ମୌସୁମି ବିଳମ୍ବିତ, ଚାଷ କାର୍ଯ୍ୟ ପ୍ରଭାବିତ; ଚାଷୀଙ୍କୁ ସାର, ବିହନ ଯୋଗାଣ ସୁନିଶ୍ଚିତ ହେଉ
ଦୁଃଖର କଥା ଏବର୍ଷ ମୌସୁମିର ଲୁଚକାଳି ଖେଳ ମଧ୍ୟରେ ଓଡ଼ିଶାରେ ଖରିଫ୍ ଚାଷ ପ୍ରାୟ ଏକମାସ ପଛେଇ ଯାଇଛି। ଆଷାଢ଼ରେ ଯେଉଁ ଚାଷକାମ ହେବା କଥା, ତାହା ଶ୍ରାବଣରେ ମଧ୍ୟ ଆରମ୍ଭ ହୋଇ ପାରିନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ଯୋଗୁଁ ଏହି ପରିସ୍ଥିତି ଉତ୍ପନ୍ନ ହୋଇଛି। ତେବେ ମୌସୁମି ବିଳମ୍ବ ହେବା ଘଟଣା ପ୍ରଥମ ଥର ଘଟୁ ନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗତ କେତେବର୍ଷ ଧରି ବର୍ଷାରେ ବିଳମ୍ବ ଓ […]
ଦୁଃଖର କଥା ଏବର୍ଷ ମୌସୁମିର ଲୁଚକାଳି ଖେଳ ମଧ୍ୟରେ ଓଡ଼ିଶାରେ ଖରିଫ୍ ଚାଷ ପ୍ରାୟ ଏକମାସ ପଛେଇ ଯାଇଛି। ଆଷାଢ଼ରେ ଯେଉଁ ଚାଷକାମ ହେବା କଥା, ତାହା ଶ୍ରାବଣରେ ମଧ୍ୟ ଆରମ୍ଭ ହୋଇ ପାରିନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ଯୋଗୁଁ ଏହି ପରିସ୍ଥିତି ଉତ୍ପନ୍ନ ହୋଇଛି। ତେବେ ମୌସୁମି ବିଳମ୍ବ ହେବା ଘଟଣା ପ୍ରଥମ ଥର ଘଟୁ ନାହିଁ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗତ କେତେବର୍ଷ ଧରି ବର୍ଷାରେ ବିଳମ୍ବ ଓ ଅନିୟମିତତା ପରିଲକ୍ଷିତ ହେଉଛି। ତେଣୁ ବିଳମ୍ବ ଚାଷ, ବିଶେଷକରି ଡେରିରେ ଖରିଫ୍ ଚାଷ ଆରମ୍ଭ ହେବା ଏକ ନୂଆ ପରମ୍ପରା ଭଳି ଲାଗିଲାଣି।
ବିଗତ କେତେବର୍ଷ ହେଲା ରାଜ୍ୟ ସରକାର ବିହନ ନିଗମ ଓ କୃଷି ବିଭାଗ ଜରିଆରେ ଚାଷୀଙ୍କୁ ଉଭୟ ଖରିଫ୍ ଓ ରବି ଋତୁରେ ଅଧିକ ଉନ୍ନତମାନର ପ୍ରାମାଣିକ ବିହନ ଯୋଗାଇ ଦେଇ ଆସୁଛନ୍ତି। ଲକ୍ଷ୍ୟ ହେଲା ସୁଲଭ ମୂଲରେ ଉନ୍ନତ କିସମର ବିହନ ଚାଷୀଙ୍କୁ ଯୋଗାଇ ଉତ୍ପାଦନ ବଢ଼଼ାଇବା। ଏହି ବିହନ ଉପରେ ସରକାର ମଧ୍ୟ ଚାଷୀଙ୍କୁ ଉତ୍ତମ ରିହାତି ଦେଇ ଆସୁଛନ୍ତି। ଏଥର ମରୁଡ଼ିଆ ପାଳକ ଯୋଗୁଁ ଖରିଫ୍ ଚାଷ ହୋଇଥିଲେ ମଧ୍ୟ ଅନେକ ଚାଷୀ ବ୍ୟକ୍ତିଗତ ଉଦ୍ୟମରେ କିଛି କିଛି ବୁଣାବୁଣି ଓ ଅନ୍ୟାନ୍ୟ କାମ ଆରମ୍ଭ କରି ଦେଇଛନ୍ତି। କେତେକ ଅଞ୍ଚଳରେ ଚାଷୀଙ୍କ ଆଗ୍ରହ ସତ୍ତ୍ବେ ପ୍ରାମାଣିକ ସରକାରୀ ବିହନ ଏ ଯାଏଁ ପହଞ୍ଚି ପାରିନାହିଁ ଏବଂ କୃଷି ବିଭାଗ ଏ କଥା ସ୍ୱୀକାର କରି ବିହନ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବେ ପଦକ୍ଷେପ ନେଇଛନ୍ତି।
କୃଷି ସଚିବଙ୍କ ଦ୍ୱାରା ହୋଇଥିବା ସର୍ବଶେଷ ସମୀକ୍ଷା ଅନୁସାରେ ରାଜ୍ୟରେ ଏ ଯାଏଁ(ଜୁଲାଇ ୧୦ ସୁଦ୍ଧା) ଚାଷୀମାନଙ୍କୁ ୩.୫ ଲକ୍ଷ କୁଇଣ୍ଟାଲ୍ ଧାନ ଓ ଅଣଧାନ ବିହନ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଇଛି। ବର୍ଷା ସ୍ୱାଭାବିକ ହେବା ପରେ ଚାଷ କାମ ଆଗେଇଲେ ଚଳିତ ଜୁଲାଇ ଶେଷ ସୁଦ୍ଧା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁସାରେ ଅବଶିଷ୍ଟ ବିହନ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ଆଶାବାଦୀ। ଚଳିତ ଖରିଫ୍ ଋତୁରେ ସରକାର ଚାଷୀମାନଙ୍କୁ ମୋଟ ୪ ଲକ୍ଷ କୁଇଣ୍ଟାଲ୍ ଧାନ ଓ ଅଣଧାନ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥର ମରୁଡ଼ିଆ ପାଳକ ଥିବାରୁ ଚାଷୀ ଅଣଧାନ ଫସଲ ପ୍ରତି ଖରିଫ୍ ଋତୁରେ ଅଧିକ ଆଗ୍ରହ ପ୍ରକାଶ କରିବା ଏକ ଭଲ ଲକ୍ଷଣ। କମ୍ ପାଣି ଓ ସାର, ଔଷଧରେ ଆଳୁ, ବାଦାମ, ଡାଲି ଓ ମିଲେଟ୍ ଜାତୀୟ ଶସ୍ୟ ଆଦି ଉତ୍ପାଦିତ ହୋଇପାରିବ। ଚାଷୀଙ୍କୁ ଏଥର ଏଯାଏଁ ୪୦ହଜାର କୁଇଣ୍ଟାଲ୍ ଖରିଫ୍ ଆଳୁ ବିହନ ସରକାର ଯୋଗାଇ ଦେଇଛନ୍ତି। ଏଥିରୁ ଖରିଫ୍ ଆଳୁଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼଼ିଥିବା ସ୍ପଷ୍ଟ ଜଣାପଡ଼ୁଛି।
ବିହନ ଉପରେ ଦିଆଯାଇଥିବା ରିହାତି ଅର୍ଥ ଚାଷୀଙ୍କୁ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର(ଡିବିଟି) ବ୍ୟବସ୍ଥାରେ ଯୋଗାଇ ଦିଆଯିବା ସ୍ୱାଗତଯୋଗ୍ୟ। ଏହାଫଳରେ ଏହି ରିହାତି ଅର୍ଥର ବାଟମାରଣା ହୋଇପାରିବ ନାହିଁ। ସବୁବ୍ୟବସ୍ଥା ସତ୍ତ୍ବେ ଆମ କୃଷି ବିଭାଗ ଚାଷୀମାନଙ୍କ ସୁବିଧା ପାଇଁ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବେ ବୋଲି ଆଶା। ସରକାରୀ ବିହନ ଅନେକ ସମୟରେ ଗଜା ହୁଏ ନାହିଁ ଓ ଗଛ ହେଲେ ମଧ୍ୟ ଫଳ ଫଳେନା ବୋଲି ଲୋକଙ୍କ ମନରେ ଏକ ଧାରଣା ରହିଛି। ଏଥିପ୍ରତି କୃଷି ବିଭାଗ ସତର୍କତା ଅବଲମ୍ବନ କରିବ ବୋଲି ଆଶା।
ବଡ଼ କଥା ହେଲା ସମ୍ୟକ ଭାବେ ସାର ଯୋଗାଣ। କେନ୍ଦ୍ରରୁ ଠିକ୍ ସମୟରେ ସାର ଆସି ଚାଷୀଙ୍କ ପାଖରେ ଆବଶ୍ୟକତା ଅନୁସାରେ ଉଚିତ ମୂଲ୍ୟରେ ଯେପରି ପହଞ୍ଚେ ତାହାକୁ ନିଶ୍ଚିତ କରିବାକୁ ହେବ। ଏବେ ଦେଖାଯାଉଛି ଯେ ରିହାତି ସତ୍ତ୍ବେ ଚାଷୀଙ୍କୁ ବ୍ୟାଗ୍ ପିଛା ଅଧିକ ଅର୍ଥ ଦେଇ ସାର କିଣିବାକୁ ପଡ଼ୁଛି। ସାର ଅଧିକୃତ ବେପାରୀ ଓ ଖୁଚୁରା ବିକ୍ରେତାଙ୍କ ଉପରେ ବୋଧହୁଏ ସରକାରୀ କଟକଣା ରହୁନାହିଁ। କୃଷି ବିଭାଗକୁ ଜଣାଇଲେ ମଧ୍ୟ ଏହାର କୌଣସି ପ୍ରତିକାର ହେଉ ନଥିବା ଅଭିଯୋଗ ହେଉଛି।
ପାଣିପାଗ ବିଭାଗ ଜୁଲାଇରେ ଦୁଇଟି ଲଘୁଚାପ ହେବାର ସୂଚନା ଦେଇଛି। ତେଣୁ ବର୍ଷା ହେବ ଓ ଚାଷରେ ପାଣି ନିଅଣ୍ଟର ଅବସାନ ଘଟିବା ସମ୍ଭାବନା ଅଧିକ ରହିଛି। ଆଶା କରିବା ଅବଶିଷ୍ଟ ସମୟଗୁଡ଼ିକରେ ବର୍ଷା ସ୍ୱାଭାବିକ ହୋଇ ଖରିଫ୍ ଚାଷ ଆବଶ୍ୟକତା ପୂରଣ କରିବ।