ମଧ୍ୟପ୍ରାଚ୍ୟରେ ଯୁଦ୍ଧଧ୍ୱନି

The Sakala Picture
Published On

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ହମାସ୍‌‌କୁ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ୍‌‌ ଆରମ୍ଭ କରିଥିବା ନିର୍ଣ୍ଣାୟକ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇରାନ୍‌‌ ଉପରେ ଆକ୍ରମଣ କରିଛି ଏବଂ ଇରାନ୍‌‌ ପାଲଟା ଜବାବ୍‌‌ ଦେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନ୍‌‌ର ଆଣବିକ କେନ୍ଦ୍ର ଓ ସେନା ଶିବିରମାନଙ୍କ ଉପରେ ବାଛିବାଛି ଇସ୍ରାଏଲ୍‌‌ ଆକ୍ରମଣ କରିଛି ଏବଂ ଇରାନ୍‌‌କୁ ସମ୍ପୂର୍ଣ୍ଣ ଆଣବିକଶକ୍ତି ବିହୀନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିବ […]

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ହମାସ୍‌‌କୁ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ୍‌‌ ଆରମ୍ଭ କରିଥିବା ନିର୍ଣ୍ଣାୟକ ଯୁଦ୍ଧର ମୀମାଂସା ଏ ପର୍ଯ୍ୟନ୍ତ ହୋଇ ନ ଥିବା ବେଳେ ଇରାନ୍‌‌ ଉପରେ ଆକ୍ରମଣ କରିଛି ଏବଂ ଇରାନ୍‌‌ ପାଲଟା ଜବାବ୍‌‌ ଦେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଇରାନ୍‌‌ର ଆଣବିକ କେନ୍ଦ୍ର ଓ ସେନା ଶିବିରମାନଙ୍କ ଉପରେ ବାଛିବାଛି ଇସ୍ରାଏଲ୍‌‌ ଆକ୍ରମଣ କରିଛି ଏବଂ ଇରାନ୍‌‌କୁ ସମ୍ପୂର୍ଣ୍ଣ ଆଣବିକଶକ୍ତି ବିହୀନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିବ ବୋଲି ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଇସ୍ରାଏଲ୍‌‌ର ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଆହୁରି ଭୟଙ୍କର ହୋଇପାରେ। ଏବେ କେବଳ ସାମରିକ କେନ୍ଦ୍ର ଉପରେ କେନ୍ଦ୍ରିତ ଥିବା ଆକ୍ରମଣ-ପ୍ରତିଆକ୍ରମଣ ପରବର୍ତ୍ତି ସମୟରେ ବେସାମରିକ କ୍ଷେତ୍ରକୁ ବ୍ୟାପୀ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଇରାନ୍‌‌ ଉପରେ ଇସ୍ରାଏଲ୍‌‌ର ଏହି ଆକ୍ରମଣ ଅପ୍ରତ୍ୟାଶିତ ହୋଇଥିଲେ ହେଁ ଅସ୍ୱାଭାବିକ ନୁହେଁ। ଏକଦା ବନ୍ଧୁ ଥିବା ଏହି ଦୁଇରାଷ୍ଟ୍ର ମଧ୍ୟରେ ଗତ ପ୍ରାୟ ଦୁଇବର୍ଷ ଧରି ଉତ୍ତେଜନା ଏବଂ ଆକ୍ରମଣ-ପ୍ରତିଆକ୍ରମଣ ଲାଗି ରହିଛି। ତେବେ ତାହା ସାମୟିକ ପ୍ରଶମିତ ହୋଇସାରିଥିବା ବେଳେ ଇସ୍ରାଏଲ୍‌‌ର ହଠାତ୍‌‌ ‘ଅପରେସନ୍‌‌ ରାଇଜିଂ ଲାୟନ(ଇରାନ୍‌‌ ଆକ୍ରମଣ)’ ପଛରେ ରହିଛି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ପରିଚାଳନା ମଣ୍ଡଳିର ସଦ୍ୟ ଅନୁଷ୍ଠିତ ବୈଠକ। ଇରାନ୍‌‌ ବିପଜ୍ଜନକ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ଅଭିଯୋଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଆହୂତ ହୋଇଥିଲା। ୩୫ ସଦସ୍ୟ ବିଶିଷ୍ଟ ଏହି ସଂସ୍ଥାର ପରିଚାଳନା ମଣ୍ଡଳି ବୈଠକରେ ୧୯ ଜଣ ସଦସ୍ୟ ଇରାନ୍‌‌ ଉପରେ କଟକଣା ଜାରି କରିବା ପାଇଁ ଆଗତ ସଂକଳ୍ପ ସପକ୍ଷରେ ମତ ଦେଇଥିବା ବେଳେ ୩ ଜଣ ବିରୋଧ କରିଥିଲେ। ବିଗତ ଦୁଇଦଶନ୍ଧି ମଧ୍ୟରେ ଇରାନ୍‌‌ ବିରୋଧରେ ଏଭଳି ସଂକଳ୍ପ ପ୍ରଥମ ବୋଲି କୁହାଯାଉଛି। ଉଲ୍ଳେଖନୀୟ, କେବଳ ରୁଷିଆ, ଚୀନ୍‌‌ ଓ ବୁର୍କିନା ଫାସୋ ଏହି ସଂକଳ୍ପକୁ ବିରୋଧ କରିଥିବା ବେଳେ ଆଲଜେରିଆ, ବାଂଲାଦେଶ, ଇଣ୍ଡୋନେସିଆ, କାତ୍ତାର, ସାଉଦି ଆରବ, ତୁର୍କି ଆଦି ଇସ୍‌‌ଲାମିକ୍‌‌ ଦେଶଗୁଡ଼ିକ ସଂକଳ୍ପକୁ ବିରୋଧ କରି ନଥିଲେ। ଇସ୍‌‌ଲାମିକ୍‌‌ ବହୁଳ ଅଞ୍ଚଳରେ ଇରାନ୍‌‌କୁ ସମର୍ଥନ ନ ମିଳିବା ମଧ୍ୟପ୍ରାଚ୍ୟରେ ଏକ ନୂଆ ଭୂରାଜନୈତିକ ସମୀକରଣର ସଂକେତ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଏଠାରେ ଆଉ ଏକ ପ୍ରସଙ୍ଗ ଆଲୋଚନା ପରିସରକୁ ସ୍ୱାଭାବିକ ଭାବେ ଆସୁଛି। ଯଦି ଇସ୍ରାଏଲ୍‌‌ର ‘ଅପରେସନ୍‌‌ ରାଇଜିଂ ଲାୟନ୍‌‌’ ପଛରେ ଇରାନ୍‌‌ ବିରୋଧରେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥାର କଟକଣା ସଂକଳ୍ପ ହିଁ ଏକମାତ୍ର କାରଣ ହୁଏ ତେବେ ପ୍ରଶ୍ନ ଉଠୁଛି ଇସ୍ରାଏଲ୍‌‌କୁ ସେ ଅଧିକାର କିଏ ଦେଲା? ଏବଂ କାହାର ଇଙ୍ଗିତ ଓ ବଳରେ ଆନ୍ତର୍ଜାତିକ ଶକ୍ତିସଂସ୍ଥାର ପ୍ରତିନିଧିତ୍ୱ କରିବାକୁ ଇସ୍ରାଏଲ୍‌‌ ଆଗଭର ହୋଇଗଲା? ଉଭୟ ଇସ୍ରାଏଲ୍‌‌ ଓ ଇରାନ୍‌‌ ଗୁପ୍ତରେ ଆଣବିକ ଶକ୍ତିର ଅଧିକାରୀ ହୋଇଥିବା ବିଷୟ ଆନ୍ତର୍ଜାତିକ ଆଣବିକ ସଂସ୍ଥାର ଅଗୋଚର ନୁହେଁ। କିନ୍ତୁ ହଠାତ୍‌‌ ଆନ୍ତର୍ଜାତିକ ଶକ୍ତିସଂସ୍ଥାର ପରିଚାଳନା ମଣ୍ଡଳି ବୈଠକ ବସିବା, ଇରାନ୍‌‌ ବିରୋଧରେ ଐତିହାସିକ ସଂକଳ୍ପ ପାରିତ ହେବା ଏବଂ ଇସ୍ରାଏଲ୍‌‌ ବଡ଼ଭାଇ ପଣିଆ ଦେଖାଇ ଇରାନ୍‌‌ର ଆଣବିକ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବା ଆଦୌ କାକତାଳିକ ନୁହେଁ। ତେଣୁ ଏହି ସମଗ୍ର ଘଟଣା ପଛରେ ଆମେରିକାର ଭୂମିକା ସନ୍ଦେହରୁ ଊର୍ଦ୍ଧ୍ବକୁ ଯାଇପାରୁନାହିଁ।

ମଧ୍ୟପ୍ରାଚ୍ୟରେ ବହୁଦଶନ୍ଧି ଧରି କୁହୁଳି ଆସୁଥିବା ଧୂଅାଁ ମଝିରେ ମଝିରେ ବାହ୍ୟଶକ୍ତିର ପ୍ରଭାବରେ ଅଗ୍ନିସ୍ପୁଲିଙ୍ଗର ରୂପ ନିଏ। ଏବେ ତାହାର ପୁନରାବୃତ୍ତି ଘଟିଛି। କେତେବେଳେ ଇରାନ୍‌‌ ସମର୍ଥିତ ଓ ସହାୟତା ପ୍ରାପ୍ତ ପାଲେଷ୍ଟାଇନ୍‌‌ର ଆତଙ୍କବାଦୀ ଗୋଷ୍ଠୀ ହମାସ୍‌‌ ଇସ୍ରାଏଲ୍‌‌ ଉପରେ ଆକ୍ରମଣ କରିଛି; ପୁଣି କେତେବେଳେ ସିରିଆରେ ଗୃହଯୁ୍‌‌ଦ୍ଧ ପଛରେ ଇସ୍ରାଏଲ୍‌‌ର ବନ୍ଧୁ ଆମେରିକାର ହାତ ରହିଥିବା ଅଭିଯୋଗ ହୋଇଛି। ଏବେ ଇରାନ୍‌‌ ଉପରେ ଇସ୍ରାଏଲ୍‌‌ ଆକ୍ରମଣ ପଛର ଯଥାର୍ଥତା କେତେ ତାହା ଏକ ଭିନ୍ନ ପ୍ରଶ୍ନ। କିନ୍ତୁ ଏହା ଅନସ୍ୱୀକାର୍ଯ୍ୟ ଯେ ପରିବର୍ତ୍ତିତ ପରିସ୍ଥିତିରେ ଆମେରିକାର ଦୃଷ୍ଟିକଟୁ ତାଲିକାରେ ଇରାକ୍‌‌ର ସ୍ଥାନରେ ଏବେ ଇରାନ୍‌‌କୁ ଅବସ୍ଥାପିତ କରାଯାଇଛି ଏବଂ ଏଥିପାଇଁ ଇସ୍ରାଏଲ୍‌‌କୁ ବ୍ୟବହାର କରାଯାଇଛି। ଏବେ ଇରାନ୍‌‌ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଏକଦା ଇରାକ୍‌‌ ବିରୋଧରେ ମଧ୍ୟ ଆମେରିକା ଆଣିଥିଲା। ଇରାକ୍‌‌କୁ ଧ୍ୱସ୍ତବିଧ୍ୱସ୍ତ କରି ସଦ୍ଦାମ ହୁସେନ୍‌‌ଙ୍କ କବଳରୁ ମୁକ୍ତି ଦେବାରେ ଆମେରିକା ସଫଳ ହେଲା ସତ, କିନ୍ତୁ ସଦ୍ଦାମ୍‌‌ ଗୋପନୀୟ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ପ୍ରମାଣ କରିପାରିଲା ନାହିଁ। ଆମେରିକାର ଏହି ଉଦ୍ଦେଶ୍ୟ ପଛରେ ଯେ ମଧ୍ୟପ୍ରାଚ୍ୟର ବିଶାଳ ତୈଳ ଖଣି ଉପରେ କବ୍‌‌ଜା ଲକ୍ଷ୍ୟ ଥିଲା, ତାହାର ପ୍ରମାଣ କିନ୍ତୁ ବିଶ୍ୱବାସୀ ପାଇଗଲେ। ଏବେ ଆମେରିକାର ଆଖି ପୁଣି ଇରାନ୍‌‌ର ତୈଳ ଭଣ୍ଡର ଉପରେ ପଡ଼ିନାହିଁ ଏବଂ ଇରାକ୍‌‌ର ଦଶା ଇରାନ୍‌‌ ଭୋଗିବ ନାହିଁ ବୋଲି ନିଶ୍ଚିତ କରିହେଉନାହିଁ।

ଯୁଦ୍ଧ ଘନଘଟା ସତ୍ତ୍ବେ ମଧ୍ୟପ୍ରାଚ୍ୟ ପାଇଁ ଏକ ଆଶ୍ୱସ୍ତିର ବିଷୟ ଯେ ଇରାନ୍‌‌ର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ତେଜସ୍କ୍ରିୟ ବିକିରଣ ଆଶଙ୍କା କମ୍‌‌ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କିନ୍ତୁ ଯୁଦ୍ଧର ଘନଘଟା ଲାଗି ରହିଲେ ସମଗ୍ର ପଶ୍ଚିମଏସିଆ ସମେତ ଭାରତ ମଧ୍ୟ ପ୍ରଭାବିତ ହେବ। କୂଟନୈତିକ ଓ ବାଣିଜ୍ୟିକ ଦୃଷ୍ଟିକୋଣରୁ ଇରାନ୍‌‌ ସହିତ ଭାରତର ସମ୍ପର୍କ ଭଲ। ଚବାହାର ବନ୍ଦର ପ୍ରତିଷ୍ଠା କରି ଭାରତ ଇରାନ୍‌‌ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ଦୃଢ଼ କରିଛି। ଆମେରିକାର ଇରାନ୍‌‌ ବିରୋଧୀ କଟକଣା ପୂର୍ବରୁ ଭାରତର ସର୍ବବୃହତ୍‌‌ ଅଶୋଧିତ ତୈଳ ରପ୍ତାନୀକାରୀ ଥିଲା ଇରାନ୍‌‌। ଅପରପକ୍ଷରେ ଆତଙ୍କବାଦ ବିରୋଧରେ ଇସ୍ରାଏଲ୍‌‌ କାର୍ଯ୍ୟାନୁଷ୍ଠାନକୁ ଭାରତ ସମର୍ଥନ ଦେଇ ଆସୁଛି ଏବଂ ପ୍ରତିରକ୍ଷା ଉପକରଣ, ସାମରିକ-ବୈଷୟିକ ଜ୍ଞାନକୌଶଳ ହାସଲ କରିବା ପାଇଁ ଦୁଇ ରାଷ୍ଟ୍ର ଚୁକ୍ତିବଦ୍ଧ। ତେଣୁ ଏଭଳି ପରିସ୍ଥିତିରେ ଭାରତ ନିର୍ଦ୍ଦିଷ୍ଟ ଭାବେ କୌଣସି ପକ୍ଷ ନେଇପାରିବ ନାହିଁ।

ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ସବୁଠାରୁ ଉଦ୍‌‌ବେଗ ହେଉଛି ମଧ୍ୟପ୍ରାଚ୍ୟରେ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା। ସେହି ଅଞ୍ଚଳରେ ପ୍ରାୟ ୯୦ ଲକ୍ଷ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଏବେ ମଧ୍ୟ ଭାରତର ମୋଟ ତୈଳ ଆମଦାନୀର ୮୦% ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳ। ଉଭୟ ଦେଶ କେହି କାହାର ଇନ୍ଧନ ଭିତ୍ତିଭୂମି ଉପରେ ଆକ୍ରମଣ କରିବେ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ବିଶ୍ୱ ତୈଳ ଓ ଏଲ୍‌‌ଏନ୍‌‌ଜି ରପ୍ତାନୀ ପାଇଁ ବ୍ୟବହୃତ ପ୍ରମୁଖ ପଥ ‘ଷ୍ଟ୍ରେଟ୍‌‌ ଅଫ୍‌‌ ହର୍ମୁଜ୍‌‌ ଲାଇନ୍‌‌’କୁ ଯଦି ଇରାନ୍‌‌ ବନ୍ଦ କରିଦିଏ, ତେବେ ଭାରତର ତୈଳ ଆମଦାନୀ ପ୍ରଭାବିତ ହେବ ଏବଂ ଅର୍ଥନୈତିକ ସଙ୍କଟ ବଢ଼଼ିବ। ପଣ୍ୟବାହୀ ଜାହାଜଗୁଡ଼ିକ ମଧ୍ୟ ଲୋହିତ ସାଗର ପରିବର୍ତ୍ତେ ‘କେପ୍‌‌ ଅଫ୍‌‌ ଗୁଡ୍‌‌ ହୋପ୍‌‌ ରୁଟ୍‌‌’ ଦେଇ ଯିବାକୁ ପଡ଼ିବ, ଯାହା ବାଣିଜ୍ୟ ଖର୍ଚ୍ଚ ଓ ଅବଧିକୁ ବହୁଗୁଣା ବୃଦ୍ଧି କରିବ। ତେଣୁ ଯେତେଶୀଘ୍ର ମଧ୍ୟପ୍ରାଚ୍ୟରେ ଶାନ୍ତି ବାହାଲ ହେବ ତାହା ଭାରତ, ମଧ୍ୟପ୍ରାଚ୍ୟ ସମେତ ପଶ୍ଚିମ ଏସିଆ ପାଇଁ ମଙ୍ଗଳକର ହେବ।

16 Jun 2025 By The Sakala

https://www.thesakala.in/sakala-editorial/sakala-editorial-16-06-2025/article-41192
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର