ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ; ଗଣମାଧ୍ୟମର କଣ୍ଠରୋଧ ସାମ୍ବିଧାନିକ ଅପରାଧ
ଭାରତ ସ୍ୱାଧୀନ ହେବାର ସତସ୍ତରୀ ବର୍ଷ ତଥା ଆମ ସମ୍ବିଧାନ ଲାଗୁ ହେବାର ଚଉସ୍ତରୀ ବର୍ଷ ପରେ ଭାରତ ଭଳି ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏ କଥା କାହାର ଅବୁଝା ରହିବା ଉଚିତ ନୁହେଁ। ଯେଉଁଠି ଗଣମାଧ୍ୟମର ସ୍ୱରକୁ ଧମକ ଓ ମାଡ଼ ଦ୍ୱାରା ଦବାଇ ଦିଆଯାଏ, ସେଠାରେ ଗଣତନ୍ତ୍ର ବିପନ୍ନ ହୁଏ। ଭାରତ ଭଳି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକତା ଅଧିକ ଆବଶ୍ୟକ ହେବାର […]
ଭାରତ ସ୍ୱାଧୀନ ହେବାର ସତସ୍ତରୀ ବର୍ଷ ତଥା ଆମ ସମ୍ବିଧାନ ଲାଗୁ ହେବାର ଚଉସ୍ତରୀ ବର୍ଷ ପରେ ଭାରତ ଭଳି ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ବାଦ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏ କଥା କାହାର ଅବୁଝା ରହିବା ଉଚିତ ନୁହେଁ। ଯେଉଁଠି ଗଣମାଧ୍ୟମର ସ୍ୱରକୁ ଧମକ ଓ ମାଡ଼ ଦ୍ୱାରା ଦବାଇ ଦିଆଯାଏ, ସେଠାରେ ଗଣତନ୍ତ୍ର ବିପନ୍ନ ହୁଏ। ଭାରତ ଭଳି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବାଦିକତା ଅଧିକ ଆବଶ୍ୟକ ହେବାର କାରଣ ହେଲା ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଓ ଏଠାକାର ଜନଜୀବନ ଘଟଣାବହୁଳ। ସେ ସବୁ ଘଟଣା ସମ୍ପର୍କରେ ତଥ୍ୟ ପାଇବା ବା ଜାଣିବା ଜନତାଙ୍କର ଏକ ମୌଳିକ ଅଧିକାର। ନାଗରିକଙ୍କୁ ତଥ୍ୟ ଦେଇ ସଶକ୍ତ କରିବା ସହିତ ସେମାନଙ୍କୁ ଅଜ୍ଞତା ଓ ଭୁଲ ଖବରରୁ ମୁକ୍ତ ରଖିବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ। ଦ୍ୱିତୀୟତଃ ସୂଚନା ବା ତଥ୍ୟର ଏକ ତଦାରଖକାରୀ ବା ଯାଞ୍ଚ କରିବା ଭୂମିକା ମଧ୍ୟ ଗଣମାଧ୍ୟମର। ନିର୍ବାଚିତ ଲୋକପ୍ରତିନିଧିମାନେ ଦେଇଥିବା ସାମ୍ବିଧାନିକ ଶପଥ ଆଧାରରେ ନାଗରିକ ତଥା ଦେଶ ପାଇଁ ସେମାନେ କିପରି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି, ତାହା ଲୋକଙ୍କୁ ଜଣାଇବା ଗଣମାଧ୍ୟମର କାମ। ସୁତରାଂ ଏହି ଗୁରୁଦାୟିତ୍ୱ ନିର୍ବାହରେ ସାମ୍ବାଦିକଟିଏ ନାଗରିକ ସମାଜର ‘ଦୂତ’ ରୂପେ କର୍ତ୍ତବ୍ୟ ନିର୍ବାହ କରିଥାଏ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଗତ କିଛିକାଳ ଧରି ଭାରତରେ ଉଭୟ ସାମ୍ବାଦିକ ଓ ସାମ୍ବାଦିକତା ରାଜନୈତିକ ବିଚାର ଓ ଦୃଷ୍ଟିକୋଣରୁ ବିଭାଜିତ। ଏକ ବହୁଳବାଦୀ ସମାଜ ଓ ଶକ୍ତିଶାଳୀ ଗଣତନ୍ତ୍ରରେ ଏହା ହେବା ସ୍ୱାଭାବିକ। ସବୁ ସାମ୍ବାଦିକ ବା ଗଣମାଧ୍ୟମ ସରକାରଙ୍କ ସ୍ତାବକ କିମ୍ବା ବିରୋଧୀଙ୍କ ସମର୍ଥକ ବା ଅନୁଗତ ହୋଇ ରହିପାରିବେ ନାହିଁ। ସେହି ପୃଷ୍ଠଭୂମିରେ ସାମ୍ବାଦିକଙ୍କୁ ତାଙ୍କ ମୌଳିକ ଦାୟିତ୍ୱ ସୂଚନା ସେବା ନିର୍ବାହନ କରିବାକୁ ପଡ଼ିବ। ଏହା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ। ଏଥିରେ କେହି ଅସନ୍ତୁଷ୍ଟ ବା ଉତ୍ତ୍ୟକ୍ତ ହୋଇ ବିଚରା ସାମ୍ବାଦିକଙ୍କୁ ଆକ୍ରମଣ କଲେ ଏହା ନିର୍ଦ୍ଦୋଷ ଦୂତକୁ ହତ୍ୟା କରିବା ସହିତ ସମାନ।
ଆମ ଓଡ଼ିଶାରେ ମଧ୍ୟ ଏଭଳି କିଛି ଘଟଣା ମଝିରେ ମଝିରେ ଘଟୁଛି, ଯାହା ଚିନ୍ତାଜନକ। ଦୁଇଦିନ ତଳେ ଏକ ଜାତୀୟ ରାଜନୈତିକ ଦଳର ଭୁବନେଶ୍ୱରସ୍ଥିତ ସଦର କାର୍ଯ୍ୟାଳୟରେ ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ‘ନନ୍ଦିଘୋଷ’ ଟିଭିର ରିପୋର୍ଟରଙ୍କୁ ଆକ୍ରମଣ କରିବା ସହିତ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ନିଷ୍କାସିତ କରି ଦେଇଥିଲେ। ‘ନନ୍ଦିଘୋଷ’ ଟିଭିର ପ୍ରତିନିଧିଙ୍କ ଉପରେ ଆଗରୁ ମଧ୍ୟ ଅନ୍ୟତ୍ର ଏଭଳି ଏକ ଆକ୍ରମଣ ହୋଇଥିଲା। ଅନ୍ୟ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କ ଉପରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ମଧ୍ୟ ମଝିରେ ମଝିରେ ଆକ୍ରମଣ କରିବାର ସମ୍ବାଦ ନଜରକୁ ଆସୁଛି। ଏଠି ସାମ୍ବାଦିକ କିଏ ବା କେଉଁ ସଂସ୍ଥା / ସଂଗଠନର, ତାହା ବଡ଼ କଥା ନୁହେଁ; ଗୁରୁତ୍ୱପୂର୍ଣ୍ଣ ହେଲା ନିଜର ପେସାଦାର ଦାୟିତ୍ୱ ନିର୍ବାହ କରିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ଓ ଏଥିରେ ବାଧା ସୃଷ୍ଟି କରାଯିବା ଅପ୍ରିୟ ଘଟଣା।
ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଦଳବଦଳ, ନିରାଶ ଟିକଟ ଆଶାୟୀଙ୍କ ବିକ୍ଷୋଭ, ଦଳ ମଧ୍ୟରେ ବିଦ୍ରୋହ, ଦଳୀୟ ଦପ୍ତର ଉପରେ ଅସନ୍ତୁଷ୍ଟଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା ଏକ ସାଧାରଣ କଥା। ତେବେ ଏସବୁ ଘଟଣା ଯେତେବେଳେ ବିସ୍ଫୋରକ ପାଲଟେ, ସେତେବେଳେ ଏହା ଗଣମାଧ୍ୟମ ପାଇଁ ଖବର ପାଲଟେ ଏବଂ ଲୋକଙ୍କୁ ଜଣାଇବାର ଆବଶ୍ୟକତା ପଡ଼େ। ସମ୍ପୃକ୍ତ ରାଜନୈତିକ ଦଳର ରାଜ୍ୟ ଶାଖାର ଦଳୀୟ ଟିକଟ ବଣ୍ଟନ ଏବଂ ପ୍ରାର୍ଥୀ ମନୋନୟନକୁ କେନ୍ଦ୍ର କରି ଯେଉଁ ଘଟଣା ରାଜ୍ୟ ଶାଖା କାର୍ଯ୍ୟାଳୟରେ ଘଟିଲା, ତାହାର ବିବରଣୀ, ଫଟୋଚିତ୍ର ସଂଗ୍ରହ କରିବା ଆଦୌ ଅଯୌକ୍ତିକ, ଅସମୀଚୀନ ଏବଂ ଅଣପେସାଦାରୀ କାର୍ଯ୍ୟ ନୁହେଁ। କିନ୍ତୁ ସେହି ଘଟଣାର ବିବରଣୀ ସଂଗ୍ରହ କରିବା ସମୟରେ ‘ନନ୍ଦିଘୋଷ’ ଟିଭିର ପ୍ରତିନିଧି ଏବଂ କ୍ୟାମେରାଚାଳକଙ୍କୁ ଆକ୍ରମଣ କରାଯାଇଛି। ଏହା ନିନ୍ଦନୀୟ ଓ ଧର୍ତ୍ତବ୍ୟ ଅପରାଧ ବର୍ଗରେ ଯାଉଛି।
ସାମ୍ବାଦିକ ଓ ଗଣମାଧ୍ୟମକୁ ତା’କାମ କରିବାକୁ ଦିଆଯିବା କଥା ଆଇନସିଦ୍ଧ ଓ ସାମ୍ବିଧାନିକ। ସେମାନଙ୍କ କାମରେ ଅସହିଷ୍ଣୁତା ପ୍ରକାଶ କରି ରାଜନୀତିର ଗନ୍ଧ ବାରିବା ଏକ ରୁଗ୍ଣ ମାନସିକତା। କିଛିଦିନ ତଳେ ଜାତୀୟସ୍ତରରେ ଏଭଳି ଘଟଣା ଘଟିଥିଲା। କଂଗ୍ରେସ ନେତୃତ୍ୱରେ ପରିଚାଳିତ ‘ଇଣ୍ଡି’ମେଣ୍ଟ ଦେଶର ପ୍ରମୁଖ ୧୪ଟିଭି ଚାନେଲର ଆଙ୍କର ଓ ପ୍ରତିନିଧିଙ୍କୁ ଖୋଲାଖୋଲି ନିଷିଦ୍ଧ ଘୋଷଣା କରିବା ସହ ସେମାନଙ୍କର ତାଲିକା ସର୍ବସାଧାରଣରେ ପ୍ରକାଶ କରିଥିଲା। ଅଭିଯୋଗ କରାଯାଇଥିଲା ଯେ ଏହି ଚାନେଲ୍, ଏହାର ଆଙ୍କର ଓ ସାମ୍ବାଦିକମାନେ ‘ଇଣ୍ଡି’ ମେଣ୍ଟର ବିରୋଧୀ ଏବଂ ଶାସକଦଳର ପ୍ରରୋଚନାରେ ନିଜ ଚାନେଲରେ ‘ଇଣ୍ଡି’ ମେଣ୍ଟ ଓ ଏହାର ନେତାମାନଙ୍କୁ ନ୍ୟୂନ ଭାବେ ଦର୍ଶାଉଛନ୍ତି। ସେମାନଙ୍କ ଅଭିଯୋଗ କେତେ ସତ କେତେ ମିଛ, ତାହା ଦର୍ଶକ ନିର୍ଣ୍ଣୟ କରିବେ। ସତ୍ୟ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କ ସୂଚନା ଅଧିକାରକୁ ସାବ୍ୟସ୍ତ କରୁଥିବା ପେସାଦାର ସାମ୍ବାଦିକମାନଙ୍କ ପ୍ରତି ନ୍ୟସ୍ତ ସ୍ୱାର୍ଥଜନିତ ପୂର୍ବାଗ୍ରହ ଦେଖାଇ ତାଙ୍କ କାର୍ଯ୍ୟରେ ବାଧା ଦେବା ତଥା ଶାରୀରିକ ବଳପ୍ରୟୋଗ ତଥା ଅଶାଳୀନ ବ୍ୟବହାର ଆଦି କୌଣସି ରାଜନୈତିକ ଦଳ ପାଇଁ ଶୋଭନୀୟ ନୁହେଁ। ନିଜକୁ ଖୋଲା ଅବାଧ ଗଣତାନ୍ତ୍ରିକ ଅଧିକାରର ପୃଷ୍ଠପୋଷକ ଘୋଷଣା କରୁଥିବା ଏହିଭଳି ରାଜନୈତିକ ଦଳମାନେ ଆମ ସମ୍ବିଧାନର ମୌଳିକ ଢାଞ୍ଚାର ଖୋଲାଖୋଲି ବିରୋଧ କରୁଛନ୍ତି। ସାମ୍ବାଦିକତାର କଣ୍ଠରୋଧ ଉଦ୍ୟମ ସର୍ବଦା ଗଣତନ୍ତ୍ର ପାଇଁ ବିପଦ। ଅବାଧ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ସବୁଦଳ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ।