ଶକ୍ତି ଓ ଶାନ୍ତି

The Sakala Picture
Published On

ଅଣୁଅସ୍ତ୍ର ପ୍ରସାରଣ ନିରୋଧ ଚୁକ୍ତିରେ ସ୍ୱାକ୍ଷର କରିଥିବା ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ନେଇ କ୍ରମାଗତ ଭାବେ ଆପତ୍ତି ଦର୍ଶାଇ ଆସିଛନ୍ତି ଆମେରିକା, ଇସ୍ରାଏଲ୍‌‌ ଓ ସେମାନଙ୍କ ସହଯୋଗୀ ୟୁରୋପୀୟ ରାଷ୍ଟ୍ର ସମୂହ। ଅପରପକ୍ଷରେ ସେମାନଙ୍କ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ନଥÒବା ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)ସ୍ପଷ୍ଟ କରିଛି। ଏହାସତ୍ତ୍ବେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌‌ର ପ୍ରାଧାନ୍ୟ ଓ ପତିଆରା ସୁନିଶ୍ଚିତ କରିବା ଏବଂ ଇରାନ୍‌‌ର ତୈଳଭଣ୍ଡାର ଓ ପ୍ରାକୃତିକ ବାଷ୍ପ ଉପରେ ଏକଚାଟିଆ ଅଧିକାର ଜାହିର କରିବା […]

ଅଣୁଅସ୍ତ୍ର ପ୍ରସାରଣ ନିରୋଧ ଚୁକ୍ତିରେ ସ୍ୱାକ୍ଷର କରିଥିବା ଇରାନ୍‌ର ଆଣବିକ କାର୍ଯ୍ୟକ୍ରମ ନେଇ କ୍ରମାଗତ ଭାବେ ଆପତ୍ତି ଦର୍ଶାଇ ଆସିଛନ୍ତି ଆମେରିକା, ଇସ୍ରାଏଲ୍‌‌ ଓ ସେମାନଙ୍କ ସହଯୋଗୀ ୟୁରୋପୀୟ ରାଷ୍ଟ୍ର ସମୂହ। ଅପରପକ୍ଷରେ ସେମାନଙ୍କ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ନଥÒବା ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)ସ୍ପଷ୍ଟ କରିଛି। ଏହାସତ୍ତ୍ବେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍‌‌ର ପ୍ରାଧାନ୍ୟ ଓ ପତିଆରା ସୁନିଶ୍ଚିତ କରିବା ଏବଂ ଇରାନ୍‌‌ର ତୈଳଭଣ୍ଡାର ଓ ପ୍ରାକୃତିକ ବାଷ୍ପ ଉପରେ ଏକଚାଟିଆ ଅଧିକାର ଜାହିର କରିବା ସକାଶେ ଆମେରିକାର କ୍ରମାଗତ ଉଦ୍ୟମର ପ୍ରତିଫଳନ ଘଟିଛି ସାମ୍ପ୍ରତିକ ଘଟଣାକ୍ରମରେ। ଇରାନ୍‌‌ରେ ନେତୃତ୍ବ ପରିବର୍ତ୍ତନ ମାଧ୍ୟମରେ ତାହାର ପ୍ରାକୃତିକ ସମ୍ପଦକୁ ନିୟନ୍ତ୍ରଣାଧୀନ କରିବାର ଅଭିପ୍ରାୟ ଏହି ବିବାଦର ମୂଳ ମଞ୍ଜି। ଜୁନ୍‌‌ ୧୩ ତାରିଖରେ ଇସ୍ରାଏଲ୍‌‌ର ଅତର୍କିତ ଆକ୍ରମଣରେ ଇରାନ୍‌‌ ସେନାବାହିନୀର କେତେଜଣ ପ୍ରମୁଖ ଅଧିକାରୀ ଓ ଆଣବିକ ବୈଜ୍ଞାନିକ ନିହତ ହେବା ସହ ଇରାନ୍‌ର ଆଣବିକ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପରବର୍ତ୍ତୀ ପ୍ରତିଶୋଧାତ୍ମକ ଆକ୍ରମଣରେ ଇରାନ୍‌‌ର ବାଲାଷ୍ଟିକ୍‌‌ ସୁପରସୋନିକ୍‌‌ କ୍ଷେପଣାସ୍ତ୍ର ଇସ୍ରାଏଲ୍‌ରେ ଯେଉଁ ବିପର୍ଯ୍ୟୟ ଘଟାଇଛି ତାହା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌‌ ନେତାନ୍ୟାହୁଙ୍କ ନିଦ ହଜାଇ ଦେଇଛି। ଇସ୍ରାଏଲ୍‌ବାସୀ ବଙ୍କରରେ ଆଶ୍ରୟ ନେବାର ବାଧ୍ୟବାଧକତା ସୃଷ୍ଟି ହୋଇଛି। ଏହି ଅସହାୟ ପରିସ୍ଥିତିରେ ସାହାଯ୍ୟ କରିବା ସକାଶେ ଆମେରିକା ରବିବାର ଇରାନ୍‌‌ର ଆଣବିକ କେନ୍ଦ୍ର ଉପରେ ଯେଉଁ ପାତାଳଭେଦୀ ବୋମା ମାଡ଼ କରିଛି ତାହାର ପରିଣାମର ଭୟାବହତା ସମ୍ପର୍କରେ ଚିନ୍ତା କଲେ ମନେ ହେଉଛି ମଧ୍ୟପ୍ରାଚ୍ୟ ହିଁ ତୃତୀୟ ବିଶ୍ୱଯୁଦ୍ଧର କେନ୍ଦ୍ରସ୍ଥଳ ପାଲଟିବ।

ଇସ୍ରାଏଲ୍‌‌ ଓ ଇରାନ୍‌‌ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଜେନେଭାରେ ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ସହ ଇରାନ୍‌ ବୈଦେଶିକ ମନ୍ତ୍ରୀ ଅାବାସ୍‌ ଆରାଗ୍‌ଛି ଆଲୋଚନା କରିଥିବା ବେଳେ ଆମେରିକା ଏହି ଅତର୍କିତ ଆକ୍ରମଣ କରିଛି। ଅପ୍ୟପକ୍ଷରେ ଜି୭ ବୈଠକରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦର୍ଶାଇ ଆମେରିକା ଫେରି ଆସିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁରକ୍ଷା ଅଧିକାରୀଙ୍କ ସହ ଇରାନ୍‌‌ ପ୍ରସଙ୍ଗରେ ଆଲୋଚନା ପରେ ଆପୋସ ସମାଧାନ ସକାଶେ ଦୁଇସପ୍ତାହ ସମୟ ନେଇ ପୁଣି ତାହାର ଖିଲାପ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଏହି ଯୁଦ୍ଧ ବା ସାମରିକ କାର୍ଯ୍ୟକଳାପର ଅବସାନ ପାଇଁ ଯେଉଁ ସୁଯୋଗ ଥିଲା ତାହାର ପରିସମାପ୍ତି ଘଟିଛି। ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆମେରିକା ପାତାଳଭେଦୀ ବୋମା ଜି ବିୟୁ-୫୭ ବୋମା ମାଡ଼ କରିବା ପରେ ଇରାନ୍‌‌ର ବୈଦେଶିକ ମନ୍ତ୍ରୀ ଆବାସ୍‌ କହିଛନ୍ତି ଯେ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରୁ ତାଙ୍କ ଦେଶ ଓହରି ଆସିବ। ଦେଶର ସାର୍ବଭୌମତା ଏବଂ ନାଗରିକଙ୍କ ନିରାପତ୍ତା ରକ୍ଷା ପାଇଁ ଇରାନ୍‌‌ ସାମରିକ ମୁକାବିଲା କରିବାକୁ ବାଧ୍ୟ ହେବ। ଅପରପକ୍ଷରେ ଆମେରିକାର ସର୍ବଶକ୍ତିମାନ ପାତାଳଭେଦୀ ବେମା ଇରାନ୍‌‌ ଆଣବିକ କାର୍ଯ୍ୟକ୍ରମରେ କୌଣସି କ୍ଷତି ଘଟାଇପାରିନାହିଁ। ଏହି ଆକ୍ରମଣର ୪୮ ଘଣ୍ଟା ପୂର୍ବରୁ ୟୁରାନିୟମ ଓ ଗବେଷଣା ଯନ୍ତ୍ରପାତିକୁ ଇରାନ୍‌ ସ୍ଥାନାନ୍ତର କରିଦେଇଥÒବା କୁହାଯାଉଛି। ତଥାକଥିତ ଶକ୍ତିଶାଳୀ ବୋମାମାଡ଼ରେ ୟୁରାନିୟମ ତେଜଷ୍କ୍ରିୟ ରଶ୍ମି ବିକିରଣ ହୋଇନାହିଁ। ତେଣୁ ଆଣବିକ କେନ୍ଦ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବସବାସ କରୁଥିବା ଲୋକଙ୍କୁ ଇରାନ୍‌ ସରକାର ନିର୍ଭୟ ରହିବାକୁ ପରାମର୍ଶ ଦେଇଛନ୍ତି।

ଆମେରିକାର ଏହି ପ୍ରତ୍ୟକ୍ଷ ଆକ୍ରମଣ ପୂର୍ବରୁ ଇରାନ ସମ୍ଭାବ୍ୟ ବିପଦକୁ ଟାଳିବା ସକାଶେ ଯେଉଁ ପଦକ୍ଷେପ ଗ୍ରହଣ କଲା, ତାହାର ପୃଷ୍ଠଭାଗରେ ଆଉ କିଛି ମସୁଧା ନାହିଁ। ଏହାକୁ ନେଇ ନାନା କଥା ଓ ନାନା ବିଚାର ଚାଲିଛି। ଇସ୍ରାଏଲ୍‌‌ର ହାଇଫା ବନ୍ଦର, ରାଜଧାନୀ ତେଳ୍‌‌ ଆଭିଭ୍‌‌, ସାମରିକ ଓ ଷ୍ଟ୍ରକ୍‌‌ ମାର୍କେଟ୍‌‌ କାର୍ଯ୍ୟାଳୟ ଏବଂ ମୋସାଦ୍‌‌ ମୁଖ୍ୟାଳୟ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରି ଇରାନ୍‌‌ ଯେଉଁ ବିପର୍ଯ୍ୟୟ ଘଟାଇଛି ତାହା ପାଶ୍ଚାତ୍ୟ ସମ୍ବାଦ ସରବରାହ ସଂସ୍ଥାରେ ସ୍ଥାନ ନ ପାଇଲେ ମଧ୍ୟ ଟ୍ରମ୍ପ୍‌‌ ନିକଟରେ ନିଶ୍ଚୟ ସଠିକ୍‌‌ ଖବର ଥିବ। ଇସ୍ରାଏଲ୍‌‌ର ଅଭେଦ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍‌‌ ଡୋମ୍‌‌ ଇରାନ୍‌‌ର କ୍ଷେପଣାସ୍ତ୍ରକୁ ଅଟକାଇ ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକାର ଆକ୍ରମଣ ପରେ ଇରାନ୍‌‌ ପୁଣି ଜୋରଦାର ଅଧିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ର ମାଡ଼ କରି ଇସ୍ରାଏଲ୍‌‌ର ବିପୁଳ କ୍ଷୟକ୍ଷତି ଘଟାଇଛି। ନେତାନ୍ୟାହୁ ଭାବିଥିଲେ ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ଇରାନ୍‌‌ ଚପିଯିବ। କିନ୍ତୁ ତାହା ଇସ୍ରାଏଲ୍‌‌ ସକାଶେ ଅଧିକ ବିନାଶକାରୀ ସାବ୍ୟସ୍ତ ହୋଇଛି। ମଧ୍ୟପ୍ରାଚ୍ୟର କାତାର, ଓମାନ୍‌‌, ସାଉଦୀ ଆରବ ଓ ଆରବ ଏମିରେଟ୍‌‌ସରେ ଥିବା ୪୦ ହଜାର ଆମରେିକୀୟ ସେନା ଓ ଯୁଦ୍ଧ ବିମାନ ସମେତ ଅନ୍ୟାନ୍ୟ ସାମରିକ ସରଞ୍ଜାମ ପ୍ରତି ମଧ୍ୟ ବିପଦର ଆଶଙ୍କା ଅଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ପାଣ୍ଠି ଯେଗାଣ ଓ ସମର୍ଥନ ବିନିମୟରେ ଇସ୍ରାଏଲ୍‌କୁ ‌ ସମର୍ଥନ ଦେବା ସହିତ ଆମେରିକା ଯୁନ୍ଧକୁ ଓହ୍ଲାଇଛି। ନେତାନ୍ୟାହୁଙ୍କୁ ଖୁସି କରିବା ପାଇଁ ଟ୍ରମ୍ପଙ୍କ ଇଏ ଏକରକମ କାରସାଦିପୂର୍ଣ୍ଣ କାର୍ଯ୍ୟକଳାପ ନଥÒଲା ତ? ଏହି ପ୍ରଶ୍ନଠାରୁ ଅଧିକ କ’ଣ ଚିନ୍ତା କରାଯାଇପାରେ? ଯଦି ଆମେରିକା ପୂର୍ଣ୍ଣ ଯୁଦ୍ଧ ପାଇଁ ରଣକ୍ଷେତ୍ରକୁ ଓହ୍ଲାଇ ପଡ଼ିବ, ତେବେ ଇରାନ୍‌‌ ସମର୍ଥନରେ ରୁଷିଆ, ଚୀନ୍‌‌ ଓ ଉତ୍ତରକୋରିଆ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇ ଆସିବା କିଛି ବିଚିତ୍ର ନୁହେଁ। ଯେତେଦୂର ମନେ ହୁଏ ଇରାନ୍‌‌ର ପାଲଟା ଜବାନ୍‌‌ରେ ଇସ୍ରାଏଲ୍‌‌ର ଆଗକୁ ସ୍ଥିତି କ’ଣ ହେଉଛି ତାହାକୁ ଟ୍ରମ୍ପ ପୁଣି କିଛିଦିନ ସମୟ ଦେଇ ତାହା ଉପରେ ନିଘା ରଖିବେ। ସମ୍ପର୍କ ଦାୟରେ ସମଗ୍ର ବିଶ୍ୱକୁ ଯୁଦ୍ଧ ଘନଘଟାରେ ସାମିଳ୍‌‌ କରିବା ଔଚିତ୍ୟ ନେଇ ସେ ନିଶ୍ଚୟ ଚିନ୍ତା କରିବେ।

ଇରାନ୍‌‌ରେ ସଦ୍ଦାମ ହୁସେନ୍‌‌ଙ୍କ ନେତୃତ୍ୱ ପରିବର୍ତ୍ତନ ପାଇଁ ମିଥ୍ୟା ଆରୋପକୁ ଆଳ କରି ଆମେରିକା ଯେଉଁ ଯୁଦ୍ଧ କରିଥିଲା ତାହାକୁ ଇରାନ୍‌‌ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବ। ତେେବ ସଫଳତା ହାସଲ କରିବା ଏତେ ସହଜ ହେବନି। ତିନିବର୍ଷ ଧରି ରୁଷ ୟୁକ୍ରେନ୍‌‌ ଯୁଦ୍ଧ ଚାଲିଛି। ନାଟୋ ସହଯୋଗୀମାନେ ସମସ୍ତ ପ୍ରକାର ସାମରିକ ସହଯୋଗ ଯୋଗାଉଥିଲେ ମଧ୍ୟ ୟୁକ୍ରେନ୍‌‌ର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭିଏତ୍‌ନାମଠାରୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ କେଉଁଠାରେ ଜିତାପଟ ହାସଲ କରିନାହିଁ ଆମେରିକା। ବିନିମୟରେ ବିପୁଳ ଅର୍ଥ ଓ ସାମରିକ ଶକ୍ତି ଅପଚୟ କରିଛି। ଧର୍ମୀୟ ଶାସନ ବ୍ୟବସ୍ଥା ସତ୍ତ୍ବେ ଇରାନ୍‌‌ବାସୀ ବେଶ୍‌‌ ପ୍ରଗତିଶୀଳ ବୈଷୟିକ ଜ୍ଞାନକୌଶଳରେ ଧୁରୀଣ। ସେମାନେ ଏବେ ରାଷ୍ଟ୍ରବାଦରେ ଉଦ୍‌‌ବୁଦ୍ଧ ହୋଇ ଦେଶ ପାଇଁ ଲଢ଼ିବାକୁ ବଦ୍ଧପରିକର। ସମୟ କହିବ ଏ ଯୁଦ୍ଧର ଗତି କେଉଁ ଆଡ଼କୁ ଯିବ। ଶକ୍ତି ପ୍ରୟୋଗ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାର ଯେଉଁ ସ୍ପନ୍ନ ନେତାନ୍ୟାହୁ ଦେଖୁଛନ୍ତି ତାହା ସାକର ହେବା ଏତେ ସହଜ ନୁହେଁ।

24 Jun 2025 By The Sakala

https://www.thesakala.in/sakala-editorial/sakala-editorial-24-06-2025/article-41314
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର