ପ୍ରେସ୍ ସ୍ୱାଧୀନତା ଓ ଜଳବାୟୁ ସଙ୍କଟ
ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅବସ୍ଥା ଏବେ କ’ଣ ତାହାର ବିଶେଷ ଉଦାହରଣ ଅନାବଶ୍ୟକ। ସୁତରାଂ ପୃଥିବୀର ଏଭଳି ଘଡ଼ିସନ୍ଧି କାଳରେ ସାମ୍ବାଦିକତା ଓ ଗଣମାଧ୍ୟମର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ଏହା ଯେତେ ସ୍ୱାଧୀନ, ନିରପେକ୍ଷ ଓ ଦାୟିତ୍ୱବାନ ହେବ ଏବଂ ଅବାଧ ମତ ପ୍ରକାଶର ଅଧିକାରକୁ ସୁନିଶ୍ଚିତ କରିବ, ତାହା ପୃଥିବୀ ଓ ଏହାର ଜୀବଜଗତ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ହେବ। ପୃଥିବୀ ପାଇଁ ଦିନଟିଏ ଭାବିବା ଏବଂ ସେଥିପାଇଁ ନିଜର ଦାୟିତ୍ୱବୋଧକୁ ମନେ ପକାଇବା ସାମ୍ବାଦିକତା […]
ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅବସ୍ଥା ଏବେ କ’ଣ ତାହାର ବିଶେଷ ଉଦାହରଣ ଅନାବଶ୍ୟକ। ସୁତରାଂ ପୃଥିବୀର ଏଭଳି ଘଡ଼ିସନ୍ଧି କାଳରେ ସାମ୍ବାଦିକତା ଓ ଗଣମାଧ୍ୟମର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ଏହା ଯେତେ ସ୍ୱାଧୀନ, ନିରପେକ୍ଷ ଓ ଦାୟିତ୍ୱବାନ ହେବ ଏବଂ ଅବାଧ ମତ ପ୍ରକାଶର ଅଧିକାରକୁ ସୁନିଶ୍ଚିତ କରିବ, ତାହା ପୃଥିବୀ ଓ ଏହାର ଜୀବଜଗତ ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ହେବ। ପୃଥିବୀ ପାଇଁ ଦିନଟିଏ ଭାବିବା ଏବଂ ସେଥିପାଇଁ ନିଜର ଦାୟିତ୍ୱବୋଧକୁ ମନେ ପକାଇବା ସାମ୍ବାଦିକତା ପାଇଁ ନିଶ୍ଚୟ ଯଥେଷ୍ଟ ମହତ୍ତ୍ୱ ରଖେ। ତେଣୁ ୨୦୨୪ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସର ବାର୍ତ୍ତା ଥିଲା, ‘ଆମ ଗ୍ରହ (ପୃଥିବୀ) ପାଇଁ ପ୍ରେସ୍: ପରିବେଶଗତ ସଂକଟ ପରିପ୍ରେକ୍ଷୀରେ ସାମ୍ବାଦିକତା(ଏ ପ୍ରେସ୍ ଫର ଆୱାର ପ୍ଳାନେଟ୍: ଜର୍ଣ୍ଣାଲିଜିମ୍ ଇନ୍ ଦ ଫେସ୍ ଅଫ୍ ଏନ୍ଭାରନମେଣ୍ଟାଲ୍ କ୍ରାଇସିସ୍)।
ଆମେ ଜଳବାୟୁ ପରିବର୍ତ୍ତନର ଭୟାବହତା ଦେଖିବାକୁ ବେଶୀ ଦୂର ଯିବା ଅନାବଶ୍ୟକ। ଚଳିତବର୍ଷ ଏପ୍ରିଲ୍ ଶେଷ ସପ୍ତାହରେ ଆମ ଓଡ଼ିଶାର ଦିନର ସର୍ବୋଚ୍ଚ ତାପମାତ୍ରା ବାରିପଦା ଓ ବାଲେଶ୍ୱରରେ ୪୬ ଡିଗ୍ରୀ ସେଲ୍ଫସିୟସ ଅତିକ୍ରମ କରିଥିଲା। ସେହିମାସରେ କ୍ରମାଗତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ ତାପମାତ୍ରା ୪୨ ରୁ ୪୬ ଡିଗ୍ରୀ ସେଲ୍ଫସିୟସ ମଧ୍ୟରେ ରେକର୍ଡ କରାଯାଇଛି। ଆଉ ଟିକିଏ ଦୂରକୁ ଗଲେ ଗତ ମାସ ୧୬ ତାରିଖରେ ଦୁବାଇ ବର୍ଷା ବିତ୍ପାତ କଥା ମନକୁ ଆସେ। ମରୁଭୂମିରେ ୨୪ ଘଣ୍ଟା ମଧ୍ୟରେ ୨୫୯.୫ ମିଲିଲିଟର ବର୍ଷା ଓ ପବନ ହେବା ସହିତ ବିଶ୍ୱର ଅନ୍ୟତମ ଆର୍ଥିକ ରାଜଧାନୀ ଓ ଧନାଢ଼୍ୟ ତଥା ବିକଶିତ ସହରରେ ନାହିଁ ନଥିବା ଅବସ୍ଥା ସୃଷ୍ଟି ହୋଇଥିଲା। ପ୍ରାୟ ଦୁଇସପ୍ତାହର ଅନ୍ତରାଳ ପରେ ସଂଯୁକ୍ତ ଆରବ ଏମିରେଟ୍ସକୁ ପୁନର୍ବାର ପ୍ରଚଣ୍ଡ ବର୍ଷା ବିତ୍ପାତ ଲେଉଟିଛି। ସେପେଟେ ଆଫ୍ରିକାର କେନିଆରେ ପ୍ରଳୟଙ୍କରୀ ବର୍ଷା ଯୋଗୁଁ ବିଶ୍ୱର ଖ୍ୟାତ ମାଶାଇ ମାରା ଜଙ୍ଗଲ ଓ ତା’ ଭିତରେ ଥିବା ପ୍ରାକୃତିକ ପ୍ରାଣୀ ଉଦ୍ୟାନରେ ଅଭୂତପୂର୍ବ କ୍ଷତି ଘଟିଛି।
ଏଠି ପ୍ରଶ୍ନ ଉଠୁଛି ନିରପେକ୍ଷ ସାମ୍ବାଦିକତା ଓ ପ୍ରେସ୍ ସ୍ୱାଧୀନତା କ’ଣ ଜଳବାୟୁ ପରିବର୍ତ୍ତନକୁ ରୋକିପାରିବ? ଅନେକ ନୈରାଶ୍ୟବାଦୀ ଏଥିରେ ସ୍ୱର ମିଳାଇବେ। ତାହା କିନ୍ତୁ ଭୁଲ୍। ନିରପେକ୍ଷ, ସ୍ୱାଧୀନ ଓ ଦାୟିତ୍ୱବାନ ପ୍ରେସ୍ ଓ ସାମ୍ବାଦିକତା ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜନତା ଓ ସରକାରଙ୍କୁ ଦେଇଥା’ନ୍ତି। ତ୍ରୁଟି ବିଚ୍ୟୁତିକୁ ପଦାକୁ ଆଣି ପ୍ରତିକାର ନିମନ୍ତେ ବିଶେଷଜ୍ଞଙ୍କ ମତାମତ ଉପସ୍ଥାପନ କରିଥା’ନ୍ତି। ଉତ୍ତମଭାବେ ସୂଚିତ ଏବଂ ତଥ୍ୟପ୍ରାପ୍ତ ଏକ ପ୍ରେସ୍ / ଗଣମାଧ୍ୟମ ଦେଶର ଅଶେଷ କଲ୍ୟାଣ ସାଧନ କରିଥାଏ। କୁହାଯାଏ ‘ପୃଥିବୀକୁ ବଦଳାଇବା ପାଇଁ ଯଦି କିଏ ଲକ୍ଷ୍ୟ ରଖି କାମ କରେ, ତା’ ପାଇଁ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଏକ ତତ୍କାଳ ସ୍ୱଳ୍ପକାଳୀନ ଅସ୍ତ୍ର’। ଏହା ନିଃସନ୍ଦେହରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭଳି କାମ କରେ। କେବଳ ଉତ୍ତମ ଗଣତନ୍ତ୍ର ହିଁ ଦାୟିତ୍ୱ ସମ୍ପନ୍ନ, ମୁକ୍ତ, ଅବାଧ ଓ ସ୍ୱାଧୀନ ଗଣମାଧ୍ୟମ ଏବଂ ସାମ୍ବାଦିକତା ଦେଇଥାଏ।
ଭାରତ ଓ ଓଡ଼ିଶା ପରିପ୍ରେକ୍ଷୀରେ ପ୍ରେସ୍ ସ୍ୱାଧୀନତାକୁ ଦେଖିଲେ ବିଶେଷ ଚିନ୍ତିତ ହେବାକୁ ପଡ଼େ ନାହିଁ। ବିଶ୍ୱ ପରିପ୍ରେକ୍ଷୀରେ ଗଣମାଧ୍ୟମର ସ୍ୱାଧୀନତା, ସ୍ୱାଧୀନ ମତପ୍ରକାଶ ଓ ଅବାଧ ସାମ୍ବାଦିକତାକୁ ଦେଖିଲେ ଯେକେହି ସ୍ୱୀକାର କରିବେ ଯେ ଏହା ଚାପଗ୍ରସ୍ତ ହୋଇଛି ଏବଂ ନୂଆ ଟେକ୍ନୋଲୋଜି ଏହାର ପରିଭାଷାକୁ ବଦଳାଇ ଦେଇଛି। ପ୍ରେସ୍ ସ୍ୱାଧୀନତା ଯେ କେତେକାଂଶରେ ଚାପଗ୍ରସ୍ତ ହୋଇଛି, ଏହାକୁ ଅସ୍ୱୀକାର କରିହେବ ନାହିଁ। ତଥାପି ଉଭୟ ସରକାରୀ ଓ ବେସରକାରୀ ଚାପ, ଉତ୍ପୀଡ଼ନ, ଭୟ ଓ ଧମକକୁ ଖାତିର ନ କରି ଗଣମାଧ୍ୟମ ତାହାର ଦାୟିତ୍ୱ ବଜାୟ ରଖିଛି। ଗଣମାଧ୍ୟମର କିଛି ବଦ୍ମାସୀ ଗୁଣ ବା ନୁଇସେନ୍ସ ଭ୍ୟାଲୁ ଥାଏ। ଏହାସତ୍ତ୍ବେ ଏହା ନିଜର ଦାୟିତ୍ୱକୁ ଭୁଲି ନାହିଁ।
ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ତାଲିକାରେ ଭାରତର ସ୍ଥାନ ବହୁ ତଳେ। ଏ ତାଲିକା କିଏ ତିଆରି କରୁଛି ଓ ଏହାର ମାନଦଣ୍ଡ କ’ଣ ତାହା ମଧ୍ୟ ବିଚାରସାପେକ୍ଷ। ଆମେ ସ୍ୱୟଂ ଦେଖୁଛୁ ଭାରତରେ ଗଣମାଧ୍ୟମ କେତେ ସକ୍ରିୟ ଓ ମୁଖର। ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ନ୍ୟାୟପାଳିକା, ବିଧାନପାଳିକା କାହାରିକୁ ଏହା ଛାଡୁ ନାହିଁ। ଭାରତ ଭଳି ସ୍ୱଚ୍ଛଳ, ଜୀବନ୍ତ ଓ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣମାଧ୍ୟମର ସ୍ୱାଧୀନତା ଯେ ବିପନ୍ନ ସ୍ଥିତିରେ ଅଛି, ଏହା କହିବା ଠିକ୍ ହେବ ନାହିଁ। ଆମ ମତରେ ଆମ ମୁଖର ଗଣମାଧ୍ୟମ ଓ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଆମ ଗଣତନ୍ତ୍ରକୁ ଅଧିକ ପୁଷ୍କଳ କରୁଛି। ତେଣୁ ଭାରତରେ ଗଣମାଧ୍ୟମର ସ୍ଥିତି ଉପରେ ବିଦେଶୀ ସଂସ୍ଥାଙ୍କ ଏକପାଖିଆ ରିପୋର୍ଟକୁ ନେଇ ଚିନ୍ତିତ ହେବାର କିଛି କାରଣ ନାହିଁ।
ଏବେ ପ୍ରଶ୍ନ ହେଉଛି ଜଳବାୟୁ ପରିବର୍ତ୍ତନର ମୁକାବିଲା ଏକ ସ୍ୱାଧୀନ ପ୍ରେସ୍ ଓ ସାମ୍ବାଦିକତା କ’ଣ କରିପାରିବ? ଲୋକଙ୍କୁ ଉପଯୁକ୍ତ ସୂଚନା ଦେବା, କାମରେ ଭୁଲ୍ଭଟକା ଉପରେ ଆଲୋକପାତ କରିବା ଏବଂ ପରିସ୍ଥିତି ପ୍ରତି ଜନତାଙ୍କୁ ସଚେତନ ରଖିବା ସ୍ୱାଧୀନ ଗଣମାଧ୍ୟମର ପ୍ରଥମ କାମ। ସାମ୍ପ୍ରତିକ ବସ୍ତୁବାଦୀ ସଂସ୍କୃତି, ଲଗାମହୀନ ସହରୀକରଣ, ଜଙ୍ଗଲକ୍ଷୟ, ଜଳଉତ୍ସର ଦୁରୁପଯୋଗ, ପରିବେଶ ପ୍ରଦୂଷଣ ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା କାମ ଗଣମାଧ୍ୟମର। ପ୍ରକୃତିଠାରୁ ବଞ୍ଚିବା ପାଇଁ ସର୍ବନିମ୍ନ ଆବଶ୍ୟକତାଠାରୁ ଅଧିକ ଆହରଣ କଲେ ପରିବେଶ ଭାରସାମ୍ୟ ବିଗିଡ଼ିବ। ଯେଉଁ ପ୍ରଭାବଶାଳୀ ଓ ଧନୀ ବ୍ୟକ୍ତିମାନେ ନିଜ ସ୍ୱାର୍ଥ ପାଇଁ ପୃଥିବୀକୁ ଲୁଣ୍ଠନ କରୁଛନ୍ତି, ସେମାନଙ୍କ ବିରୋଧରେ ପ୍ରେସ୍ର ସ୍ୱର ଉତ୍ତୋଳନ କରିବାର ସ୍ୱତନ୍ତ୍ର ଦାୟିତ୍ୱ ରହିଛି। ଆମେ ଦେଖୁଛୁ ଭାରତୀୟ ପ୍ରେସ୍ ତାହାର ଦାୟିତ୍ୱ ଭୁଲିନାହିଁ। ତେବେ ନିରପେକ୍ଷତା ନେଇ କେହି କେହି ପ୍ରଶ୍ନ ଉଠାଇ ପାରନ୍ତି। ସେମାନେ କିନ୍ତୁ ଜାଣିବା ଉଚିତ ଯେ ଏହି ନିରପେକ୍ଷତା ଏକ ଆପେକ୍ଷିକ ପ୍ରସଙ୍ଗ। ବିଶ୍ୱର କୌଣସି ଦେଶରେ ଗଣମାଧ୍ୟମ ଶତପ୍ରତିଶତ ନିରପେକ୍ଷ ନୁହେଁ, ଏହା ପକ୍ଷଭୁକ୍ତ ହେବାକୁ ବାଧ୍ୟ।
ପ୍ରାୟ ତିନି ଦଶନ୍ଧି ତଳେ ଆଫ୍ରିକାର ଉଇଣ୍ଡାହୋକ୍ଠାରେ (୧୯୯୧) ଆଫ୍ରିକୀୟ ସାମ୍ବାଦିକ ଓ ଗଣମାଧ୍ୟମର ସୁରକ୍ଷା ଓ ବିକାଶ ପାଇଁ ଉଦ୍ଦିଷ୍ଟ ଘୋଷଣାନାମାଟି କାଳକ୍ରମେ ତାହାର ଗୁରୁତ୍ୱ ଦୃଷ୍ଟିରୁ ୟୁନେସ୍କୋର ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ୟୁନେସ୍କୋ ସୁପାରିସରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ୧୯୯୩ରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ ପରିକଳ୍ପନା କରି ସେ ବର୍ଷ ଡିସେମ୍ବର ମାସରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେଲା। ଏଥିସହିତ ପ୍ରତିବର୍ଷ ମଇ ୩କୁ ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’ ଭାବେ ସଭ୍ୟ ରାଷ୍ଟ୍ରମାନେ ପାଳନ କରି ଆସୁଛନ୍ତି। ଏହାର ମର୍ମ ହେଲା ଗଣମାଧ୍ୟମକୁ ମୁକ୍ତ, ଅବାଧ, ବହୁଳବାଦୀ ଓ ଜନବାଦୀ କରି ଗଢ଼ି ତୋଳିବା ଏବଂ ଗଣତନ୍ତ୍ରରେ ଏହାକୁ ଜାଗ୍ରତ ପ୍ରହରୀର ଦାୟିତ୍ୱ ନିର୍ବାହ ପାଇଁ ସୁଯୋଗ ଦେବା।
ବିଶ୍ୱ ରୂପାୟନ ଓ ଜଳବାୟୁ ପରିବର୍ତ୍ତନ ଏବେ ଜୀବଜଗତ ପାଇଁ ସବୁଠୁ ବଡ଼ ଆହ୍ୱାନ। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ସରକାର ଓ ସଂଗଠନମାନେ ତ ନିଶ୍ଚୟ କାର୍ଯ୍ୟ କରିବେ। ତେବେ ଲୋକଙ୍କ ପାଖରେ ତଥ୍ୟ ପହଞ୍ଚାଇ ସେମାନଙ୍କୁ ସତର୍କ ଓ ସଚେତନ କରିବାର ଦାୟିତ୍ୱ ଗଣମାଧ୍ୟମର। ଏକ ସ୍ୱାଧୀନ ଓ ଲଗାମଛଡ଼ା ଗଣମାଧ୍ୟମଠାରୁ ଏକ ଦାୟିତ୍ୱସମ୍ପନ୍ନ ଓ ଆତ୍ମସଂଯମ ଗଣମାଧ୍ୟମ ଦେଶ ପାଇଁ, ବିଶ୍ୱ ପାଇଁ ଅଧିକ ଗ୍ରହଣୀୟ। ପ୍ରେସ୍ ସ୍ୱାଧୀନତା ଜିନ୍ଦାବାଦ୍।