ମୁଦ୍ରାସ୍ପୀତି ଓ ଯୁଦ୍ଧସ୍ଥିତି

The Sakala Picture
Published On

ଖାଉଟି ମୁଦ୍ରାସ୍ପୀତି ହାର ଗତ ୭୫ ମାସ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ରହିଥିବା ଯେଭଳି ଆଶା ଓ ଆଶ୍ୱାସନାର ବିଷୟ ସେହିଭଳି ମଧ୍ୟପ୍ରାଚ୍ୟର ଉତ୍ତେଜନା ଏବେ ଯେଉଁସ୍ତରରେ ପହଞ୍ଚିଛି ସେଥିରେ ଆଗକୁ ଘୋର ଅନିଶ୍ଚିତତାର ସମ୍ମୁଖୀନ ହେବା ଆଶଙ୍କା ଘୋର ଚିନ୍ତା ଓ ଉଦ୍‌‌ବେଗର ଆଉ ଏକ ବିଷୟ। ଏପ୍ରିଲ୍‌‌ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତ ଥିବା ବେଳେ ତାହା ମେ’ ମାସରେ ୨.୮ ପ୍ରତିଶତକୁ ହ୍ରାସ ପାଇଛି। କ୍ରମାଗତ ଗତ ୪ ମାସ […]

ଖାଉଟି ମୁଦ୍ରାସ୍ପୀତି ହାର ଗତ ୭୫ ମାସ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ ରହିଥିବା ଯେଭଳି ଆଶା ଓ ଆଶ୍ୱାସନାର ବିଷୟ ସେହିଭଳି ମଧ୍ୟପ୍ରାଚ୍ୟର ଉତ୍ତେଜନା ଏବେ ଯେଉଁସ୍ତରରେ ପହଞ୍ଚିଛି ସେଥିରେ ଆଗକୁ ଘୋର ଅନିଶ୍ଚିତତାର ସମ୍ମୁଖୀନ ହେବା ଆଶଙ୍କା ଘୋର ଚିନ୍ତା ଓ ଉଦ୍‌‌ବେଗର ଆଉ ଏକ ବିଷୟ। ଏପ୍ରିଲ୍‌‌ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୨ ପ୍ରତିଶତ ଥିବା ବେଳେ ତାହା ମେ’ ମାସରେ ୨.୮ ପ୍ରତିଶତକୁ ହ୍ରାସ ପାଇଛି। କ୍ରମାଗତ ଗତ ୪ ମାସ ଧରି ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ କମ୍‌‌ ରହିଛି। ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ ଗତ ୪୩ ମାସ ମଧ୍ୟରେ ଖାଦ୍ୟଶସ୍ୟର ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ରହିଛି। ତେବେ ଅନ୍ୟସବୁ ପ୍ରମୁଖ ସାମଗ୍ରୀର ମୁଦ୍ରାସ୍ଫୀତି ଗତ ୧୯ ମାସ ମଧ୍ୟରେ ସବୁଠାରୁ ଉଚ୍ଚରେ ଅଛି। ତେଣୁ ସାମଗ୍ରିକ ଭାବେ ବିଚାର କଲେ ମୁଦ୍ରାସ୍ପୀତି ହାର ଏବେ ୩ ପ୍ରତିଶତ ହୋଇଛି ବୋଲି ଧରି ନେବାକୁ ହେବ। ରବି ଫସଲ ଅମଳ ଆଶାନୁରୂପ ହୋଇଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ନିୟନ୍ତ୍ରିତ ସ୍ତରରେ ରହିବା ନେଇ ବିଶେଷଜ୍ଞମାନେ ଆଶାବାଦୀ ହୋଇପଡ଼ିଛନ୍ତି। ଆମକୁ ଏଠାରେ କହିବାକୁ ପଡ଼ୁଛି ଯେ ଏହା ଶେଷ କଥା ନୁହେଁ। ଇସ୍ରାଏଲ୍‌‌ ଓ ଇରାନ୍‌‌ ମଧ୍ୟରେ ଯେଉଁ ଯୁଦ୍ଧ ଘନଘଟା ମୁଣ୍ଡ ଟେକିଛି ତାହା ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଊଣା। ତେଣୁ ବିଶ୍ୱ ବଜାରରେ ସମ୍ଭାବ୍ୟ ତୈଳ ସଙ୍କଟ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ। ଅନ୍ୟପକ୍ଷରେ ଆମେରିକା ବାଣିଜ୍ୟ ନୀତି ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ସମ୍ଭାବନାର ଯେଉଁ ଅଙ୍କକଷା ଯାଉଛି ତାହା କେତେଦିନ ସ୍ଥିର ରହିବ ସେ ନେଇ ଘୋର ସନ୍ଦେହ ମୁଣ୍ଡ ଟେକିଛି।

ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଉତ୍ତେଜନା ଏବେ ଯୁଦ୍ଧ ଘନଘଟା ଆଡ଼କୁ ମୁହାଁଇଛି। ପରିସ୍ଥିତି ଯାହା ସେଥିରେ ହଠାତ୍‌‌ ଶାନ୍ତି ଫେରିବାର ସମ୍ଭାବନା ଊଣା। ରବିବାର ଓମାନରେ ଇରାନ୍‌‌ର ପମାଣୁ କାର୍ଯ୍ୟକ୍ରମ ନେଇ ଏକ ବୁଝାମଣାରେ ଉପନୀତ ହେବା ସକାଶେ ଆପୋସ ଆଲୋଚନା ସ୍ଥିରୀକୃତ ହୋଇଥିବା ବେଳେ ତାହାର ଦୁଇଦିନ ପୂର୍ବରୁ ଇସ୍ରାଏଲ୍‌‌ର ଦୁଇଶହ ଯୁଦ୍ଧ ବିମାନ ଯେଭଳି ଅତର୍କିତ ଭାବେ ଇରାନ୍‌‌ ଉପରେ ଆକ୍ରମଣ କଲା, ତାହା ଅାସ୍ଥା ଓ ବିଶ୍ୱାସକୁ ତୁଟାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ତୁରନ୍ତ ପ୍ରତିକ୍ରିୟା ଥÒଲା ‘ଏକ୍ସଲେଣ୍ଢ(ଚମତ୍କାର)। ମୁଁ ଆକ୍ରମଣ ସମ୍ପର୍କରେ ଆଗୁଆ ତଥ୍ୟ ପାଇଥିଲି।’ ତେଣୁ ଆମେରିକାର ଇଙ୍ଗିତରେ ଆପୋସ ଆଲୋଚନା ପୂର୍ବରୁ ଇରାନ୍‌‌ର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିଦେବା ସକାଶେ ଯୋଜନା ପ୍ରସ୍ତୁତ ହୋଇଥିଲା। ଏ କଥା ସତ ଯେ ଇରାନ୍‌‌ର ସାମରିକ ମୁଖ୍ୟଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ଓ ଆଣବିକ ବିଶେଷଜ୍ଞ ବା ବୈଜ୍ଞାନିକ ପ୍ରାଣ ହରାଇଛନ୍ତି। ଏଠାରେ ଉଲ୍ଳେଖ କରାଯାଇପାରେ କି ଇରାନ୍‌‌ରେ ନେତୃତ୍ୱ ପରିବର୍ତ୍ତନ ପାଇଁ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏହି ଘଟଣା ପରେ ନିରବ ହୋଇଯାଇଛି। ସମଗ୍ର ଦେଶବାସୀ ଖେମିନିଙ୍କ ନେତୃତ୍ୱରେ ଲଢ଼ିବା ସକାଶେ ଐକ୍ୟବଦ୍ଧ ହୋଇଛନ୍ତି। ନିଜର ସବୁକିଛି ବିନିମୟରେ ଲଢ଼ିବାକୁ ଶପଥ ନେଇଥିବା ଇରାନବାସୀ ଏପ୍ରକାର ପ୍ରତାରଣା  ଉଚିତ ଜବାବ ଦେବା ସକାଶେ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଛି। ଉଭୟ ପକ୍ଷଙ୍କ ପାଲଟା ଆକ୍ରମଣ ପରିସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ। ଏହାଫଳରେ ମଧ୍ୟପ୍ରାଚ୍ୟରେ ତୈଳ ଉତ୍ପାଦନ ହ୍ରାସ ପାଇବା ସ୍ୱାଭାବିକ। ତାହାର ପ୍ରତିକୂଳ ପ୍ରଭାବ ଭାରତ ସମେତ ସମଗ୍ର ବିଶ୍ୱରେ ଅନୁଭୂତ ହେବ। ସେ ଦୃଷ୍ଟିରୁ ଆମେ ମୁଦ୍ରାସ୍ଫୀତିର ଯେଉଁ ଅଙ୍କ କଷୁଷେ ତାହା କେତେଦିନ ବଳବତ୍ତର ରହିବ ସେ ନେଇ ସନ୍ଦେହ ଉଙ୍କିମାରିବା ସ୍ୱାଭାବିକ।

ଏହି ଯୁଦ୍ଧ ଘନଘଟା ମଧ୍ୟରେ ଗତ ଶୁକ୍ରବାର ସେନ୍‌‌ସେକ୍ସ ୧୩୦୦ ପଏଣ୍ଟ ହ୍ରାସ ପାଇ ଚାଲିଛି। ଇରାନ୍‌‌ ପାଲଟା ଆକ୍ରମଣରେ ଇସ୍ରାଏଲରେ ଥିବା ହାଇଫା ତୈଳ ରିଫାଇନାରୀ କ୍ଷତିଗ୍ରସ୍ତ ହୋଇଛି। ତେଣୁ ସେୟାର ବଜାରରେ ତାହାର ପ୍ରତିକୂଳ ପ୍ରଭାବ ଆଗକୁ ଅନୁଭୂତ ହେବ। ସମଗ୍ର ବିଶ୍ୱର ୯ ପ୍ରତିଶତ ତୈଳ ଇରାନ୍‌‌ରେ ମହଜୁଦ୍‌‌ ଅଛି। ତେଣୁ ଏହି ପ୍ରତିକୂଳ ପରିସ୍ଥିତିରେ ତୈଳ ଉତ୍ପାଦନ କରୁଥିବା ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକ ଛନ୍ଦି ହୋଇପଡ଼ିବା ସ୍ୱାଭାବିକ। ଏଥିମଧ୍ୟରେ ବ୍ୟାରେଲ୍‌‌ ପିଛା ତୈଳ ଦର ୧୩ ପ୍ରତିଶତ ବୃଦ୍ଧି ପାଇ ୭୮.୫୦ ଡଲାରରେ ପହଞ୍ଚିଛି। ଜାନୁଆରୀ ମାସରୁ ଏହି ବର୍ଦ୍ଧ଄ତ ଦର ସର୍ବାଧିକ। ଯଦି ଏହି ଉତ୍ତେଜନା ଆସନ୍ତା ୩ ରୁ ୬ ମାସ ବଳବତ୍ତର ରହେ, ତେବେ ବ୍ୟାରେଲ୍‌‌ ପିଛା ତୈଳ ଦର ୧୨୦ ଡଲାରରେ ପହଞ୍ଚିବ ବୋଲି ଜେପି ମୋର୍ଗାନ୍‌‌ ବିଶେଷଜ୍ଞଙ୍କ ପକ୍ଷରୁ ଦର୍ଶାଯାଇଛି। ଏ କଥା ସତ ଯେ କେବଳ ତୈଳ ଦର ବୃଦ୍ଧି ନୁହେଁ ଯଦି ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି ହେବ ଏବଂ ଚାହିଦା ଅନୁଯାୟୀ ଯୋଗାଣ ସମ୍ଭବପର ହେବ ନାହିଁ। ଏହା ମୁଦ୍ରାସ୍ଫୀତି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଭାରତ ତୈଳ ଚାହିଦାର ୮୦ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରେ। ବର୍ଦ୍ଧ଄ତ ତୈଳ ଦର ବାବଦରେ ଆଗାମୀ ଦିନରେ ସରକାରଙ୍କୁ ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିବ। ଏହା କେବଳ ଭାରତୀୟ ମୁଦ୍ରାର ବିନିମୟ କ୍ଷମତାକୁ ହ୍ରାସ କରିବନି, ଚଳନ୍ତି ଜମାଖାତାରେ ନିଅଣ୍ଟିଆ ଅବସ୍ଥା ମଧ୍ୟ ଦେଖାଦେବ। ଅନ୍ୟପକ୍ଷରେ ଭାରତରେ ସୁନାର ଚାହିଦା ସର୍ବାଧିକ। ଗତ ଶୁକ୍ରବାର ୧୦ ଗ୍ରାମ ସୁନାର ଦାମ ୧ ଲକ୍ଷ ଟଙ୍କା ଟପିଛି। ଏ ସବୁ ଉଲ୍ଲେଖ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଅର୍ଥନୀତିକୁ ନେଇ ଯେଉଁ ଉଚ୍ଚାଟ ଓ ଉତ୍ସାହ ପରିଲକ୍ଷିତ ହେଉଛି ତାହା କେତେ ଅନିଶ୍ଚିତତା ଦେଇ ଆଗକୁ ଗତି କରିବାକୁ ଯାଉଛି ସେ ନେଇ ସଚେତନତା ସୃଷ୍ଟି କରିବା।

ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିର ସ୍ଥିତିକୁ ଭିତ୍ତି କରି କ୍ରମାଗତ ତିନିଥର ସୁଧ ହାର ହ୍ରାସ କରିଛନ୍ତି। ଜାତୀୟକରଣ ଓ ଘରୋଇ ବ୍ୟାଙ୍କର କାରବାରରେ ଏହା ପ୍ରତିଫଳିତ ହୋଇଛି। ସୁଧ ହାର ହ୍ରାସ, ଋଣ ଗ୍ରହଣ ଓ ପରିବେଶର ସୁଯୋଗ ବଜାର ବ୍ୟବସ୍ଥା ଉପରେ ଅନୁକୂଳ ପ୍ରଭାବ ପକାଇଛି। କହିବାକୁ ଗଲେ ମୁଦ୍ରା ପ୍ରଚଳନ ବୃଦ୍ଧି ପାଇଁ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ଖାଉଟିଙ୍କ କ୍ରୟଶକ୍ତି ବଢ଼଼଼ାଇବାରେ ସହାୟକ ହେବ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ହଠାତ୍‌‌ ଯେଉଁ କଟକଣା ପ୍ରୟୋଗ କରାଯିବ, ତାହାକୁ ସମ୍‌‌ୁଖୀନ ହେବା ପାଇଁ ସବୁ ପକ୍ଷ ଏବେଠାରୁ ପ୍ରସ୍ତୁତ ହେବା ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର