ଚିଡ଼ିଆଖାନାରେ ସିଂହଙ୍କ ନାମକରଣ ପ୍ରସଙ୍ଗ, ନାମର ଅର୍ଥରୁ ଅନର୍ଥ

The Sakala Picture
Published On

ତର୍କଶାସ୍ତ୍ରରେ ଗୋଟିଏ ସାଧାରଣ ସମସ୍ୟାର ଉଲ୍ଲେଖ ଅଛି, ଯାହାର ଶୀର୍ଷକ ହେଲା- କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ପ୍ରାଣୀର ନାମର କିଛି ବିଶେଷ ଅର୍ଥ ବା ତାତ୍ପର୍ଯ୍ୟ ନଥାଏ! ଏହା କେବଳ ସେହି ବ୍ୟକ୍ତି ବା ପ୍ରାଣୀର ଚିହ୍ନଟ ପାଇଁ ବ୍ୟବହାର ହୁଏ। ଏହି ବକ୍ତବ୍ୟର ସପକ୍ଷରେ ବା ବିପକ୍ଷରେ ବିଭିନ୍ନ ତର୍କ ଦିଆଯାଏ। ବ୍ୟକ୍ତିର ନାମ ତାହାର ପରିଚୟର ଏକ ବିଶେଷ ଉପାଦାନ। ଯେମିତି ବାପାମା’ମାନେ ପୁଅଝିଅଙ୍କୁ ଛୋଟବେଳରୁ ବିଭିନ୍ନ ପ୍ରକାର ଗେହ୍ଲା ନାମରେ ଡାକିଥା’ନ୍ତି। […]

ତର୍କଶାସ୍ତ୍ରରେ ଗୋଟିଏ ସାଧାରଣ ସମସ୍ୟାର ଉଲ୍ଲେଖ ଅଛି, ଯାହାର ଶୀର୍ଷକ ହେଲା- କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ପ୍ରାଣୀର ନାମର କିଛି ବିଶେଷ ଅର୍ଥ ବା ତାତ୍ପର୍ଯ୍ୟ ନଥାଏ! ଏହା କେବଳ ସେହି ବ୍ୟକ୍ତି ବା ପ୍ରାଣୀର ଚିହ୍ନଟ ପାଇଁ ବ୍ୟବହାର ହୁଏ। ଏହି ବକ୍ତବ୍ୟର ସପକ୍ଷରେ ବା ବିପକ୍ଷରେ ବିଭିନ୍ନ ତର୍କ ଦିଆଯାଏ। ବ୍ୟକ୍ତିର ନାମ ତାହାର ପରିଚୟର ଏକ ବିଶେଷ ଉପାଦାନ। ଯେମିତି ବାପାମା’ମାନେ ପୁଅଝିଅଙ୍କୁ ଛୋଟବେଳରୁ ବିଭିନ୍ନ ପ୍ରକାର ଗେହ୍ଲା ନାମରେ ଡାକିଥା’ନ୍ତି। ଯଥା ଟୁଟୁ, ଟୁକୁ, କୁନି, ବେବି ଇତ୍ୟାଦି। ଏଥିରେ ସେହି ନିର୍ଦ୍ଦିଷ୍ଟ ପିଲାଟିର ଚିହ୍ନଟ ହେବା ସାଙ୍ଗକୁ ବାତ୍ସଲ୍ୟ ସ୍ନେହର ଆବେଗ ମଧ୍ୟ ଜଣାପଡ଼େ। ପିଲାଟି ମଧ୍ୟ ସେହି ନାମ ସହିତ ପରିଚିତ ହୋଇଯାଏ ଏବଂ ବାପାମା’ଙ୍କ ମୁହଁରୁ ନାଁରେ ଡାକ ଶୁଣିଲେ ଆନନ୍ଦିତ ହୋଇ ତାଙ୍କ ପାଖକୁ ଆସେ। ଆମେ ସମସ୍ତେ ଏଭଳି ମଧ୍ୟ ଅନୁଭବ କରିଥିବା ଯେ ଆମର ପିତାମାତା ବା ସମ୍ପର୍କୀୟ ଲୋକେ ଆମକୁ ସେହି ସ୍ନେହବୋଳା ନାଁଟିର ବିଭିନ୍ନ ଆବେଗିକ ଉଚ୍ଚାରଣର ପ୍ରୟୋଗ କରିଥା’ନ୍ତି।

ଏହିଭଳି ବାତ୍ସଲ୍ୟ ସ୍ନେହ ସମ୍ବୋଧନ ପର୍ଯ୍ୟାୟରେ ପିଲାଙ୍କ ନାଁଗୁଡ଼ିକର ଆଗରେ ପଛରେ ବିଶେଷଣ ବା ଆନୁଷଙ୍ଗିକ ସ୍ନେହ ସମ୍ବୋଧନ ଯୋଡ଼ି ହୁଏ। ଯଥା – ଧନମାଳି, ଗେଲୁ, ବେବିନା ଇତ୍ୟାଦି। ଏ ସବୁ କହିବାର ଉଦ୍ଦେଶ୍ୟ ହେଲା ଯେ ପିଲାଟିର ନଁା ପଛରେ କୌଣସି ବିଶେଷ ଅର୍ଥ ନଥାଇ କେବଳ ସ୍ନେହବୋଳା ଶବ୍ଦର ସମ୍ବୋଧନ ରହିଥାଏ। ସେହି ପର୍ଯ୍ୟାୟରେ ଆମେ ଆମ ଓଡ଼ିଶାର ପ୍ରାଣବିନ୍ଦୁ ଜଗନ୍ନାଥଙ୍କୁ ମଧ୍ୟ ତାଙ୍କ ନାମର ଶାସ୍ତ୍ରୀୟ ଓ ଉତ୍କୃଷ୍ଟ ସ୍ୱରୂପ ବ୍ୟତୀତ ଅନେକ ସ୍ନେହ, ଆଦର ଓ ସମ୍ମାନ ଦ୍ୱାରା ମଣ୍ଡିତ ନାମରେ ପ୍ରାର୍ଥନା କରିଥାଉ। କିଏ ‘କାଳିଆ ବଳିଆ’ କହିଲାଣି ତ ଆଉ କିଏ ‘ଚକାଆଖିଆ’ ବା ‘ନୀଳାଚଳିଆ’ ଏହିଭଳି ନାମରେ ଶ୍ରଦ୍ଧାରେ ଭକ୍ତିରେ ଡାକିଥା’ନ୍ତି। ପଶ୍ଚିମ ତର୍କଶାସ୍ତ୍ରର ମତ ହେଲା ଏଭଳି ନାମକରଣ କେବଳ ଡାକିଲାବାଲାର ମାନସିକ ସ୍ଥିତିର ସୂଚକ। ଏଥିରେ ନାଁର ଶବ୍ଦାର୍ଥ ଅପେକ୍ଷା ଭାବାର୍ଥ ଅଧିକ ପ୍ରଭାବଶାଳୀ।

ଉପରୋକ୍ତ ତର୍କଶାସ୍ତ୍ରର ଉପସ୍ଥାପନା କେତେକାଂଶରେ ଠିକ୍‌‌ ହେଲେ ମଧ୍ୟ ନାମର କୌଣସି ବ୍ୟକ୍ତି, ସ୍ଥାନ ବା ପ୍ରାଣୀ ଇତ୍ୟାଦିର ନାମସୂଚକ ଶବ୍ଦ କେବଳ ମାତ୍ର ଚିହ୍ନଟ ଅର୍ଥରେ ବ୍ୟବହାର ହୁଏ ତା’ ନୁହେଁ। ନାମର ଗୋଟିଏ ବିଶେଷତ୍ୱ ବା ବିଶେଷ ଅର୍ଥ ଥାଏ। ବିଶେଷକରି ପରିବାର ସୀମାରୁ ବାହାରି ଗଲା ପରେ ଗୋଟିଏ ଶିଶୁର ଏକ ନିର୍ଦ୍ଦିଷ୍ଟ ନାମକରଣ ପ୍ରକ୍ରିୟା କରାଯାଏ ଓ ସେହିନାମରେ ପିଲାଟି ସାରାଜୀବନ ସର୍ବସାଧାରଣରେ ଚିହ୍ନିତ ହୁଏ। ଭାରତୀୟ ହିନ୍ଦୁ ପରମ୍ପରାରେ ଏମିତି ତ ନାମର ବହୁତ ମାହାତ୍ମ୍ୟ ବହୁପ୍ରାଚୀନ କାଳରୁ ରହିଆସିଛି। ଏବେ କଳିଯୁଗରେ ମଧ୍ୟ କୁହାଯାଉଛି ‘ହରିର୍ନାମ କେବଳମ୍‌‌’। ଆମ ପରମ୍ପରାରେ ପିଲାମାନଙ୍କର ନାମ ବିଭିନ୍ନ ଦେବାଦେବୀ ବା ସାଧୁସନ୍ଥଙ୍କ ନାମ ଅନୁସାରେ କରାଯିବାର ବହୁଳ ଉଦାହରଣ ଦେଖିବାକୁ ମିଳେ। ଆଜିକାଲି ଅବଶ୍ୟ ନାମକରଣରେ ଅନେକ ବ୍ୟତିକ୍ରମ ଦେଖାଗଲାଣି ଏବଂ ଧର୍ମ ବା ଦେବଦେବୀଙ୍କ ସହ ସଂଶ୍ଳିଷ୍ଟ ନଥିବା ନାମଗୁଡ଼ିକର ପ୍ରୟୋଗ ବଢ଼଼ିବାରେ ଲାଗିଛି। ତେବେ ଆମର ତର୍କ ବିଷୟଟିକୁ ଏହି ପୃଷ୍ଠଭୂମିରେ ଦେଖିଲେ ଗୋଟିଏ ବ୍ୟକ୍ତିର ନାଁ ‘ରାମଚନ୍ଦ୍ର’ ବା ‘ସରସ୍ୱତୀ’ ଦିଆଗଲେ ସେହି ବ୍ୟକ୍ତିର ଜୀବନରେ ସେହି ନିର୍ଦ୍ଦିଷ୍ଟ ନାମର କିଛି ଯଥାର୍ଥତା ଦେଖିବାକୁ ମିଳେ କି? ଯଦିବା ନାମଟିର ବିଶେଷ ପାରମ୍ପରିକ, ସାଂସ୍କୃତିକ ବା ଧାର୍ମିକ ଅର୍ଥ ଅଛି ତେବେ ସେହି ବ୍ୟକ୍ତିଟିର ଜୀବନରେ ତାହା ଅର୍ଥହୀନ। କେତେକ ବ୍ୟତିକ୍ରମ କ୍ଷେତ୍ରରେ ହୁଏତ ‘ପଦ୍ମଲୋଚନ’ ନାମଧାରୀ ବ୍ୟକ୍ତିଟିର ଆଖି ସୁନ୍ଦର ହୋଇପାରେ। ସେହିଭଳି ‘ତ୍ରିଲୋଚନ’ ନାମଧାରୀ ବ୍ୟକ୍ତିଟିର ଗୋଟିଏ ଆଖି କଣା ମଧ୍ୟ ହୋଇପାରେ। ଏ ସବୁ କହିବାର ଅର୍ଥ ହେଲା ସାମାଜିକ ବା ସାମୂହିକ ଜୀବନରେ ବ୍ୟକ୍ତି, ସ୍ଥାନ ବା ପ୍ରାଣୀର ନାମର ଅର୍ଥକୁ ବିଶେଷ ଦ୍ୟୋତକ ବିଶିଷ୍ଟ ଭାବିବା ଠିକ୍‌‌ ନୁହେଁ।

ନିକଟରେ ଆମ ଦେଶରେ ଜାତୀୟ ସ୍ତରରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେଲା ଯେ ଆମ ଦେଶର ନାଁ ଇଂରେଜମାନେ ଦେଇଥିବା ‘ଇଣ୍ଡିଆ’ ଠିକ୍‌‌ ନା ଆମର ପାରମ୍ପରିକ ରାଷ୍ଟ୍ରନାମ ‘ଭାରତ’ ଠିକ୍‌‌? କେତେକ ରାଜନୈତିକ ଦଳ ପକ୍ଷରୁ ଏ ସମ୍ପର୍କରେ ତର୍କ ଦିଆଗଲା ଯେ ‘ଇଣ୍ଡିଆ’ ନାମର କିଛି ଯଥାର୍ଥତା ନାହିଁ ଏବଂ ‘ଭାରତ’ ହିଁ ଆମ ଦେଶର ପ୍ରକୃତ ପରିଚୟ ବହନ କରେ। ସେମିତି ଆମ ଦେଶରେ ବିଭିନ୍ନ ପ୍ରଦେଶ ଓ ସହରର ପୂର୍ବ ଇଂରାଜୀ ନାମ ଇତିମଧ୍ୟରେ ପରିବର୍ତ୍ତିତ ହୋଇଛି। ସେପରି କ୍ଷେତ୍ରରେ କେବଳ ଚିହ୍ନଟ ପାଇଁ ଯଦି ନାଁଟି ଥିଲା, ତେବେ ‘କ୍ୟାଲ୍‌‌କାଟା’କୁ ‘କୋଲକାତା’ କାହିଁକି କରାଗଲା? ସେମିତି ଆମ ପ୍ରଦେଶର ନାଁ ଇଂରାଜୀରେ ‘ଓରିଶା’କୁ ଏବେ ‘ଓଡ଼ିଶା’ କରାଗଲା। ଏଭଳି ପରିବର୍ତ୍ତନ ପଛରେ ମୁଖ୍ୟ ତର୍କ ହେଲା ରାଜନୈତିକ ତଥା ଐତିହାସିକ ଓ କିଛିଟା ସାଂସ୍କୃତିକ। ତେଣୁ ନାଁର ଅର୍ଥ କିଛି ନଥାଏ ବୋଲି କହିବା ସମ୍ପୂର୍ଣ୍ଣ ଠିକ୍‌‌ ନୁହେଁ।

ଏବେ ଆଉ ଗୋଟିଏ ଘଟଣାରେ ଚିଡ଼ିଆଖାନାର ପ୍ରାଣୀଙ୍କ ନାମକରଣକୁ ନେଇ ତର୍କ-ବିତର୍କ, ଆନ୍ଦୋଳନ ତଥା ମାଲିମୋକଦ୍ଦମା ପର୍ଯ୍ୟନ୍ତ କଥା ଯାଇଛି। ପୋଷାଜନ୍ତୁ, ସର୍କସ ଜନ୍ତୁ ବା ଚିଡ଼ିଆଖାନାର ଜନ୍ତୁମାନଙ୍କୁ ନାଁ ଦେବାର ଏକ ପରମ୍ପରା ରହି ଆସିଛି। କିନ୍ତୁୁ ଏହି ନାମକରଣ ଯଦି ସାମାଜିକ ବା ରାଜନୈତିକ ବିଶୃଙ୍ଖଳାର କାରଣ ହୁଏ ତେବେ ଏହାପଛରେ କିଛି ଦୁରଭିସନ୍ଧି ରହିଥିବାର ଗନ୍ଧ ଆସେ। ଯଦି କୌଣସି ବ୍ୟକ୍ତି ତା’ର ପୋଷା କୁକୁରଟିକୁ ବ୍ୟକ୍ତିଗତ ଶତ୍ରୁର ନାଁ ଦିଏ ତେବେ ଏହା ଅଧିକ ଶତ୍ରୁତାର କାରଣ ହେବ ନାହିଁ କି? ସେହିଭଳି ଚିଡ଼ିଆଖାନାରେ ଥିବା ବାଘ ଭାଲୁଙ୍କ ନାଁ ବିଭିନ୍ନ ଧର୍ମର ଦେବତା ବା ବିଶେଷବ୍ୟକ୍ତିଙ୍କ ନାମରେ ରଖିଲେ ତାହା ସେହି ସମ୍ପ୍ରଦାୟର ମାନସିକ ବେଦନାର କାରଣ ହେବ ନାହିଁ କି? ସଦ୍ୟତମ ଘଟଣାଟି ସେହିପରି ହୋଇଛି। କଲିକତାର ଚିଡ଼ିଆଖାନାକୁ ଏବେ ତ୍ରିପୁରାରୁ ଗୋଟିଏ ସିଂହ ଓ ସିଂହୀ ପ୍ରାଣୀ ବିନିମୟ ପ୍ରକ୍ରିୟାରେ ଅଣାଯାଇଛି। ସଂଯୋଗବଶତଃ ସିଂହଟିର ନାଁ ରଖାଯାଇଛି ‘ଆକବର’ ଓ ସିଂହୀର ନାଁ ‘ସୀତା’। ଏଭଳି ନାମକରଣ ବିରୁଦ୍ଧରେ କେତେକ ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

ପଶ୍ଚିମ ତର୍କ ଶାସ୍ତ୍ର ଅନୁସାରେ ନାମର ବିଶେଷ ଅର୍ଥ ନଥିଲେ ମଧ୍ୟ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିରେ ଏହି ପ୍ରାଣୀ ନାମକରଣ ଓ ଉଭୟ ପ୍ରାଣୀଙ୍କୁ ଗୋଟିଏ ଖୁଆଡ଼ରେ ରଖାଯିବା ନିଶ୍ଚିତ ବୁଦ୍ଧିମାନର କାମ ନୁହେଁ। କାରଣ ଏହାର କଦର୍ଥ କରାଯାଇପାରେ ଏବଂ ଏହା କରାଗଲା। ବିଚାରାଳୟ ମଧ୍ୟ ସମ୍ବେଦନଶୀଳ ଭାବେ ବିଚାର କରି ଏଭଳି ନାମକରଣ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଓ ତୁରନ୍ତ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି। ଯଦିବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ କୁହାଯାଉଛି ଯେ ସିଂହଦୁଇଙ୍କର ଏହି ନାମକରଣ କଲିକତା ଚିଡ଼ିଆଖାନାରେ ପହଞ୍ଚିବା ପୂର୍ବରୁ ତ୍ରିପୁରା ପ୍ରଶାସନ ପକ୍ଷରୁ କରାଯାଇଥିଲା। ତେବେ ସାମ୍ପ୍ରଦାୟିକ ସଦ୍‌‌ଭାବନାକୁ ଦୃଷ୍ଟିରେ ରଖି ସାମାଜିକ ଐକ୍ୟ ଉଦ୍ଦେଶ୍ୟରେ ଏହିଭଳି ଅଯଥା ବିବାଦ ସୃଷ୍ଟି କରିବା ଆଦୌ ଶୋଭନୀୟ ନୁହେଁ।

26 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର