ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଘୋଷଣା; ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବନାମ ଅର୍ଥନୈତିକ ଅଭିବୃଦ୍ଧି

The Sakala Picture
Published On

କେନ୍ଦ୍ରରେ ଏନ୍‌‌ଡିଏର ଏକ ନୂଆ ସରକାର ଗଠନର ଠିକ୍‌‌ ପୂର୍ବରୁ ଖାଉଟି ବଜାରରେ ପ୍ରଚଣ୍ଡ ଅସ୍ଥିରତା ଦେଖାଦେଇଛି। ଅଟା, ଚାଉଳ, ଡାଲି, ଖାଇବା ତେଲ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରି ମୂଲ୍ୟସ୍ଫୀତିକୁ ହ୍ରାସ କରିବା ଭଳି ରିଜର୍ଭ ବ୍ୟାଙ୍କ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛି, ତାହା ବିଶେଷ ସଫଳ ହେଉନାହିଁ। ଏବେ (ଏପ୍ରିଲ୍‌‌ ହିସାବ ଅନୁସାରେ) ଭାରତର ମୁଦ୍ରାସ୍ଫୀତି ହାର ୪.୮୩ […]

କେନ୍ଦ୍ରରେ ଏନ୍‌‌ଡିଏର ଏକ ନୂଆ ସରକାର ଗଠନର ଠିକ୍‌‌ ପୂର୍ବରୁ ଖାଉଟି ବଜାରରେ ପ୍ରଚଣ୍ଡ ଅସ୍ଥିରତା ଦେଖାଦେଇଛି। ଅଟା, ଚାଉଳ, ଡାଲି, ଖାଇବା ତେଲ ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରି ମୂଲ୍ୟସ୍ଫୀତିକୁ ହ୍ରାସ କରିବା ଭଳି ରିଜର୍ଭ ବ୍ୟାଙ୍କ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛି, ତାହା ବିଶେଷ ସଫଳ ହେଉନାହିଁ। ଏବେ (ଏପ୍ରିଲ୍‌‌ ହିସାବ ଅନୁସାରେ) ଭାରତର ମୁଦ୍ରାସ୍ଫୀତି ହାର ୪.୮୩ ଶତାଂଶ ଥିଲା ଯାହା ୨୦୨୪ ଜାନୁୟାରୀ ତୁଳନାରେ ୦.୦୧ ଶତାଂଶ ହ୍ରାସ ପାଇଥିଲା। ଗତ ଜାନୁୟାରୀରେ ଏହି ହାର ଥିଲା ୫.୧୦%। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ଫୀତି ସହନଶୀଳତା ମାପକ ହେଲା ଏହା ୨ ରୁ ୬ ଶତାଂଶ ମଧ୍ୟରେ ରହିଲେ ଚଳିବ। ତେବେ ମୁଦ୍ରାସ୍ଫୀତି ହାରରେ ଗ୍ରାମ ଓ ସହର ଭିତରେ ପାର୍ଥକ୍ୟ ରହିଛି। ୨୦୨୨ରେ ଏହା ୬.୭% ଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ମୁଦ୍ରାସ୍ଫୀତି ହାର ହାରାହାରି ଭାବେ ୫.୫ ଶତାଂଶ ରହୁଛି। ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ମୁଦ୍ରାସ୍ଫୀତି ଓ ମୂଲ୍ୟସ୍ଫୀତି ଅଧିକ ରହିଥାଏ। ତେବେ ମୂଲ୍ୟସ୍ଫୀତି ଓ ମୁଦ୍ରାସ୍ଫୀତି ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରେ। ଉତ୍ପାଦନ ହ୍ରାସ, ଚାହିଦା ବୃଦ୍ଧି, ଉଚ୍ଚ ଇନ୍ଧନ (ପେଟ୍ରୋଲିୟମ) ମୂଲ୍ୟ, ଲୋକଙ୍କ ରୋଜଗାର ହ୍ରାସ ଏବଂ ଅଳ୍ପଲୋକଙ୍କ ହାତରେ ଖରଚ କରିବାକୁ ଅଧିକ ପଇସା ରହିବା ଓ ସର୍ବୋପରି ଉଚ୍ଚ ଟିକସ ହାର ଯୋଗୁଁ ମୂଲ୍ୟସ୍ଫୀତି ଘଟି ମୁଦ୍ରାସ୍ଫୀତି ବଢ଼େ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏହାର ବିତ୍ତୀୟ ନୀତି ବା ମନିଟାରୀ ପଲିସିରେ ଗୁରୁତ୍ୱପୂର୍ଣ୍ଣ ସୁଧହାରକୁ ଅପରିବର୍ତ୍ତିତ ରଖିଛି। ଏହା ରେପୋ ରେଟ୍‌‌ ଭାବରେ ପରିଚିତ। ରିଜର୍ଭ ବ୍ୟାଙ୍କ ଦେଶର ବିଭିନ୍ନ ବ୍ୟାବସାୟିକ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ ଦିଏ, ତାହା ରେପୋରେଟ୍‌‌ ଏବଂ ବ୍ୟାଙ୍କ ସମୂହର ଅର୍ଥକୁ ଜମା ରଖି ଯେଉଁ ହାରରେ ସୁଧ ପ୍ରଦାନ କରେ ତାହା ରିଭର୍ସ ରେପୋ ରେଟ୍‌‌ ନାମରେ ପରିଚିତ। ଶୁକ୍ରବାର ରିଜର୍ଭ ବ୍ୟାଙ୍କର ମନିଟାରୀ କମିଟି ୪:୨ ଭୋଟ୍‌‌ରେ ରେପୋରେଟ୍‌‌କୁ ୬.୫ ଶତାଂଶରେ ଅପରିବର୍ତ୍ତିତ ରଖିଛି। ଏହାର ଅର୍ଥ ହେଲା କମିଟି ଅର୍ଥନୈତିକ ଅଭିବୃଦ୍ଧି ସହିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ଏକ ଭାରସାମ୍ୟମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାବ୍ୟତୀତ କମିଟି ପାଖରେ ବୋଧହୁଏ ଆଉ କୌଣସି ବିକଳ୍ପ ନଥିଲା। ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କହିବା ଅନୁସାରେ ବିଶ୍ୱର ଅର୍ଥନୈତିକ ସଂକଟର ଧାରା ଅପରିବର୍ତ୍ତିତ ରହିଛି। ଏହାସତ୍ତ୍ବେ ଭାରତ ତାହାର ଜନସାଂଖ୍ୟିକ କାରଣ, ଉତ୍ପାଦକତା ଏବଂ ସରକାରୀ ନୀତି ଯୋଗୁଁ ଏକ ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବା ପଥରେ ଅଗ୍ରସର ହେଉଛି। ତେଣୁ ବିଶ୍ୱର ଅସ୍ଥିର ସ୍ଥିତି ପ୍ରତି ସତର୍କ ରହି ଭାରତକୁ ଅର୍ଥନୈତିକ ପଦକ୍ଷେପମାନ ନେବାକୁ ହେବ।
ସୂଚନାଯୋଗ୍ୟ ଯେ ଶେଷଥର ପାଇଁ ୨୦୨୩ ଫେବ୍ରୁଆରୀରେ ଭାରତୀୟ ରିଜର୍ଭବ୍ୟାଙ୍କ ରେପୋରେଟ୍‌‌କୁ ପରିବର୍ତ୍ତନ କରି ୬.୫ ଶତାଂଶ କରିଥିଲା। ଶୁକ୍ରବାର ଘଟଣାରୁ ପୁଣିଥରେ ସ୍ପଷ୍ଟ ହୋଇଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ଜନିତ ଚାପ ସତ୍ତ୍ବେ ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବାକୁ ରେପୋରେଟ୍‌‌କୁ ଅପରିବର୍ତ୍ତିତ ରଖିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ବ୍ୟାଙ୍କ ନିଜର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ରିଜର୍ଭ ବ୍ୟାଙ୍କରୁ ସ୍ୱଳ୍ପମିଆଦୀ ଋଣ ନେଇଥା’ନ୍ତି। ତେବେ ତା’ଉପରେ ସେମାନଙ୍କୁ ଉଚ୍ଚ ସୁଧ ଦେବାକୁ ପଡ଼ିଲେ ସେମାନେ ଖାଉଟି ଓ ବିଭିନ୍ନ ବ୍ୟାବସାୟିକ ସଂସ୍ଥା ଓ ଉଦ୍ୟୋଗକୁ ସୁବିଧା ହାରରେ ଋଣ ଦେଇପାରିବେ ନାହିଁ। ଫଳରେ ବ୍ୟାଙ୍କ ଋଣ ମହଙ୍ଗା ହେବ। ବ୍ୟାଙ୍କ ଋଣ ମହଙ୍ଗା ହୋଲ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ପଡ଼ିବ। ଆର୍ଥିକ କାରବାର, ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ସ୍ୱଳ୍ପ ସୁଧହାର ସହାୟକ ହୋଇଥାଏ। ଏହା ଅର୍ଥନୀତିର ଚକକୁ ଗତିଶୀଳ କରେ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ନ୍ୟାୟରେ ଉଚ୍ଚ ରେପୋରେଟ୍‌‌ ଧାର୍ଯ୍ୟ କରିବା ଦ୍ୱାରା ଅର୍ଥନୀତି ଚାପଗ୍ରସ୍ତ ହେବା ନିଶ୍ଚିତ। ତେବେ ଲୋକଙ୍କ ହାତରେ ଅଧିକ ଅର୍ଥ ରହିଲେ ଦ୍ରବ୍ୟ ଓ ସେବାର ଚାହିଦାକୁ ଏହା ପ୍ରଭାବିତ କରି ମୁଦ୍ରାସ୍ଫୀତି ବଢ଼଼ାଇବ।

ଚଳିତବର୍ଷ ଏପ୍ରିଲ୍‌‌ ସୁଦ୍ଧା ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ହାର ୪ ଶତାଂଶ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖିଥିଲା। ତାହା କିନ୍ତୁ ସମ୍ଭବ ହୋଇନାହିଁ। ତଥାପି ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୨୩-୨୪ରେ ୮.୨ ଶତାଂଶ ରହିବାରୁ ରିଜର୍ଭ ବ୍ୟାଙ୍କକୁ ଉଚ୍ଚ ରେପୋ ହାର ନିର୍ଦ୍ଧାରଣ ପାଇଁ ସୁଯୋଗ ମିଳୁଛି। ଅଭିବୃଦ୍ଧି ହାର କମ୍‌‌ ରହିଥିଲେ ଏ ସୁଯୋଗ ଆମ କେନ୍ଦ୍ରୀୟ ବ୍ୟାଙ୍କକୁ ମିଳିନଥା’ନ୍ତା। ରିଜର୍ଭ ବ୍ୟାଙ୍କର ଏହି ପ୍ରୟାସକୁ ଅଧିକାଂଶ ଅର୍ଥନୀତିଜ୍ଞ ଓ ଅର୍ଥଶାସ୍ତ୍ରୀ ସମର୍ଥନ କରୁଥିଲେ ହେଁ ଓ ଲୋକସଭା ନିର୍ବାଚନରେ ଜନାଦେଶ ଆଉ ଏକ ସମ୍ଭାବ୍ୟ ଅସ୍ଥିରତା ସୃଷ୍ଟି କରିଛି। ଦୀର୍ଘ ୧୦ ବର୍ଷ ପରେ ଲୋକେ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍‌‌ଡିଏ ମେଣ୍ଟକୁ ଅକୁଣ୍ଠ ସମର୍ଥନ ଦେଇନାହାନ୍ତି। ପ୍ରଥମଥର ପାଇଁ ବିଜେପି ଏକାକୀ ୨୪୦ ଆସନକୁ ଖସି ଆସିବା ସହିତ ଏନ୍‌‌ଡିଏ ମେଣ୍ଟକୁ ୨୯୨ ଆସନ ମିଳିଛି। ବିଜେପି ଏକା ସଂଖ୍ୟା ଗରିଷ୍ଠତା (୨୭୩) ନ ପାଇବାରୁ ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି। ଏହି ଦୁଇଦଳର ନେତା ନୀତିଶକୁମାର ଓ ଚନ୍ଦ୍ରବାବୁ ନାଇଡୁ ସ୍ୱଭାବତଃ ଅସ୍ଥିର ଓ ଚପଳ ରାଜନୈତିକ ପ୍ରକୃତିର। ସେମାନେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ସବୁବେଳେ ମେଣ୍ଟର ମୁଖ୍ୟଦଳ ଓ ପ୍ରଧାନମନ୍ତ୍ରୀଙ୍କୁ ଚାପରେ ରଖିଥା’ନ୍ତି ଏବଂ ଆବଶ୍ୟକ ପଡ଼ିଲେ ମେଣ୍ଟରୁ ଓହରିଯାଇଥା’ନ୍ତି। ଏହି ଦୁଇନେତା ଇତିମଧ୍ୟରେ ନିଜ ନିଜ ରାଜ୍ୟ ପାଇଁ ସ୍ୱତନ୍ତ୍ର ପର୍ଯ୍ୟାୟଭୁକ୍ତ ରାଜ୍ୟ ପାହ୍ୟା (ସ୍ପେଶାଲ ଷ୍ଟାଟସ) ସହିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମାଗିଲେଣି।

‘ବିଶେଷ ରାଜ୍ୟପାହ୍ୟା’ଏକ ପୁରୁଣା ଓ ସଂବେଦନଶୀଳ ବ୍ୟବସ୍ଥା। ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟ ଏଥିପାଇଁ ଦାବି କରି ଆସୁଛନ୍ତି। ଚନ୍ଦ୍ରବାବୁ-ନୀତିଶ ଚାପରୁ ବର୍ତ୍ତିବା ସହ ସରକାରକୁ ବଞ୍ଚାଇବା ପାଇଁ ବିଜେପି ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍‌‌ରେ ଏ ଦିଗରେ କିଛି ପଦକ୍ଷେପ ଏସବୁ ରାଜ୍ୟଙ୍କ ପାଇଁ ନେଇପାରେ। ତେବେ ବିଜେପି ନେତୃତ୍ୱରେ ନୂତନ ସରକାରର ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ନଥିବାରୁ ଦେଶର ଅର୍ଥନୀତିକ ବିକାଶ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କା ଅଧିକ। ଏନ୍‌‌ଡିଏ ଅଂଶୀଦାର ଦଳଙ୍କ ଚାପ ବିଜେପିର ନୀତି ଓ କାର୍ଯ୍ୟକ୍ରମକୁ ବଦଳାଇବାକୁ ବାଧ୍ୟ କରିବ ଏବଂ କିଛି ଲୋକପ୍ରିୟ(ପପୁଲିଷ୍ଟ) କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ବାଧ୍ୟ ହୋଇପାରନ୍ତି। ଏହା ହେଲେ ଦେଶରେ ଚାଲିଥିବା ଅର୍ଥନୀତିକ ସଂସ୍କାର ଓ ବିକାଶ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଅଧିକ। ଏହା ମଧ୍ୟ ସିଏଏ, ୟୁନିଫର୍ମ ସିଭିଲ୍‌‌ କୋଡ୍‌‌ ଲାଗୁ ଓ ଅଗ୍ନିବୀର ଭଳି ବିବାଦୀୟ ଯୋଜନାର କାର୍ଯ୍ୟକାରୀତାକୁ ବନ୍ଦ କରିପାରେ। ତେବେ ଦଳମତ ନିର୍ବିଶେଷରେ ଆମର ନେତାମାନେ ଦାୟିତ୍ୱ ସମ୍ପନ୍ନ ଏବଂ ସମସ୍ତେ ଜନକଲ୍ୟାଣ ସହିତ ଏକ ସମୃଦ୍ଧ ଭାରତ ଗଠନ ଚାହାନ୍ତି। ତେଣୁ ଏନ୍‌‌ଡିଏ-୩ରେ ଏଥର ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ବା କମନ ମିନିମମ୍‌‌ ପ୍ରୋଗ୍ରାମ ସ୍ଥିର କରି ତଦନୁସାରେ କାମ କରିବାକୁ ଏହାର ସହଯୋଗୀ ଦଳମାନେ ବିଚାର କରୁଛନ୍ତି। ଭଲ କଥା। ‘ସର୍ବନିମ୍ନ କାର୍ଯ୍ୟକ୍ରମ’ ଦେଶର ଓ ଜନତାଙ୍କ ସ୍ୱାର୍ଥ ପାଇଁ ପ୍ରସ୍ତୁତ ହୋଇ ତାହାର ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହେଉ ଏବଂ ଶାସକମେଣ୍ଟର ରାଜନୀତିକ ଦୃଢ଼ତା ଅବ୍ୟାହତ ରହି ଦେଶ ଆଗକୁ ବଢ଼଼ୁ ଏତିକି ଅନ୍ତତଃ ଆଶା କରାଯାଏ। n

08 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର