ବେପାର ବିରତି

The Sakala Picture
Published On

ସମ୍ଭାବ୍ୟ ମାନ୍ଦାବସ୍ଥା ସମ୍ପର୍କରେ ଅର୍ଥନୀତି ବିଶାରଦଙ୍କ ପକ୍ଷରୁ କିଛିମାସ ତଳୁ ଚେତାଇ ଦିଆଯାଇଥିଲା। ପରିବର୍ତ୍ତିତ ସମୟରେ ବାଣିଜ୍ୟ ନୀତିକୁ ନେଇ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି, ତାହା ମାନ୍ଦାବସ୍ଥାକୁ ଗତି ଦେଇଥିବା ଭଳି ମନେ ହେଉଛି। ବିଶ୍ୱବ୍ୟାପୀ ଷ୍ଟକବଜାର ଧରାଶାୟୀ ହୋଇଥିବା ବେଳେ ହଠାତ୍‌‌ ସୁନାଦର ହ୍ରାସ ପାଇବା ସମସ୍ତଙ୍କୁ ଆଚମ୍ବିତ କରିଛି। ସାଧାରଣତଃ ଷ୍ଟକବଜାର ଅସ୍ଥିରତା ଲାଗି ରହିଲେ ନିବେଶକଙ୍କ ଆକର୍ଷଣ ବଢ଼଼ିଯାଏ ସୁନାବଜାର ଉପରେ। ତେଣୁ ସୁନାଦର କମିବା ପରିବର୍ତ୍ତେ ବଢ଼଼ିବା କଥା। ଏଭଳି […]

ସମ୍ଭାବ୍ୟ ମାନ୍ଦାବସ୍ଥା ସମ୍ପର୍କରେ ଅର୍ଥନୀତି ବିଶାରଦଙ୍କ ପକ୍ଷରୁ କିଛିମାସ ତଳୁ ଚେତାଇ ଦିଆଯାଇଥିଲା। ପରିବର୍ତ୍ତିତ ସମୟରେ ବାଣିଜ୍ୟ ନୀତିକୁ ନେଇ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି, ତାହା ମାନ୍ଦାବସ୍ଥାକୁ ଗତି ଦେଇଥିବା ଭଳି ମନେ ହେଉଛି। ବିଶ୍ୱବ୍ୟାପୀ ଷ୍ଟକବଜାର ଧରାଶାୟୀ ହୋଇଥିବା ବେଳେ ହଠାତ୍‌‌ ସୁନାଦର ହ୍ରାସ ପାଇବା ସମସ୍ତଙ୍କୁ ଆଚମ୍ବିତ କରିଛି। ସାଧାରଣତଃ ଷ୍ଟକବଜାର ଅସ୍ଥିରତା ଲାଗି ରହିଲେ ନିବେଶକଙ୍କ ଆକର୍ଷଣ ବଢ଼଼ିଯାଏ ସୁନାବଜାର ଉପରେ। ତେଣୁ ସୁନାଦର କମିବା ପରିବର୍ତ୍ତେ ବଢ଼଼ିବା କଥା। ଏଭଳି ଏକ ବିରୋଧାଭାସରୁ ଯେତେଦୂର ମନେହୁଏ, ମାନ୍ଦାବସ୍ଥା କ୍ରମେ ନିକଟତର ହେଉଛି। ୨୦୦୮-୦୯ରେ ବିଶ୍ୱବ୍ୟାପୀ ଭୟଙ୍କର ଆର୍ଥିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ସେହି ମାନ୍ଦାବସ୍ଥାର କେନ୍ଦ୍ର ସ୍ଥଳ ଥିଲା ଆମେରିକା। ଏବେ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି। ଅସ୍ପଷ୍ଟ ବାଣିଜ୍ୟନୀତିରୁ ସମଗ୍ର ବିଶ୍ୱରେ କାରବାର ଏକପ୍ରକାର ବନ୍ଦ ରହିଛି। ବିଶେଷକରି ଚୀନ୍‌‌ ଓ ୟୁରୋପୀୟ ରାଷ୍ଟ୍ର ସଂଘ ଉପୁଜିଥିବା ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ତେଣୁ ବଜାର ଅର୍ଥନୀତିରେ ଏହି ବିରତି ସମୟ ମୁଦ୍ରାସ୍ଫୀତି ବା ମୂଲ୍ୟବୃଦ୍ଧିର କାରଣ ହୋଇଛି। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା ହେଲା ଅଶୋଧିତ ତୈଳଦର ମଧ୍ୟ ଅଣାୟତ୍ତ ଭାବେ ହ୍ରାସ ପାଇଛି। ଅବଶ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ର (ଓପେକ) ପକ୍ଷରୁ ଉତ୍ପାଦନ ବୃଦ୍ଧି କରାଯାଇଥିବାରୁ ଏହି ପରିସ୍ଥିତି ଉପୁଜିଛି।

ଆମେରିକା ଷ୍ଟକ୍‌‌ ବଜାରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଡାଓ ଜୋନ୍‌‌ସ କାରବାରରେ ୧୦୦୦ ପଏଣ୍ଟ ଏବଂ ଏସ୍‌‌ଆଣ୍ଡପିର ୫୦୦ ପଏଣ୍ଟ ହ୍ରାସ ଘଟିଛି। ସେହିଭଳି ନାସ୍‌‌ଡାକ୍‌‌ କାରବାର ମଧ୍ୟ ୩ ପ୍ରତିଶତ ହ୍ରାସ ଘଟିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ଆମ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍‌‌ସେକ୍ସ ୯୩୦ ପଏଣ୍ଟ ଓ ନିଫ୍ଟ ୩୪୫ ପଏଣ୍ଟ ହ୍ରାସ ପାଇଛି। ଇଏ ହେଲା ଗତ ସପ୍ତାହର ରିପୋର୍ଟ। ସୋମବାର ବଜାରରେ ଯେଉଁ ବିପର୍ଯ୍ୟୟ ଘଟିଛି, ତାହା ଏକ କଳା ସମୟକୁ ସୂଚନା ଦେଉଛି। ଏହାକୁ ତାଳଦେଇ ଗୋଟିଏ ଦିନରେ ୧୦ ଗ୍ରାମ୍‌ ପିଛା ୨୨ କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୭୪୦ ଟଙ୍କା ହ୍ରାସ ପାଇଛି। ଏବେ ବିବାହ ଋତୁ ଜାରି ରହିଥିବାରୁ ଏହି ମୂଲ୍ୟହ୍ରାସ ନିଶ୍ଚୟ ଆଶ୍ୱସ୍ତି ସୃଷ୍ଟି କରିଥିବ। ଆମେ ଏଠାରେ ତୈଳ ବଜାର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ହେବ। ୨୦୨୧ ଅଗଷ୍ଟ ପରଠାରୁ ଅଶୋଧିତ ତୈଳଦର ନିମ୍ନଗାମୀ ହେବା ସବୁଠାରୁ ବଡ଼ ଘଟଣା। ବ୍ୟାରେଲ୍‌‌ ପିଚ୍ଛା ମୂଲ୍ୟ ଏବେ ୬୪.୭୨ ଡଲାର ତଳେ ରହିଛି। କ୍ରେଣ୍ଟ ଫ୍ୟୁଚର ମୂଲ୍ୟ ୬୪.୭୨ ଡଲାର ଓ ଆମେରିକାର ୱେଷ୍ଟ ଟେକ୍ସାସରେ ଅଶୋଧିତ ତୈଳ ଦର ୬୧.୦୯ ଡଲାରରେ ପହଞ୍ଚିଛି। ଓପେକ୍‌‌ ରାଷ୍ଟ୍ର ସମୂହ ୧ଲକ୍ଷ ୩୫ ହଜାର ବ୍ୟାରେଲ୍‌‌ ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଆଗରୁ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ମେ’ ମାସରୁ ଅଧିକ ୪ ଲକ୍ଷ ୧୧ ହଜାର ବ୍ୟାରେଲ୍‌‌ ତୈଳ ଉତ୍ପାଦନ କରିବାକୁ ସ୍ଥିର କରିଛନ୍ତି। ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାରର ମୂଲ୍ୟ ଉପରେ ପ୍ରତିଫଳିତ ହୋଇଛି। ହେଲେ ପେଟ୍ରୋଲ ଓ ଡିଜେଲ୍‌‌ ମୂଲ୍ୟ ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ପରିବହନ ଖର୍ଚ୍ଚ ଦୃଷ୍ଟିରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସର ଜରୁରୀ ଆବଶ୍ୟକତା ରହିଛି। କାରଣ ବିଭିନ୍ନ ଖାଉଟି ସାମଗ୍ରୀର ମୂଲ୍ୟ ହ୍ରାସରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବଜାର ଅର୍ଥନୀତିର ଚରମ ଶତ୍ରୁ ଯୁଦ୍ଧ ଘନଘଟା। ଅଥଚ ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ଓ ଗାଜା ଉପରେ ଇସ୍ରାଏଲ୍‌‌ର କ୍ରମାଗତ ଆକ୍ରମଣ ଜାରି ରହିଛି। ଏହା ପଛକୁ ଇରାନ ପ୍ରସଙ୍ଗ ସମଗ୍ର ମଧ୍ୟପ୍ରାଚ୍ୟକୁ ଆଉ ଏକ ବୃହତ୍‌‌ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବାକୁ ଯାଉଛି। ଏକଥା ସତ ଯେ ଯୁଦ୍ଧାସ୍ତ୍ର ବିକ୍ରି କରିବା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିଛି। କିନ୍ତୁ ଆମେ ଯେଉଁ ବଜାର କଥା କହୁଛୁ, ସେଥିରେ ସାଧାରଣ ଖାଉଟି ଜଡ଼ିତ ଅଛନ୍ତି। ସେ ବଜାରର ବିପଣନ ଯୁଦ୍ଧ ସକାଶେ କ୍ଷତିଗ୍ରସ୍ତ ହେବ। ସେହି ବଜାର ଉପରେ ରାଷ୍ଟ୍ରପତି ଟ୍ରମ୍ପ ଏକପାଖିଆ ପାଲଟା ଶୁଳ୍କ ଲାଗୁ କରି ଯେଉଁ ଅଚଳାବସ୍ଥା ସୃଷ୍ଟି କରିଛନ୍ତି, ସେଥିରେ ସାମଗ୍ରିକ ଭାବେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ବେପାର କୌଣସି ପରିସ୍ଥିତିରେ ଏକପାଖିଆ ହୁଏନି। ପାରସ୍ପରିକ ନିର୍ଭରଶୀଳତା ରହୁଥିବାରୁ ଏକଚାଟିଆ କାରବାର ପ୍ରତ୍ୟାଖ୍ୟାନ ହେବା ସ୍ୱାଭାବିକ। ଏପ୍ରିଲ ୨ ତାରିଖରେ ଘୋଷିତ ଶୁଳ୍କ ୯ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିବାରୁ ସୃଷ୍ଟ ଅଚଳାବସ୍ଥା ଦୂର ସକାଶେ ଟ୍ରମ୍ପଙ୍କ ପକ୍ଷରୁ ଭାରତ, ଇସ୍ରାଏଲ୍‌‌ ଓ ଭିଏତନାମ ସହ ଆପୋସ ଆଲୋଚନା ଆରମ୍ଭ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଯଥାକ୍ରମେ ୨୬%, ୧୭% ଓ ୪୬% ଶୁଳ୍କ ଲାଗୁ କରାଯାଇଥିଲା। ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ପରିସ୍ଥିତି ଦୃଷ୍ଟିରୁ ଟ୍ରମ୍ପ ନରମିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌‌ ଆମେରିକୀୟ ସାମଗ୍ରୀ ଉପରେ ୩୪% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଘୋଷଣା କରି ଟ୍ରମ୍ପ ପ୍ରଶାସନକୁ ଚେକ୍‌‌ ଦେଇଥିବା ଭଳି ମନେହୁଏ। କେବଳ ସେତିକି ନୁହେଁ, କେତେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରପ୍ତାନୀ ଉପରେ କଟକଣା ମଧ୍ୟ ଜାରି କରିଛି। ସମୟର ଚାପ ନିକଟରେ ହାର୍‌‌ ମାନି ଚୀନ୍‌‌ ସହ ସାନି କଥାବର୍ତ୍ତା ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଏହି ଅସ୍ୱାଭାବିକ ଓ ଅବାସ୍ତବ ପରିବେଶ ଯୋଗୁଁଁ ସମଗ୍ର ବିଶ୍ୱରେ କାରବାର କିଛିମାସ ଧରି ସ୍ଥିର ଓ ମନ୍ଥର ରହିଛି। ବଜାର ଅର୍ଥନୀତିରେ ଏହି ଯେଉଁ ବିରତି ପରିଲକ୍ଷିତ ହୋଇଛି, ତାହା ମାନ୍ଦାବସ୍ଥାର ପଥ ପରିଷ୍କାର କରିଛି କହିଲେ ଭୁଲ୍‌‌ ହେବନି। ମୁଦ୍ରାସ୍ଫୀତି ଭଳି କଠିନ ପରିସ୍ଥିତିକୁ ସମ୍ମୁଖୀନ ହେଉଥିବା ବିଶ୍ୱ ଖାଉଟି ସମୁଦାୟ ସକାଶେ ସ୍ୱାଭାବିକ ପରିବେଶ ସୃଷ୍ଟି ହେବା ଏତେ ସହଜ ନୁହେଁ। ସବୁଠାରୁ ବିତ୍ତଶାଳୀ ନାଗରିକ ବସବାସ କରୁଥିବା ଆମେରିକା ବଜାର ହିଁ ଅଧିକ କ୍ଷତିଗ୍ରସ୍ତ ହେବ। ମାନ୍ଦାବସ୍ଥା ଆମେରିକାରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱକୁ ଗ୍ରାସ କରିବା କିଛି ଅସମ୍ଭବ ନୁହେଁ। ତାହା ହିଁ ଚଳିତ ଶତାବ୍ଦୀର ଆରମ୍ଭରେ ଉପୁଜିଥିଲା। ତେଣୁ ନିକଟ ଭବିଷ୍ୟତରେ ଏହାର ପୁନରାବୃତ୍ତି ଘଟିବାକୁ ଯାଉଥିବା ଅନୁମାନ ଅମୂଳକ ନୁହେଁ।

08 Apr 2025 By The Sakala

https://www.thesakala.in/sakala-editorial/sakala-editorial-08-04-2025/article-39854
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର