‘ଫିନିକ୍ସ’ ଫୋଗଟ୍‌‌

The Sakala Picture
Published On

ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ୧୪୪ କୋଟିରୁ ଊର୍ଦ୍ଧ୍ବ ଭାରତୀୟଙ୍କ ପ୍ରାଣକୁ ଦୋହଲାଇ ଦେଇଛି। ପ୍ୟାରିସ୍‌‌ ଅଲିମ୍ପିକ୍‌‌ରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌‌ ଅପ୍ରତ୍ୟାଶିତ ଭାବେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱିତାର କିଛିକ୍ଷଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିର୍ଦ୍ଦିଷ୍ଟ ୫୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଫୋଗଟ୍‌‌ଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ସମୟ ଓ ଭାଗ୍ୟ ତାଙ୍କ ହାତରୁ ପଦକକୁ ସତେଯେପରି […]

ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ୧୪୪ କୋଟିରୁ ଊର୍ଦ୍ଧ୍ବ ଭାରତୀୟଙ୍କ ପ୍ରାଣକୁ ଦୋହଲାଇ ଦେଇଛି। ପ୍ୟାରିସ୍‌‌ ଅଲିମ୍ପିକ୍‌‌ରେ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଥିବା ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌‌ ଅପ୍ରତ୍ୟାଶିତ ଭାବେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱିତାର କିଛିକ୍ଷଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ନିର୍ଦ୍ଦିଷ୍ଟ ୫୦ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଫୋଗଟ୍‌‌ଙ୍କ ଓଜନ ମାତ୍ର ୧୦୦ ଗ୍ରାମ ଅଧିକ ହେବାରୁ ସମୟ ଓ ଭାଗ୍ୟ ତାଙ୍କ ହାତରୁ ପଦକକୁ ସତେଯେପରି ଛଡ଼ାଇ ନେଇଛି। ଏଭଳି ଆଚମ୍ବିତ ଓ ଅପ୍ରତ୍ୟାଶିତ ଘଟଣା ପରେ ସମଗ୍ର ଦେଶର କ୍ରୀଡ଼ାପ୍ରେମୀ ସ୍ତବ୍ଧ ହୋଇଯାଇଛନ୍ତି। ଫୋଗଟ୍‌‌ଙ୍କୁ ଅଯୋଗ୍ୟ ଘୋଷଣା କରିବା ପଛର କାରଣ, ନୀତି-ନିୟମର ଯୌକ୍ତିକତା, ଅଲିମ୍ପିକ୍‌‌ କ୍ରୀଡ଼ା ସଂଘର କର୍ମକର୍ତ୍ତାଙ୍କର ଖେଳୁଆଡ଼ ମନୋଭାବ(ସ୍ପୋର୍ଟସ୍‌‌ମ୍ୟାନ୍‌‌ ସ୍ପିରିଟ୍‌‌), କଠୋର କଟକଣା ଓ ସର୍ତ୍ତର ଔଚିତ୍ୟ ଆଦି ପ୍ରସଙ୍ଗ ଏବେ ବିଭିନ୍ନ ମଞ୍ଚରେ ଆଲୋଚନା-ସମାଲୋଚନା ହେଉଛି। ଏହି ବିବାଦ କ୍ରୀଡ଼ା ବିଚାରାଳୟକୁ ଯାଇଛି। ଏପରିକି ଫୋଗଟ୍‌‌ଙ୍କ ଦାୟିତ୍ୱରେ ଥିବା ପ୍ରଶିକ୍ଷକ, ତତ୍ତ୍ୱାବଧାରକ, ଉପଦେଷ୍ଟା ଓ ଭାରତୀୟ କର୍ମକର୍ତ୍ତାଙ୍କ ଦାୟିତ୍ୱ ସମ୍ପାଦନାରେ ଆନ୍ତରିକତା ଓ ଯତ୍ନଶୀଳତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନିକଟରେ ବିଧାନସଭା ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ତାଙ୍କ ନିଜ ରାଜ୍ୟ ହରିଆଣାରେ ଏହି ପ୍ରସଙ୍ଗରେ ରାଜନୀତି ଆରମ୍ଭ ହୋଇଯାଇଛି। ବିଚାର ବିମର୍ଶର ନିଷ୍କର୍ଷ କ’ଣ ହେବ, ଫୋଗଟ୍‌‌ଙ୍କ ବିରୋଧରେ ଅଲିମ୍ପିକ୍‌‌ କମିଟିର ନିଷେଧାଜ୍ଞାର ପୁନର୍ବିଚାର ହେବ କି ନାହିଁ, ତାହା ଉପରେ ତତ୍କାଳ ମତ ଦେବା ଏବେ ସମୀଚୀନ ହେବ ନାହିଁ। ଏହି ପୃଷ୍ଠଭୂମିରେ ଘଟଣାର କୋଳାହଳ ଭିତରେ ଯେ ଆଉ ଏକ ଆଲୋଚ୍ୟ ଦିଗ ରହିଛି ତାହାକୁ ମଧ୍ୟ ଗୌଣ କରିହେବ ନାହିଁ।

ଚଳିତ ଅଲିମ୍ପିକ୍‌‌ ପ୍ରତିଯୋଗିତାରେ ଭିନେଶଙ୍କ କ୍ରମଉନ୍ନୀତ ଧାରା ଏବଂ ଅଙ୍ଗୀକାରବଦ୍ଧତାକୁ ଲକ୍ଷ୍ୟ କଲେ ସେ ଯେ ନିଶ୍ଚିତ ଭାବେ ସ୍ୱର୍ଣ୍ଣ ପଦକ ଜିତିବେ ତାହା ପ୍ରାୟ ନିଶ୍ଚିତ ଥିଲା। ପ୍ରଥମ ରାଉଣ୍ଡରୁ ହିଁ ତାଙ୍କର ଆଖି ଓ କ୍ରୀଡ଼ାକୌଶଳରୁ ଆକ୍ରମଣାତ୍ମକ ଭାଷା ବୁଝି ହେଉଥିଲା। ମହିଳା କୁସ୍ତିରେ ବିଶ୍ୱବିଜୟିନୀ ଜାପାନର ୟୁଇ ସୁସାକିଙ୍କୁ ଭିନେଶ୍‌‌ ସହଜରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିବା ସହିତ ତାଙ୍କର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିଦେଇଥିଲେ। ତେଣୁ କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ ଅଲିମ୍ପିକ କ୍ରୀଡ଼ା ଆୟୋଜକଙ୍କ ଅବାନ୍ତର କଠୋର ପରୀକ୍ଷାରେ ଭିନେଶ ହାରି ଯାଇଥାଇପାରନ୍ତି, କିନ୍ତୁ ଅପରାଜେୟ ସୁସାକିଙ୍କୁ ହରାଇ ସେ ପ୍ରମାଣିତ କରିସାରିଛନ୍ତି ଯେ ସେ ହଁ ବିଶ୍ୱ ବିଜୟିନୀ। ତେଣୁ ଯଥାର୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶ ଫୋଗଟ୍‌‌ଙ୍କୁ ‘ଚମ୍ପିଆନ୍‌‌ ଅଫ୍‌‌ ଚମ୍ପିଆନ୍‌‌’ ଭାବେ ପ୍ରଶଂସା କରିଛନ୍ତି। ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ହେଁ ସେ ସାରା ଭାରତର ଏପରିକି ବିଶ୍ୱର କ୍ରୀଡ଼ାବିତ୍‌‌ଙ୍କ ହୃଦୟକୁ ଯେ ଜିତିସାରିଛନ୍ତି, ତାହା କମ୍‌‌ ଉପଲବ୍ଧି ନୁହେଁ। ପ୍ରଧାନମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, ଭାରତୀୟ ଅଲିମ୍ପିକ୍‌‌ ସଂଘର ସଭାପତି ଏବଂ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ରୀଡ଼ା ସଂଘର ଅଧିକାରୀ, କର୍ମକର୍ତ୍ତା ଭିନେଶ ଫୋଗଟ୍‌‌ଙ୍କୁ ଜଣାଇଥିବା ସମବେଦନା ଅପେକ୍ଷା ଅଭିନନ୍ଦନ ବାର୍ତ୍ତାରୁ ଏହା ପ୍ରମାଣିତ ହେଉଛି ଯେ ଭିନେଶ ପରିସ୍ଥିତିର ଖେଳରେ ବାଦ୍‌‌ ପଡ଼ିଛନ୍ତି, କିନ୍ତୁ ଅଲିମ୍ପିକ୍‌‌ କୁସ୍ତି ପ୍ରତିଯୋଗିତାରେ ହାରି ନାହାନ୍ତି। ସେ ଏହି ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ ତାଙ୍କ ହୃଦୟରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଶୋଭା ପାଇଥା’ନ୍ତା, କିନ୍ତୁ ସେ ଏବେ ଅଗଣିତ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇସାରିଛନ୍ତି। ଭିନେଶ୍‌‌ ଯେଉଁ ପର୍ଯ୍ୟାୟରେ ପଦକ ଲାଭରୁ ବଞ୍ଚିତ ହେଲେ ସେ ପର୍ଯ୍ୟନ୍ତ ବା ଫାଇନାଲ୍‌‌କୁ ଯିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ଏହା ମଧ୍ୟ କମ୍‌‌ ଗୌରବ ଓ ଉପଲବ୍ଧି ନୁହେଁ।

ନିଶ୍ଚିତ ପଦକ ଲାଭରୁ ଅଳ୍ପକେ ବଞ୍ଚିତ ଲୁହ ଜର୍ଜରିତା ଏହି ଲୁହାର ମହିଳା ପ୍ରତିଯୋଗୀ ଭିନେଶ ଫୋଗଟ୍‌‌ଙ୍କ ଅଲିମ୍ପିକ୍‌‌ ଯାତ୍ରା ତାଙ୍କ ଜୀବନ ସଂଗ୍ରାମ ପରି ଏତେ ସହଜ ଓ ସରଳ ନଥିଲା। ପିଲାଟି ବେଳୁ ପିତାଙ୍କୁ ହରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରି ଆସିଥିବା ଭିନେଶ୍‌‌ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ମହିଳା ସଶକ୍ତୀକରଣର ପ୍ରତୀକ ଭାବେ ଉଦାହରଣ ସୃଷ୍ଟି କରିବା ପାଇଁ ବହୁ ଦୁର୍ଗମ କଣ୍ଟକିତ ଓ ପଥୁରିତ ରାସ୍ତା ଅତିକ୍ରମ କରିଛନ୍ତି। କୁସ୍ତି ପ୍ରତିଯୋଗିତାର ରିଙ୍ଗ ଭିତରକୁ ଯିବା ଓ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ନିରନ୍ତର ଶାରୀରିକ ଯନ୍ତ୍ରଣା ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି। ତଥାପି ସେ ହତୋତ୍ସାହିତ ହୋଇ ନାହାନ୍ତି। ବରଂ ଫିନିକ୍ସ ପରି ବିଫଳତାର ଭୂମିରୁ ସଫଳତାକୁ ଲମ୍ପ ପ୍ରଦାନ ପାଇଁ ପ୍ରତିଥର ନିଜକୁ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ସଫଳ ହୋଇଛନ୍ତି। ଏସୀୟ କ୍ରୀଡ଼ାରୁ ଆରମ୍ଭ କରି ଟୋକିଓ ଅଲିମ୍ପିକ୍‌‌ସ, ବିଶ୍ୱ ଚମ୍ପିଆନ୍‌‌ ପ୍ରତିଯୋଗିତା ଆଦିରେ ସେ ଗୁରୁତର ଆହତ ହୋଇ ଓହରି ଯାଇଛନ୍ତି। ପ୍ରତିଥର ତାଙ୍କର ଆହତ ସମସ୍ୟା ସହିତ ଭାରତ ନିଶ୍ଚିତ ପଦକରୁ ବଞ୍ଚିତ ହୋଇଛି। ଏହା ଭିନେଶ୍‌‌ଙ୍କ ଭାଗ୍ୟ କିମ୍ବା ଭାରତର ବିଡ଼ମ୍ବନା ତାହା ବୁଝିବା କଷ୍ଟ।

ସେ ତାଙ୍କ ଜୀବନର ସବୁଠାରୁ ବଡ଼ ସଂଘର୍ଷ, ଦ୍ୱନ୍ଦ୍ୱ ଓ ମାନସିକ ନିର୍ଯାତନାର ଶିକାର ହୋଇଥିଲେ, ଯେତେବେଳେ ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ସଭାପତି ବ୍ରିଜ୍‌‌ଭୂଷଣ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଦୀର୍ଘଦିନ ଧରି ରାଜଧାନୀ ଦିଲ୍ଲୀର ଖୋଲା ଆକାଶ ତଳେ ନ୍ୟାୟ ପାଇଁ ଅହର୍ନିଶ ଧାରଣା ଦେଇଥିଲେ। ରିଙ୍ଗ ବାହାରର ଏହି ଯୁଦ୍ଧରେ ଶେଷରେ ଭିନେଶ୍‌‌ଙ୍କ ନୈତିକ ବିଜୟ ହୋଇଥିଲା, କିନ୍ତୁ ତାଙ୍କ କ୍ରୀଡ଼ା ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଯେଉଁମାନେ ତାଙ୍କ କ୍ରୀଡ଼ା ଜୀବନକୁ ପରିସମାପ୍ତ କରିବାକୁ ଚକ୍ରାନ୍ତ କରିଥିଲେ ସେମାନଙ୍କୁ ଭିନେଶ୍‌‌ଙ୍କ ଉତ୍ତର ଥିଲା – ‘ମେଡାଲ୍‌‌ ଲେକେ ଆଉଙ୍ଗି ମେଁ, ତୁ ଦେଖ’(ମୁଁ ପଦକ ନେଇ ଆସିବି ତୁମେ ଦେଖିବ)। କିନ୍ତୁ ଏହି ଶପଥ ରକ୍ଷା କରିବାରୁ ଅଳ୍ପକେ ବଞ୍ଚିତ ଜନିତ ହତାଶା ହିଁ ବୋଧହୁଏ ଏହି ଲୁହାର ପ୍ରତିଯୋଗୀଙ୍କୁ ଲୋତକାକ୍ତ କରିଛି। ଭିନେଶ ପଦକରୁ ବଞ୍ଚିତ ହେବା ସମଗ୍ର ଭାରତୀୟଙ୍କୁ ଆଘାତ ଦେଇଥିଲେ ମଧ୍ୟ ବ୍ରିଜ୍‌‌ଭୂଷଣ ଓ ତାଙ୍କ ସହଯୋଗୀଙ୍କୁ ଆନନ୍ଦିତ କରୁଥିବା ନିଶ୍ଚିତ। ବୋଧହୁଏ ଭାଗ୍ୟ ତାଙ୍କୁ ଏହି ବାର୍ତ୍ତା ଦେଇଛି – ପ୍ରତିଶୋଧର ସମୟ ଆହୁରି ଆସିନାହିଁ।

ଏହି ଅପ୍ରତ୍ୟାଶିତ ତ୍ରୁଟି ଜନିତ ବିଫଳତା ଓ ଭାଗ୍ୟର ବିଡ଼ମ୍ବନାର ଗଭୀର କ୍ଷତକୁ ଭରଣା କରିବାକୁ ବୋଧହୁଏ ଲୁହାର ମହିଳା ଭିନେଶ୍‌‌ଙ୍କୁ ଅନେକ ଦିନ ଲାଗିଯିବ, ଯାହା ମା’ଙ୍କ ଉଦ୍ଦେଶ୍ୟରେ କରିଥିବା ତାଙ୍କ ଏକ୍ସ(ଟ୍ୱିଟ୍‌‌) ବାର୍ତ୍ତାରୁ ସନ୍ଦେଶ ମିଳୁଛି। ସେହି ଭାବବିହ୍ୱଳ ବାର୍ତ୍ତାରେ ଭିନେଶ ଲେଖିଛନ୍ତି – ‘ମାଁ ମୋତେ କୁସ୍ତି ହରାଇଦେଲା। ତୁମର ସ୍ୱପ୍ନକୁ ସାକାର କରିପାରି ନ ଥିବାରୁ ମୋତେ କ୍ଷମା କରିଦେବ। ମୋ ଭିତରେ ଆଉ ସାହସ ନାହିଁ। ଏଥିସହିତ ତେଇଶ ବର୍ଷର କୁସ୍ତି ଜୀବନକୁ ବିଦାୟ। ଜୀବନର ସବୁସମୟରେ ମୋତେ କ୍ଷମା କରିଥିବାରୁ ମୁଁ ଚିରଋଣୀ।’ ଏହାପରେ ଭିନେଶ୍‌‌ ଭାରତୀୟ ଯୁବବର୍ଗଙ୍କ ମନରେ ସାହସ, ସଂଘର୍ଷ ଓ ଧୈର୍ଯ୍ୟର କିମ୍ବଦନ୍ତୀ ଉଦାହରଣ ହୋଇ ରହିଯିବେ। ଭିନେଶ୍‌‌ଙ୍କ ସଂଘର୍ଷପୂର୍ଣ୍ଣ ଜୀବନୀ ଏହି ବାର୍ତ୍ତା ମଧ୍ୟ ଦେଇଛି ଯେ ଗ୍ରୀକ୍‌‌ କିମ୍ବଦନ୍ତୀର ଫିନିକ୍ସ ପକ୍ଷୀ ଯେପରି ଧ୍ୱଂସର ଶଯ୍ୟା ଭିତରୁ ଉଠି ପୁଣି ଆକାଶକୁ ଲମ୍ଫ ପ୍ରଦାନ କରେ, ସେହିପରି ବିଫଳତାରୁ ଶିକ୍ଷା ଲାଭ କରି କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନାରେ ବ୍ରତୀ ହେଲେ ସଫଳତାର ଶିଖରକୁ ଛୁଇଁ ହେବ। ଏହି ମନ୍ତ୍ରରେ ଭାରତୀୟ ଯୁବପିଢ଼ି, ବିଶେଷକରି ମହିଳାଙ୍କୁ ଦୀକ୍ଷିତ କରି ଭିନେଶ୍‌‌ କୁସ୍ତି ଜଗତରୁ ବିଦାୟ ନେଇଛନ୍ତି। ବିଦାୟ ଭିନେଶ୍‌‌!

09 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର