ପାୱାର ‘ମହା’ ନାଟକ ! ମହାରାଷ୍ଟ୍ର ମେଣ୍ଟ ସରକାରରେ ଏନ୍‌‌ସିପିର ଯୋଗଦାନ

The Sakala Picture
Published On

ମହାରାଷ୍ଟ୍ରରେ ରାଜ୍ୟ କ୍ଷମତା ପଶାପାଲିରେ ପୁଣି ଚମକପ୍ରଦ ଗୋଟିଚାଳନା ଆରମ୍ଭ ହୋଇଛି। ସାମ୍ପ୍ରତିକ ଭାରତୀୟ ରାଜନୀତିରେ ଜଣେ ମଣିଖମ୍ବ ବୋଲାଉଥିବା ପୋଖତ ବର୍ଷିଆନ୍‌‌ ନେତା ଶରଦ୍‌‌ ପାୱାରଙ୍କର ନ୍ୟାଶ୍‌‌ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌‌ସିପି) ଗତକାଲି ହଠାତ୍‌‌ ଦୁଇଭାଗ ହୋଇଛି। ଶରଦ୍‌‌ ପାୱାରଙ୍କ ପୁତୁରା ତଥା ଏନ୍‌‌ସିପିର ଟାଣୁଆ ନେତା ଅଜିତ ପାୱାରଙ୍କ ନେତୃତ୍ୱରେ ଦଳର ମୋଟ ୫୫ ବିଧାନସଭା ସଦସ୍ୟମାନଙ୍କ ଭିତରୁ ପ୍ରାୟ ୪୦ ଜଣ ବାହାରି ଯାଇ ଶିବସେନା-ବିଜେପି ମେଣ୍ଟ ସରକାରରେ ଅଚାନକ ଯୋଗ ଦେଇଛନ୍ତି। ଅଜିତ […]

ମହାରାଷ୍ଟ୍ରରେ ରାଜ୍ୟ କ୍ଷମତା ପଶାପାଲିରେ ପୁଣି ଚମକପ୍ରଦ ଗୋଟିଚାଳନା ଆରମ୍ଭ ହୋଇଛି। ସାମ୍ପ୍ରତିକ ଭାରତୀୟ ରାଜନୀତିରେ ଜଣେ ମଣିଖମ୍ବ ବୋଲାଉଥିବା ପୋଖତ ବର୍ଷିଆନ୍‌‌ ନେତା ଶରଦ୍‌‌ ପାୱାରଙ୍କର ନ୍ୟାଶ୍‌‌ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌‌ସିପି) ଗତକାଲି ହଠାତ୍‌‌ ଦୁଇଭାଗ ହୋଇଛି। ଶରଦ୍‌‌ ପାୱାରଙ୍କ ପୁତୁରା ତଥା ଏନ୍‌‌ସିପିର ଟାଣୁଆ ନେତା ଅଜିତ ପାୱାରଙ୍କ ନେତୃତ୍ୱରେ ଦଳର ମୋଟ ୫୫ ବିଧାନସଭା ସଦସ୍ୟମାନଙ୍କ ଭିତରୁ ପ୍ରାୟ ୪୦ ଜଣ ବାହାରି ଯାଇ ଶିବସେନା-ବିଜେପି ମେଣ୍ଟ ସରକାରରେ ଅଚାନକ ଯୋଗ ଦେଇଛନ୍ତି। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ତାଙ୍କ ସହଯୋଗୀ ଆଉ ଆଠ ଜଣ ରାଜ୍ୟ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଛନ୍ତି। ଏଥରକୁ ମିଶାଇ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଅଜିତ ପାୱାର ତୃତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଥମଥର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌‌ଙ୍କ ମାତ୍ର ୮୦ ଘଣ୍ଟାର ସରକାରରେ ସେ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ। ପରେ ମହାରାଷ୍ଟ୍ର ବିକାଶ ଆଗାଡ଼ିର ତ୍ରିଦଳୀୟ ମେଣ୍ଟରେ ପୁଣି ଥରେ ଅଜିତ ପାୱାର ହେଲେ ଉପମୁଖ୍ୟମନ୍ତ୍ରୀ। ଏକନାଥ ସିନ୍ଦେ ଦ୍ୱାରା ଶିବସେନା ବିଘଟନ ପରେ ବିଜେପି ଶିବସେନା ମେଣ୍ଟ ସରକାର ସମୟରେ ଅଜିତ ପାୱାର ଥିଲେ ମହାବିକାଶ ଆଗାଡ଼ି ମେଣ୍ଟ ପକ୍ଷରୁ ବିଧାନସଭାରେ ବିରୋଧୀ ଦଳର ନେତା।
ବିଧାନସଭା ଭିତରେ ବହୁଦଳୀୟ ମେଣ୍ଟର ଗଣିତ ଅନେକ ସମୟରେ ଅସିଦ୍ଧ ହୋଇଯାଏ, ଯେତେବେଳେ ଅଂଶୀଦାର ଦଳର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଦଳ ଭାଗ ଭାଗ ହୋଇଯାଏ। କୌଣସି ଗୋଟିଏ ଦଳକୁ ବିଧାନସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ ନ ହେଲେ କ୍ଷଣକୁ କ୍ଷଣ ଅଦଳବଦଳ, ରାତି ଅଧିଆ ମନ୍ତ୍ରିମଣ୍ଡଳ ଶପଥ, ଦଳୀୟ ଭାବନାରେ ପ୍ରେରିତ ବାଚସ୍ପତିମାନେ ବିଘଟିତ ବିଧାୟକମାନଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିବା ତଥା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଦାୟର କରି ଯେକୌଣସି ଉପାୟରେ ମେଣ୍ଟର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଆଜି ଆମ ଦେଶରେ ଏକ ସାଧାରଣ ଘଟଣା ହୋଇସାରିଛି। ଏମିତି ଏକ ମାମଲାରେ ନିକଟରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଦଳବଦଳ ଯୋଗୁଁ ଉଦ୍ଧବ ଠାକ୍‌‌ରେଙ୍କ ସରକାର ଭାଙ୍ଗି ପଡ଼ିଥିବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଏହି ମାମଲାର ପରବର୍ତ୍ତୀ ପର୍ଯ୍ୟାୟରେ ୧୬ ଜଣ ଶିବସେନା ବିଧାୟକଙ୍କ ଦଳତ୍ୟାଗ ଏବଂ ବାଚସ୍ପତିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ନ୍ୟାୟିକ ନିଦାନ ଏବେମଧ୍ୟ ସୁପ୍ରିମକୋର୍ଟଙ୍କ ପାଖରେ ବିଚାରାଧୀନ ଅଛି।

ଗତକାଲିର ଅଜିତ ପାୱାର ଗୋଷ୍ଠୀଙ୍କ ଦ୍ୱାରା ମହାରାଷ୍ଟ୍ର ବିଜେପି-ଶିବସେନା ମେଣ୍ଟ ସରକାରରେ ଅଚାନକ ଯୋଗ ଦେବା ପଛରେ ଯେ ସୁପ୍ରିମକୋର୍ଟର ଉପରୋକ୍ତ ସମ୍ଭାବ୍ୟ ରାୟର ପ୍ରଭାବ ରହିଛି ତାହା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଯଦି ୧୬ ଜଣ ଶିବସେନା ବିଧାୟକଙ୍କ ସଭ୍ୟ ପଦ ସୁପ୍ରିମକୋର୍ଟ ଦ୍ୱାରା ରଦ୍ଦ କରାଯାଏ ତେବେ ସିନ୍ଦେ ସରକାର ଭୁଶୁଡ଼ିବାର ସମ୍ଭାବନା ନିଶ୍ଚିତ। ସେପରି ସ୍ଥଳେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଅତିରିକ୍ତ ସଂଖ୍ୟା ଲୋଡ଼ା ହେବ। ଏପରି ଏକ ସୁଯୋଗର ପୂର୍ବାନୁମାନ କରି ବୋଧହୁଏ ଏନ୍‌‌ସିପି ନେତା ଅଜିତ ପାୱାର ଏହିଭଳି ଏକ ଆଗୁଆ ପଦକ୍ଷେପ ନେଇଛନ୍ତି। ଗତକାଲି ଶପଥ ଗ୍ରହଣ ପରେ ସାମ୍ବାଦିକମାନଙ୍କ ଆଗରେ ଅଜିତ ପାୱାର ସ୍ପଷ୍ଟ ଭାବେ କହିଥିଲେ ଯେ ସମ୍ପୂର୍ଣ୍ଣ ଏନ୍‌‌ସିପି ଦଳ ତାଙ୍କ ହାତରେ ଅଛି। ତେଣୁ ୫୫ ବିଧାୟକଙ୍କ ସମର୍ଥନ ଶିବସେନା-ବିଜେପି ମେଣ୍ଟ ସରକାର ପାଇଁ ସଞ୍ଜୀବନୀ ସୁଧା ପାଲଟିବ। ତେଣେ ଏନ୍‌‌ସିପି ସୁପ୍ରିମୋ ତାଙ୍କର ସ୍ୱଭାବ ସୁଲଭ ରହସ୍ୟମୟ ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି ଯେ ଏନ୍‌‌ସିପି ସଭ୍ୟମାନେ ସିନ୍ଦେ ସରକାରରେ ଯୋଗ ଦେବା ଘଟଣାକୁ ସମର୍ଥନ କରୁନାହାନ୍ତି। ଅନେକ ସମୀକ୍ଷକଙ୍କ ମତ ଯେ ଏହି ଘଟଣା ଦୁଇ ବରିଷ୍ଠ ନେତା ବିଜେପିର ଅମିତ ଶାହା ଓ ଏନ୍‌‌ସିପି ମୁଖ୍ୟ ଶରଦ୍‌‌ ପାୱାରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ପ୍ରତିଫଳନ। ଆମ ମତରେ ଏହି ମନ୍ତବ୍ୟର ଯଥେଷ୍ଟ ଗୁରୁତ୍ୱ ରହିଛି।

ଏନ୍‌‌ସିପିର ଅକସ୍ମାତ ବିଘଟନ ଘଟଣାର ଆଉ ଗୋଟିଏ ଅପ୍ରତ୍ୟାଶିତ ପରିଣାମ ହେବ ବିଜେପି ବିରୋଧୀ ଦଳମାନଙ୍କର ମହାମେଣ୍ଟର ପ୍ରସ୍ତାବିତ ଗୁରୁତ୍ୱପୂର୍ଣ୍ଣ ଚେନ୍ନାଇ ବୈଠକ ଉପରେ ଏହାର ପ୍ରଭାବ। ଏନ୍‌‌ସିପି ମୁଖ୍ୟ ଶରଦ ପାୱାରଙ୍କ ଅଧିକାଂଶ ବିଧାୟକ ଯଦି ତାଙ୍କୁ ସତରେ ପରିତ୍ୟାଗ କରିଥା’ନ୍ତି, ତେବେ ଶରଦ ପାୱାର ବିରୋଧୀ ମହାମେଣ୍ଟର ଯୁଗ୍ମ ଆବାହକ ହେବାର ଔଚିତ୍ୟ କ’ଣ ରହିଲା? ବାସ୍ତବରେ ଶରଦ ପାୱାରଙ୍କ ଦ୍ୱାରା ପାଟଣା ମହାମେଣ୍ଟର ସଂକଳ୍ପ ସଭାରେ କଂଗ୍ରେସ ସାଥୀରେ ଗୋଟିଏ ମଞ୍ଚରେ ଠିଆ ହେବା ତାଙ୍କ ଏନ୍‌‌ସିପି ଦଳରେ ଅଧିକାଂଶ ନେତାଙ୍କୁ ବିସ୍ମିତ ଓ ଦୁଃଖିତ କରିଥିଲା। ପ୍ରକୃତରେ ଦେଖିବାକୁ ଗଲେ ଏନ୍‌‌ସିପି କଂଗ୍ରେସ ବିରୋଧୀ ଭିତ୍ତିଭୂମିରୁ ହିଁ ଜନ୍ମ ନେଇଛି, ବିଶେଷକରି ସୋନିଆ ଗାନ୍ଧୀଙ୍କର ‘ବିଦେଶିନୀ’ ପରିଚୟକୁ ନେଇ। ଶରଦ ପାୱାରଙ୍କର ପାଟଣା ଘୋଷଣା ପରେ ବୋଧହୁଏ ଅଜିତ ପାୱାରଙ୍କୁ ଦଳରୁ ଅଧିକାଂଶ ନେତାଙ୍କୁ ସାଙ୍ଗରେ ନେଇ ସିନ୍ଦେ ସରକାରରେ ଯୋଗ ଦେବା ପାଇଁ ସୁବିଧା ହେଲା। ଏମିତି ତ ଏନ୍‌‌ସିପି ଦଳ ମହାବିକାଶ ଆଗାଡ଼ି ସରକାରରେ ଯୋଗ ଦେବାଠାରୁ ତାହାର ଧର୍ମ ନିରପେକ୍ଷତାର ପରିଚୟ ହରାଇ ବସିଥିଲା। କାରଣ କଟ୍ଟର ହିନ୍ଦୁ ସପକ୍ଷବାଦୀ ଶିବସେନା ନେତୃତ୍ୱରେ ସେମାନେ ସରକାରରେ ସାମିଲ୍‌‌ ହୋଇଥିଲେ। ତେଣୁ ଏ ସମ୍ବନ୍ଧରେ ଏକ ପ୍ରଶ୍ନର ଉତ୍ତର ଦେଇ ନୂତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଲେ ଯେ ଏନ୍‌‌ସିପି ଯଦି ଶିବସେନା ସାଥୀରେ ସରକାର ଗଢ଼ିପାରିଲା, ତେବେ ବିଜେପି ସାଙ୍ଗରେ ମିଶିବାର କ’ଣ ଅସୁବିଧା?

ରାଜନୀତି ଓ କ୍ଷମତା ପଶାପାଲିରେ ଖେଳ ଯାହା ହେଉନା କାହିଁକି, ଏଠାରେ ଉଲ୍ଳେଖନୀୟ ଯେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଅବଶ୍ୟ ତାଙ୍କର ବିଜେପି ପ୍ରୀତି ରାତିଅଧିଆ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ଜଣାପଡ଼ିଥିଲା। ମହାରାଷ୍ଟ୍ରର ନୂତନ ମେଣ୍ଟ ସରକାରର ପ୍ରତିଫଳନ ଆସନ୍ତା ସଂସଦର ମୌସୁମୀ ଅଧିବେଶନରେ ବେଶ୍‌‌ ଅନୁଭୂତ ହେବ ବୋଲି ଜଣାଯାଏ। କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକର ପ୍ରସ୍ତାବ ଏନ୍‌‌ଡିଏ ସରକାର ଆଣିପାରନ୍ତି। ଏହାବ୍ୟତୀତ ‘ଆପ୍‌‌’ ଦଳର ଦିଲ୍ଲୀରେ ଜୀବନ-ମରଣ ସମସ୍ୟା ‘ଦିଲ୍ଲୀ ଅର୍ଡିନାନ୍ସ’ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଏନ୍‌‌ଡିଏକୁ ଅଧିକ ସମର୍ଥନ ମିଳିବ। କଂଗ୍ରେସ ଓ ଶିବସେନାର ଭାବମୂର୍ତ୍ତି ସଂସଦରେ ମଳିନ ପଡ଼ିବାର ଆଶଙ୍କା ଯଥେଷ୍ଟ। ବିରୋଧୀ ମହାମେଣ୍ଟର ଜନ୍ମପୂର୍ବରୁ ଏନ୍‌‌ସିପି ଅଘଟଣ ଏକ ଅଶୁଭ ସଂକେତ ବୋଲି ଧରାଯିବ। ତେଣୁ ମୋଟ ଉପରେ ୨୦୨୪ ନିର୍ବାଚନ ଅଭିଯାନରେ ବିଜେପି ଓ ଏନ୍‌‌ଡିଏର ଉତ୍ତମ ଓ ନାଟକୀୟ ଶୁଭାରମ୍ଭ ହେଲା ବୋଲି କୁହାଯିବ।

03 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର