ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବିଶାଳ ସଫଳତା: ରାଜ୍ୟବାସୀ ଖୁସୀ, ବିରୋଧୀ ଅସୁଖୀ

The Sakala Picture
Published On

ରାଜନୀତିରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ସର୍ବଦା ଅଭିନନ୍ଦନୀୟ। ଏଥିରେ ରାଜନୈତିକ ଈର୍ଷା ଓ ହୀନମନ୍ୟତାର ସ୍ଥାନ ରହେନାହିଁ। ଏକ ସଂଘୀୟ ବ୍ୟବସ୍ଥାରେ ଯେତେବେଳେ ସହଯୋଗମୂଳକ କାମ ଓ ମନୋଭାବ ଅଗ୍ରାଧିକାର ପାଉଛି ସେଠି ରାଜନୈତିକ ସଙ୍କୀର୍ଣ୍ଣତା ଓ ଈର୍ଷା ରହିବା ଅନୁଚିତ। ଆମ ସାମ୍ବିଧାନିକ କ୍ଷମତା ପରିଧି ଭିତରେ କେନ୍ଦ୍ର ସରକାର ଆପଣା ଦାୟିତ୍ୱ ନିର୍ବାହ କରିବା ସହିତ ରାଜ୍ୟମାନଙ୍କୁ ସେମାନଙ୍କ କାମ କରିବାକୁ ସ୍ୱାଧୀନତା ଓ ସୁଯୋଗ ଦେବା ଆବଶ୍ୟକ। ଏବେ କିନ୍ତୁ ଦେଖାଯାଉଛି ଯେ କେନ୍ଦ୍ର […]

ରାଜନୀତିରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ସର୍ବଦା ଅଭିନନ୍ଦନୀୟ। ଏଥିରେ ରାଜନୈତିକ ଈର୍ଷା ଓ ହୀନମନ୍ୟତାର ସ୍ଥାନ ରହେନାହିଁ। ଏକ ସଂଘୀୟ ବ୍ୟବସ୍ଥାରେ ଯେତେବେଳେ ସହଯୋଗମୂଳକ କାମ ଓ ମନୋଭାବ ଅଗ୍ରାଧିକାର ପାଉଛି ସେଠି ରାଜନୈତିକ ସଙ୍କୀର୍ଣ୍ଣତା ଓ ଈର୍ଷା ରହିବା ଅନୁଚିତ। ଆମ ସାମ୍ବିଧାନିକ କ୍ଷମତା ପରିଧି ଭିତରେ କେନ୍ଦ୍ର ସରକାର ଆପଣା ଦାୟିତ୍ୱ ନିର୍ବାହ କରିବା ସହିତ ରାଜ୍ୟମାନଙ୍କୁ ସେମାନଙ୍କ କାମ କରିବାକୁ ସ୍ୱାଧୀନତା ଓ ସୁଯୋଗ ଦେବା ଆବଶ୍ୟକ। ଏବେ କିନ୍ତୁ ଦେଖାଯାଉଛି ଯେ କେନ୍ଦ୍ର ସରକାର ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଆଳରେ କେତେକ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଉପରେ ଜବଦଦସ୍ତ ଲଦିବାକୁ ଚେଷ୍ଟା କରୁଛନ୍ତି। ସେଥିମଧ୍ୟରୁ ‘ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନଆରୋଗ୍ୟ’ ଯୋଜନାକୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଏହି କାର୍ଯ୍ୟକ୍ରମର ଦୁଇଟି ନାମ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା(ପିଏମ୍‌‌ଜେଏୱାଇ) ଓ ‘ଆୟୁଷ୍ମାନ ଭାରତ ଯୋଜନା’ ରହିଛି। ଦେଶର ଗରିବ ଲୋକମାନଙ୍କୁ ବିନା ଅର୍ଥ ଖର୍ଚ୍ଚରେ ଦେଶର ପଞ୍ଜୀକୃତ ବଡ଼ ବଡ଼ ସରକାରୀ ଓ ବେସରକାରୀ ଡାକ୍ତରଖାନାମାନଙ୍କରେ ଚିକିତ୍ସା ସୁବିଧା ଯୋଗାଇବା ଏହି ସ୍ୱାସ୍ଥ୍ୟ ବୀମା ଯୋଜନାର ଲକ୍ଷ୍ୟ। କ୍ୟାସ୍‌‌ ଲେସ୍‌‌ ବ୍ୟବସ୍ଥାରେ ସମ୍ପୃକ୍ତ ହିତାଧିକାରୀମାନଙ୍କୁ ଏହି ଚିକିତ୍ସା ପାଇଁ ବୀମା ବ୍ୟବସ୍ଥାରେ ସରକାର ଅର୍ଥ ଯୋଗାଉଛନ୍ତି। ଗୋଟିଏ ସରକାର ଦେଶର ଲୋକମାନଙ୍କ ପାଇଁ ଏଭଳି କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ କିଛି ଅସୁବିଧା ନାହିଁ। ତେବେ ଆମ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରକ୍ଷେତ୍ର ବିଷୟର ଯେଉଁ ତାଲିକାସୂଚୀ ସମ୍ବିଧାନ ପ୍ରସ୍ତୁତ କରିଛି, ସେଥିରେ ସ୍ୱାସ୍ଥ୍ୟ ପ୍ରସଙ୍ଗ ରାଜ୍ୟ ତାଲିକାର ଅଂଶବିଶେଷ। ସରଳ ଭାଷାରେ କହିଲେ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବାର ଅଧିକାର ରାଜ୍ୟ ସରକାରଙ୍କର। ରାଜ୍ୟ ଚାହିଁଲେ ଏ କ୍ଷେତ୍ରରେ କେନ୍ଦ୍ରର ସହାୟତା ନେଇପାରେ ବା କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିପାରେ। ଏଥିପାଇଁ କୌଣସି ରାଜ୍ୟକୁ କେନ୍ଦ୍ର ସରକାର ବାଧ୍ୟ କରିପାରିବେ ନାହିଁ।

ଆୟୁଷ୍ମାନ ଭାରତ ଯୋଜନା’କୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ସରକାର କାର୍ଯ୍ୟକାରୀ କରିନାହନ୍ତି। ତେଣୁ କେନ୍ଦ୍ର ସରକାର ଏଥିପାଇଁ ବାରମ୍ବାର ଏ ସବୁ ରାଜ୍ୟ ଉପରେ ଚାପ ପକାଇ ଆସୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଭଳି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌‌କେୱାଇ)’ ଓଡ଼ିଶାରେ ଆରମ୍ଭ ହୋଇଥିଲା ୨୦୧୮ ଅଗଷ୍ଟ ୧୫ ତାରିଖରେ। ସେତେବେଳକୁ କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ବା ‘ପିଏମ୍‌‌ଜେଏୱାଇ’ ଆରମ୍ଭ ହୋଇ ନଥିଲା। ଏହି ଯୋଜନାରେ ଓଡ଼ିଶା ସରକାର ଲୋକଙ୍କୁ ସେମାନଙ୍କ ଆୟ ନିର୍ବିଶେଷରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ଏ କ୍ଷେତ୍ରରେ ରୋଗୀମାନଙ୍କ ଆବାସିକ ସ୍ଥିିତି ମଧ୍ୟ ବିଚାରକୁ ନିଆଯାଉନାହିଁ। ଆହୁରି ମଧ୍ୟ ପ୍ରତ୍ୟେକ କାର୍ଡଧାରୀ ହିତାଧିକାରଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ବୀମା ଅନ୍ତର୍ଭୁକ୍ତ ଚିକିତ୍ସା ସୁବିଧା ସହିତ ମହିଳାଙ୍କ ପାଇଁ ବିଶେଷ ଅଧିକ ଅତିରିକ୍ତ ୫ଲକ୍ଷ ଟଙ୍କା ଅର୍ଥାତ୍‌‌ ମୋଟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ‘ବିଏସ୍‌‌କେୱାଇ’ରେ ୧୫ ହଜାର ପ୍ରକାରର ସ୍ୱାସ୍ଥ୍ୟଗତ ଜଟିଳତା ଓ ରୋଗବ୍ୟାଧି ପାଇଁ ଚିକିତ୍ସା ଓ ବୀମା ସୁବିଧା ରହିଛି। ଏପରିକି କେମୋଥେରାପି ଓ ଡାଏଲିସିସି୍‌‌ ଭଳି ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ବୀମା ସୁବିଧା ଏହି ଯୋଜନା ଯୋଗାଉଛି। ରାଜ୍ୟ ଭିତରେ ୧୦୦ରୁ ଅଧିକ ଓ ବାହାର ରାଜ୍ୟର ପ୍ରାୟ ୨୦୦ ପ୍ରତିଷ୍ଠିତ ବଡ଼ ବଡ଼ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା କାର୍ଡଧାରୀଙ୍କୁ ସେବା ଯୋଗାଉଛି। ପ୍ରତିଦିନ ୨୦୦ ରୁ ୩୦୦ ଲୋକ ଏହି ସ୍ୱାସ୍ଥ୍ୟ ସେବା ସୁବିଧା ନେଉଛନ୍ତି। ଏଥିପାଇଁ ସରକାରୀ ଡାକ୍ତରଖାନାରେ ହେଲ୍ପଡେସ୍କମାନ ପ୍ରତିଷ୍ଠା କରାଯାଇଛି।

ଓଡ଼ିଶାର ପ୍ରାୟ ୧୨୦ ଲକ୍ଷ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଏବଂ ଏଥିରେ ଗ୍ରାମାଞ୍ଚଳକୁ ଅଗ୍ରାଧିକାର ଦିଆଯାଇଛି। ଏପରିକି ଲୋକମାନଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବା ସହିତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନଥିବା ଅବିଶିଷ୍ଟ ପରିବାରକୁ ଏହି ସେବା ଯୋଗାଇ ଦେବାକୁ ସରକାର ନିକଟରେ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା’ଠାରୁ ଅଧିକ ଭଲ, ତୁଳନାତ୍ମକ ଭାବେ ପ୍ରଗତିଶୀଳ, ସରଳ ଓ ସମାବେଶୀ। ଏଥିରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଗ୍ରାଧିକାର ପ୍ରଦାନ କରାଯାଉଛି। ରାଜ୍ୟ ସରକାର ବିଶେଷ ଆଗ୍ରହ ପ୍ରଦର୍ଶନ କରି ଏହାକୁ କାର୍ଯ୍ୟକାରୀ କରୁଥିବାରୁ ଏହା ଏକ ସଫଳ କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏବଂ ହିତାଧିକାରୀଙ୍କ କୌଣସି ଅଭିଯୋଗ ପ୍ରାୟତଃ ନାହିଁ। ଏଭଳି ସ୍ଥିତିରେ ଭାରତ ସରକାର ଓଡ଼ିଶା ସରକାରଙ୍କୁ ‘ଆୟୁଷ୍ମାନ ଭାରତ ଯୋଜନା’ କାର୍ୟର୍୍ୟକାରୀ କରିବାକୁ କାହିଁକି ଚାପ ପକାଉଛନ୍ତି ତାହା ବୁଝି ହେଉନାହିଁ। ମୂଳରୁ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ବିଜେପି ସଭାପତି ଜେପି ନଡ୍ଡା ଓ ଓଡ଼ିଶାର ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନେ ଏଥିପାଇଁ ବାରମ୍ବାର ଓଡ଼ିଶା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଆସୁଛନ୍ତି।

ଅପରପକ୍ଷରେ ଓଡ଼ିଶା ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ କେନ୍ଦ୍ରୀୟ ବିଜେପି ନେତାମାନେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ନେଇ ଅଯଥା ଅପପ୍ରଚାର କରିବା ସହିତ ଓଷଧ ବିକଳରେ ତାଟିଆ କାମୁଡ଼ୁଥିବା ଭଳି ମନେ ହେଉଛି। ଗତ ସୋମବାର ଜଣେ କେନ୍ଦ୍ର ମନ୍ତ୍ରୀ ‘ବିଏସ୍‌‌କେୱାଇ’ ନେଇ ସମ୍ବଲପୁରରେ ଯାହା କହିଛନ୍ତି ତାହା ତାଙ୍କର ନୈରାଶ୍ୟକୁ ପଦାରେ ପକାଉଛି। ସେ ଏହି ଯୋଜନାକୁ ବିଫଳ ବୋଲି କହିବା ସହିତ ଏହାକୁ ଲୋକେ ଗ୍ରହଣ କରୁନାହାନ୍ତି ବୋଲି ମନଗଢ଼ା ଆରୋପ ଲଗାଇଛନ୍ତି। ବାସ୍ତବରେ ସେ ଏହି ଯୋଜନାର ସଫଳତା ଦେଖି ଈର୍ଷାନ୍ୱିତ ହେଉଥିବା ମନେ ହୁଏ। ରାଜନୈତିକ ବିରୋଧୀଙ୍କୁ ରାଜ୍ୟ ଶାସକ ଦଳର ସଫଳତା ଗ୍ରହଣ କରିବାକୁ ନିଶ୍ଚୟ ଅଡ଼ୁଆ ଲାଗୁଥିବ। କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ବୟାନକୁ ରାଜ୍ୟର ଜଣେ ତୁଙ୍ଗ ନେତା ନିନ୍ଦା କରିବା ସହିତ ଶାସକ ଏନ୍‌‌ଡିଏ ମେଣ୍ଟକୁ ଆହ୍ୱାନ ଜଣାଇ କହିଛନ୍ତି ଯେ ଯଦି ଓଡ଼ିଶାର ସଫଳ, ସମାବେଶୀ ଓ ଲୋକପ୍ରିୟ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମା ଯୋଜନା’କୁ ଏତେ ନାପସନ୍ଦ କରୁଛନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ମେଣ୍ଟ ପକ୍ଷରୁ ଓଡ଼ିଶାରେ ‘ନିର୍ବାଚନୀ ଇସ୍ତାହାର’ରେ ଘୋଷଣା କରନ୍ତୁ ଯେ ସେମାନେ ଶାସନ କ୍ଷମତାକୁ ଆସିଲେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ପ୍ରତ୍ୟାହାର କରାଯିବ। ଓଡ଼ିଶାର ହିତାଧିକାରୀ ସଚେତନ ଭୋଟରମାନେ ଏହାର ଉପଯୁକ୍ତ ଜବାବ ନିଶ୍ଚୟ ଦେବେ।

12 Jan 2024 By The Sakala

https://www.thesakala.in/sakala-editorial/sakala-editorial-12-01-2024/article-29061
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର