ଜନଗଣନା ଆଉ ବିଳମ୍ବ କାହିଁକି?

The Sakala Picture
Published On

ଜନଗଣନା ତଥ୍ୟ ଦେଶର ଯୋଜନା ପ୍ରସ୍ତୁତି, ଏହାର ରୂପାୟନ ଓ ଶାସନ ବ୍ୟବସ୍ଥା ପାଇଁ ବିଶେଷ ଜରୁରୀ ହୋଇଥାଏ। ଏହି ସଂଖ୍ୟା ଆଧାରରେ ବଜେଟ୍‌‌ ହୁଏ ଓ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ ସବୁକୁ କାର୍ଯ୍ୟକାରୀ କରାଯାଇଥାଏ। ଭାରତ ଏବେ ତାହାର ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଅମୃତକାଳର ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଧାନ ଲକ୍ଷ୍ୟ ହେଲା ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ସ୍ୱାଧୀନତାର ଅମୃତକାଳ ପାଇଁ […]

ଜନଗଣନା ତଥ୍ୟ ଦେଶର ଯୋଜନା ପ୍ରସ୍ତୁତି, ଏହାର ରୂପାୟନ ଓ ଶାସନ ବ୍ୟବସ୍ଥା ପାଇଁ ବିଶେଷ ଜରୁରୀ ହୋଇଥାଏ। ଏହି ସଂଖ୍ୟା ଆଧାରରେ ବଜେଟ୍‌‌ ହୁଏ ଓ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ ସବୁକୁ କାର୍ଯ୍ୟକାରୀ କରାଯାଇଥାଏ। ଭାରତ ଏବେ ତାହାର ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଅମୃତକାଳର ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଧାନ ଲକ୍ଷ୍ୟ ହେଲା ୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ଏବଂ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ସ୍ୱାଧୀନତାର ଅମୃତକାଳ ପାଇଁ ଏହି ଲକ୍ଷ୍ୟ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। ତେବେ ବିଡ଼ମ୍ବନା ହେଉଛି ଲୋକଙ୍କୁ ନେଇ ଦେଶ, ଗଣତନ୍ତ୍ର ଓ ଶାସନ। ତେଣୁ ଲୋକଙ୍କ ସାମାଜିକ-ଆର୍ଥିକ ଓ ଅନ୍ୟାନ୍ୟ କଥା ଏବଂ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ନୂଆ ଜନଗଣନାର ଆବଶ୍ୟକତା ରହିଛି।

ପ୍ରତି ୧୦ ବର୍ଷ ବ୍ୟବଧାନରେ ଦେଶରେ ଜନଗଣନା କରାଯାଏ। ୨୦୨୧ରେ ହେବାକୁ ଥିବା ଜନଗଣନା କରୋନା ମହାମାରୀ ଯୋଗୁଁ ହୋଇପାରିଥିଲା। ତେଣୁ ସରକାର ବିଭିନ୍ନ ସରକାରୀ କାର୍ଯ୍ୟରେ ସଦ୍ୟତମ ତଥ୍ୟ ବ୍ୟବହାର କରି ନ ପାରି ୨୦୧୧ ଜନଗଣନାର ପୁରୁଣା ତଥ୍ୟକୁ ବ୍ୟବହାର କରୁଛନ୍ତି। ଦେଶର ଜନସଂଖ୍ୟା ଇତିମଧ୍ୟରେ ବୃଦ୍ଧି ପାଇ ୧୪୦ କୋଟିକୁ ଅତିକ୍ରମ କରି ବିଶ୍ୱର ସବୁଠୁ ଜନବହୁଳ ଦେଶ ଭାବେ ଭାରତ ପରିଗଣିତ ହେବା ପଛରେ ପ୍ରକୃତ ଜନଗଣନା ଜନିତ ତଥ୍ୟ ନାହିଁ। ଏହା ଜନସଂଖ୍ୟା ଘଡ଼ି ବା ପପୁଲେସନ କ୍ଲକ୍‌‌ର ତଥ୍ୟ ଆଧାରରେ ହୋଇଛି। ପପୁଲେସନ କ୍ଲକ୍‌‌ ଏକ ସ୍ୱୟଂକ୍ରିୟ ଯାନ୍ତ୍ରିକ ବ୍ୟବସ୍ଥା ଯାହା ଜନ୍ମମୃତ୍ୟୁର ଏକ ନିର୍ଦ୍ଦିଷ୍ଟ ଆକଳନ ଭିତ୍ତିକ ତଥ୍ୟ ଆଧାରରେ କାର୍ଯ୍ୟ କରେ। କିନ୍ତୁ ପ୍ରତ୍ୟକ୍ଷ ଜନଗଣନା ସହିତ ଯେଉଁସବୁ ସାମାଜିକ, ଆର୍ଥିକ, ଲିଙ୍ଗଗତ ଓ ଅନ୍ୟାନ୍ୟ ତଥ୍ୟ ସବୁ ଜଡ଼ିତ, ତାହା ପପୁଲେସନ କ୍ଲକ୍‌‌ରୁ ଜାଣିବା ସମ୍ଭବ ନୁହେଁ।

ସର୍ବଶେଷ ଜନଗଣନା ଜନିତ ତଥ୍ୟର ଅନୁପସ୍ଥିତିରେ ସରକାର ନିଜର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଘେନି ଯେଉଁ ବଡ଼ ଦାବି ଉପସ୍ଥାପନ କରନ୍ତି, ତାହାର ସତ୍ୟାସତ୍ୟ ନେଇ ସନ୍ଦେହ ରହେ ଏବଂ ରହିବା ସ୍ୱାଭାବିକ ମଧ୍ୟ। ଏକବିଂଶ ଶତାବ୍ଦୀରେ ଦେଶର ଜନସଂଖ୍ୟା ଆମେ ନିର୍ଭୁଲ୍‌‌ ଭାବେ ଗଣିବା ସହିତ ଏହାକୁ ଶ୍ରେଣୀଭୁକ୍ତ କରିବାକୁ ପଡ଼ିବ। ଏଥିରେ ମଣିଷର ଜୀବିକା ତଥା ସୁଖସ୍ୱାଚ୍ଛନ୍ଦ୍ୟ ସହିତ ସମ୍ପୃକ୍ତ ପ୍ରାଣୀ ଓ ପକ୍ଷୀମାନଙ୍କୁ ମଧ୍ୟ ଗଣିବାକୁ ହେବ। ଭାରତରେ ୧୮୮୧ରୁ ଏହି ଜନଗଣନା ଆରମ୍ଭ ହୋଇ ପ୍ରତି ୧୦ ବର୍ଷରେ କରାଯାଉଥିଲେ ମଧ୍ୟ ଏହା ଏକ ପୂର୍ଣ୍ଣାଙ୍ଗ ରୂପ ଏଯାଏ ନେଇନାହିଁ। ଏହି ଗଣନା ମଧ୍ୟ ମହାମାରୀ, ମରୁଡ଼ି, ମଡ଼କ, ଦୁର୍ଭିକ୍ଷ, ସ୍ୱାଧୀନତା ଆନ୍ଦୋଳନ, ବିଦେଶୀ ଓ ଦେଶୀ ଶାସନ ଦେଖି ଆସିଛି। ଏସବୁର ପ୍ରଭାବ ଏହା ଉପରେ ପଡ଼ିଛି।

୨୦୨୧ ଜନଗଣନା କାମ ୨୦୨୦ରେ ଆରମ୍ଭ ହେବାର ଆବଶ୍ୟକତା ଥିଲା। ତାହା ହୋଇଥିଲେ ୨୦୨୧ରେ ଏହା ଶେଷ ହୋଇପାରିଥା’ନ୍ତା ଏବଂ ଆମେ ଆମ ଜନସଂଖ୍ୟା ଏବଂ ତତ୍‌‌ସଂଲଗ୍ନ ଅନ୍ୟାନ୍ୟ ତଥ୍ୟାବଳୀର ସର୍ବଶେଷ ତଥ୍ୟ ପାଇପାରିଥା’ନ୍ତେ। ତେବେ କୋଭିଡ୍‌‌ ମହାମାରୀ ଏଥିରେ ପ୍ରତିବନ୍ଧକ ସାଜିବାରୁ ଏହା ସମ୍ପନ୍ନ ହୋଇପାରିନାହିଁ ଏବଂ ଏଥିପାଇଁ ସରକାରଙ୍କୁ ଦୋଷ ଦିଆଯାଇନପାରେ। ବିଶ୍ୱର ଅନେକ ଦେଶ ମଧ୍ୟ ସମାନ କାରଣରୁ ନିଜ ଜନଗଣନାକୁ ସ୍ଥଗିତ ରଖିଥିଲେ। ଇତିମଧ୍ୟରେ ସେ ସବୁ ଦେଶ ନିଜର ଜନଗଣନା କାମ ଶେଷ କରି ସର୍ବଶେଷ ତଥ୍ୟାବଳୀ ବା ଡାଟା ପ୍ରସ୍ତୁତ କରିସାରିଲେଣି। ଆମ ଭାରତ ସରକାର ବିଶ୍ୱର ଏକମାତ୍ର ପ୍ରଶାସନ, ଯାହା ସ୍ଥଗିତ ଜନଗଣନାର ପୁନରାରମ୍ଭ ସମ୍ପର୍କରେ ଏ ଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ। ୨୦୨୨ ବର୍ଷଟିରେ ଭାରତ ପ୍ରାୟତଃ କୋଭିଡ୍‌‌ ମୁକ୍ତ ଥିଲା। ସେହିବର୍ଷ ସରକାର ଚାହିଁଥିଲେ ଜନଗଣନା କରି ବର୍ଷ (୨୦୨୩) ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିପାରିଥା’ନ୍ତେ। ଆମ ଦେଶରେ କୋଭିଡ୍‌‌ ସମୟରେ ଗଣତାନ୍ତ୍ରିକ ଅପରିହାର୍ଯ୍ୟତା ଦେଖାଇ ବିଧାନସଭା ନିର୍ବାଚନମାନ ବିଭିନ୍ନ ରାଜ୍ୟରେ ହୋଇଛି। କୋଭିଡ୍‌‌ କଟକଣା ମଧ୍ୟରେ ନିର୍ବାଚନ ସଭା, ସମାବେଶ, ବୈଠକମାନ ଆୟୋଜନ କରାଯାଇଛି। କିନ୍ତୁ ଏହି ସମୟ ବା ଦୁଇବର୍ଷ ମଧ୍ୟରେ ଜନଗଣନା ନେଇ ସରକାର ରହସ୍ୟଜନକ ଭାବେ ନିରବ ରହିଛନ୍ତି। ଦେଶରେ ଏବେ ସବୁ କଥା ସ୍ୱାଭାବିକ ଭାବେ ଚାଲିଥିବାବେଳେ ଜନଗଣନା ସମ୍ପର୍କରେ ସରକାର ନିରବ ରହିବା ରସହ୍ୟଜନକ ମନେହୁଏ।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଉପଯୁକ୍ତ ଓ ନିର୍ଭୁଲ ତଥ୍ୟ ଅଭାବରେ ଏ ସବୁ ପ୍ରଭାବିତ ହୋଇପାରେ। ଆହୁରି ମଧ୍ୟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନର ବାସ୍ତବ ସ୍ଥିତି କ’ଣ ଜନଗଣନାରୁ ତାହା ଜାଣି ହୁଏ। ଏହାଛଡ଼ା ଜନତାଙ୍କ ସଂଖ୍ୟା, ବୟସ, ଅଞ୍ଚଳ, ଧର୍ମ, ଜାତି ଓ ଅର୍ଥନୈତିକ ଓ ସାମାଜିକ ତଥ୍ୟ ବିଷୟରେ ଜନଗଣନାରୁ ତଥ୍ୟ ମିଳେ। ଏହାକୁ ସରକାର ନିଜର ଯୋଜନା ପ୍ରସ୍ତୁତିରେ ବିନିଯୋଗ କରିଥା’ନ୍ତି। ବିଶେଷକରି ଅର୍ଥନୀତି, କ୍ଷୁଧା, ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସଦ୍ୟତମ ତଥ୍ୟାବଳୀର ଆବଶ୍ୟକତା ଅଧିକ।

ଆଶା କରିବା ଦେଶର ନାଗରିକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାରତ ସରକାର ଜନଗଣନା ଉପରେ ଗୁରୁତ୍ୱ ଦେଇ ଏହାକୁ ଶୀଘ୍ର ଆରମ୍ଭ କରିବେ। ଏହି ଆଧାରରେ ଭୋଟର ପରିଚୟପତ୍ର, ଆଧାର, ରେସନକାର୍ଡ, ପାସ୍‌‌ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଆଦିର ନବୀକରଣ ଓ ଅଧୁନାତନ ସହଜ ହେବ, ଯାହା ନୂଆ ଭାରତ ପାଇଁ ବିଶେଷ ଗୁରୁତ୍ୱ ରଖେ।

13 Jun 2023 By The Sakala

https://www.thesakala.in/sakala-editorial/sakala-editorial-13-06-2023/article-22543
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର