ଅଶାନ୍ତ କାଶ୍ମୀରର ଆହ୍ୱାନ

The Sakala Picture
Published On

ଧାରା ୩୭୦ର ଉଚ୍ଛେଦ ସହିତ କାଶ୍ମୀରର ରାଜ୍ୟ ପାହ୍ୟା ପରିବର୍ତ୍ତନ ପରେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରି ଭାରତ ସରକାର ଶାନ୍ତି ଓ ସମୃଦ୍ଧିର ଯେଉଁ ଅଧ୍ୟାୟ ଆରମ୍ଭ କରିଥିଲେ ସେଥିରେ କିଛି ପ୍ରଗତି ଦୃଷ୍ଟିଗୋଚର ହୋଇଥିଲା। ସ୍ଥାନୀୟ ରାଜନୈତିକ ଦଳ ଓ ନେତାଙ୍କ ବିରୋଧ ଓ ଅସନ୍ତୋଷ ସତ୍ତ୍ବେ ଜାମ୍ମୁ ଓ କାଶ୍ମୀରରେ ଯେ ନବନିର୍ମାଣର ଏକ ଯୁଗ ଆରମ୍ଭ ହୋଇଥିଲା, ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଗତ ତିନିଚାରି ବର୍ଷ ଧରି […]

ଧାରା ୩୭୦ର ଉଚ୍ଛେଦ ସହିତ କାଶ୍ମୀରର ରାଜ୍ୟ ପାହ୍ୟା ପରିବର୍ତ୍ତନ ପରେ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ କରି ଭାରତ ସରକାର ଶାନ୍ତି ଓ ସମୃଦ୍ଧିର ଯେଉଁ ଅଧ୍ୟାୟ ଆରମ୍ଭ କରିଥିଲେ ସେଥିରେ କିଛି ପ୍ରଗତି ଦୃଷ୍ଟିଗୋଚର ହୋଇଥିଲା। ସ୍ଥାନୀୟ ରାଜନୈତିକ ଦଳ ଓ ନେତାଙ୍କ ବିରୋଧ ଓ ଅସନ୍ତୋଷ ସତ୍ତ୍ବେ ଜାମ୍ମୁ ଓ କାଶ୍ମୀରରେ ଯେ ନବନିର୍ମାଣର ଏକ ଯୁଗ ଆରମ୍ଭ ହୋଇଥିଲା, ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଗତ ତିନିଚାରି ବର୍ଷ ଧରି କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବା ସହିତ ଅନୁପ୍ରବେଶ ବହୁ ପରିମାଣରେ କମିଥିଲା। ତେବେ ଏ ବର୍ଷ ଶେଷ ଆଡ଼କୁ ଭୂସ୍ୱର୍ଗ ଉପତ୍ୟକାରେ ଆତଙ୍କବାଦ ପୁନର୍ବାର ମୁଣ୍ଡ ଟେକିଛି। ଏଥିରେ ଉଭୟ ସାମରିକ ଓ ବେସାମରିକ ଲୋକ ପ୍ରାଣ ହରାଉଛନ୍ତି।

ଏହା ସତ ଯେ ବରଫ ପଡ଼ିବା ପୂର୍ବରୁ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରି କାଶ୍ମୀରରେ ଆତ୍ମଗୋପନ କରିଥା’ନ୍ତି। ଆମ ଯବାନ ଓ ନିରାପତ୍ତା ବାହିନୀ ସେମାନଙ୍କର ଏହି ଉଦ୍ୟମକୁ ପଣ୍ଡ କରିବା ସତ୍ତ୍ବେ ଜଟିଳ ଭୂଗୋଳର ସୁଯୋଗ ନେଇ ସେମାନେ ପଶି ଆସନ୍ତି। ସେମାନଙ୍କର ଆଶ୍ରୟ ପାଇଁ କାଶ୍ମୀରରେ ଆଉ ପୂର୍ବଭଳି ଠିକଣା ବା ଆଡା ନଥିଲେ ମଧ୍ୟ କେତେକ ଡରାଇ ଧମକାଇ ଲୋକଙ୍କ ଘରେ ଲୁଚି ରହୁଛନ୍ତି ଏବଂ ସୁବିଧା ଦେଖି ନିରପରାଧ ବ୍ୟକ୍ତିଙ୍କୁ ହତ୍ୟା କରୁଛନ୍ତି। ଏବେ ମଧ୍ୟ କାଶ୍ମୀର ଉପତ୍ୟକାରେ କିଛି କିଛି ଲୋକ ଅଛନ୍ତି, ଯେଉଁମାନେ ଆତଙ୍କବାଦୀଙ୍କୁ ଗୁପ୍ତରେ ସାହାଯ୍ୟ କରୁଛନ୍ତି। ଧରାପଡ଼ିବା ପରେ ସେମାନଙ୍କୁ ସ୍ୱାଭାବିକ ଭାବେ ସୁରକ୍ଷା ବାହିନୀ ଓ ସେନା ଗିରଫ କରି ଆଣୁଛି ଏବଂ ଆତଙ୍କବାଦୀ ଓ ସେମାନଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ପଚରାଉଚୁରା କରୁଛି। ଅଞ୍ଚଳ ଓ ଦେଶର ସୁରକ୍ଷା ଦୃଷ୍ଟିରୁ ଏହା ଅନିବାର୍ଯ୍ୟ ଏବଂ ଏକ ଗତାନୁଗତିକ ବୈଶ୍ୱିକ ପ୍ରକ୍ରିୟା। କିନ୍ତୁ ପଚରାଉଚୁରା ସମୟରେ ସେନାବାହିନୀ ଓ ସୁରକ୍ଷା କର୍ମୀମାନେ ଅଟକ ବ୍ୟକ୍ତିମାନଙ୍କୁ ମାତ୍ରାଧିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଆସୁଛି। ନିକଟରେ ସଂଦିଗ୍ଧ ଅବସ୍ଥାରେ ଗିରଫ ହୋଇଥିବା କିଛି ବେସାମରିକ ଲୋକଙ୍କ ମଧ୍ୟରୁ ତିନିଜଣଙ୍କର ସେନା ହାଜତରେ ମୃତ୍ୟୁ ଘଟିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆମର ଛ’ଜଣ ଯବାନ ସହିଦ ହୋଇଛନ୍ତି। ପାଲଟା ଆକ୍ରମଣରେ କେଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ପରେ କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ଏକ ଇତିହାସ ପାଲଟିଥିବାବେଳେ ସେଠାରେ ଶୀଘ୍ର ନିର୍ବାଚନ କରି ରାଜ୍ୟ ପାହ୍ୟା ପୁନର୍ବାର ପ୍ରଦାନ କରିବାର ବାଟ ସଫା ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଥଚ ସ୍ପର୍ଶକାତର ସମୟରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଓ ଅସ୍ଥିରତା ସୃଷ୍ଟି ହେବା ନିଶ୍ଚିତ ଚିନ୍ତାଜନକ। ଏହା ପଛରେ ପାକିସ୍ତାନ ଓ ଚୀନ୍‌‌ର ମିଳିତ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହୋଇଯାଇଛି। ଭୌଗୋଳିକ ରାଜନୀତି ଓ ଅର୍ଥନୈତିକ ବାସ୍ତବତା ଦୃଷ୍ଟିରୁ ଭାରତରେ ଚୀନ ଅସ୍ଥିରତା ସୃଷ୍ଟି କରିବାକୁ ଚାହିଁବା ସ୍ୱାଭାବିକ। ସେଥିପାଇଁ ଚୀନ୍‌‌ ତାହାର ପୁରୁଣା ମିତ୍ର ତଥା ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନ ସହିତ ହାତ ମିଳାଇଛି। କାଙ୍ଗାଳ ପାକିସ୍ତାନ ଏବେ ରାଜନୈତିକ ଓ ଅର୍ଥନୈତିକ ସଂକଟ ମଧ୍ୟରେ ଥିଲେ ମଧ୍ୟ ସେଠାକାର ଅସଲ ଶାସକ ‘ସେନା’ ଆତଙ୍କବାଦୀଙ୍କୁ ଭାରତ ବିରୋଧରେ ନିୟୋଜିତ କରୁଛି। ଚୀନ ଏହି କାମରେ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଉଛି।

ଏଭଳି ସ୍ଥିତିରେ ଉଭୟ ଭାରତ ସରକାର ଓ ଆମ ନିରାପତ୍ତା ବାହିନୀକୁ କାଶ୍ମୀରରେ ଅଧିକ ସତର୍କତାର ସହ କାମ କରିବାକୁ ପଡ଼ିବ। ଆତଙ୍କବାଦୀ ଅନୁପ୍ରବେଶ କରି ସେଠାକାର ଶାନ୍ତି ଓ ସ୍ଥିରତାକୁ ଯେପରି ବିପନ୍ନ ନ କରନ୍ତି, ସେଥିପାଇଁ ଅଧିକ ସତର୍କ ହେବାକୁ ହେବ। ଏହା ସତ୍ୟ ଯେ ଜାମ୍ମୁ-କାଶ୍ମୀର ଭୌଗୋଳିକ ସ୍ଥିତି ଯାହା, ସେଠାରେ ନିରାପତ୍ତା ବ୍ୟବସ୍ଥାକୁ ଚଉକଶ କରି ରଖିବା ଏକ ଅତି ଦୁଃସାଧ୍ୟ ଓ ଅସମ୍ଭବପ୍ରାୟ ବ୍ୟାପାର। ଏହାସତ୍ତ୍ବେ ଆମ ନିରାପତ୍ତା ବାହିନୀ ପ୍ରଶଂସନୀୟ କାର୍ଯ୍ୟ କରୁଛି। ତେଣୁ ସେନା ଓ ନିରାପତ୍ତା ବାହିନୀର ମନୋବଳ ଭାଙ୍ଗିବା ଭଳି କୌଣସି କାମ ସରକାର କରିବା ଅନୁଚିତ। ବିନା ଗୁପ୍ତ ଆଶ୍ରୟରେ ଆତଙ୍କବାଦୀ କାଶ୍ମୀରରେ ତିଷ୍ଠିବା କଷ୍ଟ। ତେଣୁ ସେମାନଙ୍କୁ ସେଠାକାର କିଛି ଲୋକ ଆଶ୍ରୟ ଦେଉଛନ୍ତି, ଏହାକୁ ଅସ୍ୱୀକାର କରାଯାଇ ନ’ପାରେ। ତେଣୁ ସନ୍ଦେହରେ ଯେଉଁମାନଙ୍କୁ ଗିରଫ କରାଯାଉଛି, ସେମାନେ ଯେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ତାହା ମଧ୍ୟ କୁହାଯାଇ ନ’ପାରେ। ତଥାପି ବେସାମରିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଲୋଡ଼ା। ଏଭଳି ଘଟଣାରେ ସ୍ଥାନୀୟ ପ୍ରଶାସନ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଯେଉଁମାନେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛନ୍ତି, ସେମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରୁରୀ।

ପୀର ପାଞ୍ଜାଲ ପାର୍ବତ୍ୟାଞ୍ଚଳ ଏବେ ଆତଙ୍କବାଦୀଙ୍କ ଚରାଭୂମି ପାଲଟିଛି। ପାକିସ୍ତାନରେ ଅସ୍ଥିରତା, ଆଫଗାନିସ୍ତାନରେ ତାଲିବାନର ରାଜୁତି, ଇସ୍ରାଏଲ୍‌‌-ହମାସ ଯୁଦ୍ଧ ଓ ଚୀନ୍‌‌ର ଭାରତ ବିରୋଧୀ ଭୂମିକା କାଶ୍ମୀର ପରିସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଅଧିକ। ଏଥିସହିତ ସେଠାରେ ଧର୍ମକୁ ବ୍ୟବହାର କରି ଅସ୍ଥିରତା ସୃଷ୍ଟି ପାଇଁ ଆନ୍ତର୍ଜାତିକ ଉଦ୍ୟମ ଚାଲିଛି ଓ ସ୍ଥାନୀୟ ଯୁବକମାନେ ଅର୍ଥଲୋଭରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଛନ୍ତି। ଏସବୁ ପରିସ୍ଥିତିରେ କାଶ୍ମୀରରେ ଶାନ୍ତି ଓ ସ୍ଥିରତା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁଖର କଥା, ଜାମ୍ମୁ-କାଶ୍ମୀରର ଅଧିକାଂଶ ଲୋକ ଶାନ୍ତି, ସ୍ଥିରତା ଓ ବିକାଶ ଚାହାନ୍ତି ଏବଂ ଆତଙ୍କବାଦୀକୁ ବିରୋଧ କରନ୍ତି। ତେଣୁ ସେମାନଙ୍କୁ ବିଶ୍ୱାସକୁ ନ ନେଲେ ଭାରତ ସରକାର ନୂଆ କାଶ୍ମୀର ଗଠନ କରିବା କଷ୍ଟ ହେବ। କେନ୍ଦ୍ର ସରକାର ଅବଶ୍ୟ ଏ ଦିଗରେ କାମ କରି ଲୋକଙ୍କ ବିଶ୍ୱାସଭାଜନ ହେଉଛନ୍ତି। ସେଠାରେ ଶୀଘ୍ର ନିର୍ବାଚନ କରାଇ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ପାହ୍ୟା ଫେରାଇ ଦେଲେ ସ୍ଥାନୀୟ ଅଧିବାସୀଙ୍କ ଅସନ୍ତୋଷ ଓ ଆହତ ଭାବନାର ଅବଶ୍ୟ ଅବସାନ ଘଟିବ। ତେବେ ପ୍ରଥମେ ସେଠାରେ ଶାନ୍ତି ଓ ସ୍ଥିରତା ଲୋଡ଼ା। ଏଥିପାଇଁ ଭାରତ ସରକାରଙ୍କୁ ଯେ କୌଣସି ମୂଲ୍ୟ ଦେଇ ତାହାକୁ ବଜାୟ ରଖିବାକୁ ପଡ଼ିବ। ଏହା କେବଳ ସରକାର, କାଶ୍ମୀରବାସୀ ଓ ଦେଶବାସୀଙ୍କ ଆନ୍ତରିକ ଇଚ୍ଛା ନୁହେଁ, ବରଂ ଅଶାନ୍ତ, ଅସ୍ଥିର ଆତଙ୍କବାଦ ଅଧ୍ୟୁଷିକ କାଶ୍ମୀର ଆହ୍ୱାନ।

26 Dec 2023 By The Sakala

https://www.thesakala.in/sakala-editorial/sakala-editorial-26-12-2023/article-28601
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର