ସୁପ୍ରିମକୋର୍ଟରେ ପୁରୁଣା ଭୋଟବାକ୍ସ ବ୍ୟବସ୍ଥା ପ୍ରଚଳନ ମାମଲା, ଇଭିଏମ୍‌‌ ସର୍ବୋତ୍ତମ ବିକଳ୍ପ

The Sakala Picture
Published On

ଭୋଟ କାଗଜ(ବାଲଟ ପେପର) ବ୍ୟବସ୍ଥାର ନିର୍ବାଚନରେ ବୁଥ୍‌‌ ଜବରଦଖଲ, ସଂଗଠିତ ରିଗିଂ ଏବଂ ଭୋଟିଂ ଜାଲିଆତିକୁ ରୋକିବା ପାଇଁ ୧୯୭୦ ଦଶକରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ୍‌‌ ଭାରତରେ ତିଆରି ହୋଇ ୧୯୮୨ରେ କେରଳ ବିଧାନସଭାର ପରବୁର ଆସନର ୧୨୩ ରୁ ୫୦ ବୁଥ୍‌‌ରେ ଏହାର ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା। ସବୁ ରାଜନୈତିକ ଦଳ ଏହି ମେସିନ୍‌‌ର ଚମତ୍କାରିତା ଦେଖି ସନ୍ତୋଷ ପ୍ରକାଶ କଲେ। ଏହାପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଇଲେକ୍‌‌ଟ୍ରୋନିକ୍ସ ନିଗମ (ଇସିଆଇଏଲ୍‌‌) ଏହାର […]

ଭୋଟ କାଗଜ(ବାଲଟ ପେପର) ବ୍ୟବସ୍ଥାର ନିର୍ବାଚନରେ ବୁଥ୍‌‌ ଜବରଦଖଲ, ସଂଗଠିତ ରିଗିଂ ଏବଂ ଭୋଟିଂ ଜାଲିଆତିକୁ ରୋକିବା ପାଇଁ ୧୯୭୦ ଦଶକରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ୍‌‌ ଭାରତରେ ତିଆରି ହୋଇ ୧୯୮୨ରେ କେରଳ ବିଧାନସଭାର ପରବୁର ଆସନର ୧୨୩ ରୁ ୫୦ ବୁଥ୍‌‌ରେ ଏହାର ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା। ସବୁ ରାଜନୈତିକ ଦଳ ଏହି ମେସିନ୍‌‌ର ଚମତ୍କାରିତା ଦେଖି ସନ୍ତୋଷ ପ୍ରକାଶ କଲେ। ଏହାପରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଇଲେକ୍‌‌ଟ୍ରୋନିକ୍ସ ନିଗମ (ଇସିଆଇଏଲ୍‌‌) ଏହାର ଉତ୍ପାଦନ କାର୍ଯ୍ୟ ହାତକୁ ନେଲା। ୧୯୮୦ ଅଗଷ୍ଟ ୬ରେ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କ ସହିତ ବୈଠକ କରି ସର୍ବସମ୍ମତିକ୍ରମେ ଦେଶର ପରବର୍ତ୍ତୀ ନିର୍ବାଚନଗୁଡ଼ିକୁ ଇଭିଏମ୍‌‌ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଲେ। ଭାରତୀୟ ସମ୍ବିଧାନର ଧାରା ୩୨୪ ଅନୁସାରେ ଭୋଟ କାଗଜ ପରିବର୍ତ୍ତେ ଇଭିଏମ୍‌‌ ପ୍ରଚଳିତ ହେଲା। ଯନ୍ତ୍ରର ପ୍ରୟୋଗ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ବ୍ୟବସ୍ଥାକୁ କେବଳ ଆଧୁନିକ ଓ ସରଳ କଲା ନାହିଁ, ଏହାର ଗଣତି, ରେକର୍ଡ ରଖିବା ଓ ଅନ୍ୟାନ୍ୟ କାର୍ଯ୍ୟକୁ ସହଜ କରିଦେଲା। ଦେଶରେ ୧୯୯୮-୯୯ ଠାରୁ ସବୁଠି ଇଭିଏମ୍‌‌ ସୁବିଧା ବାଧ୍ୟତାମୂଳକ ହେଲା ଏବଂ ତଦନୁସାରେ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇ ଏ କ୍ଷେତ୍ରରେ ଏକ ଐତିହାସିକ ପରିବର୍ତ୍ତନ ଆସିଲା। ଭୋଟ କାଗଜରେ ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରି ତାକୁ ଭୋଟ୍‌‌ ବାକ୍ସରେ ପକାଇବା ଓ ଗଣତିପୂର୍ବରୁ ଭୋଟ କାଗଜକୁ ବିଡ଼ା ବିଡ଼ା କରି ଗଣିବାର ସମୟସାପେକ୍ଷ, ଜଟିଳ ଓ ବିରକ୍ତିକର ବ୍ୟବସ୍ଥାର ଅବସାନ ଘଟିଲା।

ନୂଆ ବ୍ୟବସ୍ଥା ସିନା ଆସିଲା, ଏହାସହିତ ବିବାଦ ଓ ସନ୍ଦେହ ମଧ୍ୟ ମୁଣ୍ଡ ଟେକିଲା। କଥା ଉଠିଲା ଯେ ଇଭିଏମ୍‌‌ରେ କାରସାଦି କରି କର୍ତ୍ତୃପକ୍ଷ ଚାହିଁଲେ କାହାକୁ ଜିତାଇ କିମ୍ବା ହରାଇ ପାରନ୍ତି। ଏହି ଯନ୍ତ୍ରର ନିର୍ଭୁଲତା ବିଶ୍ୱାସଯୋଗ୍ୟ ନୁହେଁ ଏବଂ ବୈଷୟିକ ତ୍ରୁଟି ଏଥିରେ ରହିଛି ବୋଲି ଅନେକ ଅଭିଯୋଗ କରି ଅଦାଲତକୁ ଗଲେ। ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ଏଥିରେ ଭିଭିପାଟ (ଭୋଟର ଭେରିଫିଏବଲ ପେପର ଅଡିଟ୍‌‌ ଟ୍ରେଲ) ବ୍ୟବସ୍ଥା କରାଗଲା। ଏଥିରେ ଭୋଟର ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍‌‌ ଦେଉଛନ୍ତି, ତାହା ତାଙ୍କ ଖାତାକୁ ଯାଉଥିବାର ଚିତ୍ର ପ୍ରଦର୍ଶନ ସହିତ ଭୋଟରଙ୍କୁ ଏକ କାଗଜ ଚିଠା ମଧ୍ୟ ମିଳୁଥିଲା।

ସେବେଠାରୁ ଏଯାବତ ଅନେକ ସାଧାରଣ ଓ ବିଧାନସଭା ନିର୍ବାଚନ ଗଲାଣି। ତା’ସତ୍ତ୍ବେ ଇଭିଏମ୍‌‌ର ବିଶ୍ୱସନୀୟତାକୁ ନେଇ ବିରୋଧୀ ଦଳମାନଙ୍କରେ ସନ୍ଦେହ ଲାଗିରହିଛି। ଅବଶ୍ୟ ଉଭୟ ନିର୍ବାଚନ କମିଶନ ଓ ସୁପ୍ରିମକୋର୍ଟ ଇଭିଏମ୍‌‌ର ବିଶ୍ୱସନୀୟତାକୁ ପ୍ରମାଣପତ୍ର ଦେଇଛନ୍ତି। ଏପରିକି ଦିଲ୍ଲୀର ଶାସକ ‘ଆପ’ ଦଳ ଇଭିଏମ୍‌‌ ଯନ୍ତ୍ରକୁ ଇଚ୍ଛାମତେ ଦୁରୁପଯୋଗ କରିହେବ ବୋଲି ଦାବି କରିବାରୁ ନିର୍ବାଚନ କମିଶନ୍‌‌ ଦେଶସାରା ଖୋଲା ଇସ୍ତାହାର ଦେଇ ଆହ୍ୱାନ ଜଣାଇଥିଲେ ଯେ ଇଭିଏମ୍‌‌ ଯନ୍ତ୍ରକୁ ସର୍ବସମ୍ମୁଖରେ ଦୁରୁପଯୋଗ କରାଯାଉଛି ବୋଲି ପ୍ରଦର୍ଶନ କରାଯାଉ। ଏହି ପରୀକ୍ଷଣ ଓ ପ୍ରଦର୍ଶନରେ ‘ଆପ୍‌‌’ ଦଳର ଦାବି ଭୁଲ୍‌‌ ପ୍ରମାଣିତ ହେଲା ଏବଂ ଅନ୍ୟ କେହି ଇଭିଏମ୍‌‌ ଯନ୍ତ୍ର ପରିଚାଳନାକୁ ତ୍ରୁଟିଯୁକ୍ତ ବୋଲି ପ୍ରମାଣିତ କରିପାରିଲେ ନାହିଁ। ଏହାପରଠାରୁ ଏହି ବିବାଦ ଥମିଲା ସତ, କିନ୍ତୁ ବିରୋଧୀଦଳମାନେ ଭୋଟରେ ହାରିଲେ ଇଭିଏମ୍‌‌ ମୁଣ୍ଡରେ ଅଠା ବୋଳିବାକୁ ଏବେ ବି ପଛଉ ନାହାନ୍ତି। ଭୋଟରେ ଜିଣିଲେ ଇଭିଏମ୍‌‌ ଜିନ୍ଦାବାଦ, ହାରିଲେ ଇଭିଏମ୍‌‌ ମୁର୍ଦ୍ଦାବାଦ୍‌‌।

ସମ୍ପ୍ରତି ଇଭିଏମ୍‌‌କୁ ନାକଚ କରି ପୁରୁଣା ଭୋଟ ବାକ୍ସ ବ୍ୟବସ୍ଥା ଲାଗୁ କରାଯାଉ ବୋଲି କେତେକ ବେସରକାରୀ ଅନୁଷ୍ଠାନ ମାମଲା ସୁପ୍ରିମକୋର୍ଟରେ ଉଠାଇଥିଲେ। ଏହା ଥିଲା ପ୍ରଚଳିତ ଆଧୁନକ ଭୋଟ ବ୍ୟବସ୍ଥାକୁ ବିଗାଡ଼ିବାକୁ ଏକ ଚକ୍ରାନ୍ତ। ଅଭିଯୋଗକାରୀମାନେ କହନ୍ତି ଯେ ଜର୍ମାନୀ ଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ ଇଭିଏମ୍‌‌ ବ୍ୟବସ୍ଥାକୁ ବଦଳାଇ ପୁନର୍ବାର ଭୋଟ ବାକ୍ସ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ତେଣୁ ଭାରତରେ ପୁଣି ସେଇ ପୁରୁଣା ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଉ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟଦାନର ମାତ୍ର ତିନିଦିନ ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ମନ୍ତବ୍ୟ ଦେଇଛନ୍ତି ତାହା ବେଶ୍‌‌ ତାତ୍ପର୍ଯ୍ୟପୂର୍ଣ୍ଣ। ଅବଶ୍ୟ ଆଜି (ଗୁରୁବାର) ଏ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବାରୁ ଇଭିଏମ୍‌‌ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ବା ସ୍ଥଗିତାଦେଶ ସମ୍ଭାବନା ନାହିଁ। ଏହି ମାମଲାର ଆବେଦନକାରୀ ଜଣାଶୁଣା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଆଉ କେତେକ ପ୍ରମୁଖ ଆଇନଜୀବୀ ସୁପ୍ରିମକୋର୍ଟକୁ ଅନୁରୋଧ କରିଥିଲେ ଯେ ଇଭିଏମ୍‌‌ରେ ଭୋଟଗ୍ରହଣ ହେଉ କିନ୍ତୁ ପ୍ରତ୍ୟେକ ଭୋଟରଙ୍କୁ ଭିଭିପାଟ୍‌‌ ଯନ୍ତ୍ର ଦ୍ୱାରା ଏହାର ଏକ ଛାପା କାଗଜ ତତ୍କାଳ ଦିଆଯାଉ, ଯାହାକୁ ସେମାନେ ନେଇ ଗୋଟିଏ ଭୋଟ ବାକ୍ସରେ ପକାଇବେ। ଏହାଦ୍ୱାରା ଭୋଟଗ୍ରହଣ ପ୍ରକ୍ରିୟା ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ ହୋଇପାରିବ। ଆହୁରି ମଧ୍ୟ ଅପିଲ କରାଯାଇଥିଲା ଯେ ଇଭିଏମ୍‌‌ ବ୍ୟବସ୍ଥାର ଅବସାନ ଘଟାଇ ଭୋଟ ବାକ୍ସ ବ୍ୟବସ୍ଥା ପୁନଃପ୍ରବର୍ତ୍ତନ କରାଯାଉ।

ବିଚାରପତି ସଞ୍ଜୀବ ଖାନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ଏହି ଆବେଦନକୁ ଗ୍ରହଣ କରିନାହାନ୍ତି। ବିଚାରପତିଦ୍ୱୟ କହିଛନ୍ତି ଯେ ସାମ୍ପ୍ରତିକ ଭୋଟ ବ୍ୟବସ୍ଥା ଉପରେ ଭରସା କର ଓ ଏଥିରେ ବିଭ୍ରାଟ କରିବା ପ୍ରଚେଷ୍ଟା କରନାହିଁ। ବିଚାରପତି ଦ୍ୱୟ ଯଥାର୍ଥରେ କହିଛନ୍ତି ଯେ ଭାରତ ଭଳି ପ୍ରକାଣ୍ଡ ଗଣତନ୍ତ୍ରରେ ଭୋଟ୍‌‌ ଦାନ ଓ ଗଣନା ପାଇଁ ଇଭିଏମ୍‌‌ ବ୍ୟବସ୍ଥା ସବୁଠୁ ଭଲ। ଦ୍ୱିତୀୟତଃ, ଏହା ଭୋଟ ବାକ୍ସ ବ୍ୟବସ୍ଥାଠାରୁ ବହୁଗୁଣରେ ସୁବିଧାଜନକ ଓ ନିରାପଦ। ଯେଉଁ ଦେଶମାନେ ଇଭିଏମ୍‌‌ ପରିବର୍ତ୍ତେ ପୁରୁଣା ବ୍ୟବସ୍ଥାକୁ ଆପଣାଉଛନ୍ତି, ସେମାନଙ୍କ ମୋଟ୍‌‌ ଜନସଂଖ୍ୟା ଆମ ଦେଶର କ୍ଷୁଦ୍ର ରାଜ୍ୟଠାରୁ ମଧ୍ୟ କମ୍‌‌।

ଭୋଟିଂ ବ୍ୟବସ୍ଥାରେ ଉନ୍ନତି ଆଣିବା, ଟେକ୍‌‌ନୋଲୋଜିର ପ୍ରୟୋଗ କରି ଏହାକୁ ସୁରକ୍ଷିତ ଓ ବିଶ୍ୱସନୀୟ କରିବା ଆମ ସମସ୍ତଙ୍କର କାମ। ଭାରତୀୟ ନିର୍ବାଚନ ପ୍ରକ୍ରିୟା ପାଇଁ ମଧ୍ୟ ଏହା ହିଁ ସର୍ବୋତ୍ତମ ବ୍ୟବସ୍ଥା। ଦ୍ୱିତୀୟ କଥା ହେଲା ସବୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ସତ୍ତ୍ବେ ଇଭିଏମ୍‌‌ର ବିଶ୍ୱସନୀୟତା ଘେନି ଯଦି କାହାର ଆପତ୍ତି ଥାଏ, ତେବେ ସେ ଉପଯୁକ୍ତ ତଥ୍ୟ, ପ୍ରମାଣ ଓ ତ୍ରୁଟି ଦର୍ଶାଇବା ଆବଶ୍ୟକ। ତ୍ରୁଟିକୁ ଉପସ୍ଥାପିତ ନ କରି କେବଳ ଅନୁମାନ ଓ ସନ୍ଦେହରେ ଏକ ବ୍ୟବସ୍ଥାକୁ ବଦନାମ କରି ବନ୍ଦ କରିବା ଠିକ୍‌‌ ନୁହେଁ। ତେଣୁ ଆବେଦନକାରୀଙ୍କୁ ବିଚାରପତି ଦ୍ୱୟ ପ୍ରମାଣ ମାଗିଛନ୍ତି। ଇଭିଏମ୍‌‌ ଏକ ଯନ୍ତ୍ର ଏବଂ ଏଥିରେ ବୈଷୟିକ ସମସ୍ୟା ଓ ତ୍ରୁଟି ରହିବା ଅସ୍ୱାଭାବିକ ନ ହୋଇପାରେ। ତେବେ ସେ ତ୍ରୁଟିକୁ ଠୋସ୍‌‌ ଦେଖାଇଲେ ଏହାର ସଂଶୋଧନ କରାଯାଇପାରିବ। ନାଗରିକଙ୍କ ଜାଣିବାର ଓ ଭୋଟ୍‌‌ ଗୋପନୀୟତାର ଅଧିକାର ରହିଛି। କୌଣସି ବିକଳ୍ପ ବ୍ୟବସ୍ଥା ତାହାକୁ ଛଡ଼ାଇ ନେଇ ପାରିବ ନାହିଁ। ତେବେ ତ୍ରୁଟିକୁ ଚିହ୍ନଟ ନ କରି ଅକାରଣ ଇଭିଏମ୍‌‌କୁ ଦୋଷ ଦେବା ଅର୍ଥ ଅନାବଶ୍ୟକ ପ୍ରତିବନ୍ଧକ ସୃଷ୍ଟି କରିବା। ଇଭିଏମ୍‌‌ ମାଧ୍ୟମରେ ଭୋଟ ହେରଫେର ଆଉ ପ୍ରସଙ୍ଗ ହୋଇ ରହିନାହିଁ। ଏହାକୁ ନେଇ ଅଯଥା ଅଦାଲତଙ୍କ ସମୟ ବରବାଦ କରିବା ଅନୁଚିତ ବୋଲି ବିଚାରପତି ଆବେଦନକାରୀଙ୍କୁ ତାଗିଦ କରିଛନ୍ତି।

18 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର