ଗ୍ରୀଷ୍ମ ପୂର୍ବରୁ ଚଇତି ଝାଞ୍ଜି !

The Sakala Picture
Published On

ଚୈତ୍ରମାସରେ ଓଡ଼ିଶାରେ ଝାଞ୍ଜି ପ୍ରବାହ ଏକ ବିରଳ ନ ହେଲେ ମଧ୍ୟ ଏକ ଅସ୍ୱାଭାବିକ ଘଟଣା। ଏଥର ବୈଶାଖ ଆରମ୍ଭ ପୂର୍ବରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ଫସିୟସକୁ ଅତିକ୍ରମ କରିଛି। ଆସନ୍ତା ତିନିଦିନ ପାଇଁ ପାଣିପାଗ ବିଭାଗ ମଧ୍ୟ ତାପ ବା ଝାଞ୍ଜି ପ୍ରବାହର ପୂର୍ବାନୁମାନ କରିଛି। ଏହି ସମୟରେ ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢ଼଼ି ୪୪ ଡିଗ୍ରୀ ସେଲ୍‌ଫସିୟସ୍‌‌ ଟପିଯାଇପାରେ ବୋଲି ଆଶଙ୍କା […]

ଚୈତ୍ରମାସରେ ଓଡ଼ିଶାରେ ଝାଞ୍ଜି ପ୍ରବାହ ଏକ ବିରଳ ନ ହେଲେ ମଧ୍ୟ ଏକ ଅସ୍ୱାଭାବିକ ଘଟଣା। ଏଥର ବୈଶାଖ ଆରମ୍ଭ ପୂର୍ବରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ଫସିୟସକୁ ଅତିକ୍ରମ କରିଛି। ଆସନ୍ତା ତିନିଦିନ ପାଇଁ ପାଣିପାଗ ବିଭାଗ ମଧ୍ୟ ତାପ ବା ଝାଞ୍ଜି ପ୍ରବାହର ପୂର୍ବାନୁମାନ କରିଛି। ଏହି ସମୟରେ ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢ଼଼ି ୪୪ ଡିଗ୍ରୀ ସେଲ୍‌ଫସିୟସ୍‌‌ ଟପିଯାଇପାରେ ବୋଲି ଆଶଙ୍କା କରାଯାଉଛି।

ଆମ ଦେଶୀ ବିଚାରରେ ଆସନ୍ତା ୧୪ ତାରିଖ ମହାବିଷୁବ ବା ପଣା ସଂକ୍ରାନ୍ତିଠାରୁ ବୈଶାଖ ମାସ ଆରମ୍ଭ ହେବ, ଯାହା ଦୁଇମାସିଆ ନିଦାଘ ବା ଗ୍ରୀଷ୍ମଋତୁର ଆରମ୍ଭ। ତେବେ ଏଥର ହଠାତ୍‌‌ ପାଣିପାଗରେ ପରିବର୍ତ୍ତନ ପଛରେ ବାୟୁମଣ୍ଡଳୀୟ ଅସ୍ୱାଭାବିକତା ରହିଛି, ଯାହା ଉପରେ ମଣିଷର କର୍ତ୍ତୃତ୍ୱ ନାହିଁ। ଆମେ ସମସ୍ତେ ଜାଣୁ ଯେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଆଜିକାଲି ମଧ୍ୟ ଜଳବାୟୁ ପରିବର୍ତ୍ତନ ହୋଇ ପାଣିପାଗରେ ଅଧିକ ଅସ୍ୱାଭାବିକତା ଦେଖାଦେଉଛି।

ଗ୍ରୀଷ୍ମକାଳ ଆସିଛି ଅର୍ଥ ଏହାର ମୁକାବିକା କରିବାକୁ ହେବ ଏବଂ ଏଥିପାଇଁ ସରକାରଙ୍କର ଅନେକ ଦାୟିତ୍ୱ ରହିଛି। ଏଥିପାଇଁ ମଧ୍ୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପୋସିଡିଓର ରହିଛି, ଯାହା ମାଧ୍ୟମରେ ପ୍ରଶାସନକୁ ସକ୍ରିୟ କରି ଲୋକଙ୍କୁ ପ୍ରଚଣ୍ଡ ଖରାରୁ ରକ୍ଷା କରିବାକୁ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରି ଶାସନତନ୍ତ୍ରକୁ ତତ୍ପର କରାଇଛନ୍ତି।

ଗ୍ରୀଷ୍ମପ୍ରବାହ ସମୟରେ ପଞ୍ଚାୟତିରାଜ, ପାନୀୟଜଳ, ଆବାସ ଓ ସହରାଞ୍ଚଳ ବିକାଶ, ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଜୁଳି, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ଓ ଶିଶୁକଲ୍ୟାଣ ଆଦି ବିଭାଗର ଦାୟିତ୍ୱ ବଢ଼଼ିଯାଏ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱ ବଢ଼େ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଅଧିକ ସତର୍କ ରହିବାକୁ ହୁଏ। ପ୍ରଚଣ୍ଡ ଖରା ଯୋଗୁଁ ସରକାର ପ୍ରଥମରୁ ୧୦ମ ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌‌କୁ ରବିବାର ପର୍ଯ୍ୟନ୍ତ ବନ୍ଦ କରି ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଏ ମାସ ୧୬ ତାରିଖ ଯାଏ ବନ୍ଦ ରଖାଯାଇଛି। ଏହି ନିଷ୍ପତ୍ତି ଯଥାର୍ଥ ଓ ସମ୍ଭାବ୍ୟ ଅଂଶୁଘାତ ଜନିତ ପରିସ୍ଥିତିକୁ ଏଡାଇବାରେ ଏହା ସହାୟକ ହେବ।

ଏହା ସହିତ ରାଜ୍ୟରେ ପୁନର୍ବାର କୋଭିଡ୍‌‌ ସଂକ୍ରମଣ ଉପରମୁହାଁ ହେବା ଫଳରେ ପ୍ରଶାସନର ଦାୟିତ୍ୱ ଆହୁରି ବଢ଼଼ିଛି। ଏହା ଫଳରେ ସ୍ୱାସ୍ଥ୍ୟ ବିଭାଗ ସମେତ ଆଉ କେତେକ ବିଭାଗର କାମ ଚାପ ବଢ଼଼ିବ। ଝାଞ୍ଜି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ରକ୍ଷା କରିବା ସରକାରଙ୍କର ବଡ଼ ଦାୟିତ୍ୱ। ତେଣୁ ଖରାଠାରୁ ଯେତେ ନିରାପଦରେ ରହିହେବ ଓ ଅଂଶୁଘାତ ସ୍ଥିତିକୁ ଏଡାଇ ହେବ, ସେତେ ଭଲ। ଏ କ୍ଷେତ୍ରରେ ଜନ ସହଯୋଗ ଲୋଡ଼ା। ନିହାତି ଜରୁରୀ କାମ ନ ପଡ଼ିଲେ, ଖରାରେ ବାହାରକୁ ନଯିବା ଭଲ। ଯେଉଁମାନଙ୍କୁ ବାଧ୍ୟବାଧକତାରେ ବାହାରକୁ ଯିବାକୁ ପଡୁଛି, ସେମାନେ ଛତା, ଜୋତା, ଟୋପି, ଓଦା ଗାମୁଛା ଓ ପାଣିବୋତଲର ବ୍ୟବହାର କରିବା ଆବଶ୍ୟକ। ଏହା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁଖା ବା ମାସ୍କ ଏବଂ ହାତ ସାନିଟାଇଜର ଆଦି ସାଙ୍ଗରେ ନେବା ଉଚିତ।

ଗ୍ରୀଷ୍ମ ପ୍ରବାହ ନୂଆ କଥା ନୁହେଁ କି ଏହାର ମୁକାବିଲା ପ୍ରଥମଥର ହେଉନାହିଁ। ଏହା ତ ପ୍ରଶାସନର ଏକ ଧରାବନ୍ଧା କାମରେ ପରିଣତ ହୋଇଛି। ତେବେ ବ୍ୟତିକ୍ରମ ହେଉଛି ସରକାର ଉପରସ୍ତରରେ ସମୀକ୍ଷା କରି ବିଭିନ୍ନ ବିଭାଗ ଓ ପ୍ରଶାସନକୁ ଯେଉଁ ସବୁ ନିର୍ଦ୍ଦେଶ ଦିଅନ୍ତି, ତଳସ୍ତରରେ ତାହାର ଉପଯୁକ୍ତ କାର୍ଯ୍ୟକାରିତାରେ ତ୍ରୁଟି ପରିଲକ୍ଷିତ ହୁଏ। ଅନେକ କାର୍ଯ୍ୟ ଧର୍ମକୁ ଆଖିଠାର ମାରିବା ନୀତିରେ କରାଯାଏ। ବିଭିନ୍ନ ଆଳ ଦେଖାଇ କାମ କରାଯାଏ ନାହିଁ କିମ୍ବା ଉପରଠାଉରିଆ, ଲୋକଦେଖାଣିଆ ଭାବେ କିଛି ହୁଏ। ସେଥିରୁ ଅନ୍ୟତମ ହେଉଛି ଜଳଛତ୍ର ଖୋଲିବା, ଲୋକଙ୍କୁ ଜଳକଷ୍ଟ ଅଞ୍ଚଳରେ ଆବଶ୍ୟକତା ପରିମାଣର ପିଇବା ପାଣି ନିୟମିତ ଯୋଗାଇବା ଏବଂ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ରଖିବା। ତେଣୁ ଜିଲ୍ଲାପାଳମାନଙ୍କୁ ଅଧିକ ସତର୍କତାର ସହିତ ଏ ସବୁର କାର୍ଯ୍ୟକାରିତା ତଦାରଖ କରିବାକୁ ପଡ଼ିବ। ମାତ୍ର ମାସ ଦୁଇଟାର କଥା। ପ୍ରଶାସନ ସତର୍କ ଓ ତତ୍ପର ରହିଲେ ଜୁନ୍‌‌ ମଧ୍ୟଭାଗ ବେଳକୁ ପ୍ରାକ୍‌‌ ମୌସୁମୀ ବର୍ଷା ସହିତ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ।

ଏଥର ମଧ୍ୟ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଘେନି ଅନୁକୂଳ ପୂର୍ବାନୁମାନ କରାଯାଇଛି। ଏଥର ଦେଶରେ ସ୍ୱାଭାବିକଠାରୁ ସାମାନ୍ୟ କମ୍‌‌ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ ଏହା ସ୍ୱାଭାବିକ ରହିବ ବୋଲି କୁହାଯାଇଛି। ତେବେ ଭାରତ ମହାସାଗରରେ ଏଥର ଏଲ୍‌‌ନିନୋ (ଉତ୍ତପ୍ତ ସାମୁଦ୍ରିକ ସ୍ରୋତ)ର ପ୍ରଭାବ ଥିବାରୁ ଏହା ମୌସୁମୀ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ସ୍କାଏମେଟ୍‌‌ ଭଳି କିଛି ବେସରକାରୀ ସଂସ୍ଥା ଅନୁମାନ କରୁଛନ୍ତି। ତେବେ ଏହି ପ୍ରଥମ ଆକଳନକୁ ନେଇ ଏବେଠୁ ବିଶେଷ ଚିନ୍ତାଗ୍ରସ୍ତ ହେବାର କୌଣସି କାରଣ ନାହିଁ। ଆସନ୍ତା ଦିନରେ ଆଉ ଦୁଇ ପର୍ଯ୍ୟାୟର ପୂର୍ବାନୁମାନ ଫଳାଫଳ ପ୍ରକାଶ ପାଇବ। ସେଥିରୁ ବାସ୍ତବ ସ୍ଥିତି ଆକଳନ କରିହେବ।

ଏଥର ସ୍ୱାଭାବିକ ମୌସୁମୀ ବର୍ଷା ହେଲେ ଖରିଫ ଫସଲ ଉତ୍ପାଦନ ଭଲ ହେବ ଓ ଦେଶର ଅର୍ଥନୀତି ଉପରେ ଏହାର ଉତ୍ତମ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଏ। ଭାରତୀୟ ଅର୍ଥନୀତି ଏବେ ଯେଉଁ କଷ୍ଟକର ସମୟ ଦେଇ ଗତି କରୁଛି, ସେଥିରେ ଗୋଟେ ଖରାପ ମୌସୁମୀ ପ୍ରବାହର ମୁକାବିଲା କରିବା ମୁସ୍କିଲ ହେବ। ଏହା ଦ୍ୱାରା ବର୍ଷା ଉପରେ ନିର୍ଭରଶୀଳ (ଅଣ ଜଳସେଚିତ) ଅଞ୍ଚଳର ଚାଷବାସ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ। ବିଗତ କେତେବର୍ଷ ଧରି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କ୍ରମାଗତ ଭାବେ ପ୍ରାୟ ଠିକ୍‌‌ ରହୁଛି। ତେଣୁ ଏହି ସରକାରୀ ସଂସ୍ଥାର ପୂର୍ବାନୁମାନ ଉପରେ ଭରସା ରଖିବା ଭଲ।
ପାଗପାଳକ ଉପରେ ମଣିଷର ନିୟନ୍ତ୍ରଣ ନାହିଁ। ତଥାପି ଆମେ ଏବର୍ଷ ଇନ୍ଦ୍ରଦେବଙ୍କ କୃପାଦୃଷ୍ଟି ଲୋଡ଼ିବା ଏବଂ ଅନାଗତ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା।

13 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର