ଓଡ଼ିଶାରେ କ୍ରୀଡ଼ା ପ୍ରୋତ୍ସାହନ, ନିରନ୍ତର ସଫଳତାକୁ ସ୍ୱୀକୃତି

The Sakala Picture
Published On

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ କ୍ରମାଗତ ଭାବେ ଚତୁର୍ଥଥର ଦେଶର ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ‘ଦି ହିନ୍ଦୁ’ ପ୍ରକାଶନ ଗୋଷ୍ଠୀର ପ୍ରତିଷ୍ଠିତ ପତ୍ରିକା ‘ସ୍ପୋର୍ଟସ୍‌‌ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ମିଳିଛି। ମୁମ୍ବାଇଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏହି ସମ୍ମାନ ସମଗ୍ର ରାଜ୍ୟର’ ବୋଲି କହିବା ସହିତ ରାଜ୍ୟବାସୀଙ୍କୁ ତାହା ଉତ୍ସର୍ଗ କରି କ୍ରୀଡ଼ାବିତ୍‌‌ମାନଙ୍କର ରାଷ୍ଟ୍ରଗଠନରେ ଥିବା ମହନୀୟ […]

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ କ୍ରମାଗତ ଭାବେ ଚତୁର୍ଥଥର ଦେଶର ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ‘ଦି ହିନ୍ଦୁ’ ପ୍ରକାଶନ ଗୋଷ୍ଠୀର ପ୍ରତିଷ୍ଠିତ ପତ୍ରିକା ‘ସ୍ପୋର୍ଟସ୍‌‌ ଷ୍ଟାର’ ପକ୍ଷରୁ ଏହି ପୁରସ୍କାର ମିଳିଛି। ମୁମ୍ବାଇଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଏହି ସମ୍ମାନ ସମଗ୍ର ରାଜ୍ୟର’ ବୋଲି କହିବା ସହିତ ରାଜ୍ୟବାସୀଙ୍କୁ ତାହା ଉତ୍ସର୍ଗ କରି କ୍ରୀଡ଼ାବିତ୍‌‌ମାନଙ୍କର ରାଷ୍ଟ୍ରଗଠନରେ ଥିବା ମହନୀୟ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି।

‘ସ୍ପୋର୍ଟସ୍‌‌ ଷ୍ଟାର ଏସେସ୍‌‌’ ନାମରେ ପରିଚିତ ଏହି ପୁରସ୍କାର ଦେଶର କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଙ୍କୁ ସମ୍ମାନିତ କରିଆସୁଛି। ଏହାର ମନୋନୟନ କମିଟିରେ ସୁନିଲ୍‌‌ ଗାଭାସ୍କର, ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପାଟ୍‌‌, ଅଞ୍ଜଳି ଭାଗବତ, ବାଇଚୁଙ୍ଗ ଭୂଟିଆ, ଏମ୍‌‌ଏସ୍‌‌ ସୌମ୍ୟା ଓ ବିଶ୍ୱନାଥନ ଆନନ୍ଦଙ୍କ ଭଳି ପ୍ରତିଷ୍ଠିତ କ୍ରୀଡ଼ାବିତ୍‌‌ମାନେ ଅଛନ୍ତି, ଯାହାଙ୍କର ନିରପେକ୍ଷତା ଓ ଯୋଗ୍ୟତାକୁ ପ୍ରଶ୍ନ କରାଯାଇ ନ ପାରେ। ଜାତୀୟସ୍ତରରେ କେନ୍ଦ୍ର ସରକାର କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ କେତେକ ପଦକ୍ଷେପ ନେଉଥିବାବେଳେ ପ୍ରାଦେଶିକ ସ୍ତରରେ ବିଗତ କିଛିବର୍ଷ ଧରି ଖେଳକୁଦର ପ୍ରୋତ୍ସାହନରେ ସରକାରୀ ଉଦାସୀନତା ଲକ୍ଷ୍ୟ କରାଯାଉଛି। ଅଧିକାଂଶ ରାଜ୍ୟ ନିଜର କ୍ରୀଡ଼ା ବଜେଟ୍‌‌କୁ ସଂକୁଚିତ ମଧ୍ୟ କରୁଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ଏହି ସମ୍ମାନ ପାଇବା ଫଳରେ ରାଜ୍ୟ ସରକାର ନିଶ୍ଚିତ ଅଧିକ ଉତ୍ସାହିତ ହେବେ। କ୍ରୀଡ଼ାର ପ୍ରଚାର ପ୍ରସାର ଏବଂ ଖେଳାଳିଙ୍କୁ ଶ୍ରେଷ୍ଠ ଭିତ୍ତିଭୂମି ତଥା ମୌଳିକ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ଏହି ପୁରସ୍କାର ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବଳ ଯୋଗାଇବ।

କ୍ରୀଡ଼ା ପ୍ରତି ଓଡ଼ିଶା ସରକାରଙ୍କ ଆଗ୍ରହ ଓ ଅଙ୍ଗୀକାରବଦ୍ଧତା ତାଙ୍କ କାର୍ଯ୍ୟ ଏବଂ ବଜେଟ୍‌‌ ବରାଦରୁ ସ୍ପଷ୍ଟ ଭାବେ ବୁଝିହୁଏ। ୨୦୨୩-୨୪ ବଜେଟ୍‌‌ରେ ରାଜ୍ୟ ସରକାର କ୍ରୀଡ଼ା ବଜେଟ୍‌‌ରେ ୩୪ ଶତାଂଶ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ମୋଟ୍‌‌ ୧୨୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦେଶରେ ଅନ୍ୟତମ ସର୍ବାଧିକ କ୍ରୀଡ଼ା ବ୍ୟୟବରାଦ। ୨୦୨୨-୨୩ ବଜେଟରେ କ୍ରୀଡ଼ା ବ୍ୟୟବରାଦ ଥିଲା ୯୧୧ କୋଟି ଟଙ୍କା। ଏହି ପ୍ରୟାସ ପଛରେ ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ସ୍ୱତନ୍ତ୍ର ଆଗ୍ରହ ନିହିତ। ‘ଯୁବବର୍ଗଙ୍କ ପାଇଁ କ୍ରୀଡ଼ା ଓ ଭବିଷ୍ୟତ ନିମନ୍ତେ ଯୁବବର୍ଗ’ (ସ୍ପୋର୍ଟ୍ସ ଫର ୟୁଥ, ୟୁଥ ଫର ଫ୍ୟୁଚର) ଭଳି ଯେଉଁ ଲକ୍ଷ୍ୟ ନବୀନବାବୁ ରଖିଛନ୍ତି, ତାହାକୁ ପୂରଣ କରିବାକୁ କୌଣସି ତ୍ରୁଟି କରୁନାହାନ୍ତି।

ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ଅର୍ଥ ନିବେଶର ଏକ ଲମ୍ବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ନିଜେ ମୁଖ୍ୟମନ୍ତ୍ରୀ ତାହାର ଉଦ୍ୟୋକ୍ତା। ୨୦୧୦ ମସିହାରେ ଓଡ଼ିଶାର ଖେଳ ବଜେଟ୍‌‌ ପରିମାଣ ଥିଲା ପ୍ରାୟ ୨୦ କୋଟି ଟଙ୍କା। ଏହା ପରଠାରୁ ଗତ ଦଶନ୍ଧିରେ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ନିଜର ଅଙ୍ଗୀକାରବଦ୍ଧତାକୁ ସ୍ପଷ୍ଟ କରିଛନ୍ତି ଏବଂ ପ୍ରତିବର୍ଷ ନିରନ୍ତର ଭାବେ ବଜେଟରେ ଖେଳ ବ୍ୟୟବରାଦ ବଢ଼଼ୁଛି। ଏଥର ରାଜ୍ୟ ବଜେଟ୍‌‌ରେ ଯେଉଁ ୧୨୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ସେଥିରେ ୨୪ କୋଟି ଟଙ୍କା ବିଭିନ୍ନ ପ୍ରତିଯୋଗିତାର ଆୟୋଜନ, ୩୦ କୋଟି ଟଙ୍କା ତାଲିମ ଓ ପ୍ରଶିକ୍ଷଣ ପାଇଁ, ୫ କୋଟି ଟଙ୍କା ‘ଖେଲୋ ଇଣ୍ଡିଆ’ ନିମନ୍ତେ ଓ ୩ କୋଟି ଟଙ୍କା ବିଶିଷ୍ଟ କ୍ରୀଡ଼ାବିତ୍‌‌ମାନଙ୍କୁ କୋଚ୍‌‌ ଓ ଅନ୍ୟାନ୍ୟ ସହାୟତା ଆକାରରେ ଯୋଗାଇବାକୁ ଉଦ୍ଦିଷ୍ଟ। ଓଡ଼ିଶା ମଧ୍ୟ କ୍ରମାଗତ ଭାବେ ଦୁଇଥର ପୁରୁଷ ବିଶ୍ୱକପ୍‌‌ ହକି ପ୍ରତିଯୋଗିତାର ସଫଳ ଆୟୋଜନ କରିସାରିଛି। ଚଳିତବର୍ଷ ପ୍ରଥମାର୍ଦ୍ଧରେ ଓଡ଼ିଶା ସନ୍ତୋଷ ଟ୍ରଫି ପ୍ରତିଯୋଗିତାର ଆୟୋଜନ କରିଥିଲା। ଆଗାମୀ ଦିନରେ ରାଉରକେଲାରେ ଓଡ଼ିଶା ପୁରୁଷ ହକି ଜାତୀୟ ଚମ୍ପିଆନ୍‌‌ସିପ୍‌‌ ଆୟୋଜନ କରିବାକୁ ଯାଉଛି। ରେକର୍ଡ ସମୟରେ ରାଉରକେଲାରେ ବିଶ୍ୱର ସର୍ବବୃହତ୍‌‌ ହକି ଷ୍ଟାଡିୟମ ନିର୍ମାଣ, କଳିଙ୍ଗ ଷ୍ଟାଡିୟମର ସମ୍ପ୍ରସାରଣ ଓ ଆଧୁନିକୀକରଣ, ରାଜ୍ୟର ସବୁ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ ସହିତ ପ୍ରମୁଖ ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରିବା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବିଭିନ୍ନ ଯୋଜନାରେ ରାଜ୍ୟର କ୍ରୀଡ଼ାବିତ୍‌‌ମାନଙ୍କୁ ତାଲିମ, ପ୍ରଶିକ୍ଷଣ ଓ ଅଭ୍ୟାସର ସୁଯୋଗ ଯୋଗାଇ ଦିଆଯାଉଛି। କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ନବୀନ ସରକାର କୌଣସି କାମ ବାକି ରଖିନାହାନ୍ତି। କେବଳ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ନୁହେଁ, ଏହାକୁ ଜାତୀୟ ଓ ବିଶ୍ୱସ୍ତରୀୟ କରିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି। ଏହା ଫଳରେ ରାଜ୍ୟର ଉଦୀୟମାନ କ୍ରୀଡ଼ା ପ୍ରତିଭାମାନେ ବିଶେଷ ଉପକୃତ ହେବେ।

ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, ଏହାର ବିକାଶ, ଖେଳାଳିଙ୍କ ତାଲିମ, କଲ୍ୟାଣ ଆଦିକୁ ଅଗ୍ରାଧିକାର ଦେଉଥିବାବେଳେ ଓଡ଼ିଶା କ୍ରମଶଃ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାର ଏକ ହବ୍‌‌ ପାଲଟୁଛି। ଭୁବନେଶ୍ୱର, କଟକ, ରାଉରକେଲା ଆଦି ନଗରୀ ଏ କ୍ଷେତ୍ରରେ ଆଗରେ ରହିଥିବାବେଳେ ଅନ୍ୟାନ୍ୟ ନଗରୀକୁ ଏହି ପର୍ଯ୍ୟାୟକୁ ଉନ୍ନୀତ କରିବାକୁ ସରକାର ପ୍ରୟାସ କରୁଛନ୍ତି। ସେଥିପାଇଁ ଉଡ଼ାଣ, ଯୋଗାଯୋଗ, ଆତିଥ୍ୟ କ୍ଷେତ୍ରର ବିକାଶ ମଧ୍ୟ ଚାଲିଛି ଏବଂ ପର୍ଯ୍ୟଟନକୁ ଏହା ସହିତ ଯୋଡ଼ାଯାଉଛି। ରାଜ୍ୟ ସରକାର ପୁରସ୍କାର ଓ ସମ୍ମାନ ଲୋଭରେ ଏସବୁ କାମ କରୁନାହାନ୍ତି। ଏଥିରେ କ୍ରୀଡ଼ା କ୍ଷେତ୍ରର ଅଭିବୃଦ୍ଧି ଓ କ୍ରୀଡ଼ାବିତ୍‌‌ଙ୍କ ବିକାଶ ଅଗ୍ରାଧିକାର ପାଇଛି। ସେହି ପ୍ରକ୍ରିୟାରେ ଯେଉଁ ମର୍ଯ୍ୟାଦା ଓ ସ୍ୱୀକୃତି ମିଳୁଛି, ତାହା ସରକାରଙ୍କୁ ଉତ୍ସାହିତ କରିବା ସ୍ୱାଭାବିକ।

01 Mar 2023 By The Sakala

https://www.thesakala.in/sakala-editorial/sakala-editorial-1st-march-2023/article-19410
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର