ବନ୍ଧା ପଡ଼ିଛି ଓଡ଼ିଆ ଅସ୍ମିତା

The Sakala Picture
Published On

ରାଜ୍ୟରେ ସରକାର ଗଠନର ଏ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେପି ସରକାର। ଏହି ଅବସରରେ ନିଜର ସଫଳତା ବଖାଣିବା ପାଇଁ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରୁଛି। ଏହି ଗୋଟିଏ ବର୍ଷ ଭିତରେ ସରକାର ଅନେକ ଉେଲ୍ଲଖନୀୟ କାମ କରିଛନ୍ତି ବୋଲି ବିଜେପି ଦାବି କରିବା ସ୍ୱାଭାବିକ। କିନ୍ତୁ ଯେଉଁ ପ୍ରତିଶ୍ରୁତି ଦେଇ ଦଳ କ୍ଷମତାକୁ ଆସିଥିଲା ତାହାକୁ ପାଳନ କରିବାରେ କେତେ ସଫଳ, ତାହାର ଆକଳନ କରିବା ଲାଗି ଏହା […]

ରାଜ୍ୟରେ ସରକାର ଗଠନର ଏ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେପି ସରକାର। ଏହି ଅବସରରେ ନିଜର ସଫଳତା ବଖାଣିବା ପାଇଁ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରୁଛି। ଏହି ଗୋଟିଏ ବର୍ଷ ଭିତରେ ସରକାର ଅନେକ ଉେଲ୍ଲଖନୀୟ କାମ କରିଛନ୍ତି ବୋଲି ବିଜେପି ଦାବି କରିବା ସ୍ୱାଭାବିକ। କିନ୍ତୁ ଯେଉଁ ପ୍ରତିଶ୍ରୁତି ଦେଇ ଦଳ କ୍ଷମତାକୁ ଆସିଥିଲା ତାହାକୁ ପାଳନ କରିବାରେ କେତେ ସଫଳ, ତାହାର ଆକଳନ କରିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ। କ୍ଷମତାକୁ ଆସିବା ଲାଗି ବିଜେପି ଯାହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା, ତାହା ଥିଲା ଓଡ଼ିଆ ଅସ୍ମିତା। ଏହି ଅସ୍ମିତାକୁ ବିଜେପି ସରକାର ରକ୍ଷା କରିପାରିଛନ୍ତି କି ନାହିଁ, ତାହା ଉପରେ ସମୀକ୍ଷା କରିବାର ସମୟ ଆସିଛି।

ପୋଲାଭରମ ବିବାଦଠାରୁ ଆରମ୍ଭ କରି ଛତିଶଗଡ଼଼ ସହ ମହାନଦୀ ବିବାଦ, ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅର ମାଡ଼, ଶ୍ରୀମନ୍ଦିର ରତ୍ନଭଣ୍ଡାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ଏଭଳି ଅନେକ ପ୍ରସଙ୍ଗ ରହିଛି, ଯାହା ସହିତ ଓଡ଼ିଆ ଅସ୍ମିତା ଯୋଡ଼ି ହୋଇରହିଛି। କିନ୍ତୁ ବିଜେପି ସରକାର ଏହାର ସୁରକ୍ଷା ପାଇଁ କ’ଣ କ’ଣ କରିଛନ୍ତି, ତାହା ଜଳ ଜଳ ହୋଇ ଦେଖାଯାଉଛି। ପୋଲାଭରମ ପ୍ରକଳ୍ପ ଯୋଗୁଁଁ ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ ବୁଡ଼ିଯିବ ଏବଂ ଏଥିରେ ଓଡ଼ିଶାର ବ୍ୟାପକ କ୍ଷତି ହେବ। ଏହାସତ୍ତ୍ବେ କେନ୍ଦ୍ର ସରକାର ଏହାକୁ ଅଗ୍ରାଧିକାର ଭିତ୍ତିରେ ସାରିବା ଲାଗି ଆନ୍ଧ୍ର ଉପରେ ଅଜସ୍ର ପାଣ୍ଠିର ବର୍ଷା କରିଛନ୍ତି। ଏହାକୁ ବିରୋଧ କରିବା ତ ଦୂରର କଥା, ଏ ସମ୍ପର୍କରେ ମୁହଁ ବି ଫିଟାଉ ନାହାନ୍ତି ରାଜ୍ୟ ବିଜେପି ସରକାର। ସେହିଭଳି ଅନ୍ୟତମ ପଡ଼ୋଶୀ ରାଜ୍ୟ ଛତିଶଗଡ଼଼ ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରି ଜଳ ପ୍ରବାହକୁ ନିୟନ୍ତ୍ରଣ କରୁଛି। ବନ୍ୟା ବେଳେ ପାଣି ଛାଡ଼ୁୁଛି ଏବଂ ଅଣବର୍ଷା ଋତୁରେ ଜଳ ପ୍ରବାହକୁ ହ୍ରାସ କରୁଛି। ଏହାଯୋଗୁଁଁ ଓଡ଼ିଶାର କ୍ଷତି ହିଁ କ୍ଷତି ହେଉଛି। ଏହାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ସମାଧାନ ଆଡ଼କୁ କଥା ଆଗଉନି। ସବୁଠାରୁ ଉଲ୍ଳଖନୀୟ କଥା ହେଲା ଯେ ଛତିଶଗଡ଼଼ରେ ବିଜେପି ସରକାର ରହିଛି ଏବଂ କେନ୍ଦ୍ରରେ ବି ବିଜେପି ସରକାର। ଟ୍ରିପଲ ଇଞ୍ଜିନ ସରକାର ଥିଲେ ମଧ୍ୟ ଓଡ଼ିଶାରେ ବିଜେପି ସରକାର ନିରବ ରହି ଓଡ଼ିଶାବାସୀଙ୍କୁ ସେମାନଙ୍କ ଭାଗ୍ୟ ସହିତ ଛାଡ଼ିଦେଇଛନ୍ତି।

ଗତ ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ପ୍ରଶାସନରେ ଅଣଓଡ଼ିଆ ଅଧିକାରୀଙ୍କ ଭୂମିକାକୁ ନେଇ ଅବାସ୍ତବ ପ୍ରସଙ୍ଗ କରିଥିଲା ବିଜେପି। ଭାରତର ସାମ୍ୱିଧାନିକ ଓ ସଂଘୀୟ ବ୍ୟବସ୍ଥାରେ ସର୍ବଭାରତୀୟ ସେବାରେ ଗୋଟିଏ ରାଜ୍ୟର ବ୍ୟକ୍ତି ଅନ୍ୟ ରାଜ୍ୟରେ ଅଧିକାରୀ ହୋଇପାରିବେ। ଏହା ହେଉଛି ମଧ୍ୟ। ଓଡ଼ିଶାର କେତେକ ଆଇଏଏସ୍‌‌ ଓ ଆଇପିଏସ୍‌‌ ଅଧିକାରୀ ଅନ୍ୟ ରାଜ୍ୟରେ ମୁଖ୍ୟ ସଚିବ ଓ ପୁଲିସ ଡିଜି ହେବାର ମଧ୍ୟ ଉଦାହରଣ ରହିଛି। ସେହିଭଳି ଅନ୍ୟ ରାଜ୍ୟର ଅଧିକାରୀ ଓଡ଼ିଶାରେ ଦାୟିତ୍ୱ ଗ୍ରହଣ କଲେ ଅସୁବିଧା କେଉଁଠି ରହିଲା? ବର୍ତ୍ତମାନ ପ୍ରଶ୍ନ ଉଠୁଛି କ୍ଷମତାକୁ ଆସିଲା ପରେ ସେହି ବ୍ୟବସ୍ଥାରୁ ଓଡ଼ିଶା ପ୍ରଶାସନକୁ ମୁକ୍ତ କରିପାରିଛି କି ବିଜେପି? ଏହା ସମ୍ଭବ ନୁହେଁ। ତା’ହେଲେ ନିର୍ବାଚନ ପ୍ରଚାର ବେଳେ ଅସ୍ମିତା ନାମରେ ଏଭଳି ବିଭ୍ରାନ୍ତି କାହିଁକି ପ୍ରଚାର କରୁଥିଲା ବିଜେପି?
ଗତବର୍ଷ ରଥଯାତ୍ରା ବେଳେ ଓଡ଼ିଶାରେ ଜଣେ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ ତତ୍କାଳୀନ ରାଜ୍ୟପାଳ ତଥା ଝାଡ଼ଖଣ୍ଡ ବିଜେପି ନେତା ରଘୁବର ଦାସଙ୍କ ପୁଅ ଲଳିତ ଦାସ। ନ୍ୟାୟ ପାଇଁ ଅଧିକାରୀ ଓ ତାଙ୍କ ପରିବାର ଦୌଡ଼ି ଦୌଡ଼ି ଥକିଗଲେଣି। ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ପୁଲିସ ଏଫ୍‌‌ଆଇଆରକୁ ନେଇ ମଧ୍ୟ ଖେଳୁଛି। ରାଜ୍ୟ ସୀମାରେ ଏବଂ ରାଜ୍ୟ ଭିତରେ ଅଣଓଡ଼ିଆଙ୍କ ଉତ୍ପାତ ବଢ଼଼ି ଚାଲିଥିବା ବେଳେ ସରକାର ନିରବ ରହିବା କେଉଁପ୍ରକାର ଅସ୍ମିତା? କେବଳ ନାଁ ଓ ରଙ୍ଗ ବଦଳାଇବାରେ ବ୍ୟସ୍ତ ରାଜ୍ୟ ବିଜେପି ସରକାର ରାଜ୍ୟର ଅସ୍ମିତାକୁ ଡବଲ ଇଞ୍ଜିନ ଆଗରେ ବନ୍ଧା ପକାଇଦେଇଛନ୍ତି।

ରାଜ୍ୟରେ ଗରିବ ଲୋକମାନଙ୍କର ସାହା ଭରସା ପାଲଟିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରି ଦେଇ ନବଗଠିତ ସରକାର ରାଜ୍ୟବାସୀଙ୍କୁ ତଳିତଳାନ୍ତ କରିଛନ୍ତି। ବିଏସ୍‌କେୱାଇ ସହିତ କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଯୋଜନାକୁ ଯୋଡ଼ାଯାଇଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ଯୋଜନାର ମିଶ୍ରଣ ପରେ ଲୋକମାନଙ୍କୁ ଆଗଭଳି ଚିକିତ୍ସା ସୁବିଧା ଆଉ ମିଳୁନାହିଁ। ଏହାକୁ ନେଇ ରୋଗୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ସେହିଭଳି ନିର୍ବାଚନ ପ୍ରଚାର ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଦୁନିଆ ତମ୍ୱିତୋଫାନ କଲେ। ସବୁ ସଭାମଞ୍ଚରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା। ବିିଭିନ୍ନ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦେଇ ଭୋଟରମାନଙ୍କୁ ପ୍ରଭାବିତ କଲେ। ନିର୍ବାଚନରେ ବିଜୟୀ ହେଲେ ଚାବି ଖୋଜି ଆଣି ରତ୍ନଭଣ୍ଡାର ଖୋଲିବେ ବୋଲି କହିଲେ। କିନ୍ତୁ କ୍ଷମତାକୁ ଆସିବା ପରେ ବଦଳିଗଲା ସରକାରଙ୍କ ସ୍ୱର। ଚାବି ଖୋଜିବା ପାଇଁ ଗଠିତ କମିସନ ଯେଉଁ ରିପୋର୍ଟ ଦେଇଛନ୍ତି, ତାହାକୁ ସାର୍ବଜନୀନ କରିବାକୁ ମନା କରିଦେଲେ ସରକାର। ହାଇକୋର୍ଟରେ ଏ ସମ୍ପର୍କରେ ଆଗତ ପିଟିସନକୁ ମଧ୍ୟ ସରକାର ବିରୋଧ କଲେ। ଶେଷରେ ରତ୍ନଭଣ୍ଡାର ଖୋଲା ହେଲା। କିନ୍ତୁ କେତେ ଅଳଙ୍କାର ରହିଛି ତାହାର ଏପର୍ଯ୍ୟନ୍ତ ଗଣତି ମଣତି ହୋଇପାରିଲା ନାହିଁ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମୀତାର ପ୍ରତୀକ। ତାଙ୍କୁ ନେଇ ଏଭଳି ରାଜନୀତି କାହିଁକି? ଏ ସମ୍ପର୍କରେ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ।

17 Jun 2025 By The Sakala

https://www.thesakala.in/sakala-editorial/sakala-editorial-17-06-2025/article-41202
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର