ନୂତନ ସଂସଦ ଭବନ ଉଦ୍ଘାଟନ ବିବାଦ; ସାମ୍ବିଧାନିକ ଗରିମା ବଜାୟ ରହୁ
ଭାରତର ନୂତନ ସଂସଦ ଭବନର ଉଦ୍ଘାଟନ ଘେନି ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ ନ କରି ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ଭବନ ଉଦ୍ଘାଟିତ ହେବା ଉଚିତ ବୋଲି ବିରୋଧୀ ଦଳର ନେତାମାନେ ମତ ଦେବା ସହିତ ଏଥିପାଇଁ ଦାବି ଉପସ୍ଥାପନ କରୁଛନ୍ତି। ଇତିମଧ୍ୟରେ ନୂତନ ସଂସଦ ଭବନର ଉଦ୍ଘାଟନ ଘେନି ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚଳିତ ମେ’ […]
ଭାରତର ନୂତନ ସଂସଦ ଭବନର ଉଦ୍ଘାଟନ ଘେନି ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ ନ କରି ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ଭବନ ଉଦ୍ଘାଟିତ ହେବା ଉଚିତ ବୋଲି ବିରୋଧୀ ଦଳର ନେତାମାନେ ମତ ଦେବା ସହିତ ଏଥିପାଇଁ ଦାବି ଉପସ୍ଥାପନ କରୁଛନ୍ତି। ଇତିମଧ୍ୟରେ ନୂତନ ସଂସଦ ଭବନର ଉଦ୍ଘାଟନ ଘେନି ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚଳିତ ମେ’ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ ସଂସଦ ଭବନକୁ ଉଦ୍ଘାଟନ କରିବେ।
ବ୍ରିଟିଶ ଶାସନକାଳର ପୁରୁଣା ସଂସଦ ଭବନ ନିକଟରେ ଭାରତର ନୂଆ ସଂସଦ ଭବନ ନିର୍ମିତ ହୋଇଛି। ପରିବର୍ତ୍ତିତ ସମୟର ଆବଶ୍ୟକତା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଭବନ ତିଆରି ହୋଇଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଓ ସବୁଠୁ ଜନବହୁଳ ଦେଶ ପାଇଁ ନିଶ୍ଚିତ ଏହା ଏକ ବଡ଼ ଉପଲବ୍ଧି। ଏହି ଭବନ କାର୍ଯ୍ୟକ୍ଷମ ହେବା ଦେଶ ପାଇଁ ନିଶ୍ଚିତ ଏକ ଗର୍ବ ଓ ଗୌରବର ବିଷୟ। ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଲୋକସଭା ସଚିବାଳୟ ପକ୍ଷରୁ ଏହାକୁ ଆତ୍ମନିର୍ଭରଶୀଳ ଭାରତର ପ୍ରତୀକ ଭାବେ ଦର୍ଶାଯାଇଛି। ଏହାର ଉଦ୍ଘାଟନ ପାଇଁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଆମନ୍ତ୍ରଣ ମଧ୍ୟ ଜଣାଇଛନ୍ତି।
ଆମ ବିଚାରରେ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ସଂସଦୀୟ ଗରିମା ରକ୍ଷା କରାଯାଇ ସବୁ କାମ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ କରାଯିବା ଉଚିତ। ଆମ ସମ୍ବିଧାନରେ ଦେଶର ରାଷ୍ଟ୍ରପତି ସାମ୍ବିଧାନିକ ଶାସନ ମୁଖ୍ୟ। ତାଙ୍କ ନାମରେ ଦେଶର ଶାସନ ଚାଲେ। ସଂସଦ ବା ପାର୍ଲାମେଣ୍ଟ କହିଲେ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତି ଏହି ତିନି ଅଂଶର ସମଷ୍ଟିକୁ ବୁଝାଏ। ରାଷ୍ଟ୍ରପତି ଶାସନ ମୁଖ୍ୟ ହିସାବରେ ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ନୂଆ ସଂସଦ ଭବନର ଉଦ୍ଘାଟନ ତାଙ୍କ ଦ୍ୱାରା ହେବା ଉଚିତ। ତେବେ ସମ୍ବିଧାନ ବିଶାରଦମାନଙ୍କର ଏ ନେଇ ଏକାଧିକ ମତ ରହିଛି।
କେତେକଙ୍କ ମତରେ ଶାସନର ପ୍ରକୃତ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦର ନବନିର୍ମିତ ଭବନ ଉଦ୍ଘାଟିତ ହେଲେ ବେଦ ଅଶୁଦ୍ଧ ହୋଇଯିବ ନାହିଁ। ସେମାନଙ୍କ ମତରେ ଜନତାଙ୍କ ପ୍ରତିନିଧି ହିସାବରେ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କଲେ କିଛି ଅସୁବିଧା ନାହିଁ। ଆଉ କେତେକ ସଂସଦୀୟ ଗଣତନ୍ତ୍ର ବା ପାର୍ଲାମେଣ୍ଟାରୀ ଡେମୋକ୍ରାସିର ଦ୍ୱାହି ଦେଇ ଏହି କାର୍ଯ୍ୟ ରାଷ୍ଟ୍ରମୁଖ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବା ଉଚିତ ବୋଲି କହୁଛନ୍ତି। ନୂଆ ସଂସଦ ଭବନ ଉଦ୍ଘାଟନ ଘେନି ଏପରି ବିବାଦର କୌଣସି ଆବଶ୍ୟକତା ନାହିଁ ବୋଲି ଆଉ କେତେକ ଆଇନ ବିଶାରଦ ମତ ଉପସ୍ଥାପନ କରୁଛନ୍ତି।
ଭାରତ ଯେଉଁ ସଂସଦୀୟ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରୁଛି, ତାହା ବ୍ରିଟିଶ ଢାଞ୍ଚାର ଏକ ଅନୁକରଣ। ବ୍ରିଟେନ୍ରେ ରାଣୀ ବା ରାଜା ସାମ୍ବିଧାନିକ ମୁଖ୍ୟ ଏବଂ ସବୁ କାର୍ଯ୍ୟରେ ତାଙ୍କୁ ପ୍ରଥମେ ଲୋଡ଼ାଯାଏ। ଆମେ ସେହି ୱେଷ୍ଟମଡେଲ୍ ଅନୁସରଣ କରୁଥିବାରୁ ଏହି ପ୍ରସଙ୍ଗରେ ସ୍ୱାଭାବିକ ଭାବେ ରାଷ୍ଟ୍ରପତି ପ୍ରଥମେ ଆସନ୍ତି। ସେହିଭଳି ଆମେରିକୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି ଉଭୟ ଶାସନ ଓ ସାମ୍ବିଧାନିକ ମୁଖ୍ୟ। କ୍ୟାପିଟାଲ୍ ହିଲ୍ ମଡେଲ୍ରେ ରାଷ୍ଟ୍ରପତି ହିଁ ପ୍ରଥମ ଓ ସର୍ବେସର୍ବା। ସେଠି ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ନାହିଁ। ତେବେ ଏସବୁ ଗଣତନ୍ତ୍ରରେ ଏ ଯାଏଁ ଏମିତି କିଛି ଇତିହାସ ସୃଷ୍ଟି ହୋଇନାହିଁ, ଯେଉଁଠି ରାଷ୍ଟ୍ରମୁଖ୍ୟ କିମ୍ବର ସାମ୍ବିଧାନିକ ମୁଖ୍ୟ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଉପେକ୍ଷିତ ହୋଇଛନ୍ତି।
ବାସ୍ତବତା ହେଉଛି ଭାରତରେ ସମ୍ବିଧାନ ହେଉଛି ସଂସଦର ଗରିମା ଓ ମର୍ଯ୍ୟାଦାର ରକ୍ଷାକର୍ତ୍ତା। ଏହା ଭାରତର ସଂସଦୀୟ ଗଣତନ୍ତ୍ର ଓ ଏହାର ଗୌରବକୁ ବଜାୟ ରଖିଛି। ନୂଆ ଭାରତ ନିର୍ମାଣ ସମୟରେ ଦେଶର ସ୍ୱାଧୀନତାର ଅମୃତ କାଳରେ ଏମିତି କିଛି ବିବାଦୀୟ କାମ ନ ହେଉ, ଯାହା ଆମ ସଂସଦୀୟ ଗଣତନ୍ତ୍ରର ମର୍ଯ୍ୟାଦା ଉପରେ ଆଞ୍ଚ ଆଣିବ। ଆମେ ଆମ ସାମ୍ବିଧାନିକ ଗରିମା ବଜାୟ ରଖି ପାରିଲେ, ଏହା ଆମର ଓ ଦେଶର ସମ୍ମାନ ବଢ଼଼ାଇବ। ଏହାକୁ ନେଇ ରାଜନୀତି ବା ବିବାଦ ହେବା ଅନାବଶ୍ୟକ। ଆମେ ଆଶା କରିବା ଏ କ୍ଷେତ୍ରରେ ଯାହା କିଛି ହେବ, ତାହା ସମ୍ବିଧାନର ମର୍ଯ୍ୟାଦା ଅନୁକୂଳ ହେବ। ଏ କଥା ବୁଝିବାର ଶକ୍ତି ଆମ ନେତା ଓ ଦେଶ ଚାଳକଙ୍କର ରହିଛି। ସଂସଦ ଭବନର ଉଦ୍ଘାଟନ ପର୍ବ ଏକ ନୂଆ ଇତିହାସ ରଚନା କରୁ ଏବଂ ଏଥିରେ ବିବାଦୀୟ ଘଟଣା ନ ରହୁ, ଆମେ ଏତିକି ଆଶା କରିବା।