ଅସ୍ପଷ୍ଟ ଅବକାରୀ ନୀତି

The Sakala Picture
Published On

ଗତ ସାଧାରଣ ନିର୍ବାଚନ ପ୍ରଚାର ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀ ତଥା ତୁଙ୍ଗ ନେତୃତ୍ୱ ଓଡ଼ିଶାରେ ଦେଶୀ ମଦ ନିଷେଧ କରିବାର ଦୃଢ଼ୋକ୍ତି କରିଥିବା ବେଳେ ନିର୍ବାଚନ ପରେ ବିଜେପିର ନବନିଯୁକ୍ତ ଜଣେ କ୍ୟାବିନେଟ୍‌‌ ମନ୍ତ୍ରୀ ମଧ୍ୟ ଓଡ଼ିଶାରେ ମଦ ନିଷେଧ କରାଯିବ ବୋଲି ଏକ ସମାବେଶରେ କହିଥିଲେ। ଶାସନ କ୍ଷମତାକୁ ଆସିବା ପରେ କିନ୍ତୁ ଦଳର କାର୍ଯ୍ୟଧାରାର ବାସ୍ତବତା ଓଲଟା ଥିବା ପ୍ରମାଣିତ ହୋଇଥିବା ବେଳେ ନେତାମାନଙ୍କର ସ୍ୱର ମଧ୍ୟ ବଦଳିଯାଇଥିବା ଜଣାପଡ଼ୁଛି। ଅଧିକନ୍ତୁ ରାଜ୍ୟ ସରକାର […]

ଗତ ସାଧାରଣ ନିର୍ବାଚନ ପ୍ରଚାର ବେଳେ ବିଜେପିର କେନ୍ଦ୍ରମନ୍ତ୍ରୀ ତଥା ତୁଙ୍ଗ ନେତୃତ୍ୱ ଓଡ଼ିଶାରେ ଦେଶୀ ମଦ ନିଷେଧ କରିବାର ଦୃଢ଼ୋକ୍ତି କରିଥିବା ବେଳେ ନିର୍ବାଚନ ପରେ ବିଜେପିର ନବନିଯୁକ୍ତ ଜଣେ କ୍ୟାବିନେଟ୍‌‌ ମନ୍ତ୍ରୀ ମଧ୍ୟ ଓଡ଼ିଶାରେ ମଦ ନିଷେଧ କରାଯିବ ବୋଲି ଏକ ସମାବେଶରେ କହିଥିଲେ। ଶାସନ କ୍ଷମତାକୁ ଆସିବା ପରେ କିନ୍ତୁ ଦଳର କାର୍ଯ୍ୟଧାରାର ବାସ୍ତବତା ଓଲଟା ଥିବା ପ୍ରମାଣିତ ହୋଇଥିବା ବେଳେ ନେତାମାନଙ୍କର ସ୍ୱର ମଧ୍ୟ ବଦଳିଯାଇଥିବା ଜଣାପଡ଼ୁଛି। ଅଧିକନ୍ତୁ ରାଜ୍ୟ ସରକାର ଚଳିତ ବର୍ଷ ମଦରୁ ୮ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରଖିଛନ୍ତି। ଶାସନ କ୍ଷମତା ସମ୍ଭାଳିବା ପରେ କେବଳ ଦେଶୀ ମଦ ଉପରେ ଅଙ୍କୁଶ ଲାଗିବ ବୋଲି ଅବକାରୀ ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ହେଁ ଚିକିଟି ମଦମୃତ୍ୟୁ ଘଟଣାରୁ ସରକାରଙ୍କ ପାରିବାରପଣିଆ ଜଣାପଡ଼ିଯାଇଥିଲା। ପରବର୍ତ୍ତୀ ସମୟରେ ଅଭିନବ ଢଙ୍ଗରେ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପୁରୀ ଉପକୂଳରେ ମଦ କୁଡ଼ିଆ ଯୋଜନା ବୁଦ୍ଧିଜୀବୀ ମହଲକୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଥିଲା, ରାଜ୍ୟର ଧର୍ମୀୟ ସଂସ୍କୃତି ଓ ବିଚାରାଧାରାକୁ ତା’ଠାରୁ ଅଧିକ କୁଠାରଘାତ କରିଥିଲା। ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇ କ୍ଷୋଭ ପ୍ରକାଶ କରିବା ସହିତ ବିଭିନ୍ନ ମହଲରୁ ଆପତ୍ତି ତୀବ୍ର ହେବାରୁ ଶେଷରେ ଏହି ଯୋଜନାରୁ ରାଜ୍ୟ ସରକାର ଓହରି ଯାଇଛନ୍ତି ସିନା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଏ ସମ୍ପର୍କିତ ଯୋଜନାର ସ୍ପଷ୍ଟତା ଆସିନାହିଁ।

ନୂଆ ଅବକାରୀ ନୀତିରେ ସାମାଜିକ, ଧାର୍ମିକ ତଥା ସାଂସ୍କୃତିକ ସ୍ଥଳର ୫ ..କିଲୋମିଟର ପରିଧି ଭିତରେ ମଦ ବିକ୍ରି ହୋଇପାରିବ ନାହିଁ ବୋଲି କଟକଣା ଜାରି ହୋଇଥିବା ବେଳେ କେଉଁ ସ୍ଥାନ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଭାବେ ବିବେଚିତ ହେବ ତାହାର ଦାୟିତ୍ୱ ପର୍ଯ୍ୟଟନ ବିଭାଗ ଉପରେ ନ୍ୟସ୍ତ ଅଛି। ନୂଆ ଅବକାରୀ ନୀତିରେ ଥିବା ବ୍ୟବସ୍ଥା ମୁତାବକ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ଠିପିଖୋଲା ମଦ ଲାଇସେନ୍ସ ବାବଦରେ ଅନ୍ୟମାନଙ୍କ ତୁଳନାରେ ଅଧା ଅର୍ଥ ଦେବାକୁ ହେବ। ଏହାର ଅର୍ଥ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଓଟିଡିସି କିମ୍ୱା ଆଇଟିଡିସି ମଦ ପରିବେଷଣ କରିପାରିବେ। ଏଥିଲାଗି ୨୦୨୦ ମସିହାରୁ ସେମାନଙ୍କୁ ଯେଉଁ ରିହାତି ଦିଆ ଯାଇଆସୁଛି ତାହା ବଳବତ୍ତର ରହିବ। ଓଡ଼ିଶାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜି ଆସିଛନ୍ତି। ଏବେ କିନ୍ତୁ ଏକ ବ୍ୟତିକ୍ରମ ହେଉଛି ଯେ ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ମହିଳା ମନ୍ତ୍ରୀ ନିଷ୍ପତ୍ତି ନେବେ କେଉଁଠାରେ ମଦ କୁଡ଼ିଆ ଖୋଲିବ।

ସେହିପରି ନୂଆ ଅବକାରୀ ନୀତିରେ ଭୋଜିଭାତରେ ଚୋରା ଲୁଚାରେ ମଦ ପିଇବା ପରିବର୍ତ୍ତେ ମଦୁଆମାନେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମଦ ଖୋଲାଖୋଲି ପାନ କରି ମସଗୁଲ୍‌‌ ହେବାର ସୁଯୋଗ ପାଇବେ। ଘରୋଇ କାର୍ଯ୍ୟକ୍ରମରେ ଅଥବା ଉତ୍ସବାନୁଷ୍ଠାନରେ ମଦ ପରିବେଷଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅସ୍ଥାୟୀ ଅନୁମତି ଦେଇପାରିବେ। ୨୦୦ ଲୋକଙ୍କ ପାଇଁ ଏହି ଯୋଜନାରେ ମଦ ପରିବେଷଣ ପାଇଁ ଦିନକୁ ୧୦ହଜାର ଟଙ୍କା ଲାଇସେନ୍ସ ଫି ରହୁଥିବା ବେଳେ ୫୦୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ୧୫ହଜାର, ୧୦୦୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ୨୦ହଜାର ଓ ୧୦୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଦିନକୁ ୨୫ହଜାର ଟଙ୍କା ଦେବାକୁ ପଡ଼ିବ। ତେଣୁ ଏଣିକି ଭୋଜିଭାତ ମଦ୍ୟପଙ୍କ ଆସର ପାଲଟିବାରେ ଅଧିକ ସମୟ ଲାଗିବ ନାହିଁ ଏବଂ ସେଠାକୁ ସଭ୍ୟସମାଜର ମହିଳା, ଶିଶୁ ଓ ବୁଦ୍ଧିଜୀବୀ ଯିବାର ସୁଯୋଗ ମଧ୍ୟ ରହିବ ନାହିଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମ୍ବିଧାନର ୪୭ ଧାରାରେ ଥିବା ନିଶା ନିବାରଣ ଏବଂ ୨୧ ଧାରାରେ ଥିବା ବଞ୍ଚିବାର ଅଧିକାରକୁ ଆଖି ଆଗରେ ରଖି ପ୍ରଚଳିତ ଅବକାରୀ ନୀତି ଓ ଆଇନ୍‌‌ରେ ସଂଶୋଧନ ଆଣିବା ଲାଗି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଐତିହାସିକ ରାୟ ଦେଇଛନ୍ତି ସେହି ଆଧାରରେ ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ପରିପନ୍ଥୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ରାଜ୍ୟର କୋଣ ଅନୁକୋଣରେ ନିଶା ବିରୁଦ୍ଧରେ ଆନ୍ଦୋଳନ ଚାଲି ଆସୁଛି। ଏଥିରେ ବିଭିନ୍ନ ବର୍ଗର ହଜାର ହଜାର ମହିଳାଙ୍କ ସମେତ ବହୁ ସଚେତନ ଲୋକ ସାମିଲ ହୋଇ ମଦର ଭୟାବହତା ସଂକ୍ରାନ୍ତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ଏଭଳି ସମୟରେ ମଦ କୁଡ଼ିଆ ଭଳି ପରିକଳ୍ପନା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ସରକାରଙ୍କ ଅଦୂରଦୃଷ୍ଟିତାର ପରିଚାୟକ ବୋଲି କହିବାକୁ ପଡ଼ିବ।

ଓଡ଼ିଶାରେ ପ୍ରଚଳିତ ବିହାର-ଓଡ଼ିଶା ଅବକାରୀ ଆଇନ୍‌‌ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶା ନିବାରଣ ହୋଇଥିବା ବେଳେ ୨୦୦୮ରେ ପ୍ରଣୀତ ଓଡ଼ିଶା ଅବକାରୀ ଆଇନ୍‌‌ରେ ବି ନିଶା ନିବାରଣ କଥା କୁହାଯାଇଛି। ୧୯୫୬ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ଭାବେ ଓଡ଼ିଶା ନିଶା ନିବାରଣ ଆଇନ୍‌‌ ପାରିତ ହେବା ସହିତ ପରବର୍ତ୍ତୀ ସମୟରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ରାଜ୍ୟ ସରକାର ତାଙ୍କ ପ୍ରଣୀତ ନିଜ ଆଇନ୍‌‌କୁ ନିଜେ ସମ୍ମାନ ଦେଇ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପରିପ୍ରେକ୍ଷୀରେ କେରଳ ଓ ବିହାର ଭଳି ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଉଚିତ ବୋଲି ବିଭିନ୍ନ ମହଲରୁ ଏବେ ଦାବି ଜୋର ଧରିଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଶାରେ ଦେଶୀ ଓ ମହୁଲି ମଦ ପ୍ରଚଳନକୁ ନିଷିଦ୍ଧ କରିବା ସହିତ ବିଦେଶୀ ମଦ କାରବାରକୁ ସଙ୍କୁଚିତ କରିଥିଲେ। ଏହାସହିତ ମଦୁଆଙ୍କୁ ସାବାଡ଼ କରିବା ପାଇଁ ବିଜୁ ବାବୁ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ମଦମୁକ୍ତି ଅଭିଯାନରେ ସାମିଲ୍‌‌ ମହିଳାଙ୍କୁ ସ୍ୱତନ୍ତ୍ର ପୁଲିସ କ୍ଷମତା ଦେବାକୁ ମଧ୍ୟ ଘୋଷଣା କରିଥିଲେ। ସେହି ଢାଞ୍ଚା ପୁଣି ଥରେ ନୂଆ ସରକାର ଆପଣାନ୍ତୁ ବୋଲି ମଧ୍ୟ ଦାବି ହେଉଛି। କେବଳ ସମୁଦ୍ର କୂଳରେ ନୁହେଁ, ନଦୀ, ହ୍ରଦ ଆଦି ନିକଟରେ ମଦ କୁଡ଼ିଆ ଖୋଲି ଲୋକଙ୍କୁ ସରକାରୀ ସଂସ୍ଥା ମାଧ୍ୟମରେ ମଦ ଯୋଗାଣ ଲାଗି ଯେଉଁ ବ୍ୟବସ୍ଥା ନୂଆ ଅବକାରୀ ନୀତିରେ ରହିଛି ତାହାର ପୁନର୍ବିଚାର ହେବାର ମଧ୍ୟ ଆବଶ୍ୟକ।

ମଦ୍ୟପାନ ଯୋଗୁଁଁ କେବଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉନାହିଁ, ବରଂ ମହିଳା ଓ ଶିଶୁ ବିରୋଧୀ ନିର୍ଯାତନା, ସଡ଼କ ଦୁର୍ଘଟଣା, ଚୋରି, ଡକାୟତି, ରାହାଜାନି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଭୟଙ୍କର ସମସ୍ୟାରୁ ଓଡ଼ିଶାକୁ ରକ୍ଷା କରିବା ସହିତ ରାଜ୍ୟର ଦାରିଦ୍ର୍ୟ, ଅନଗ୍ରସରତା, ନିରକ୍ଷରତା, ଅଶିକ୍ଷା, ରୋଗବ୍ୟାଧି, ଶୋଷଣ, ନିର୍ଯାତନା, ଅପରାଧ ଆଦିର ଅନ୍ୟତମ କାରଣ ନିଶା ରାକ୍ଷସକୁ ନିପାତ କରିବା ଲାଗି ଓଡ଼ିଶା ସରକାର ତୁରନ୍ତ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ କାର୍ଯ୍ୟକାରୀ କରିବା ଓ ଅବକାରୀ ବିଭାଗର ନାମ ବଦଳାଇ ଏହାକୁ ନିଶା ନିବାରଣ ବିଭାଗରେ ପରିଣତ କରିବା ଲାଗି ଯେଉଁ ମତ ପ୍ରକାଶ ପାଇ ଆସୁଛି ତାହାକୁ ରାଜ୍ୟ ସରକାର ସମ୍ମାନ ଜଣାଇ ଇତିହାସ ସୃଷ୍ଟି କରିବାର ବେଳ ଆସିଛି।

16 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର