ଜାତୀୟ ରାଜନୀତିରେ ଗୁଡ଼ି ଉଡ଼ାଣ
ଆଜି ପବିତ୍ର ମକର ସଂକ୍ରାନ୍ତି। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଧନୁ ରାଶିରୁ ଆଜି ମକର ରାଶିକୁ ଚଳନ କରନ୍ତି। ଆଜିଠାରୁ ଉତ୍ତରାୟଣ ଆରମ୍ଭ ହୁଏ। ଧୀରେ ଧୀରେ ଦିନ ବଡ଼ ଓ ରାତି ଛୋଟ ହୋଇଆସେ। ମକର ସଂକ୍ରାନ୍ତି ଦିନ ଦେଶର ବିଭିନ୍ନ ଭାଗରେ ପୂଜା, ଅର୍ଚ୍ଚନା ଓ ଉତ୍ସବ ବଡ଼ ଆନନ୍ଦରେ ପାଳିତ ହୁଏ। ଆମ ଶ୍ରୀକ୍ଷେତ୍ରରେ ତ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବଡ଼ ଗୁରୁତ୍ୱପୂର୍ଣ୍ଣ। କଥାରେ ଅଛି ଆଜିଠାରୁ ହିନ୍ଦୁମାନଙ୍କର ବିବାହ […]
ଆଜି ପବିତ୍ର ମକର ସଂକ୍ରାନ୍ତି। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଧନୁ ରାଶିରୁ ଆଜି ମକର ରାଶିକୁ ଚଳନ କରନ୍ତି। ଆଜିଠାରୁ ଉତ୍ତରାୟଣ ଆରମ୍ଭ ହୁଏ। ଧୀରେ ଧୀରେ ଦିନ ବଡ଼ ଓ ରାତି ଛୋଟ ହୋଇଆସେ। ମକର ସଂକ୍ରାନ୍ତି ଦିନ ଦେଶର ବିଭିନ୍ନ ଭାଗରେ ପୂଜା, ଅର୍ଚ୍ଚନା ଓ ଉତ୍ସବ ବଡ଼ ଆନନ୍ଦରେ ପାଳିତ ହୁଏ। ଆମ ଶ୍ରୀକ୍ଷେତ୍ରରେ ତ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବଡ଼ ଗୁରୁତ୍ୱପୂର୍ଣ୍ଣ। କଥାରେ ଅଛି ଆଜିଠାରୁ ହିନ୍ଦୁମାନଙ୍କର ବିବାହ ବ୍ରତ ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ଆରମ୍ଭ ପାଇଁ ଅପେକ୍ଷା କରାଯାଇଥାଏ। ଦେଶର ବିଭିନ୍ନ ଭାଗରେ ଆଜି ଦିନରେ ପ୍ରାୟ ସମସ୍ତେ ଜାତି, ଧର୍ମ ନିର୍ବିଶେଷରେ ଗୁଡ଼ି ଉଡ଼ାନ୍ତି। ଅନେକ ସହରରେ ଜାତୀୟ ଓ ଅନ୍ତର୍ଜାତୀୟ ଗୁଡ଼ି ଉଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ।
ଏବେ ଆମ ଦେଶରେ ଏହି ଗୁଡ଼ି ଉଡ଼ା ପର୍ବ ଜାତୀୟ ରାଜନୀତିରେ ମଧ୍ୟ ପ୍ରତିଫଳିତ ହେଉଛି। ଅବଶ୍ୟ ଏଠାରେ ‘ଗୁଡ଼ି ଉଡ଼ାଇବା’ ଶବ୍ଦ ଦୁଇଟିର ଅର୍ଥ ଇଂରାଜୀ ପ୍ରବାଦ ‘କାଇଟ୍ ଫ୍ଲାଇଂ’ ହିସାବରେ ଧରିବାକୁ ହେବ। ଏହାର ମୋଟାମୋଟି ଅର୍ଥ ହେଲା ଅନାବଶ୍ୟକ କଳ୍ପନା ଜଳ୍ପନା କରିବା କିମ୍ବା ଅନ୍ଧାରରେ ବାଡ଼ି ବୁଲାଇବା ଇତ୍ୟାଦି। ଗତ ଶନିବାର ଏହିଭଳି ଏକ ରାଜନୈତିକ ଗୁଡ଼ି ଉଡ଼ାଣର ଉଦାହରଣ ନଜରକୁ ଆସିଛି। ତାଜା ତାଜା ନିର୍ମିତ ‘ଇଣ୍ଡିଆ’ ମେଣ୍ଟର ତୁଙ୍ଗ ନେତାମାନେ ଆଭାସୀ ସମ୍ମିଳନୀ ମାଧ୍ୟମରେ ଐତିହାସିକ ଜାତୀୟ କଂଗ୍ରେସ ଦଳର ଅଣଗାନ୍ଧୀ ପରିବାରର ସଭାପତି ଶ୍ରୀମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ମେଣ୍ଟର ଆବାହକ ତଥା ଅଧ୍ୟକ୍ଷ ରୂପେ ଚୟନ କରାଯାଇଛି। ଏବେ ସୁଦ୍ଧା କଞ୍ଚା ମୂଳଦୁଆ ଥିବା ‘ଇଣ୍ଡିଆ’ ମେଣ୍ଟ ପାଇଁ ଏହା କମ୍ ଉପଲବ୍ଧି ନୁହେଁ। ଏଥିରେ ଉପରଦେଖାଣିଆ ସର୍ବସହମତି ତ ଅଛି। କଂଗ୍ରେସ ସଭାପତି ଜଣେ ବରିଷ୍ଠ ଓ ଅଭିଜ୍ଞ ରାଜନେତା, ସେ ପୁଣି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକର ବାସିନ୍ଦା। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ବିହାର ମୁଖ୍ୟମନ୍ତ୍ରୀ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଅଘୋଷିତ ଅସନ୍ତୁଷ୍ଟ ହୃଦୟ ବେଶ୍ ପରିଷ୍କାର ଜଣାପଡ଼ୁଛି। ସେପଟେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କର ସଭାରେ ଅନୁପସ୍ଥିତି ତାଙ୍କ ଦଳର ଅସହମତିର ସୂଚନା ଦେଉଛି। ଆଗରୁ ତ ସମାଜବାଦୀ ଦଳର ନେତା ଅଖିଳେଶ ଯାଦବ କଂଗ୍ରେସ ଉପରେ ଖପ୍ପା ଅଛନ୍ତି। ଅବଶ୍ୟ ନିକଟରେ କଂଗ୍ରେସ ଓ ଆପ୍ ଦଳର ଦିଲ୍ଲୀ ଓ ପଞ୍ଜାବ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଆଲୋଚନା ସଫଳ ହୋଇଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚିତ ହେଉଛି। ଏଭଳି ଏକ ଅସ୍ପଷ୍ଟ ଅସହମତିର ଚିତ୍ର ନେଇ ତେଣେ କଂଗ୍ରେସର ଯୁବ ନେତା ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ରାହୁଲ୍ ଗାନ୍ଧୀ ଦ୍ୱିତୀୟ ପର୍ଯ୍ୟାୟ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ପାଇଁ ବାହାରିଛନ୍ତି। ଏଥର ପୂର୍ବୋତ୍ତରରୁ ଯାତ୍ରା ଆରମ୍ଭ। ରାହୁଲ୍ ଗାନ୍ଧୀ ନିଜେ ଗତ ଲୋକସଭା ନିର୍ବାଚନରେ ଦକ୍ଷିଣାୟନ ଯାତ୍ରା କରିଥିଲେ ମଧ୍ୟ ଏଥର ଉତ୍ତରାୟଣରେ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଖାଲି ମେଣ୍ଟ ଘୋଷଣା ହେଲେ ତ ହୋଇଯିବନି! କିମ୍ବା କାମଚଳା ବିଧାନରେ ଜଣକୁ ନେତା କରିଦେଲେ ହେବନି। ଖାସ୍ କରି ଯେତେବେଳେ ବିଜେପି ନେତୃତ୍ୱରେ ସ୍ପର୍ଦ୍ଧିତ ଓ ଦର୍ପିତ ଏନ୍ଡିଏ ମେଣ୍ଟ ଓ ତା’ର ଦିଗ୍ବିଜୟୀ ନେତା ନରେନ୍ଦ୍ର ମୋଦୀ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଆହ୍ୱାନକାରୀ ଭାବେ ସାମ୍ନାରେ ଉଭା ହୋଇସାରିଛନ୍ତି। ଏହି ପରିଦୃଶ୍ୟକୁ କେତେକ ରାଜନୈତିକ ସମୀକ୍ଷକ ନିର୍ବାଚନ ଗୁଡ଼ି ଉଡ଼ାଣ ବୋଲି ମଧ୍ୟ କହୁଛନ୍ତି। ତେବେ ଉପଯୁକ୍ତ ହାୱା ଦେଖାଯାଉନାହିଁ କିମ୍ବା ସୁତାରେ ତୀକ୍ଷ୍ଣ ମାଞ୍ଜାର ସୂଚନା ଏ ପର୍ଯ୍ୟନ୍ତ ମିଳୁନାହିଁ। ତେଣୁ ଗୁଡ଼ି ଉଡ଼ା ପ୍ରତିଯୋଗିତା ହେବ କ’ଣ ସେ କଥା ଜଣାପଡ଼ୁନାହିଁ।
ଗଣତନ୍ତ୍ରର ଅପ୍ରତ୍ୟକ୍ଷ ଶାସନରେ .ରାଜନୈତିକ ଦଳମାନେ ହିଁ ଜନମତର ପ୍ରକୃତ ସଞ୍ଚାଳକ। ଭାରତ ଭଳି ବହୁ ବିବିଧତାରେ ପରିପୂର୍ଣ୍ଣ ଜନସମାଜ ପାଇଁ ବହୁଦଳୀୟ ଗଣତନ୍ତ୍ର କାଗଜପତ୍ରରେ ତ ଠିକ୍ ଦେଖାଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ସ୍ଥିତି ଅନ୍ୟ ପ୍ରକାରର। ନିର୍ବାଚନରେ କୌଣସି ଦଳକୁ ବହୁମତ ନ ମିଳିଲେ ଘୋଡ଼ା ବେପାର ଆରମ୍ଭ ହେବା ନିଧାର୍ଯ୍ୟ। ମେଣ୍ଟ ଗଠନ ଅନିବାର୍ଯ୍ୟ। ଆମ ଦେଶର ରାଜନୈତିକ ଦଳଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶବାଦ ବହୁବର୍ଷରୁ ଲିଭିଗଲାଣି। ଏବେ ଖାଲି କ୍ଷମତାବଣ୍ଟନ ପାଇଁ ସର୍ବନିମ୍ନ କାର୍ଯ୍ୟକ୍ରମର ସାଲିସ୍ ପାଇଁ ସହମତି ଆବଶ୍ୟକ। ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ଆମେ ଏଭଳି ମେଣ୍ଟ ଗଠନ ଦେଖି ଆସୁଛେ। ଷାଠିଏ ଦଶକ ପରେ ଏହାର ଆବଶ୍ୟକତା ବଢ଼଼ି ଯାଇଛି। କେନ୍ଦ୍ରରେ ମଧ୍ୟ ଏହିଭଳି ମେଣ୍ଟ ସରକାର କେତେ ଦଶନ୍ଧି ଧରି ଆମେ ଦେଖୁଛେ। ଏମିତି ବି ଅବସ୍ଥା ଆସିଛି ଓ ଆସୁଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପଦକୁ ଭାଗବଣ୍ଟା କରାଯାଉଛି। ପ୍ରାକ୍ ନିର୍ବାଚନ ମେଣ୍ଟ ଅପେକ୍ଷା ନିର୍ବାଚନ ପରର ମେଣ୍ଟ ଗଠନ ଓ ଆନୁଷଙ୍ଗିକ ଦଳବଦଳ ତଥା ବିଧାୟକମାନଙ୍କୁ ବନ୍ଧକ ରଖିବା ଭଳି ଦୂରରେ ଥିବା ବିଳାସମୟ ପର୍ଯ୍ୟଟନସ୍ଥଳୀକୁ ନେଇ ଆକଟରେ ରଖିବା ଆଦି କେତେ ରାଜନୈତିକ ନାଟକ ମଞ୍ଚସ୍ଥ ହେଉଛି। ମହାରାଷ୍ଟ୍ରର ସାଧାରଣ ନିର୍ବାଚନ ଓ ତା’ ପରଠାରୁ ସରକାର ଗଠନ, ଭଙ୍ଗ ଓ ପରିବର୍ତ୍ତନ ଆଦିର ଦୃଶ୍ୟରେ ଏବେ ମଧ୍ୟ ପରଦା ପଡ଼ିନି।
ତେଣୁ ମଞ୍ଜ କଥାଟି ହେଲା କ୍ଷମତା ବଣ୍ଟନ କୂଟନୀତିରେ କିଏ ଶ୍ରେଷ୍ଠ ଚାଣକ୍ୟ ପ୍ରମାଣିତ ହେବ। ଭୋଟର ତ ଭକୁଆ ହୋଇ ଚାହିଁ ରହିବେ, ଗଣମାଧ୍ୟମ ଏହି ରାଜନୈତିକ ଗୁଡ଼ି ଉଡ଼ାଣର ନାଟକ ଜନତାଙ୍କୁ ପରିବେଷଣ କରି ନିଷ୍ପକ୍ଷ ଓ ପକ୍ଷଭୁକ୍ତ ଆନନ୍ଦ ଲାଭ କରିବେ। ଜନମତ ସର୍ଭେ କମ୍ପାନୀ ମାଲାମାଲ ହେବେ। ଦୁଃଖର କଥା ଭାରତରେ ଦୁଇ ମୁଖ୍ୟ ରାଜନୈତିକ ମଞ୍ଚର ଧ୍ରୁବୀକରଣ ସମ୍ଭବ ହୋଇପାରୁନାହିଁ। ଏବେ ଯେଉଁ ଇଣ୍ଡିଆ ଓ ଭାରତ ମୁହାଁମୁହିଁ ହୋଇଛନ୍ତି ସେଥିରେ ଫଳାଫଳ ଆକଳନର ଆବଶ୍ୟକତା ନାହିଁ। ନାଟକଟି ରହସ୍ୟପୂର୍ଣ୍ଣ ମନେ ହେଲେ ମଧ୍ୟ କୋଉ ପକ୍ଷର ଗୁଡ଼ିଟି କାନି ଖାଇବ ତାହା ସମସ୍ତେ ଜାଣିସାରିବେଣି। ଉତ୍ତରାୟଣ ଓ ଦକ୍ଷିଣାୟନ ଚାଲିଥାଉ ପଛେ ଭାରତର ବିଶ୍ୱାୟନ ବାଧାପ୍ରାପ୍ତ ନ ହେଉ।