ବିପର୍ଯ୍ୟୟ ଓ ବିଜୟ

The Sakala Picture
Published On

ସେମିଫାଇନାଲ୍‌‌ ପୂର୍ବରୁ ଚାମ୍ପିଅନ୍‌‌ସ ଟ୍ରଫି ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଲିଗ୍‌‌ ମ୍ୟାଚ୍‌‌ର ଗତି ଓ ପ୍ରକୃତିକୁ ଲକ୍ଷ୍ୟ କରୁଥିବା କ୍ରିକେଟ୍‌‌ପ୍ରେମୀ କାହାର ବିଜୟ ନେଇ ବାଜି ଲଗାଇବା ସ୍ଥିତିରେ ଥିଲା ଭଳି ମନେହୁଏନି। ଆମେ ମଧ୍ୟ ଏନେଇ କୌଣସି ଭବିଷ୍ୟତବାଣୀ କରିବାକୁ ଚାହୁଁନା। ତେବେ ପାକିସ୍ତାନ ପ୍ରାୟୋଜିତ ଏହି କ୍ରିକେଟ୍‌‌ ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ବଡ଼ ପ୍ରତିଦ୍ୱନ୍ଦ୍ୱୀ ପାକ୍‌‌ ଦଳକୁ ଯେଭଳି ଶୋଚନୀୟ ଭାବେ ପରାଜିତ କଲା, ତାହା ଦଳର ମନୋବଳ ବଢ଼଼ାଇବାରେ ନିଶ୍ଚୟ ସହାୟକ […]

ସେମିଫାଇନାଲ୍‌‌ ପୂର୍ବରୁ ଚାମ୍ପିଅନ୍‌‌ସ ଟ୍ରଫି ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଲିଗ୍‌‌ ମ୍ୟାଚ୍‌‌ର ଗତି ଓ ପ୍ରକୃତିକୁ ଲକ୍ଷ୍ୟ କରୁଥିବା କ୍ରିକେଟ୍‌‌ପ୍ରେମୀ କାହାର ବିଜୟ ନେଇ ବାଜି ଲଗାଇବା ସ୍ଥିତିରେ ଥିଲା ଭଳି ମନେହୁଏନି। ଆମେ ମଧ୍ୟ ଏନେଇ କୌଣସି ଭବିଷ୍ୟତବାଣୀ କରିବାକୁ ଚାହୁଁନା। ତେବେ ପାକିସ୍ତାନ ପ୍ରାୟୋଜିତ ଏହି କ୍ରିକେଟ୍‌‌ ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ବଡ଼ ପ୍ରତିଦ୍ୱନ୍ଦ୍ୱୀ ପାକ୍‌‌ ଦଳକୁ ଯେଭଳି ଶୋଚନୀୟ ଭାବେ ପରାଜିତ କଲା, ତାହା ଦଳର ମନୋବଳ ବଢ଼଼ାଇବାରେ ନିଶ୍ଚୟ ସହାୟକ ହୋଇଥିବ। ସବୁଠାରୁ ବଡ଼ ଉପଲବ୍ଧି ହେଲା କିଙ୍ଗ କୋହଲି ପୁଣି ନିଜ ଫର୍ମକୁ ଫେରିବା। ଅଧିନାୟକ ରୋହିତ ଓ କୋହଲିଙ୍କୁ ନେଇ ଶଙ୍କାଗ୍ରସ୍ତ ଥିବା ଦଳ ଏବେ ଆଶ୍ୱସ୍ତ। ଆମେ କିନ୍ତୁ ଲିଗ୍‌‌ମ୍ୟାଚ୍‌‌ର ଦୁଇଟି ଦର୍ଶନୀୟ ଖେଳ ନେଇ କ୍ରିକେଟ୍‌‌ପ୍ରେମୀଙ୍କ ମହଲରେ ସୃଷ୍ଟି ହୋଇଥିବା ଶିହରଣ ସମ୍ପର୍କରେ କିଛି ଉଲ୍ଲେଖ କରିବାକୁ ଚାହୁଁ। ଇଂଲଣ୍ଡ-ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚର ଫଳାଫଳ କେବଳ ଚକିତ କରିନି, ଯେଉଁ କ୍ରିକେଟ୍‌‌ ପଣ୍ଡିତମାନେ ଟୁର୍ଣ୍ଣାମେଣ୍ଟର ଶେଷ ପରିଣତି ନେଇ ରୋଚକ ତଥ୍ୟ ଓ ବିଶ୍ଳେଷଣ ଉପସ୍ଥାପନ କରୁଥିଲେ, ସେମାନଙ୍କ ମୁହଁ ଏବେ ବନ୍ଦ ହୋଇଯାଇଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଇଂଲଣ୍ଡ ଚାମ୍ପିଅନ୍‌‌ସ ଟ୍ରଫି ହାସଲ କରିବ ବୋଲି ସମସ୍ତେ ମନେ କରୁଥିବା ବେଳେ ସେହିଦଳ ସେମିଫାଇନାଲକୁ ଉନ୍ନୀତ ହୋଇପାରିନାହିଁ। ଆଉ ଗୋଟିଏ ବଡ଼ ଅନୁଭବ ହେଲା, ଯେକୌଣସି ବଡ଼ ଟାର୍ଗେଟ୍‌‌ ମଧ୍ୟ ଅତିକ୍ରମଣୀୟ। ତାହା ହିଁ ଉପରୋକ୍ତ ଦୁଇଟି ମ୍ୟାଚରୁ ପ୍ରମାଣିତ ହୋଇଛି।

ଆହୁରି ପଢ଼ନ୍ତୁ: ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଭାରତୀୟ ଦଳର ଲକ୍ଷ୍ୟ: ରଗବୀ ୟୁନିୟନ ଅଧ୍ୟକ୍ଷ ରାହୁଲ ବୋଷ

ଟି-୨୦ ଫର୍ମାଟ ମ୍ୟାଚର ଲୋକପ୍ରିୟତା ବୃଦ୍ଧି ଯୋଗୁଁଁ ସବୁ ସିରିଜରେ ଏହି ଫଟାଫଟ କ୍ରିକେଟ୍‌‌କୁ ପ୍ରାଧାନ୍ୟ ମିଳୁଛି। ସେହି ଶୈଳୀର କ୍ରିକେଟ ପାଇଁ ନୂଆ ପିଢ଼ିର ଖେଳାଳିମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି। ସେମାନେ ଟେଷ୍ଟ ଓ ଏକଦିବସୀୟ ମ୍ୟାଚ୍‌‌ ଖେଳୁଥିବାରୁ ସେଗୁଡ଼ିକ ଦିନକୁ ଦିନ ଅଧିକ ଗତିଶୀଳ ହେଉଛି। ଅତୀତରେ ଅଧିକାଂଶ ଟେଷ୍ଟମ୍ୟାଚ୍‌‌ ଅମୀମାଂସୀତ ହୋଇଥିବାର ପରିଲକ୍ଷିତ ହୋଇଛି। ଏବେ ତାହା ୩ / ୪ ଦିନ ମଧ୍ୟରେ ଶେଷ ହେଉଛି। ଏଥିରୁ ମଧ୍ୟ ସ୍ପଷ୍ଟ ଯେ ଜୟ-ପରାଜୟ ନିଶ୍ଚିତ ହେଉଥିବାରୁ ଟେଷ୍ଟ କ୍ରିକେଟ୍‌‌ ପ୍ରତି ମଧ୍ୟ ଆକର୍ଷଣ ବଢ଼଼ିଛି। ସେହିଭଳି ଏକଦିବସୀୟ ମ୍ୟାଚର ଇନିଂସ ତିନିଶହ ରନ୍‌‌ ଅତିକ୍ରମ କରୁଥିବାରୁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ସେହି ଅନୁପାତରେ ତୀବ୍ର ହେଉଛି। ଦର୍ଶକ ମଧ୍ୟ ଭରପୂର ଆନନ୍ଦ ଉପଭୋଗ କରୁଛନ୍ତି। ଚାମ୍ପିଅନ୍‌‌ସ ଟ୍ରଫିରେ ପ୍ରାୟୋଜକ ପାକିସ୍ତାନ ହୋଇଥିଲେ ହେଁ ଭାରତର ଆପତ୍ତି ଯୋଗୁଁଁ ସେ ଦେଶରେ ସମସ୍ତ ମ୍ୟାଚ ଖେଳାଯାଉନି। ଭାରତ ସମ୍ପୃକ୍ତ ମ୍ୟାଚଗୁଡ଼ିକ ଦୁବାଇକୁ ସ୍ଥାନାନ୍ତର ହୋଇଛି। ଏପରିକି ଭାରତ-ପାକିସ୍ତାନ ମ୍ୟାଚ୍‌‌ ମଧ୍ୟ ସେଠାରେ ଆୟୋଜନ କରାଯାଇଥିଲା। ଯେଉଁ ଆତଙ୍କବାଦୀ ପ୍ରସଙ୍ଗ ନେଇ ଭାରତ ଆପତ୍ତି ଦର୍ଶାଇଥିଲା, ତାହାର ଯେ ଯଥାର୍ଥତା ରହିଛି, ଏବର ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି। ବିଦେଶୀ ଖେଳାଳିଙ୍କୁ ଆତଙ୍କବାଦୀ ଅପହରଣ କରିନେବାର ମସୁଧା ଜଣାପଡ଼ିଯିବାରୁ ପାକିସ୍ତାନ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି।

ଆମେ ଯେଉଁ ରୋଚକ ତଥ୍ୟ ସମ୍ପର୍କରେ ଆରମ୍ଭରୁ ଉଲ୍ଲେଖ କରିଥିଲୁ, ସେହି କ୍ରମକୁ ଏବେ ଫେରିବା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚର ଫଳାଫଳ ବିଶ୍ୱର କ୍ରିକେଟପ୍ରେମୀଙ୍କୁ ଚମତ୍କୃତ କରିଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୫୨ ରନ୍‌‌ର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ପାଇଁ ଧାର୍ଯ୍ୟ କରିଥିଲା। ଏକ ଦିବସୀୟ ମ୍ୟାଚ୍‌‌ରେ ଏତେବଡ଼ ଲକ୍ଷ୍ୟର ପିଛା କରି ବିଜୟ ହାସଲ କରିବା ଯେକୌଣସି ଦଳ ସକାଶେ କାଠିକର ପାଠ। ଏମିତିରେ ଅଷ୍ଟ୍ରେଲିଆ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦଳ ହୋଇଥିଲେ ମଧ୍ୟ ଇଂଲଣ୍ଡର ଦକ୍ଷତା ମଧ୍ୟ କିଛି କମ୍‌‌ ନୁହେଁ। ଇଂଲଣ୍ଡର ଓପନିଂ ବ୍ୟାଟ ଡକେଟ୍‌‌ ଲାହୋର ମ୍ୟାଚ୍‌‌ରେ ୧୪୩ ବଲ୍‌‌ରେ ୧୬୫ରନ୍‌‌ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେହି ରେକର୍ଡ ଯେ ଦିନ ଦୁଇଟାରେ ଧୂଳିସାତ ହୋଇଯିବ, ଏକଥା କେହି ଭାବି ନଥିବେ। ଗ୍ରୁପର ସବୁଠାରୁ ଦୁର୍ବଳ ଦଳ ମନେ କରାଯାଉଥିବା ଆଫଗାନିସ୍ତାନର ଜର୍ଡାନ ହିଁ ସେହି ରେକର୍ଡ ଇଂଲଣ୍ଡ ବିରୋଧରେ ଖେଳୁଥିବା ମ୍ୟାଚ୍‌‌ରେ ଭାଙ୍ଗିଥିଲେ। କେବଳ ସେତିକି ନୁହେଁ, ଦଳକୁ ୮ ରନ୍‌‌ରେ ବିଜୟୀ କରିବା ସହ ଇଂଲଣ୍ଡକୁ ସେମିଫାଇନାଲରୁ ବଞ୍ଚିତ କରିବା ନିଶ୍ଚୟ ଆଫଗାନିସ୍ତାନ ସକାଶେ ଏକ ବଡ଼ ଅନୁଭବ। ଜର୍ଡାନଙ୍କ ୧୭୭ ରନ୍‌‌ ଚାମ୍ପିଅନ୍‌‌ସ ଟ୍ରଫି ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ତାଙ୍କର ଏହି ବଡ଼ ଧମାକା ମାଧ୍ୟମରେ ଦଳ ୭ ୱିକେଟ୍‌‌ ହରାଇ ୩୨୫ ରନ କରିବାକୁ ସମର୍ଥ ହୋଇଥିଲା। ଲାହୋର ପିଚ୍‌‌ରେ ବଡ଼ ସ୍କୋର ପରମ୍ପରାକୁ ଆଖିରେ ରଖି ଆଫଗାନିସ୍ତାନ ମଧ୍ୟ ପ୍ରଥମେ ବ୍ୟାଟିଂ କରି ନିଜର ସାମର୍ଥ୍ୟ ପ୍ରଦର୍ଶନ କରିପାରିଥିଲା। ତେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ୍‌‌ ଭଳି ପଶ୍ଚାତ୍‌‌ଧାବନରେ ଆଫଗାନିସ୍ତାନକୁ ପରାଜିତ କରିପାରିଲାନି ଇଂଲଣ୍ଡ ଦଳ। ଜୋ ରୁଟ୍‌‌ଙ୍କ ଶତକୀୟ ଇନିଂସ (୧୨୦) ବ୍ୟର୍ଥ ହୋଇଥିଲା। ତେବେ ଇଂଲଣ୍ଡର ୩୫୧ ରନ୍‌‌କୁ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଦର୍ଶନୀୟ ଧୂଆଁଧାର ବ୍ୟାଟିଂ ସବୁଠାରୁ ଆକର୍ଷଣୀୟ ଥିଲା ବୋଲି କୁହାଯାଇପାରେ। ବିଶେଷକରି ଜଶ ଇଂଲିସଙ୍କ ୮୬ ବଲ୍‌‌ରେ ଅପରାଜିତ ୧୨୦ ରନ୍‌‌ ହତ୍‌‌ଚକିତ କରିଦେଇଥିଲା ଦର୍ଶକଙ୍କୁ। ଏଥରର ଚାମ୍ପିଅନ୍‌‌ସ ଟ୍ରଫି ସଂସ୍କରଣରେ ସର୍ବାଧିକ ଶତକର ଏକ ରେକର୍ଡ ପ୍ରତିଷ୍ଠା ହେବାକୁ ଯାଉଛି। ଇଂଲଣ୍ଡ-ଆଫଗାନିସ୍ତାନ ଖେଳ ସୁଦ୍ଧା ଶତକ ସଂଖ୍ୟା ୧୧ରେ ପହଞ୍ଚିଛି। ପୂର୍ବରୁ ଶତକ ରେକର୍ଡ ସଂଖ୍ୟା ଥିଲା ୧୦। ଆଗକୁ ସେମିଫାଇନାଲ୍‌‌ ଓ ଫାଇନାଲ ମ୍ୟାଚ୍‌‌ ଅଛି। କିଏ ଜାଣେ ଏହି ସଂଖ୍ୟା ପୁଣି କେତେରେ ପହଞ୍ଚିବ।

ଲିଗ୍‌‌ସ୍ତରରେ ନ୍ୟୁଜିଲାଣ୍ଡ ସହ ଶେଷ ମ୍ୟାଚ୍‌‌ ଅଛି ଭାରତର। ଏହି ମ୍ୟାଚର ହାରଜିତ୍‌‌ରେ କେବଳ ଶୀର୍ଷକ୍ରମ ସିନା ବଦଳିବ, ହେଲେ ଭାରତ ସେମିଫାଇନାଲ ଖେଳିବା ଚୂଡ଼ାନ୍ତ ହୋଇଯାଇଛି। ତେବେ ଏହି ପଏଣ୍ଟରୁ ସ୍ପଷ୍ଟ ହେବ ଯେ ଭାରତ କାହାକୁ ସେମିଫାଇନାଲ୍‌‌ରେ ଭେଟିବ। ଏ କଥା ଥୟ ଯେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣଆଫ୍ରିକା ସହ ଭାରତ ମ୍ୟାଚରେ ଅବତୀର୍ଣ୍ଣ ହେବ। ଏବେ ଭାରତ ପ୍ରସଙ୍ଗକୁ ଆସିବା। ତିନିଜଣ ଅଲରାଉଣ୍ଡର ଥିବାରୁ ଭାରତ ନିଶ୍ଚୟ ଏକ ସନ୍ତୁଳିତ ଦଳ। ବିଶେଷକରି ରୋହିତ ଓ କୋହଲି ଫର୍ମକୁ ଫେରିବା ପରେ ଦଳର ସମ୍ଭାବନା ନେଇ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ୨୦୧୩ ପରେ ବିଜୟ ବ୍ୟବଧାନକୁ ନେଇ କିଛି ଅଙ୍କ କଷାଯାଇପାରେ; କିନ୍ତୁ ଏହା ଶେଷ କଥା ନୁହେଁ।

01 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp