ଭାରତର ବିଶ୍ୱବାର୍ତ୍ତା
ଭାରତର ପୁରୁଣା ଓ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ର ରୁଷ୍ ଗସ୍ତ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଗସ୍ତରେ ଅଛନ୍ତି। ଦୀର୍ଘ ଅଢ଼େଇବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଯୁଦ୍ଧଲିପ୍ତ ଏହି ଦୁଇ ରାଷ୍ଟ୍ରକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ମୋଦୀଙ୍କ ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତ କରି ନଥିଲେ। ରୁଷ-ୟୁକ୍ରେନ୍ ଯୁଦ୍ଧ ପରବର୍ତ୍ତୀ ସମୟରେ ମଧ୍ୟ କୌଣସି ରାଷ୍ଟ୍ରମୁଖ୍ୟ କିମ୍ବା ଶାସନ ମୁଖ୍ୟ ହିସାବରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା […]
ଭାରତର ପୁରୁଣା ଓ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ର ରୁଷ୍ ଗସ୍ତ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ଗସ୍ତରେ ଅଛନ୍ତି। ଦୀର୍ଘ ଅଢ଼େଇବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଯୁଦ୍ଧଲିପ୍ତ ଏହି ଦୁଇ ରାଷ୍ଟ୍ରକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ମୋଦୀଙ୍କ ପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ଗସ୍ତ କରି ନଥିଲେ। ରୁଷ-ୟୁକ୍ରେନ୍ ଯୁଦ୍ଧ ପରବର୍ତ୍ତୀ ସମୟରେ ମଧ୍ୟ କୌଣସି ରାଷ୍ଟ୍ରମୁଖ୍ୟ କିମ୍ବା ଶାସନ ମୁଖ୍ୟ ହିସାବରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ତେଣୁ ସାମ୍ପ୍ରତିକ ବାସ୍ତବତା ଓ ଭୂରାଜନୈତିକ, କୃଷି, ବାଣିଜ୍ୟ, ଅର୍ଥନୈତିକ ଓ କୂଟନୈତିକ ଦୃଷ୍ଟିରୁ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅତୀବ ମହତ୍ତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୁଷ ଗସ୍ତ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହିତ ଆଲୋଚନା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନ୍ସ୍କି ଅତୀବ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ଶାସନ ମୁଖ୍ୟ ଜଣେ ଯୁଦ୍ଧଖୋର ରାଷ୍ଟ୍ର ନେତାଙ୍କ ସହିତ କରମର୍ଦ୍ଦନ କରିବା ଦୃଶ୍ୟକୁ ଜେଲେନ୍ସ୍କି ସହଜରେ ଗ୍ରହଣ କରିପାରି ନଥିଲେ। ତେଣୁ ଦୁଇ ରାଷ୍ଟ୍ର ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟରେ ସମତୁଲତା ଆଣିବା ପାଇଁ ମୋଦୀଙ୍କ ଏହି ଉଦ୍ୟମକୁ ବିଶ୍ୱ କୂଟନୈତିକ ମହଲ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
ରୁଷ ଓ ନାଟୋ ସମର୍ଥିତ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧର ବିଷମ ପରିଣତି କେବଳ ସେହି ଦୁଇ ରାଷ୍ଟ୍ର ମଧ୍ୟରେ ଏବେ ଆଉ ସୀମିତ ନାହିଁ। ଜଗତୀକରଣ ପରବର୍ତ୍ତୀ ବିଶ୍ୱରେ କୌଣସି ଅଞ୍ଚଳରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଲେ ତାହା କ୍ଷଣକେ ବିଶ୍ୱର କୋଣ ଅନୁକୋଣକୁ ପ୍ରଭାବିତ କରୁଛି, ଯାହା ଏବେ ରୁଷ-ୟୁକ୍ରେନ୍ ଯୁଦ୍ଧରେ ଦେଖିବାକୁ ମିଳିଛି। ୟୁକ୍ରେନ ଓ ରୁଷିଆ ଉଭୟ ବିଶ୍ୱର ପ୍ରମୁଖ ଖାଦ୍ୟ, ତୈଳ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ରପ୍ତାନିକାରୀ ଦେଶ। ଯୁଦ୍ଧ ଯୋଗୁଁ କୃଷ୍ଣସାଗର ସମେତ ରୁଷ ଓ ୟୁକ୍ରେନ୍ର ସବୁ ପ୍ରମୁଖ ବନ୍ଦର ଏକପ୍ରକାର ଅଚଳ ଅବସ୍ଥାରେ ରହିଛି। ୟୁରୋପକୁ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡ଼ିଛି। ରୁଷିଆ ଓ ୟୁକ୍ରେନ୍ରୁ ଖାଦ୍ୟ ଶସ୍ୟ ୟୁରୋପ, ଆମେରିକା, ଆଫ୍ରିକା ଓ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳକୁ ଯାଇପାରୁ ନାହିଁ। ସମଗ୍ର ୟୁରୋପରେ ଏବେ ଅଟା ଓ ଚାଉଳ ସଙ୍କଟ ଦେଖାଦେଇଛି।
ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏକପକ୍ଷରେ ଆଭ୍ୟନ୍ତରୀଣ ଡାଲି ଓ ଗହମ ଚାହିଦା ପୂରଣ ପାଇଁ ୟୁକ୍ରେନ୍ରୁ ଭାରତ ଯେଉଁ ଆମଦାନୀ କରୁଥିଲା ତାହା ବନ୍ଦ ହୋଇଯାଇଛି। ତେଣୁ ବାଧ୍ୟ ହୋଇ ଭାରତ ଏହାର ଗହମ ଓ ଚାଉଳ ରପ୍ତାନୀ ଉପରେ କଟକଣା ଲାଗୁ କରିଛି। ଏହାଫଳରେ ବିଶ୍ୱକୁ କ୍ଷୁଧାମୁକ୍ତ କରିବା ପାଇଁ ଭାରତ ଯେଉଁ ମହତ୍ ଅଭିଯାନ ଆରମ୍ଭ କରିଥିଲା ତାହା ମଧ୍ୟ ଏବେ ବ୍ୟାହତ ହୋଇଛି। ରୁଷିଆ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ବଢ଼଼ୁଛି। ଏହି କାରଣରୁ ୟୁକ୍ରେନ୍-ରୁଷିଆ ଲଢ଼େଇର ଶୀଘ୍ର ଓ ସ୍ଥାୟୀ ଅବସାନ ଭାରତ ଚାହୁଁଛି। ଗତ ବର୍ଷ ଅଗଷ୍ଟ ମାସରେ ସାଉଦି ଆରବର ଜେଡ୍ଡାଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ବୈଠକରେ ଜାତିସଂଘର ନିୟମାବଳୀ ଓ ଆନ୍ତର୍ଜାତିକ ଆଇନର ବ୍ୟବସ୍ଥା ଅନୁସାରେ ଏହି ଯୁଦ୍ଧର ତୁରନ୍ତ ଅବସାନ ଘଟାଇବାକୁ ଭାରତ ପାରୁପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ରୁଷ୍ ଓ ୟୁକ୍ରେନ୍କୁ ଯୁଦ୍ଧର ଅବସାନ କରି ଶାନ୍ତି ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।
ରୁଷ୍ ଓ ୟୁକ୍ରେନ୍ ଗସ୍ତ ଜରିଆରେ ମୋଦୀ ବିଶ୍ୱକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଭାରତ ଏବେ ଆଉ ଆମେରିକା ଓ ପାଶ୍ଚାତ୍ୟ ବିଶ୍ୱର ଦୟା ବା ସହାନୁଭୂତିର ପାତ୍ର ନୁହେଁ କି କଟକଣାର ନାଲି ଆଖିରେ ଡରି ଯିବାର ସ୍ଥିତିରେ ନାହିଁ। ତେଣୁ ଆମେରିକାର କଟକଣା ଧମକ ସତ୍ତ୍ବେ ମୋଦୀ ରୁଷ ଗସ୍ତରେ ଯାଇ ପୁଟିନ୍ଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ଏବଂ ରୁଷରୁ ସୁଲଭ ମୂଲ୍ୟରେ ତୈଳ ଆମଦାନୀ ଜାରି ରଖିଛନ୍ତି। ସେହିପରି ମୋଦୀଙ୍କ ୟୁକ୍ରେନ୍ ଗସ୍ତ ଏହି ସନ୍ଦେଶ ଦେଉଛି ଯେ ଭାରତ କାହା ସହିତ ଶତ୍ରୁ ହେବାକୁ ଚାହେଁ ନାହିଁ କି ବିଶ୍ୱର କଲ୍ୟାଣ ଦୃଷ୍ଟିରୁ ସମୟୋପଯୋଗୀ ପଦକ୍ଷେପ ନେବାକୁ କୁଣ୍ଠିତ ହୁଏ ନାହିଁ। ବସ୍ତୁତଃ ଆଜିର ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ଘଡ଼ି ଘଡ଼ିକେ ଭୂରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ଘଟୁଥିବାରୁ କେହି ଦୀର୍ଘକାଳ ବନ୍ଧୁ କିମ୍ବା ଶତ୍ରୁ ହୋଇ ରହିପାରିବ ନାହିଁ। ଏଥିରେ ନିଜର ଓ ବିଶ୍ୱର କଲ୍ୟାଣ ବଦଳରେ ଅନିଷ୍ଟ ହେବା ହିଁ ସାର ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଜରିଆରେ ଭାରତ ବିଶ୍ୱକୁ ଏହି ବାର୍ତ୍ତା ମଧ୍ୟ ଦେବାକୁ ଚାହୁଁଛି ଯେ ଶାନ୍ତି, ଅହିଂସାର ମନ୍ତ୍ର ସ୍ରଷ୍ଟା ବୁଦ୍ଧଙ୍କ ଏହି ଭୂମି ଆଜି ମଧ୍ୟ ତାହାର ଗୋଷ୍ଠୀନିରପେକ୍ଷ ରାଷ୍ଟ୍ର ନୀତିରୁ ବିଚ୍ୟୁତ ହୋଇନାହିଁ।
ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଜାରି ରହିଛି। ଆଉ ଅଧିକ କାଳ ଏହି ଯୁଦ୍ଧ ଚାଲିଲେ ସମଗ୍ର ବିଶ୍ୱର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିବ ନାହିଁ। ତେଣୁ ନିକଟରେ ଜି-୨୦ ଅଧ୍ୟକ୍ଷତା କରିଥିବା ଭାରତ ଦୁଇ ବିବଦମାନ ପକ୍ଷ ସହିତ କଥାବାର୍ତ୍ତା ଉଦ୍ୟମ କରିବା ସ୍ୱାଭାବିକ। ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଭାରତର ମତ ହେଉଛି ଅଖଣ୍ଡତା ଓ ସାର୍ବଭୌମକୁ ସମସ୍ତେ ସମ୍ମାନ ଦେଲେ ଯୁଦ୍ଧର ଅବସାନ ଘଟିବ ଓ ସ୍ଥାୟୀ ଶାନ୍ତି ସମ୍ଭବ ହେବ। ଏହି ମହତ୍ ଲକ୍ଷ୍ୟ ଓ ବାର୍ତ୍ତା ନେଇ ପ୍ରଧାନମନ୍ତ୍ରୀ ଦୁଇ ଯୁଦ୍ଧଲିପ୍ତ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି। ସମଗ୍ର ବିଶ୍ୱ ଗୋଟିଏ ପରିବାର ସଦସ୍ୟ ବୋଲି ମନେ କଲେ ବିଶ୍ୱ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ନୁହେଁ। କିନ୍ତୁ ଯୁଦ୍ଧ ବିଳାସକୁ ଅଗ୍ରାଧିକାର ଦେଉଥିବା ପାଶ୍ଚାତ୍ୟ ରାଷ୍ଟ୍ର ଓ ବିସ୍ତାରବାଦୀ ଚୀନ୍କୁ ବୁଝାଇବ କିଏ? ଭାରତ ଏ ଦିଗରେ ଯେଉଁ ସାଧୁ ଉଦ୍ୟମ ଆରମ୍ଭ କରିଛି ସେଥିରେ ‘ପିସ୍ ଫାଷ୍ଟ’ ବା ‘ଶାନ୍ତି ପ୍ରଥମ’ ନୀତିକୁ ଯୋଡ଼ିବାର ଆବଶ୍ୟକତା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ଉଦ୍ୟମ ସଫଳ ହେଲେ ବିଶ୍ୱ ଶାନ୍ତି ପ୍ରତିଷ୍ଠାରେ ମାଇଲଖୁଣ୍ଟ ସ୍ଥାପନ୍ତ ହେବ ଏବଂ ବିଶ୍ୱ ଦରବାର ଓ ଜାତିସଂଘରେ ଭାରତର ମର୍ଯ୍ୟାଦା ଓ ଗରିମା ଆହୁରି ବୃଦ୍ଧି ପାଇବ।