍ପୃକ୍ତ ରାଜନେତାମାନେ ବିବେକ ଦଂଶନରେ କ୍ଷତାକ୍ତ ହେଉନାହାନ୍ତି, ବରଂ ଆର୍ଥିକ ଓ କ୍ଷମତା ଦୌଡ଼ରେ ସବୁଠାରୁ ଲାଭାନ୍ୱିତ ହୋଇଛନ୍ତି। ଭାରତୀୟ ଗଣତନ୍ତ୍ର ଓ ରାଜନୈତିକ ଇତିହାସରେ ନିର୍ବାଚିତ ସଦସ୍ୟଙ୍କ ଦଳବଦଳର ମୂଳଦୁଆ ପଡ଼ିଥିଲା ୧୯୬୭ ମସିହାରେ। ହରିଆଣା ଥିଲା ଏହାର ପ୍ରଥମ ପ୍ରୟୋଗଶାଳା। ସେହିବର୍ଷ ହରିଆଣାର କଂଗ୍ରେସ ନେତା ଗୟା ଲାଲ୍ ୧୫ ଦିନରେ ତିନିଥର ଦଳବଦଳ କରିଥିଲେ। ଏହାପରେ ରାଜନୈତିକ ଘୋଡ଼ା ଦୌଡ଼ରେ ‘ଆୟା ରାମ ଗୟା ରାମ୍’ ପରି ରୁଢ଼ି ପ୍ରୟୋଗ ହେଲା। ସମୟକ୍ରମେ ତଥାକଥିତ ‘ଆୟା ରାମ୍ ଗୟା ରାମ’ମାନଙ୍କଠାରୁ ବହୁ ଊର୍ଦ୍ଧ୍ବକୁ ଉଠି ନୀତୀଶ କୁମାରଙ୍କ ପରି ‘ପଲ୍ଟୁ ରାମ୍’ମାନଙ୍କର ଉଦ୍ଭବ ଘଟିଛି ଏବଂ ଭାରତୀୟ ବହୁଦଳୀୟ ଗଣତାନ୍ତ୍ରିକ ରାଜନୀତିକୁ କଳଙ୍କିତ କରିବାର ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇସାରିଛି। ବିଶେଷକରି ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଏହି ପ୍ରତିଯୋଗିତାକୁ ଆହୁରି ସକ୍ରିୟ କରି ସରକାର ବଦଳାଇବା, ନିର୍ବାଚିତ ସରକାର ଓ ବିଧାନସଭା ଭାଙ୍ଗିବାର ଅବାଞ୍ଛିତ ରେକର୍ଡ ସ୍ଥାପନା ହୋଇଚାଲିଛି ବୋଲି ରାଜନୈତିକ ବିଶାରଦମାନେ ଯେଉଁ ମତ ଦେଉଛନ୍ତି ତାହାକୁ ଅସ୍ୱୀକାର କରିହେଉ ନାହିଁ।
ଭାରତରେ ଗଣତନ୍ତ୍ର ଏକ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା ସହିତ ସଂଶ୍ଲିଷ୍ଟ। ତେଣୁ ଦଳବଦଳ ଏକ ସ୍ୱାଭାବିକ ଘଟଣା, କିନ୍ତୁ ଏହା ଯେପରି ଅନୈତିକ ଭାବରେ ହେଉଛି ତାହା ହିଁ ଗଣତନ୍ତ୍ରର ମର୍ଯ୍ୟାଦା ଓ ଗରିମାକୁ ଭୂଲୁଣ୍ଠିତ କରୁଛି। ତେଣୁ ନିର୍ବାଚିତ ସଦସ୍ୟଙ୍କ ଦଳବଦଳ ରୋକିବା ପାଇଁ ଅତୀତରେ ଅନେକ ଥର ଉଦ୍ୟମ ହୋଇଛି ଓ ଏଥିପାଇଁ କମିଶନ୍ ମଧ୍ୟ ଗଠନ ହୋଇଛି। ଶେଷରେ ୧୯୮୫ରେ ୫୨ତମ ସମ୍ବିଧାନ ସଂଶୋଧନ ବିଲ୍ ସହିତ ଦଳବଦଳ ଆଇନ୍ ପାରିତ ହୋଇ ସମ୍ବିଧାନରେ ୧୦ମ ସେଡ୍ୟୁଲ୍ ଯୋଗ କରାଯିବା ସହିତ ଧାରା୧୦୧, ୧୯୦, ୧୯୧ରେ ସଂଶୋଧନ କରାଯାଇଛି। ୨୦୦୪ରେ ସମ୍ବିଧାନର ୯୧ ତମ ସଂଶୋଧନ ବେଳେ ଦଳବଦଳ ଆଇନରେ ମଧ୍ୟ କେତେକ ସଂଶୋଧନ କରାଯାଇଛି। ଭୋଟରଙ୍କ ବିଶ୍ୱାସ ହନନ ଓ ନୈତିକତାର ଉଲ୍ଲଙ୍ଘନକୁ ରୋକିବା ଉଦ୍ଦେଶ୍ୟରେ ଦଳବଦଳ କରୁଥିବା ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଯୋଗ୍ୟ ଘୋଷଣା କରିବା ବା ଗୃହରେ ସଦସ୍ୟ ପଦ ରଦ୍ଦ କରାଯିବା ପାଇଁ ଏବଂ ତାଙ୍କଠାରୁ ଦଳୀୟ ଚିହ୍ନ ଓ ମାନ୍ୟତା ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ଗଳାବାଟ ବା ଛିଦ୍ରଟିଏ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଥିବା ପରି ମନେ ହୁଏ। ଏହି ଛିଦ୍ରଟି ହେଉଛି ଦୁଇ-ତୃତୀୟାଂଶ ସଦସ୍ୟ ଯଦି କୌଣସି ଦଳ ତ୍ୟାଗ କରନ୍ତି କିମ୍ବା ନୂଆ ଦଳ ଗଠନ କରନ୍ତି କିମ୍ବା ଦଳ ତ୍ୟାଗ କରନ୍ତି ତେବେ ସେମାନଙ୍କ ସଦସ୍ୟତା ଆଇନତଃ ରଦ୍ଦ ହେବ ନାହିଁ। ଆଇନର ଏହି ଫାଙ୍କ ଦେଇ ‘ଘୋଡ଼ାବେପାର’ ଧାରା ଜାରି ରହିଛି। ଯେଉଁଠାରେ ଦୁଇ-ତୃତୀୟାଂଶ ନିର୍ବାଚିତ ଜନପ୍ରତିନିଧିଙ୍କୁ କିଣା ଯାଇପାରୁନାହିଁ ସେଠାରେ ଦଳୀୟ ବିଶ୍ୱାସଘାତକମାନଙ୍କୁ ପ୍ରଲୋଭିତ କରି ନୂଆ ଦଳ ଗଢ଼ିବାର ଉଦ୍ୟମ କରାଯାଉଛି ଏବଂ ଏହିକ୍ରମରେ ସରକାରକୁ ଭାଙ୍ଗି ଦିଆଯାଇ ପୁଣି ନିର୍ବାଚନ କରାଯାଉଛି। ପ୍ରାୟତଃ କ୍ଷମତାସୀନ ଦଳମାନେ ଏହି ରଣନୀତିର ପ୍ରୟୋଗ ଅଳ୍ପେବହୁତ କରିଥିବାର ଉଦାହରଣ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଲିପିବଦ୍ଧ ରହିଛି।
ବିଧାନସଭା ଓ ଲୋକସଭାର ଗଣତାନ୍ତ୍ରିକ ମର୍ଯ୍ୟାଦାକୁ କଳଙ୍କିତ କରିଥିବା ଏହି ଧାରା ଏବେ ରାଜ୍ୟସଭାକୁ ପ୍ରବେଶ କରିବା ଉଦ୍ବେଗଜନକ। ୨୦୧୯ ମସିହାରେ ଟିଡିପିର ୬ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଚାରି ଜଣ ବିଜେପିରେ ଯୋଗ ଦେବା ସହିତ ରାଜ୍ୟସଭାରେ ମଧ୍ୟ ଏହି କଳଙ୍କିତ ଧାରା ଆରମ୍ଭ ହୋଇସାରିଥିଲା। ସେହି ଚାରିଜଣ ସାଂସଦ ସିବିଆଇ ଓ ଇଡି କୋପରୁ ବର୍ତ୍ତିବା ପାଇଁ ବିଜେପିରେ ଯୋଗ ଦେଇଥିବା ଚର୍ଚ୍ଚା ହୋଇଥିଲା। ତାହା ମଧ୍ୟ ଦଳବଦଳ ନିରୋଧ ଆଇନ ସମ୍ମତ ଥିଲା। କିନ୍ତୁ ଯେଭଳି ଭାବେ ‘ଆଜି ଇସ୍ତଫା ଆସନ୍ତା କାଲି ପୁନଃନିର୍ବାଚନ’ର ଅଭିନବ କଳଙ୍କିତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି, ତାହା ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି କ୍ଷୁଣ୍ଣ କରିବା ସହିତ ସଂସଦୀୟ ମର୍ଯ୍ୟାଦାକୁ କଳଙ୍କିତ କରିଛି। ଏହି ପ୍ରକ୍ରିୟାରେ ଭାଗିଦାରୀ ସାଂସଦମାନେ ‘ଗଣତନ୍ତ୍ରର କଳଙ୍କ’ କହିଲେ ଅତ୍ୟୁକ୍ତି ହେବ ନାହିଁ କି ଏମାନଙ୍କୁ ଗଣତନ୍ତ୍ର କେବେ ବି କ୍ଷମା ଦେବ ନାହିଁ। ବିଶେଷଜ୍ଞମାନଙ୍କ ମତରେ କେବଳ ଆଇନ ଦଳବଦଳକୁ ରୋକିପାରିବ ନାହିଁ। ଏଥିପାଇଁ ଲୋଡ଼ା ରାଜନୈତିକ ନେତା ବା ନିର୍ବାଚିତ ସଦସ୍ୟଙ୍କ ନୈତିକ ସଂସ୍କାର, ଯାହା ଭାରତରେ ବିରଳ। ଗଣତନ୍ତ୍ରକୁ ଏହି କଳଙ୍କିତ ଧାରାରୁ ସୁରକ୍ଷିତ ରଖିବାକୁ ହେଲେ ରାଷ୍ଟ୍ରପତି ଓ ଭାରତର ନିର୍ବାଚନ ଆୟୋଗ ଗୁରୁତ୍ୱର ସହିତ ଚିନ୍ତା କରିବାର ବେଳ ଏବେ ଉପନୀତ।