ଚାରି ରାଜ୍ୟର ପ୍ରଜ୍ଞାପନ ମେଢ଼ ନାକଚ: ସଂଘୀୟ ବ୍ୟବସ୍ଥା ସୁସ୍ଥ ରହୁ

The Sakala Picture
Published On

ଆସନ୍ତା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌‌ରେ ଭାଗ ନେବାକୁ ଥିବା ପ୍ରଜ୍ଞାପନ ମେଢ଼ ତାଲିକାରୁ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଳୀ ଓ ପଞ୍ଜାବକୁ ବାଦ୍‌‌ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସ୍ୱାଭାବିକ ଭାବେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସବୁ ରାଜ୍ୟ ଅଣବିଜେପି ଶାସିତ ହୋଇଥିବାରୁ ଏଭଳି କ୍ରିୟା-ପ୍ରତିକ୍ରିୟା ସ୍ୱାଭାବିକ ଥିଲା। ସେହିସବୁ ପ୍ରଜ୍ଞାପନ ମେଢ଼ କାହିଁକି ନାକଚ କରାଗଲା ତାହାର ସ୍ପଷ୍ଟୀକରଣ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। […]

ଆସନ୍ତା ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌‌ରେ ଭାଗ ନେବାକୁ ଥିବା ପ୍ରଜ୍ଞାପନ ମେଢ଼ ତାଲିକାରୁ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଳୀ ଓ ପଞ୍ଜାବକୁ ବାଦ୍‌‌ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସ୍ୱାଭାବିକ ଭାବେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସବୁ ରାଜ୍ୟ ଅଣବିଜେପି ଶାସିତ ହୋଇଥିବାରୁ ଏଭଳି କ୍ରିୟା-ପ୍ରତିକ୍ରିୟା ସ୍ୱାଭାବିକ ଥିଲା। ସେହିସବୁ ପ୍ରଜ୍ଞାପନ ମେଢ଼ କାହିଁକି ନାକଚ କରାଗଲା ତାହାର ସ୍ପଷ୍ଟୀକରଣ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାପଛର କାରଣ ଯାହା ବି ହେଉନା କାହିଁକି ଏହା ଯେ ସୁସ୍ଥ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ତାହା ସ୍ୱୀକାର କରିବାକୁ ହେବ।

କେନ୍ଦ୍ର-ରାଜ୍ୟ ସଂପର୍କ ମଧ୍ୟରେ ବେଳେବେଳେ ଏମିତି କିଛି ଘଟଣା ଘଟେ, ଯେଉଁଥିରେ ରାଜ୍ୟର ସ୍ୱାଭିମାନକୁ ଘୋର ଆଘାତ ଲାଗେ। ଏହା ସଂଘୀୟ ବ୍ୟବସ୍ଥାରେ ଉଦ୍ଦେଶ୍ୟମୂଳକ ଭାବେ ଏକ ବିସଂଗତି ସୃଷ୍ଟି କରେ। ଦେଶର ଗଣରାଜ୍ୟ ଦିବସ ପ୍ୟାରେଡ୍‌‌ରେ ଭାଗ ନେବା ସବୁ ରାଜ୍ୟର ଅଧିକାର ରହିଛି। ନିଜ ରାଜ୍ୟର ସାଂସ୍କୃତିକ, କଳାନୈପୁଣ୍ୟ, ଐତିହ୍ୟ ଓ ବିକାଶ ବାର୍ତ୍ତାକୁ ପ୍ରତୀକାତ୍ମକ ଭାବେ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବାର ଏହା ଏକ ମାଧ୍ୟମ ଓ ସୁଯୋଗ। ତେଣୁ ଏଥିରୁ ବଞ୍ଚିତ ହେଲେ ନିଶ୍ଚୟ ସମ୍ପୃକ୍ତ ରାଜ୍ୟର ଭାବାବେଗକୁ ଆଘାତ ଲାଗିବ। ଓଡ଼ିଶା ମଧ୍ୟ ଗତ ଦୁଇବର୍ଷ ଧରି ଲଗାତାର ଏଭଳି ନୈରାଶ୍ୟର ସମ୍ମୁଖୀନ ହେବା ପରେ ଚଳିତ ଥର ପ୍ୟାରେଡ୍‌‌ରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ଓଡ଼ିଶାକୁ ଯେଭଳି ଆଘାତ ଲାଗିଥିଲା ସେହି ଆଘାତ ଏବେ ଆଉ ଚାରିଟି ରାଜ୍ୟକୁ ଲାଗିଛି।

ଯେତେବେଳେ ଏଭଳି ଘଟଣା ଘଟୁଛି ସେତେବେଳେ ରାଜ୍ୟର ସ୍ୱାଭିମାନ ଓ ସଂସ୍କୃତି ପ୍ରସଙ୍ଗରେ କେନ୍ଦ୍ରର ଅତିକ୍ରିୟାକୁ ନେଇ ପ୍ରଶ୍ନମାନ ଉଠୁଛି। ଗଣତନ୍ତ୍ର ଦିବସର ନୂଆଦିଲ୍ଲୀ ପ୍ୟାରେଡ୍‌‌ରେ ରାଜ୍ୟ ସରକାରମାନଙ୍କ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥାଏ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରାଯାଏ। ଏହି କମିଟି ବିଭିନ୍ନ ନିର୍ବାଚିତ ବିଷୟବସ୍ତୁ ଉପରେ ନିର୍ମିତ ପ୍ରଜ୍ଞାପନ ମେଢ଼ଗୁଡ଼ିକର ଡିଜାଇନ୍‌‌ ଓ କ୍ଷୁଦ୍ର ନମୁନା ଦେଖିବା ପରେ ଶ୍ରେଷ୍ଠ ମେଢ଼ଗୁଡ଼ିକୁ ପ୍ରଦର୍ଶନ ପାଇଁ ବାଛିଥା’ନ୍ତି। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟ ମଧ୍ୟ ରହିଛି। ପ୍ରଜ୍ଞାପନ ମେଢ଼ କାହିଁକି ଅଯୋଗ୍ୟ ହେବ ତାହାର କାରଣ ସହିତ ସଂଶୋଧନ କରିବାର ସୁଯୋଗ ମଧ୍ୟ ରହିଛି। ତଥାପି ତାହାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ନା କହିବା ନିଶ୍ଚିତ ଦୁର୍ଭାଗ୍ୟଜନକ।

ଚଳିତ ବର୍ଷ ଜନରାଜ୍ୟ ଦିବସ ପ୍ୟାରେଡ୍‌‌ରେ ଭାଗ ନେବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ସେମାନଙ୍କ ପ୍ରଜ୍ଞାପନ ମେଢ଼ର ନମୁନା ଓ ବିଷୟବସ୍ତୁ ପଠାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ବର୍ଷ ୩୦ ଅକ୍ଟୋବରରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଆବେଦନର ଶେଷ ତାରିଖ ଗତ ବର୍ଷ ନଭେମ୍ବର ୧୦ ତାରିଖ ଥିଲା। ଏଗୁଡ଼ିକୁ ଚୟନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା ଯେଉଁଥିରେ କଳା, ସଂସ୍କୃତି, ଭାସ୍କର୍ଯ୍ୟ, ସଙ୍ଗୀତ, ସ୍ଥାପତ୍ୟ, ନୃତ୍ୟ ଆଦି ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞମାନେ ସାମିଲ୍‌‌ ଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରଜ୍ଞାପନ ମେଢ଼ର ନମୁନା ଓ ବିଷୟବସ୍ତୁର ପ୍ରାଥମିକ ଯାଞ୍ଚ ହୋଇ ସେଗୁଡ଼ିକୁ ଗ୍ରହଣ କରାଯିବ କିମ୍ବା ବଦଳାଇବା ପାଇଁ ପରାମର୍ଶ ଦିଆଯିବ ତାହା ନିର୍ଣ୍ଣୟ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସଂଶୋଧିତ ମଡେଲ୍‌‌ଗୁଡ଼ିକୁ ବିଚାରକୁ ନିଆଯାଇଥିଲା। କମିଟିର ସର୍ତ୍ତ ଅନୁଯାୟୀ ଏହା କୌଣସି ରାଜନୈତିକ, ଦଳଗତ ବିଚାର ଆଧାରିତ ହେବ ନାହିଁ, ସଂଘୀୟ ଭାବନାକୁ କ୍ଷୁଣ୍ଣ କରିବ ନାହିଁ, ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବ ନାହିଁ, ଗଣତନ୍ତ୍ର ପ୍ରତି ଇଙ୍ଗିତ କରିବ ନାହିଁ, ଅନ୍ୟ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ନକଲ କରିବ ନାହିଁ ଏବଂ ଉଦ୍ଦେଶ୍ୟମୂଳକ ଭାବେ ସାଂସ୍କୃତିକ, ବ୍ୟକ୍ତିଗତ କିମ୍ବା ଜାତୀୟ ଭାବମୂର୍ତ୍ତିକୁ ଆଞ୍ଚ ଆଣିବା ଭଳି ହେବ ନାହିଁ। କିନ୍ତୁ କୌଣସି ରାଜ୍ୟ ଏଭଳି ସର୍ତ୍ତର ଖିଲାପ କରିଥିବେ ବୋଲି ମନେ ହେଉନାହିଁ। ତେଣୁ ଏଭଳି କ’ଣ ହେଲା ଯେ ରାଜ୍ୟମାନେ କମିଟିର ସଦସ୍ୟମାନଙ୍କ ମନ ଜିଣିପାରିଲେ ନାହିଁ।

ଅନେକ ସମୟରେ ମଧ୍ୟ ସେପରି କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଉଦ୍ଦେଶ୍ୟମୂଳକ ଭାବେ ପ୍ରଜ୍ଞାପନ ମେଢ଼ ବାତିଲ୍‌‌ କରିଦିଆଯାଉଥିବା ଅଭିଯୋଗ ଆସୁଛି। ଯାହା ଏଥର ଉପରୋକ୍ତ ଚାରିଟି ରାଜ୍ୟ ଆଣିଛନ୍ତି। ଅପରପକ୍ଷରେ ସମ୍ବାଦ ସରବରାହ ସୂତ୍ରରୁ ପ୍ରକାଶିତ ସୂଚନା ଅନୁଯାୟୀ ଏଥର କେନ୍ଦ୍ର ସରକାରଙ୍କ ଥିମ୍‌‌ ବା ବିଷୟବସ୍ତୁ ଥିଲା ‘ବିକଶିତ ଭାରତ’ ଓ ‘ଭାରତ: ଗଣତନ୍ତ୍ରର ଜନନୀ’। ଏହି ବିଷୟବସ୍ତୁ ସହିତ ଖାପ୍‌‌ ଖାଉ ନଥିବାରୁ ଉପରୋକ୍ତ ଚାରିଟି ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ଆସନ୍ତା ଗଣରାଜ୍ୟ ଦିବସ ପ୍ୟାରେଡ୍‌‌ରେ ଭାଗ ନେବା ପାଇଁ ସୁଯୋଗ ଦିଆଗଲା ନାହିଁ। ସେହି ସବୁ ରାଜ୍ୟର ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ଯେ ଏହି ମନୋନୟନକାରୀ କମିଟିରେ ଯେଉଁ ବିଶେଷଜ୍ଞମାନେ ଅଛନ୍ତି ସେମାନଙ୍କର ଯୋଗ୍ୟତା ଓ ବିଜ୍ଞତା କ’ଣ? କେଉଁ ଆଧାରରେ ସମ୍ପୃକ୍ତ ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡ୍‌‌ରୁ ବଞ୍ଚିତ କରାଗଲା, ତାହାର କାରଣ ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ। ନ ହେଲେ ଏଭଳି ନିଷ୍ପତ୍ତି ପଛରେ ରାଜ୍ୟର ସାଂସ୍କୃତିକ ସମ୍ଭାର ପ୍ରତି ଅବହେଳାର ଦୁର୍ଭାବନା ମନକୁ ଆସୁଛି। ଯେକୌଣସି ରାଜ୍ୟ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଓ ଶ୍ରେଷ୍ଠ ସ୍ୱାକ୍ଷର ଦେବାକୁ ଚାହାନ୍ତି। ତେଣୁ ସେମାନଙ୍କ ଦୃଷ୍ଟିରେ ସର୍ବାଧିକ ଗରିମା ଓ ଗୌରବ ବର୍ଣ୍ଣନା କରୁଥିବା ପ୍ରଜ୍ଞାପନ ମେଢ଼କୁ ଶେଷ ମୁହୂର୍ତ୍ତରେ ବାତିଲ କରିବାରେ ମନୋନୟନକାରୀଙ୍କ ଦୂରଦୃଷ୍ଟି ଓ ବିଚାରବୋଧର ଅଭାବ ରହିଥିବା ଅଭିଯୋଗ ହେଉଛି।

କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ ରାଜ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ନିୟମିତ ଯେଉଁ ପ୍ରତିବାଦ ସ୍ୱର ଶୁଣାଯାଉଛି। କିନ୍ତୁ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣରେ ପାତରଅନ୍ତର ଓ ରାଜନୀତି ନ ରହୁ। ଭାରତ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ତେଣୁ ଏହି ଅମୃତ କାଳରେ ଅନ୍ତତଃ ଏଭଳି ଅଭିଯୋଗର ସୁଯୋଗ ସୃଷ୍ଟି ନ ହେଉ।

13 Jan 2024 By The Sakala

https://www.thesakala.in/sakala-editorial/sakala-editorial-13-01-2024/article-29087
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର