କରୋନାର ନୂତନ ଉପଜାତି ମାଡ଼ୁଛି: ମାସ୍କ ପିନ୍ଧ, ସତର୍କ ହୁଅ

The Sakala Picture
Published On

କିଛି ମାସର ଆଶ୍ୱସ୍ତି ପରେ ପୁଣି ଥରେ କରୋନାର ପୁନଃପ୍ରକାଶ ଲୋକଙ୍କ ମନରେ ଭୀତି ସଞ୍ଚାର କରିଛି। ଓଡ଼ିଶା ସମେତ ଭାରତର କେତେକ ପ୍ରମୁଖ ରାଜ୍ୟରେ କୋଭିଡ୍‌‌୧୯ର ନୂଆ ପ୍ରଜାତି ଏକ୍ସଭିବି ୧.୧୬ ସଂକ୍ରମଣ ଧୀରେ ଧୀରେ ବଢ଼଼ିବାରେ ଲାଗିଛି। ଗତ କାଲି ସୁଦ୍ଧା ଭାରତରେ ପ୍ରାୟ ୬ ହଜାର ନୂତନ କୋଭିଡ୍‌‌ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କରୋନାର ଏହି ନୂତନ ଲହରରେ ମୋଟ ଆକ୍ରାନ୍ତଙ୍କ ସଂଖା ୩୨,୮୧୪ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା […]

କିଛି ମାସର ଆଶ୍ୱସ୍ତି ପରେ ପୁଣି ଥରେ କରୋନାର ପୁନଃପ୍ରକାଶ ଲୋକଙ୍କ ମନରେ ଭୀତି ସଞ୍ଚାର କରିଛି। ଓଡ଼ିଶା ସମେତ ଭାରତର କେତେକ ପ୍ରମୁଖ ରାଜ୍ୟରେ କୋଭିଡ୍‌‌୧୯ର ନୂଆ ପ୍ରଜାତି ଏକ୍ସଭିବି ୧.୧୬ ସଂକ୍ରମଣ ଧୀରେ ଧୀରେ ବଢ଼଼ିବାରେ ଲାଗିଛି। ଗତ କାଲି ସୁଦ୍ଧା ଭାରତରେ ପ୍ରାୟ ୬ ହଜାର ନୂତନ କୋଭିଡ୍‌‌ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କରୋନାର ଏହି ନୂତନ ଲହରରେ ମୋଟ ଆକ୍ରାନ୍ତଙ୍କ ସଂଖା ୩୨,୮୧୪ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭୂତାଣୁରୁ ଏହି ପରିବର୍ତ୍ତିତ ନୂତନ ପ୍ରଜାତି ସେତେ ଅଧିକ ପ୍ରାଣଘାତୀ ନ ହେଲେ ମଧ୍ୟ ଅତି ଅଧିକ ସଂକ୍ରମଣଶୀଳ ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଧିକ ସତର୍କ ହେବା ଆରମ୍ଭ କରିଛନ୍ତି। ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ସରକାରୀ ଅଧିକାରୀଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନ୍‌‌ସୁଖ୍‌‌ ମାଣ୍ଡଭିୟ ମହାମାରୀ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହିତ ଏବେଠାରୁ ସଜାଗ ରହିବାକୁ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଓ ଆସନ୍ତା କାଲି(ଏପ୍ରିଲ୍‌‌ ୧୦ ଓ ୧୧) ତାରିଖରେ ସବୁ ଡାକ୍ତରଖାନାରେ କରୋନା ଚିକିତ୍ସା ପ୍ରସ୍ତୁତି ସମ୍ବନ୍ଧୀୟ ମକ୍‌‌ଡ୍ରିଲ୍‌‌(ଅଭ୍ୟାସ ପ୍ରକ୍ରିୟା) କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। କରୋନା ଯେ ପୁଣି ଥରେ ଭିନ୍ନ ରୂପରେ କାୟା ମେଲାଉଛି ତାହା ସ୍ପଷ୍ଟ ଜଣାଯାଉଛି। ଇନ୍‌‌ଫ୍ଲୁଏଞ୍ଜା ଭଳି ଜ୍ୱର ଓ ଶ୍ୱାସକ୍ରିୟାରେ ଅସ୍ୱାଭାବିକତା ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଓ ନମୁନା ପରୀକ୍ଷଣ ସହିତ ହଟ୍‌‌ସ୍ପଷ୍ଟ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ କହିସାରିଲେଣି।

ମାନବ ସମାଜ ପାଇଁ କରୋନା ପ୍ରଥମ ମହାମାରୀ ନୁହେଁ। ଏହାପୂର୍ବରୁ ଅନେକ ମହାମାରୀ ମଣିଷ ଜାତିକୁ ପ୍ରଭୂତ କ୍ଷତି ପହଞ୍ଚାଇଛି। ମ୍ୟାଲେରିଆ, ହଇଜା ଓ ଟିବି ଭଳି ମହାମାରୀର ଭୂତାଣୁ ଏବେ ମଧ୍ୟ ମାନବ ସମାଜରେ କୌଣସି ନା କୌଣସି ପରିବର୍ତ୍ତିତ ରୂପରେ ରହିଛନ୍ତି। ଉପଯୁକ୍ତ ପରିବେଶ ପାଇଲେ ଏ ସଂକ୍ରମଣ ପୁଣି ଆରମ୍ଭ ହୋଇଯାଉଛି। ତେବେ ଏହା ବିଶ୍ୱବ୍ୟାପୀ ମହାମାରୀର ରୂପ ନ ନେଇ ସ୍ଥାନୀୟ ସଂକ୍ରମଣ କିମ୍ବା ଗୋଟିଏ ଦେଶର ଅଳ୍ପ କିଛି ଅଞ୍ଚଳରେ କ୍ରିୟାଶୀଳ ହେଉଛି। ଧରନ୍ତୁ ଏଇ ଯେମିତି ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରେ ଓଡ଼ିଶାରେ ଝାଡ଼ାବାନ୍ତିର ସଂକ୍ରମଣ ଓ ମ୍ୟାଲେରିଆର ପ୍ରାଦୁର୍ଭାବ ଅନେକ ଅଞ୍ଚଳରେ ଦେଖାଦେଉଛି। ଏହି ଭୂତାଣୁ ବା ବ୍ୟାକ୍ଟେରିଆର ବାହକମାନେ ମଣିଷ ଶରୀରରେ ପ୍ରବେଶ କଲେ ଔଷଧ ଓ ଚିକିତ୍ସା ସତ୍ତ୍ବେ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୁଅନ୍ତି ନାହିଁ। ଅବଶ୍ୟ ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବା ଗୋଟିଏ ବୃହତ୍ତର ସମାଜରେ ବା ଦେଶରେ ଗୋଷ୍ଠୀଗତ ପ୍ରତିରୋଧକ ଶକ୍ତିର ପ୍ରବାହ ଯୋଗୁଁ ଅନେକ କାଳ ଧରି ନିଷ୍କ୍ରିୟ ଅବସ୍ଥାରେ ରୁହନ୍ତି। ତେଣୁ ମହାମାରୀ ବିଶେଷଜ୍ଞମାନଙ୍କ ମତରେ ଯେକୌଣସି ସଂକ୍ରାମକ ରୋଗ ଭୂତାଣୁ ବା ଜୀବାଣୁ ତାହାର ଉତ୍ପତ୍ତି ସମୟ ପରଠାରୁ ବିଭିନ୍ନ ସ୍ତରରେ ଗତି କରିଥାଏ। ଔଷଧ, ଚିକିତ୍ସା, ପ୍ରତିଷେଧକ ଟିକା, ସ୍ୱାସ୍ଥ୍ୟ ରକ୍ଷା ଉପାୟ, ମନୁଷ୍ୟ ସମାଜରେ ରୋଗ ପ୍ରତିରୋଧକ ଶକ୍ତିର ବିସ୍ତାର ଆଦି କାରଣରୁ ଏହି ରୋଗ ମହାମାରୀ ପର ଅବସ୍ଥାରେ ପୁଣି ଥରେ ସୀମିତ ସଂକ୍ରମଣ ଏବଂ କାଁ ଭାଁ ସଂକ୍ରମଣ ଆଦି ଅବସ୍ଥାକୁ ଫେରିଆସେ। ଏହି ପ୍ରକ୍ରିୟା ମଧ୍ୟରେ ଏହି ଭୂତାଣୁ/ଜୀବାଣୁର ପରିବର୍ତ୍ତନ ଲାଗି ରହିଥାଏ। ଯେମିତି ଏବେ କରୋନାର ଓମିକ୍ରନ ପ୍ରଜାତିର ଏକ୍ସଭିବି ୧.୧୬ ଉପଜାତି ସ୍ତରରେ ଭାରତରେ ଏବେ ପୁଣି ଥରେ ସକ୍ରିୟ ସଂକ୍ରମଣ ଆରମ୍ଭ ହେଉଛି। କରୋନାର ଦ୍ୱିତୀୟ ଓ ତୃତୀୟ ଲହରର ବିଭୀଷିକା ପରେ ଭାରତରେ ଏବେ ସାମୂହିକ ଗୋଷ୍ଠୀଗତ ପ୍ରତିରୋଧକ ଶକ୍ତି ବେଶ୍‌‌ ଉଚ୍ଚସ୍ତରରେ ରହିଛି। ସେଥିପାଇଁ ଓମିକ୍ରମର ନୂତନ ଉପଜାତି କିଛିଟା ସଂକ୍ରାମକ ହେଲେ ସୁଦ୍ଧା ରୋଗୀମାନଙ୍କର ଡାକ୍ତରଖାନା ଚିକିତ୍ସା ଆବଶ୍ୟକତା ବହୁତ କମ୍‌‌ ଜଣାଯାଉଛି ଏବଂ ରୋଗୀ ମୃତ୍ୟୁ ମଧ୍ୟ ସାମାନ୍ୟ ସ୍ତରରେ ରହିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସଂକ୍ରମଣ ପୂର୍ବଭଳି ବୃହତ୍‌‌ ସ୍ତରରେ ପହଞ୍ଚି ନ ପାରିବ। କେତେକ ବିଶେଷଜ୍ଞଙ୍କ ମତରେ ଚୀନ୍‌‌ର ଉହାନ ସହରରୁ ଆରମ୍ଭ ହୋଇ ଗତ ତିନିବର୍ଷ ମଧ୍ୟରେ କରୋନାର ପ୍ରଜାତି ଓ ଉପଜାତିର ମୋଟ ସଂଖ୍ୟା ୪୦୦ରୁ ଅଧିକ ହୋଇସାରିଲାଣି।

ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମ୍ଭାବ୍ୟ କୋଭିଡ୍‌‌ ସଙ୍କଟ ମୁକାବିଲା ତତ୍ପରତା ପ୍ରକାଶ ପାଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିନ୍ତୁ କୋଭିଡ୍‌‌ର ଏହି ନୂଆ ପ୍ରଜାତି ସେତେ ପ୍ରାଣଘାତୀ ନୁହେଁ ବୋଲି ମତ ଦେଇଛନ୍ତି। ସେମାନଙ୍କ ମତରେ ବ୍ୟାପକ ଟିକାକରଣ ଯୋଗୁଁ ଭାରତୀୟମାନଙ୍କ ଶରୀରରେ ଗୋଷ୍ଠୀ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି। ତେଣୁ ବିଦେଶ ତୁଳନାରେ ଭାରତରେ କୋଭିଡ୍‌‌ର ଏହି ନୂଆ ପ୍ରଜାତିର ପ୍ରଭାବ ସେତେଟା ଅଧିକ ହେବ ନାହିଁ। ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂତନ କରୋନା ପ୍ରଜାତିର ସଂକ୍ରମଣ ଉପରେ କିନ୍ତୁ ଅଧିକ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି।

ଇତିମଧ୍ୟରେ କୋଭିଡ୍‌‌ର ନୂଆ ପ୍ରଜାତିର ସଂକ୍ରମଣର କ୍ରମବର୍ଦ୍ଧିଷ୍ଣୁ ହାରକୁ ଦୃଷ୍ଟିରେ ରଖି କେରଳ, ହରିଆଣା, ଗୁଜୁରାଟ୍‌‌, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପୁଡ଼ୁଚେରୀ, ଦିଲ୍ଲୀ ପରି କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯାଇସାରିଛି। ଓଡ଼ିଶାରେ ଏ ପର୍ଯ୍ୟନ୍ତ ସଂକ୍ରମଣ ସେଭଳି ସାଂଘାତିକ ହୋଇନଥିଲେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ନୂଆ କରୋନା ପ୍ରଜାତି ସଂକ୍ରମିତଙ୍କ ମୋଟ ସଂଖ୍ୟା ଓଡ଼ିଶାରେ ବୃଦ୍ଧି ପାଇ ୧୩୨ରେ ପହଞ୍ଚିଛି। ଟିକା ନେଇସାରିଥିବା ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହେଉଥିବା କରୋନାର ତୃତୀୟ ଲହର ବେଳେ ଦେଖାଯାଇଥିଲା। ବେପରୁଆ ଓ ବେଖାତିର ମନୋଭାବ ହିଁ ରୋଗକୁ ଡାକି ଆଣେ। ତେଣୁ ଟିକା ନେଇଯାଇଥିବା ଆଳରେ ଅଧିକ ଖାମ୍‌‌ଖିଆଲି ଆଚରଣ ଓଡ଼ିଶାରେ କରୋନା ସଂକ୍ରମଣକୁ ବଢ଼଼ାଇପାରେ। ଏହିକାରଣରୁ ବେଳ ହୁଁ ସତର୍କ ରହିବାକୁ ପଡ଼ିବ। ଭିଡ଼କୁ ଯଥାସମ୍ଭବ ଏଡ଼ାଇବା, ମାସ୍କ ପିନ୍ଧିବା ଓ ବାରମ୍ବାର ସାବୁନ୍‌‌ରେ ହାତ ଧୋଇବା ସହିତ ଜ୍ୱର ଲକ୍ଷଣ ଦେଖାଦେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ନୂତନ ପ୍ରଜାତି ସଂକ୍ରମଣ ପୂର୍ବରୁ ଦୁରାଗ୍ରସ୍ତ ବେମାରୀ ଥିବା ଲୋକ, ଜୀବନଶୈଳୀ ଭିତ୍ତିକ ବେମାର ପୀଡ଼ିତ ବ୍ୟକ୍ତି, ଅତି ବୟସ୍କ ବର୍ଗର ଲୋକେ, ଶିଶୁମାନଙ୍କ କ୍ଷେତ୍ରରେ ଏହି ନୂତନ ସଂକ୍ରମଣର ଦୁଷ୍ପ୍ରଭାବ ଦେଖିବାକୁ ମିଳିପାରେ। ଅଳ୍ପ କିଛି ସପ୍ତାହ ହେଲା ଯେଉଁ ସର୍ଦ୍ଦି, କାଶ ଓ ଫ୍ଲୁ ବେମାରୀ ଭାରତରେ ତଥା ଅନ୍ୟ ଦେଶମାନଙ୍କରେ ବହୁମାତ୍ରାରେ ଦେଖାଯାଉଛି ସେଗୁଡ଼ିକୁ ମଧ୍ୟ ହେୟଜ୍ଞାନ ନ କରି ଆବଶ୍ୟକମତେ ଡାକ୍ତର ପରାମର୍ଶ କରିବା ଜରୁରୀ। କେତେକ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେଇ ଅତିରିକ୍ତ ବୁଷ୍ଟର ଟିକା ବା ନୂଆ କରି ପ୍ରଚଳିତ ହୋଇଥିବା ନାକ ସ୍ପ୍ରେ ଟିକା ମଧ୍ୟ ନିଆଯିବା ଉଚିତ। ଏବେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉଭୟ ଇଞ୍ଜେକସନ୍‌‌ ଓ ନାକ ସ୍ପ୍ରେ ଟିକା ଉପଲବ୍ଧ ହେଉଥିବାରୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କିତ ସ୍ପଷ୍ଟ ନିର୍ଦ୍ଦେଶିକା ଜାରି କରିବା ସମୟ ଆସିଯାଇଛି।

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିପାରିଥିଲେ ମଧ୍ୟ କ୍ୟାପିଟାଲ୍‌‌ ହସ୍ପିଟାଲ୍‌‌ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ କରୋନା ଚିକିତ୍ସା ଭିତ୍ତିଭୂମି ଓ ସାଧନକୁ ଆହୁରି ବିକଶିତ କରିବାକୁ ପଡ଼ିବ। ଅବଶ୍ୟ ଆମ ରାଜ୍ୟ ସରକାର ଏ ଦିଗରେ ସତର୍କ ରହିଛନ୍ତି। କିନ୍ତୁ ଜନସାଧାରଣଙ୍କୁ ମଧ୍ୟ କରୋନାର ସମ୍ଭାବ୍ୟ ସଙ୍କଟକୁ ମୁକାବିଲା କରିବାକୁ ନିଜେ ସତର୍କ ରହି ଓ କରୋନା ନିୟମାବଳୀ ପାଳନ କରି ସରକାରଙ୍କୁ ସହଯୋଗ କରିବାକୁ ପଡ଼ିବ।

10 Apr 2023 By The Sakala

https://www.thesakala.in/sakala-editorial/sakala-editorial-10-04-2023/article-20606
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର