ନୂଆ ଓଡ଼ିଶାର ଶୁଭ ଶଙ୍ଖଧ୍ୱନି

The Sakala Picture
Published On

ଓଡ଼ିଶା ବଦଳିଛି! ସଂପ୍ରତି ନିଃସନ୍ଦେହ ଦୃଶ୍ୟମାନ ହେଉଛି ଉତ୍କଳ ଜନନୀଙ୍କ ନବକଳେବର ପ୍ରକରଣ! ମହେନ୍ଦ୍ରଗିରିରୁ ମହୋଦଧି ଏବଂ ମେଘାସନରୁ ଗନ୍ଧମାର୍ଦ୍ଦନ ଯାଏଁ, ତେଣେ ଭୁବନେଶ୍ୱରରୁ ସ୍ୱାଭିମାନ ଅଞ୍ଚଳ ଯାଏଁ, ସବୁଠି ବିକାଶ ଓ ଜନକଲ୍ୟାଣର ଜୟଯାତ୍ରା! ଆମେ ସମସ୍ତେ ସ୍ପଷ୍ଟଭାବେ ଶୁଣି ପାରୁଛେ ସେଇ ବିବର୍ତ୍ତନର ମଙ୍ଗଳ ଘୋଷ! ଏହା ଆମର ଶାବ୍ଦିକ ଆସ୍ଫାଳନ ନୁହେଁ, ବରଂ ଓଡ଼ିଶାର ଜନଗଣଙ୍କ ହୃଦୟର ଖୁସିର ସନ୍ତୁଷ୍ଟ-ସ୍ପନ୍ଦନ, ଜନପ୍ରତିନିଧିଙ୍କ ଉତ୍ସର୍ଗୀକୃତ ସେବାର ଉଦଘୋଷ, ଅଭିମନ୍ତ୍ରିତ ଅମଲାତନ୍ତ୍ରର ଦାୟିତ୍ୱବୋଧ ଉଚ୍ଚାରଣ ! […]

ଓଡ଼ିଶା ବଦଳିଛି! ସଂପ୍ରତି ନିଃସନ୍ଦେହ ଦୃଶ୍ୟମାନ ହେଉଛି ଉତ୍କଳ ଜନନୀଙ୍କ ନବକଳେବର ପ୍ରକରଣ! ମହେନ୍ଦ୍ରଗିରିରୁ ମହୋଦଧି ଏବଂ ମେଘାସନରୁ ଗନ୍ଧମାର୍ଦ୍ଦନ ଯାଏଁ, ତେଣେ ଭୁବନେଶ୍ୱରରୁ ସ୍ୱାଭିମାନ ଅଞ୍ଚଳ ଯାଏଁ, ସବୁଠି ବିକାଶ ଓ ଜନକଲ୍ୟାଣର ଜୟଯାତ୍ରା! ଆମେ ସମସ୍ତେ ସ୍ପଷ୍ଟଭାବେ ଶୁଣି ପାରୁଛେ ସେଇ ବିବର୍ତ୍ତନର ମଙ୍ଗଳ ଘୋଷ! ଏହା ଆମର ଶାବ୍ଦିକ ଆସ୍ଫାଳନ ନୁହେଁ, ବରଂ ଓଡ଼ିଶାର ଜନଗଣଙ୍କ ହୃଦୟର ଖୁସିର ସନ୍ତୁଷ୍ଟ-ସ୍ପନ୍ଦନ, ଜନପ୍ରତିନିଧିଙ୍କ ଉତ୍ସର୍ଗୀକୃତ ସେବାର ଉଦଘୋଷ, ଅଭିମନ୍ତ୍ରିତ ଅମଲାତନ୍ତ୍ରର ଦାୟିତ୍ୱବୋଧ ଉଚ୍ଚାରଣ ! ସର୍ବୋପରି ଏହା ବୃହତ୍ ‘ଓଡ଼ିଶା ପରିବାର’ର ମୁଖିଆ ଯୁଗପୁରୁଷ ଓ ଜନନାୟକ ନବୀନ ପଟ୍ଟନାୟକଙ୍କ ଆଶିଷଭରା ନେତୃତ୍ୱରେ ଗତିଶୀଳ ସୁଶାସନର ନିନାଦ ! ନୂଆ ଓଡ଼ିଶା ନିର୍ମାଣ ପାଇଁ ବିଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ କାଳଖଣ୍ଡ ଶୁଭୁଛି ସେହି ନିରବଚ୍ଛିନ୍ନ ଜୟଯାତ୍ରାର ଶୁଭ ଶଙ୍ଖଧ୍ୱନି! ଆଜିଠାରୁ ଆରମ୍ଭ ହେଲା ନବୀନ ବାବୁଙ୍କ ସୁଶାସନ ଅଧ୍ୟାୟର ଲଗାତର ପଞ୍ଚବିଂଶତମ ସମ୍ୱତ୍ସର ଓ ରାଜ୍ୟରେ ପରବର୍ତ୍ତୀ ଯୁଗ୍ମ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଶେଷ ବର୍ଷ!

ଓଡ଼ିଶା ଆଉ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ମଧ୍ୟରେ ଦାରିଦ୍ର୍ୟ ତଥା ଅନଗ୍ରସରତାର ସ୍ଥାୟୀ ଚିତ୍ରକଳ୍ପ ହୋଇ ରହିନାହିଁ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦିବ୍ୟସ୍ୱପ୍ନ ଯେଉଁ ବରପୁତ୍ରମାନେ ସାକାର କରିଥିଲେ ଏବଂ ସ୍ୱାଧୀନତା ପରବର୍ତ୍ତୀ କାଳରେ ଆଧୁନିକ ଓଡ଼ିଶା ନିର୍ମାଣ ପାଇଁ ଯେଉଁମାନେ ସାଧନା କରିଥିଲେ ସେ ଯଜ୍ଞର ପୂର୍ଣ୍ଣାହୁତିର ମୁଖ୍ୟପୁରୋଧା ସାଜିଛନ୍ତି ଆମର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଶାନ୍ତ, ବିନୟ ଭାବମୂର୍ତ୍ତି, ସ୍ଥିର ଓ ଦୃଢ଼ ଶାସନର ପ୍ରଜ୍ଞାପୂର୍ଣ୍ଣ ନେତୃତ୍ୱ, ଓଡ଼ିଶାକୁ ‘ମୋ ପରିବାର’ର ଅନ୍ତରଙ୍ଗ ପରିଚୟ ପ୍ରଦାନ, ମହିଳାଙ୍କ ପ୍ରତି ସମ୍ମାନ, ସହଭାଗିତା ଓ ସୌହାର୍ଦ୍ଦ୍ୟର ଆଚରଣ ଏବଂ ସର୍ବାଙ୍ଗୀନ ବିକାଶ ଓ ସମାବେଶୀ ଜନକଲ୍ୟାଣ ପ୍ରତି ପ୍ରତିଶ୍ରୁତିବଦ୍ଧତା ଆଜି ‘ନୂଆ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା ମାର୍ଗରେ ଆଗଭର! ଓଡ଼ିଶା ଆଜି ଏକ ପ୍ରଗତିଶୀଳ ଓ ସଂସ୍କୃତି-ସମୃଦ୍ଧ ରାଜ୍ୟର ସ୍ପର୍ଦ୍ଧିତ ପରିଚୟ!

ସଂପ୍ରତି ଆମରାଜ୍ୟର ଏହି ଦ୍ରୁତ ରୂପାୟନର ବୀଜମନ୍ତ୍ର ହେଲା ‘୫-ଟି’ ଓ ‘ମୋ ସରକାର’ ର ଅନନ୍ୟ ସିଦ୍ଧାନ୍ତ! ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡ଼ିଶାକୁ ସାକାର କରିବାରେ ଏହି ଯୁଗ୍ମନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅନସ୍ୱୀକାର୍ଯ୍ୟ! ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟବ୍ୟାପୀ ବିକାଶ ଯୋଜନା ରୂପାୟନର ଅଗ୍ରଣୀ ବିନ୍ଧାଣୀ ହୋଇଛନ୍ତି ବରିଷ୍ଠ ପ୍ରଶାସକ ଭି କେ ପାଣ୍ଡିଆନ! ନୂଆ ଓଡ଼ିଶାର ବିକାଶର ମୁଖ୍ୟ ନକ୍ସା ଗୁଡ଼ିକୁ ସେ ‘୫-ଟି’ ଓ ‘ମୋ ସରକାର’ ମାନଦଣ୍ଡରେ ବ୍ୟକ୍ତିଗତ ତଦାରଖ କରୁଛନ୍ତି। ‘ଶ୍ରୀମନ୍ଦିର ପରିକ୍ରମା’ ଓ ‘ଅବଢ଼଼ା ପ୍ରକଳ୍ପ’ ହେଉ ବା ସ୍ୱାଭିମାନ ଅଞ୍ଚଳ ଆଦିବାସୀ ଗାଆଁ ମାନଙ୍କରେ ସରକାରୀ ସେବା ବ୍ୟବସ୍ଥା ହେଉ, ସବୁଠି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବ୍ୟକ୍ତିଗତ ସ୍ଥାନୀୟ ତଦାରଖ ପାଇଁ ସଦାତତ୍ପର ସେ! ଓଡ଼ିଶାରେ କୋଭିଡ ନିୟନ୍ତ୍ରଣ ହେଉ, ସରକାରୀ ସ୍କୁଲ ରୂପାନ୍ତରଣ ହେଉ, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ବ୍ୟବସ୍ଥାର ଉନ୍ନତି ହେଉ କିମ୍ବା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ମନ୍ଦିରର ଶୋଭାବର୍ଦ୍ଧନ ଓ ସମ୍ପ୍ରସାରଣ ପ୍ରକଳ୍ପ ହେଉ, ସବୁଠି ସେ ପହଞ୍ଚି ଯାଆନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧିକୃତ ବାର୍ତ୍ତା ନେଇ!

ସେମିତି ‘ମୋ ସରକାର’ ମାଧ୍ୟମରେ ପ୍ରଶାସନକୁ ସାଧାରଣ ନାଗରିକମାନଙ୍କ ପ୍ରତି ଉତ୍ତରଦାୟୀ କରାଇବାରେ ଆଜି ଓଡ଼ିଶା ବିରଳ ଉଦାହରଣ ସୃଷ୍ଟି କରିଛି। ଦେଶ ବିଦେଶରୁ ପ୍ରଶଂସା ମିଳିଛି। ବିଭିନ୍ନ ରାଜ୍ୟରୁ ପ୍ରଶାସକ ଗୋଷ୍ଠୀ ଓଡ଼ିଶା ଆସୁଛନ୍ତି ଏଇ ଜନସମ୍ବେଦୀ ଶାସନ ବ୍ୟବସ୍ଥା ପରିଦର୍ଶନ ଓ ପ୍ରଶିକ୍ଷଣ ପାଇଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓଡ଼ିଶାର ପ୍ରଶାସନିକ ସଫଳତାକୁ ମଡେଲ ଭାବେ ଗ୍ରହଣ କରି ଦେଶର ଅନ୍ୟ ରାଜ୍ୟରେ ପ୍ରଚଳନ ପାଇଁ ଉଦ୍ୟମ କରୁଛନ୍ତି। ଓଡ଼ିଶାର ‘ମୋ ସ୍କୁଲ’ ଓ ‘ମୋ କଲେଜ’ ପ୍ରକଳ୍ପ ମଧ୍ୟ ଜାତୀୟ ସ୍ତରରେ ଉଦାହରଣ ପାଲଟିଛି। ଆମର ପ୍ରାକୃତିକ ବିପର୍ଯ୍ୟୟ ନିରାକରଣ ବ୍ୟବସ୍ଥା କୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳି ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ଶୂନ୍ୟ ଜୀବନ ହାନି’ ସୂତ୍ରର ସଫଳତା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଦାହରଣ ରୂପ ନେଇଛି। ‘ମିଶନ ଶକ୍ତି’ ନବୀନ ବାବୁଙ୍କ ଶାସନର ଏକ ବିଶାଳ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି! ସତୁରୀ ଲକ୍ଷ ମହିଳାଙ୍କ ଆର୍ଥିକ, ରାଜନୈତିକ ଓ ସାମାଜିକ ସଶକ୍ତୀକରଣ ସାରା ଦେଶରେ ଏକ ପ୍ରଶାସନିକ ମଡେଲ ସୃଷ୍ଟି କରି ବେଶ୍ ଚହଳ ସୃଷ୍ଟି କରିଛି ! ସେମିତି ଚାଷୀ ମୁଲିଆଙ୍କ ପାଇଁ ଅନନ୍ୟ କାଳିଆ ଯୋଜନା ଗରିବ କଲ୍ୟାଣ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ! ଏଇସବୁ ସୁନିୟୋଜିତ ଓ ସୁପରିଚାଳିତ ଯୋଜନା ଦୀର୍ଘ ବର୍ଷର ସ୍ଥିର ଶାସନ ଭିତ୍ତିରେ ଚାଲୁଥିବାରୁ ପାଞ୍ଚ ପାଳି ସରକାର ଚାଲିବା ପରେ ମଧ୍ୟ ନବୀନ ବାବୁଙ୍କ ସୁଶାସନ ବିରୁଦ୍ଧରେ ଜନମତ କିଛି ହେଲେ ନାହିଁ ! ଏହାହିଁ ନବୀନ ଶାସନ ତନ୍ତ୍ରର କୁହୁକ ସ୍ପର୍ଶ।

ସମସାମୟିକ ରାଜନୀତି ଇତିହାସରେ ସବୁଠୁ ସ୍ୱଳ୍ପଭାଷୀ, ଭଦ୍ର, ନମ୍ର ଏବଂ ସରଳ ଜୀବନ ଯାପନ କରୁଥିବା ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବିବାଦରେ ପ୍ରଥମ ସ୍ଥାନରେ ଅଛନ୍ତି। ରାଜନୈତିକ ପରିଚାଳନା କୌଶଳ ଏବଂ ଜନବିଶ୍ୱାସ ହାସଲ କରିବାର ଅଦ୍ଭୁତ କଳା ତାଙ୍କ ପାଖରେ ରହିଛି। ତାଙ୍କ ରାଜନୈତିକ ବିଚକ୍ଷଣତା ଓ ନେତୃତ୍ୱର ଦକ୍ଷତା ବିରଳ। ଏହା ଭାରତୀୟ ରାଜନୀତିରେ ଗବେଷଣାର ବିଷୟ ପାଲଟିଛି। କେତେକ ବରିଷ୍ଠ ରାଜନୀତି ସମୀକ୍ଷକ ନବୀନବାବୁଙ୍କ ବିଶେଷ ରାଜନୈତିକ ପରିଚାଳନା କଳାକୁ ‘ନବୀନିଜିମ’ ବା ‘ନବୀନବାଦ’ର ଅବଧାରଣା ବୋଲି କହିବା ଆରମ୍ଭ କରିଛନ୍ତି।

ରାଜ୍ୟ ଶାସନକୁ ଆସିବାର ଅଳ୍ପ କେଇ ବର୍ଷ ପରେ ନବୀନବାବୁ ସହଯୋଗୀ ଦଳ ବିଜେପି ଠାରୁ ଆଦର୍ଶଗତ କାରଣରୁ ଦୂରେଇ ଯାଇଥିଲେ। ସେବେଠାରୁ ସେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ ନୀତି ଅବଲମ୍ବନ କରି ଆସୁଛନ୍ତି। ନିକଟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଯେଉଁ ସମ୍ଭାବ୍ୟ ‘ତୃତୀୟ ବିକଳ୍ପ’ ଜାତୀୟସ୍ତରରେ ତିଆରି ଉଦ୍ୟମ ଚାଲିଛି ସେ ସମ୍ପର୍କରେ ସେ ତାଙ୍କର ମତ ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କୌଣସି ମେଣ୍ଟରେ ନାହାନ୍ତି। ଓଡ଼ିଶାର ସ୍ୱାର୍ଥ ତାଙ୍କପାଇଁ ସର୍ବୋପରି ! ଏହାକହି ସେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି।

ତାଙ୍କ ଶାସନର ପରାକାଷ୍ଠା ହେଲା ସବୁ ବର୍ଗର ଉନ୍ନତି ଏବଂ ଓଡ଼ିଶାର ସାମଗ୍ରିକ ବିକାଶ। ତାଙ୍କ ଦିଗଦର୍ଶନ ଓ ନିରନ୍ତର ଉଦ୍ୟମ ଫଳରେ ଓଡ଼ିଶା କୃଷି କ୍ଷେତ୍ରରେ ଏବେ ଏକ ବଳକା ରାଜ୍ୟ ହୋଇପାରିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ନୂତନ ଭାବେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ସହିତ ରାଜ୍ୟରେ ୧୨ରୁ ଅଧିକ ମେଡିକାଲ କଲେଜ ସ୍ଥାପିତ ହୋଇଛି। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମାଗଣା ଚିକିତ୍ସାର ବହୁତ ଲାଭ ଗରିବଙ୍କୁ ମିଳୁଛି । ‘କାଳିଆ’ ଯୋଜନା ଚାଷୀଙ୍କ ସହାୟତା କରିବା ସହ ଶସ୍ୟ ବୀମା ଯୋଜନା ବାବଦ ଦେୟ ସରକାରୀ ତହବିଲରୁ ଭରିବା ବ୍ୟବସ୍ଥା ଆଦି ସବୁଥିରେ ଜନକଲ୍ୟାଣର ଉଦ୍ଦେଶ୍ୟ ନିହିତ। ପର୍ଯ୍ୟଟନ କ୍ଷେତ୍ରର ବିକାଶ, କ୍ରୀଡ଼ା, ବିଶେଷକରି, ଜାତୀୟ ଖେଳ ହକିକୁ ଏକ ନୂଆ ପରିଚୟ ପ୍ରଦାନ, ଏସବୁ ନବୀନ ଶାସନ-ଯୁଗର ଗୋଟିଏ ଗୋଟିଏ ଜାଜ୍ୱଲ୍ୟମାନ ନିଦର୍ଶନ। ଲୋକଙ୍କ ମୁଣ୍ଡ ପିଛା ଆୟ ବଢ଼଼ିଛି। ସେମାନେ ସୁସ୍ଥ, ନିରାମୟ ଓ ଶାନ୍ତିର ଜୀବନ ଅତିବାହିତ କରିବା ସହିତ ନୂଆ ଓଡ଼ିଶା ଗଠନରେ ସହଯୋଗର ହାତ ବଢ଼଼ାଉଛନ୍ତି। ଦେଶ ବିଦେଶରେ ଓଡ଼ିଶାର ବ୍ରାଣ୍ଡିଂ ହେଉଛି। ବିଦେଶୀ ପୁଞ୍ଜି ଆକର୍ଷଣରେ ଓଡ଼ିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ। ସଂକ୍ଷେପରେ କହିଲେ, ଶାସନର କୌଣସି କ୍ଷେତ୍ର ବାକି ନାହିଁ, ଯେଉଁଠି ବିକାଶ ଓ ସଂସ୍କାରର ନବୀନ-ସ୍ପର୍ଶ ଅନୁଭୂତ ହେଉନାହିଁ।

29 May 2023 By The Sakala

https://www.thesakala.in/sakala-editorial/sakala-editorial-29-05-2023/article-22090
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର