ଆମ ବରିଷ୍ଠ ନାଗରିକ ଓ ରୌପ୍ୟ ଅର୍ଥନୀତି
‘ନିତି’ ଆୟୋଗ ପକ୍ଷରୁ ଦେଶର ବରିଷ୍ଠ ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ଦେଶର ଅର୍ଥନୈତିକ ବିକାଶ ଢାଞ୍ଚାରେ ଅଧିକରୁ ଅଧିକ କିପରି ସାମିଲ କରାଯାଇ ପାରିବ, ନିକଟରେ ତାହାର ଏକ ରିପୋର୍ଟ (ଭାରତରେ ବରିଷ୍ଠ ନାଗରିକଙ୍କ ଯତ୍ନରେ ସଂସ୍କାର ଓ ପୁନଃପରିକଳ୍ପନା) ପ୍ରସ୍ତୁତ କରାଯାଇ ଏହା ଉପରେ ବିଭିନ୍ନ ମହଲରୁ ମତାମତ ଆହ୍ୱାନ କରାଯାଇଛି। ରିପୋର୍ଟଟି ଏଥିପାଇଁ ଗୁରୁତ୍ୱ ବହନ କରେ ଯେ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ବରିଷ୍ଠ ନାଗରିକଙ୍କ […]
‘ନିତି’ ଆୟୋଗ ପକ୍ଷରୁ ଦେଶର ବରିଷ୍ଠ ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ଦେଶର ଅର୍ଥନୈତିକ ବିକାଶ ଢାଞ୍ଚାରେ ଅଧିକରୁ ଅଧିକ କିପରି ସାମିଲ କରାଯାଇ ପାରିବ, ନିକଟରେ ତାହାର ଏକ ରିପୋର୍ଟ (ଭାରତରେ ବରିଷ୍ଠ ନାଗରିକଙ୍କ ଯତ୍ନରେ ସଂସ୍କାର ଓ ପୁନଃପରିକଳ୍ପନା) ପ୍ରସ୍ତୁତ କରାଯାଇ ଏହା ଉପରେ ବିଭିନ୍ନ ମହଲରୁ ମତାମତ ଆହ୍ୱାନ କରାଯାଇଛି। ରିପୋର୍ଟଟି ଏଥିପାଇଁ ଗୁରୁତ୍ୱ ବହନ କରେ ଯେ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ପ୍ରତିବର୍ଷ ଏମାନଙ୍କ ସଂଖ୍ୟା ବଢ଼଼ୁଛି ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକେ ‘ବରିଷ୍ଠ ନାଗରିକ’ ଭାବେ ଗଣ୍ୟ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୬୦ ବର୍ଷ ପରେ ମଧ୍ୟ ଅନେକ ଉପାର୍ଜନ କରିବାକୁ ସକ୍ଷମ; କିନ୍ତୁ ସେମାନଙ୍କୁ ଆବଶ୍ୟକତା ତୁଳନାରେ ସୁବିଧା ସୁଯୋଗ ମିଳେ ନାହିଁ। କେବଳ ସରକାରୀ କ୍ଷେତ୍ରକୁ ଛାଡ଼ି ଅନ୍ୟ କେଉଁଠି ଅବସର ପରବର୍ତ୍ତୀ ପେନ୍ସନ / ଭତ୍ତା ସୁବିଧା ଆଖିଦୃଶିଆ ନୁହେଁ। ସରକାରୀ ପେନ୍ସନ ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ୭୫ ଲକ୍ଷ। ଆଉ ସେତିକି ଲୋକ ଇପିଏଫ୍ ପେନ୍ସନ୍ ଭୋଗୀ, ଯେଉଁମାନଙ୍କର ମାସିକ ପେନ୍ସନ୍ ସର୍ବନିମ୍ନ ୧୦୦୦ ରୁ ସର୍ବାଧିକ ୬୦୦୦ ଟଙ୍କା ଭିତରେ। ଏହାବାଦ୍ ପେନ୍ସନ୍ଭୋଗୀ ତାଲିକାରେ ପ୍ରତିରକ୍ଷା ବିଭାଗରେ ଅଣସୈନିକ ତଥା ସୀମିତ ଅବଧି ପାଇଁ ନିଯୁକ୍ତି ପରେ ଅବସର ନେଇଥିବା ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମିଲ୍ ଅଛନ୍ତି। ଏହାବ୍ୟତୀତ ମାସିକ ୧୦୦୦ ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟା ସାରା ଦେଶରେ ମୋଟ୍ ବୟସ୍କ ନାଗରିକଙ୍କ ମଧ୍ୟରୁ ପ୍ରାୟ ୨୫ ଭାଗ। ଏଭଳି ସ୍ଥିତିରେ ନିତି ଆୟୋଗର ଏହି ରିପୋର୍ଟ ଓ ସ୍ଥିତିପତ୍ର ପ୍ରଶାସନିକ ନୀତିର ପ୍ରକ୍ଷେପଣ ପାଇଁ ବିଶାଳ କ୍ଷେତ୍ରକୁ ସୂଚିତ କରେ। ସୁତରାଂ ବରିଷ୍ଠ ନାଗରିକମାନଙ୍କୁ କିଭଳି ଆର୍ଥିକ ଦୃଷ୍ଟିରୁ ସବଳ କରାଯାଇ ପାରିବ ଏବଂ ସେମାନଙ୍କ ଅଭିଜ୍ଞତା ଓ ସାମର୍ଥ୍ୟକୁ ଦେଶ ଗଠନରେ ବିନିଯୋଗ କରି ହେବ, ତାହା ନିଶ୍ଚିତ ଏକ ଉତ୍ତମ ବିଚାରଯୋଗ୍ୟ ପ୍ରସ୍ତାବ।
ଭାରତର ଜନସାଂଖ୍ୟିକ ବିଶେଷତ୍ୱ ହେଲା ଦେଶରେ କାମ କରିବା ବୟସର ଲୋକଙ୍କ ସଂଖ୍ୟା (ବିଶେଷ କରି ଯୁବବର୍ଗ) ବଢ଼଼ୁଛି। ଦ୍ୱିତୀୟରେ ବିଭିନ୍ନ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ହାର ଭିନ୍ନ ଭିନ୍ନ। ତୃତୀୟଟି ହେଲା ବୟସ୍କ (ବରିଷ୍ଠ) ନାଗରିକଙ୍କ ସଂଖ୍ୟା ବୃଦ୍ଧି। ନିତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ୬୦ ବୟସରୁ ଊର୍ଦ୍ଧ୍ବ ନାଗରିକଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୧୦ ଶତାଂଶ। ଏହା ବଢ଼଼ି ବଢ଼଼ି ୨୦୩୦ ଓ ୨୦୫୦ରେ ଯଥାକ୍ରମେ ମୋଟ୍ ଜନସଂଖ୍ୟାର ୧୨ ଓ ୨୦ ଶତାଂଶ ହୋଇପାରେ। ଏହା ନିତି ଆୟୋଗର ରିପୋର୍ଟ ହୋଇଥିବାରୁ ଏହାକୁ ସରକାରୀ ବୋଲି ଧରାଯିବ। ବାସ୍ତବରେ ୨୦୧୧ ଜନଗଣନା ତଥ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଓ ତାହାର ଆନୁପାତିକ ବୃଦ୍ଧିକୁ ନେଇ ଏହା ମୋଟ୍ ଜନସଂଖ୍ୟାର ପ୍ରାୟ ୨୧ ଭାଗ ବୋଲି ବେସରକାରୀ ଭାବେ କୁହାଯାଉଛି। ପରବର୍ତ୍ତୀ ସମୟରେ ଆନୁପାତିକ ବୃଦ୍ଧିକୁ ହିସାବକୁ ନେଲେ ସମ୍ପ୍ରତି ଆମ ଦେଶରେ ବରିଷ୍ଠଙ୍କ ସଂଖ୍ୟା ପ୍ରାୟ ଦେଢ଼ଗୁଣ ବଢ଼଼ିସାରିଥିବ। ସେ ଯାହା ହେଉ ସର୍ବଶେଷ ଜନଗଣନା ନ ହେବା ଯାଏଁ ଏହି ପରିସଂଖ୍ୟାନ କେବଳ ଅନୁମାନଭିତ୍ତିକ। ତଥାପି ନିତି ଆୟୋଗର ତଥ୍ୟକୁ ଯଦି ବିଚାରକୁ ନିଆଯାଏ, ବୁଢ଼ାବୁଢ଼ୀଙ୍କ ସଂଖ୍ୟା ଏବେ ଭାରତରେ କମ୍ ନୁହେଁ। ସରକାରୀ ଓ ବେସରକାରୀ ହିସାବକୁ ତୁଳନା କଲେ ପ୍ରାୟ ୧୫ କୋଟି ପାର୍ଥକ୍ୟ ଆସୁଛି। କୁହାଯାଏ ଜନସଂଖ୍ୟା ପରିସଂଖ୍ୟାନ ଅନୁମାନ ଅତିବେଶିରେ ‘ଅର୍ଦ୍ଧସତ୍ୟ’! ତେବେ ଏହି ସମସ୍ୟା ଉପରେ ଗମ୍ଭୀର ଆଲୋଚନା ଆବଶ୍ୟକ। ଏଠି ସଂଖ୍ୟା ନୁହେଁ, ବୁଢ଼ା ମଣିଷଙ୍କ କଲ୍ୟାଣ, ଯତ୍ନ ଓ ସଶକ୍ତୀକରଣ କଥା ପଡ଼ିଛି ଏବଂ ଆଗାମୀ ଦିନରେ ଏକ ବିକଶିତ ଭାରତରେ କିଭଳି ଏହି ଅଭିଜ୍ଞ ଓ ବରିଷ୍ଠମାନଙ୍କୁ ଏକ ମୂଲ୍ୟବାନ ମାନବ ସମ୍ପଦ ରୂପେ ବ୍ୟବହୃତ ହୋଇପାରିବ ତଥା ସୁରକ୍ଷିତ ରଖାଯାଇପାରିବ, ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ।
ଆମ ଦେଶରେ ‘ରୌପ୍ୟ ଅର୍ଥନୀତି’ ବା ‘ସିଲଭର ଇକୋନମି’ର ପରିକଳ୍ପନା ଏକ ବାସ୍ତବ ପରିଦୃଶ୍ୟ। ଏଥିରେ ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ, ଉତ୍ପାଦ ଓ ନକ୍ସା (ଡିଜାଇନ୍) ରହିଛି। ଏଥିରେ ଉତ୍ପାଦନ, ଆବଣ୍ଟନ, ସାମଗ୍ରୀ ଓ ସେବାର ଉପଭୋଗ ଆଦି ଅନ୍ତର୍ଭୁକ୍ତ। ବୟସ୍କ ବ୍ୟକ୍ତିମାନଙ୍କ ସାମଗ୍ରିକ କ୍ରୟଶକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ଆବଶ୍ୟକସ୍ଥଳେ ସରକାର ଏଥିରେ ହସ୍ତକ୍ଷେପ କରି ସହାୟତା ଯୋଗାଇଥା’ନ୍ତି। ତେଣୁ ସେହି ‘ରୌପ୍ୟ ଅର୍ଥନୀତି’ର ପରିସରକୁ ଯଦି ଅର୍ଥପୂର୍ଣ୍ଣ ଭାବେ ବୃଦ୍ଧି କରାଯାଇପାରିବ, ତା’ହେଲେ ଦେଶର ବହୁ ବରିଷ୍ଠ ନାଗରିକ ଉପକୃତ ହେବେ ଏବଂ ଜାତୀୟ ଅର୍ଥନୀତିକୁ ମଧ୍ୟ ଲାଭ ମିଳିବ। ତେଣୁ ନିତି ଆୟୋଗ ଏ ନେଇ ଯେଉଁ ସଂକଳ୍ପନା ନକ୍ସା ପ୍ରସ୍ତୁତ କରିଛି, ତାହା ମନ୍ଦ ନୁହେଁ। ଏ କ୍ଷେତ୍ରରେ ସଂସ୍କାର ଆଣି ଏକ ସୁଦୃଢ଼ ଯୋଜନା ମାଧ୍ୟମରେ ଆୟୋଗ ଏହି ବରିଷ୍ଠ ନାଗରିକମାନଙ୍କ ଉତ୍ପାଦନକ୍ଷମ ଓ ସଫଳ ଜୀବନଯାପନକୁ ସୁନିଶ୍ଚିତ କରିପାରିବ। ବରିଷ୍ଠ ନାଗରିକଙ୍କୁ ସମାଜର ଅବିଚ୍ଛେଦ୍ୟ ଅଂଶବିଶେଷ କରିବା ଉଦ୍ୟମ ବିଶେଷ ଗୁରୁତ୍ୱପୂର୍ଣ୍ଣ। ତଥ୍ୟ କହୁଛି, ଆମ ଦେଶର ବୁଢ଼ାବୁଢ଼ୀଙ୍କ ମଧ୍ୟରୁ ୩୩ ଶତାଂଶ ମାନସିକ ଚାପରେ ରହୁଛନ୍ତି। ଏହାଛଡ଼ା ୩୦ ଶତାଂଶ ଭାବନ୍ତି ସେମାନଙ୍କ ବାର୍ଦ୍ଧକ୍ୟ ଜୀବନରେ ସନ୍ତୋଷ ଓ ଶାନ୍ତି ନାହିଁ। ଅତଏବ ଏହି ବରିଷ୍ଠ ବର୍ଗର ଲୋକଙ୍କ ଜୀବନକୁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଯଦି ସହଜ, ସରଳ, ସୁଖଦ ଓ ଆନନ୍ଦମୟ କରିହେବ, ତା’ଠାରୁ ବଡ଼ କଥା ଆଉ କିଛି ନାହିଁ।
ଏସବୁ କଥା ତ ଆପଣାଛାଏଁ ହେବ ନାହିଁ। ବରିଷ୍ଠ ନାଗରିକଙ୍କ ସୁଖ, ଶାନ୍ତି ଓ ଯତ୍ନ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ନିର୍ମାଣ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ଯୋଗାଣ, ସେମାନଙ୍କ ଦକ୍ଷତା ବିକାଶ ଏବଂ ଆବଶ୍ୟକ ସ୍ଥଳେ ଉପାର୍ଜନକ୍ଷମ କରିବାର ବ୍ୟବସ୍ଥା ତିଆରି କରିବାକୁ ପଡ଼ିବ। ସାମାଜିକ ନିରାପତ୍ତାର ପ୍ରଥମ ଆବଶ୍ୟକତା ହେଲା ଅର୍ଥ। ଏହା ଭତ୍ତା ହେଉ କିମ୍ବା ପେନ୍ସନ୍ ବା ଅନ୍ୟ ଯେକୌଣସି ପ୍ରକାର ନିଶ୍ଚିତ ମାସିକ ଆୟ। ଦ୍ୱିତୀୟ କଥା ହେଲା ଖାଦ୍ୟ, ଆବାସ ଓ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତିବଦ୍ଧ ନିରାପତ୍ତା। ଆଜିକାଲି ପରିବାରର ସଦସ୍ୟମାନେ ବିଭିନ୍ନ କାରଣରୁ ବୟସ୍କମାନଙ୍କ ଉପଯୁକ୍ତ ଯତ୍ନ ନେଇ ପାରୁନାହାନ୍ତି। ତେଣୁ ଅନେକ ବୁଢ଼ାବୁଢ଼ୀ ନିଜ ପିଲାଙ୍କ ପାଇଁ ଏକ ପ୍ରକାର ବୋଝ ଭାବେ ବିବେଚିତ ହୋଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସୁତରାଂ ପରିବାରର ବୋଝକୁ ହାଲକା କରିବାକୁ ବୟସ୍କ ନାଗରିକଙ୍କ ପାଇଁ ସରକାର ଓ ଦେଶର ମଧ୍ୟ କିଛି କରିବାର ଅଛି। ସେ ବିଷୟରେ ଚିନ୍ତା କରିବାର ସମୟ ଏବେ ଆସିଛି। ସେମାନଙ୍କ ପାଇଁ ବାଧ୍ୟତାମୂଳକ ବୀମା ବ୍ୟବସ୍ଥା, ରିକସ ରିହାତି, ସରକାରୀ ଭତ୍ତା ଯୋଗାଣ, ବୟସ୍କଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀର ମୂଲ୍ୟ ହ୍ରାସ, ବାଧ୍ୟତାମୂଳକ ସ୍ୱାସ୍ଥ୍ୟସେବା ଓ ଯତ୍ନ ତଥା ଆଶ୍ରୟ ବ୍ୟବସ୍ଥା କରାଯିବା ଉଚିତ।
ଭାରତର ସଞ୍ଚୟ ସଂସ୍କୃତି କ୍ରମଶଃ ବ୍ୟାପକ ହେଉଛି। ବୁଢ଼ାବୁଢ଼ୀମାନେ ଏବେ ମଧ୍ୟ ଏକ ଶକ୍ତିଶାଳୀ ଖାଉଟି ଓ ବିଶାଳ ସଞ୍ଚୟକାରୀ ବର୍ଗ। ଭାରତର ଏହି ‘ରୌପ୍ୟ ଅର୍ଥନୀତି’ର ଆକାର ପ୍ରାୟ ୭ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି। ତେଣୁ ଏହି ବରିଷ୍ଠ ନାଗରିକ ବର୍ଗଙ୍କ ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ଼ କଲେ ଆମ ଅର୍ଥନୈତିକ ଅଭିବୃଦ୍ଧି ବଢ଼଼ିବ। ନିତି ଆୟୋଗର ଏଭଳି ପ୍ରସ୍ତାବ ଉପରେ ବ୍ୟାପକ ବିଚାରବିମର୍ଶ ହୋଇ ଏହା କାର୍ଯ୍ୟକାରୀ ହେବା ଉଚିତ।