ଓଡ଼ିଶାରେ ଖାଦ୍ୟ ନିରାପତ୍ତା ଯୋଜନା ମିଆଦ ବୃଦ୍ଧି; ମୁଖ୍ୟମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଧନ୍ୟବାଦାର୍ହ

The Sakala Picture
Published On

ରାଜ୍ୟରେ କୌଣସି ଅଭାବୀ ଲୋକେ ଯେପରି ଓପାସ ନ ରହନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅଗ୍ରାଧିକାର ଦେଇ କାମ କରି ଆସୁଛନ୍ତି। ଏହା ତାଙ୍କ ’କ୍ଷୁଧାମୁକ୍ତ ଓଡ଼ିଶା’ ଲକ୍ଷ୍ୟ ଓ ସବୁ ଅଭାବୀଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଣର ଏକ ସ୍ୱତନ୍ତ୍ର ପ୍ରୟାସ। ଦେଶରେ ଖାଦ୍ୟ ନିରାପତ୍ତା ଯୋଜନା ଲାଗୁ ହେବା ପରେ ସଂଘୀୟ ନ୍ୟାୟ ଓ ହିତାଧିକାର ବ୍ୟବସ୍ଥାରେ ଓଡ଼ିଶାର ଅନେକ ଲୋକ ମାଗଣାରେ ମାସିକ ୫ କିଲୋ ଚାଉଳ ପାଉଛନ୍ତି। ସେ ଯୋଜନାଟି […]

ରାଜ୍ୟରେ କୌଣସି ଅଭାବୀ ଲୋକେ ଯେପରି ଓପାସ ନ ରହନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଅଗ୍ରାଧିକାର ଦେଇ କାମ କରି ଆସୁଛନ୍ତି। ଏହା ତାଙ୍କ ’କ୍ଷୁଧାମୁକ୍ତ ଓଡ଼ିଶା’ ଲକ୍ଷ୍ୟ ଓ ସବୁ ଅଭାବୀଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଣର ଏକ ସ୍ୱତନ୍ତ୍ର ପ୍ରୟାସ। ଦେଶରେ ଖାଦ୍ୟ ନିରାପତ୍ତା ଯୋଜନା ଲାଗୁ ହେବା ପରେ ସଂଘୀୟ ନ୍ୟାୟ ଓ ହିତାଧିକାର ବ୍ୟବସ୍ଥାରେ ଓଡ଼ିଶାର ଅନେକ ଲୋକ ମାଗଣାରେ ମାସିକ ୫ କିଲୋ ଚାଉଳ ପାଉଛନ୍ତି। ସେ ଯୋଜନାଟି କେନ୍ଦ୍ରୀୟ ପ୍ରାୟୋଜିତ ହୋଇଥିଲେ ମଧ୍ୟ ସେଥିରେ ରାଜ୍ୟର ଅଂଶ ରହିଛି। ତେବେ ପରିସଂଖ୍ୟାନଗତ ଅମେଳ ହେଉ ଅଥବା ରାଜନୀତିକ କାରଣରୁ ଓଡ଼ିଶାର ୩, ୧୪, ୯୨୩ ପରିବାରର ୯, ୯୭, ୦୫୫ ଲୋକ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଛନ୍ତି। ଏମାନେ ପୂର୍ବରୁ ସରକାରୀ ଯୋଜନାର ଲାଭ ପାଉଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷା ତାଲିକାରୁ ବାଦ ପଡ଼ିବା ଫଳରେ ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଏଥିରେ ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ରୀୟ ଯୋଜନାରୁ ବାଦ ପଡ଼ିଥିବା ଏହି ହିତାଧିକାରୀଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା / ନିରାପତ୍ତା ବ୍ୟବସ୍ଥା ଲାଗୁ କରିଥିଲେ।

ଅର୍ଥନୈତିକ ଓ ସାମାଜିକ ସ୍ଥିତି ଦୃଷ୍ଟିରୁ ଏହିସବୁ ଲୋକ ସରକାରୀ ଯୋଜନାର ଲାଭ ନ ପାଇଥିଲେ ବିଶେଷ କ୍ଷତିଗ୍ରସ୍ତ ହୋଇଥା’ନ୍ତେ। କେନ୍ଦ୍ର ସରକାର ସେମାନଙ୍କ କଥା ବିଚାରକୁ ନ ନେବାରୁ ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ନିରାପତ୍ତା ଆଇନରେ ଏହି ଗରିବ ଓ ଅଭାବଗ୍ରସ୍ତ ଲୋକମାନଙ୍କୁ ମାସକୁ ମୁଣ୍ଡପିଛା ପାଞ୍ଚକିଲୋ ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦେଉଥିଲେ। ଏହି ଯୋଜନାର ମିଆଦ ଚଳିତ ମାସ ୩୧ ତାରିଖରେ ପୂରଣ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଏହି ଯୋଜନାକୁ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ ବଢ଼଼ାଇ ଦିଆଯାଇଛି। ଏହାର ଅର୍ଥ ହେଲା ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରେ ମାସକୁ ପାଞ୍ଚ କିଲୋ ଲେଖାଏଁ ଚାଉଳ ବିନା ମୂଲ୍ୟରେ ପାଉଥିବା ଲୋକମାନେ ଏହି ସୁବିଧା ୨୦୨୮ ଡିସେମ୍ବର ୩୧ ତାରିଖ ବା ଆଉ ପାଞ୍ଚବର୍ଷ ପାଇଁ ପାଇବେ ଏବଂ ୨୦୨୪ ଜାନୁଆରୀ ପହିଲାରୁ ଏହା ଲାଗୁହେବ। ଯୋଜନାର ସମ୍ପ୍ରସାରଣ ସହିତ ଏହାର ବ୍ୟୟ ଓ ଆନୁଷଙ୍ଗିକ ଖର୍ଚ୍ଚ ଜଡ଼ିତ। ତାହାକୁ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ବାର୍ଷିକ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏବଂ ପାଞ୍ଚବର୍ଷ ପାଇଁ ଏବାବଦରେ ୧୨୫୦ କୋଟି ବ୍ୟୟ ହେବ। ମିଆଦ ପରିବର୍ଦ୍ଧିତ ଯୋଜନାର ସଫଳ ରୂପାୟନ ସହିତ କେହି ଯେପରି ଓପାସ ନ ରହନ୍ତି, ତାହା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ଏବଂ ସମୟୋଚିତ। କେନ୍ଦ୍ର ସରକାର ନିକଟରେ ମାଗଣା ଚାଉଳ / ଗହମ ଯୋଗାଣ ଯୋଜନାକୁ ପାଞ୍ଚବର୍ଷ ବୃଦ୍ଧି କରିଥିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନେଇ ରାଜ୍ୟ ଯୋଜନାର ହିତାଧିକାରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିଛନ୍ତି। ଯେଉଁମାନଙ୍କର ଘରେ ସମ୍ବଳ ନାହିଁ ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ରହିଛି। ତେଣୁ ସେମାନଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇଦେବା ଏକ ଜନମଙ୍ଗଳ ରାଷ୍ଟ୍ରର ସରକାରୀ ଦାୟିତ୍ୱ। ବଡ଼କଥା ହେଲା ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାରଙ୍କ ସମ୍ବଳ ଉପରେ ଜନମଙ୍ଗଳ ଯୋଜନାଗୁଡ଼ିକର ନକାରାତ୍ମକ ପ୍ରଭାବ ପ୍ରାୟ ପଡୁନାହିଁ। ରାଜ୍ୟର ଆର୍ଥିକ ସ୍ଥିତି ଓ ବିତ୍ତୀୟ ପରିଚାଳନା ବ୍ୟବସ୍ଥା ଖୁବ୍‌‌ ଭଲ ରହିଛି ଏବଂ ଖୋଲା ବଜାରରୁ ଋଣ ନ କରି ଓଡ଼ିଶା ତା’ର ଆର୍ଥିକ ବ୍ୟାପାରକୁ ସୁଚାରୁ ରୂପେ ପରିଚାଳନା କରିପାରୁଛି। ରାଜସ୍ୱ ଆଦାୟ, ନିଜସ୍ୱ ଟିକସ ସଂଗ୍ରହ, ଋଣ ଭାର ହ୍ରାସ ଆଦି କ୍ଷେତ୍ରରେ ଓଡ଼ିଶା ଏବେ ଭାରତର ଅନ୍ୟ ବିକଶିତ ରାଜ୍ୟମାନଙ୍କ ତୁଳନାରେ ଶ୍ରେଷ୍ଠତ୍ୱ ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଛି।

ଆର୍ଥିକ ଅବସ୍ଥାକୁ ନିୟନ୍ତ୍ରଣରେ ରଖି ଜନକଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କଲେ ସରକାରଙ୍କୁ ବିପଦ ନଥାଏ। ଏହାଦ୍ୱାରା ଅଯଥା ଋଣ କରିବାକୁ ପଡ଼େ ନାହିଁ। ଓଡ଼ିଶା ଓ ଦେଶର ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଏବେ ଯେଉଁ ମୌଳିକ ପାର୍ଥକ୍ୟ ଏ କ୍ଷେତ୍ରରେ ରହିଛି, ତାହା ଉଲ୍ଲେଖଯୋଗ୍ୟ। ଅଧିକାଂଶ ରାଜ୍ୟ ଋଣ କରି ଜନତୋଷକାରୀ ଯୋଜନା ସବୁକୁ କାର୍ଯ୍ୟକାରୀ କରୁଛନ୍ତି। ଓଡ଼ିଶା କିନ୍ତୁ ଋଣ ନ’କରି ନିଜସ୍ୱ ପାଣ୍ଠିରୁ ଜନକଲ୍ୟାଣକାରୀ ଯୋଜନାକୁ ଅର୍ଥ ଯୋଗାଉଛି। ଏହା ଫଳରେ ଓଡ଼ିଶାର ଲୋକେ ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ହେବା ସହିତ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବହୁ ଅଭାବୀ ଲୋକେ ଉପକୃତ ହେବେ ଏବଂ ଏହା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ଆଉ ଏକ ଦୃଢ଼ ପ୍ରମାଣ।

16 Dec 2023 By The Sakala

https://www.thesakala.in/sakala-editorial/sakala-editorial-16-12-2023/article-28276
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର