ଘର ହେଉ ପରିବେଶ-ବନ୍ଧୁ

The Sakala Picture
Published On

ଦେଶରେ ରନ୍ଧନ ଗ୍ୟାସ୍‌‌ ମୂଲ୍ୟ, ବିଦ୍ୟୁତ୍‌‌ ବିଲ୍‌‌ ପଇଠ ରାଶି, ପନିପରିବାର ଦର ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲାଣି। ଏହାସାଙ୍ଗକୁ ଘରମାନଙ୍କରେ ନିତିଦିନିଆ ବର୍ଜ୍ୟବସ୍ତୁ ପରିଚାଳନା ଓ ଖରାଦିନରେ ଉତ୍କଟ ଜଳ ସଙ୍କଟ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି। ପର୍ଯାବରଣ ଅନୁକୂଳ ବାସସ୍ଥାନ ହେଉଛି ଏସବୁ ସମସ୍ୟା ସମାଧାନର ଏକ କିଞ୍ଚିତ ଅଂଶ। ଏହାର କେତେକ ଉପାଦାନ ହେଲା -ଘରର ଛାତ ଉପରେ ସୌର ପ୍ଲାଣ୍ଟ୍‌‌ ବ୍ୟବସ୍ଥା, ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ ବ୍ୟବସ୍ଥା, […]

ଦେଶରେ ରନ୍ଧନ ଗ୍ୟାସ୍‌‌ ମୂଲ୍ୟ, ବିଦ୍ୟୁତ୍‌‌ ବିଲ୍‌‌ ପଇଠ ରାଶି, ପନିପରିବାର ଦର ସାଧାରଣ ଜନତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲାଣି। ଏହାସାଙ୍ଗକୁ ଘରମାନଙ୍କରେ ନିତିଦିନିଆ ବର୍ଜ୍ୟବସ୍ତୁ ପରିଚାଳନା ଓ ଖରାଦିନରେ ଉତ୍କଟ ଜଳ ସଙ୍କଟ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି। ପର୍ଯାବରଣ ଅନୁକୂଳ ବାସସ୍ଥାନ ହେଉଛି ଏସବୁ ସମସ୍ୟା ସମାଧାନର ଏକ କିଞ୍ଚିତ ଅଂଶ। ଏହାର କେତେକ ଉପାଦାନ ହେଲା -ଘରର ଛାତ ଉପରେ ସୌର ପ୍ଲାଣ୍ଟ୍‌‌ ବ୍ୟବସ୍ଥା, ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ ବ୍ୟବସ୍ଥା, ବର୍ଷା ଜଳ ଅମଳ ଯୋଜନା, ଛାତ ଉପର ବଗିଚା ଇତ୍ୟାଦି।

ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରିଡା) ଆନୁକୂଲ୍ୟରେ ଓଡ଼ିଶାରେ ଗ୍ରୀଡ୍‌‌ ସଂଯୋଜିତ ଛାତ ଉପରେ ନେଟ୍‌‌ ମିଟରିଂ ସୋଲାର୍‌‌ ପ୍ଲାଣ୍ଟ୍‌‌ର ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦନ ହେଉଥିବା ବିଦ୍ୟୁତକୁ ବ୍ୟବହାର କରିସାରିବା ପରେ ବଳକା ବିଦ୍ୟୁତକୁ ଗ୍ରୀଡ଼କୁ ରପ୍ତାନି କରି ଏବଂ ନିଅଣ୍ଟ ପଡୁଥିବା ବିଦ୍ୟୁତ ଶକ୍ତି ଗ୍ରୀଡ୍‌‌ରୁ ଆମଦାନି କରିଥାଏ। ଆମଦାନୀ ଓ ରପ୍ତାନିର ପାର୍ଥକ୍ୟ ବଣ୍ଟନ କମ୍ପାନୀ ଦ୍ୱାରା ଗ୍ରାହକକୁ ସୂଚିତ କରାଯାଇଥାଏ। ଏହି ବ୍ୟବସ୍ଥାରେ ପ୍ରୟାତଃ ଶକ୍ତି ସଂରକ୍ଷଣ ପାଇଁ କୌଣସି ବ୍ୟାଟେରୀ ବ୍ୟବସ୍ଥା ନଥାଏ, ଯାହାକି ତୁଳନାତ୍ମକ ଭାବରେ ଶସ୍ତା ପଡ଼ିଥାଏ। ସମସ୍ତ ଗ୍ରୀଡ୍‌‌ ସୋଲାର ପ୍ଲାଣ୍ଟ୍‌‌ ଆବେଦନ ସରକାରୀ ପୋର୍ଟାଲ୍‌‌ ଆରଟିଏସ୍‌‌.ଓଡ଼ିଶା.ଇନ୍‌‌ରେ ଉପଲବ୍ଧ।

ସେହିପରି ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ କଠିନ ଜୈବ ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରି ଇନ୍ଧନ ଶକ୍ତିରେ ପରିଣତ କରିଥାଏ। ଏକ ଘନ ମିଟର ସର୍ବନିମ୍ନ କ୍ଷମତା ବିଶିଷ୍ଟ ଘରୋଇ ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ ବଜାରରେ ଉପଲବ୍ଧ, ଯାହାର ଆନୁମାନିକ ମୂଲ୍ୟ ୨୦, ୦୦୦ ଟଙ୍କା। ସାଧାରଣତଃ ୧୦ କିଲୋଗ୍ରାମ ଜୈବ ବର୍ଜ୍ୟବସ୍ତୁ ହାରାହାରି ଏକ ଘନ ମିଟର ଗନ୍ଧମୁକ୍ତ ବାୟୋ ଗ୍ୟାସ୍‌‌ (ରନ୍ଧନ ଜାଳେଣି) ଏବଂ ଜୈବିକ ଖତ ଉତ୍ପାଦନ କରିଥାଏ।

ତୃତୀୟ ଉପାଦାନଟି ହେଲା ବର୍ଷା ଜଳ ଅମଳ ଓ ସଂରକ୍ଷଣ। ଏହା ଜଳର ଅଭାବକୁ ଦୂର କରିବା ସଙ୍ଗେ ସଙ୍ଗେ ବର୍ଷା ଜଳ ନଷ୍ଟ ହେବାକୁ ନ ଦେଇ ଭୂତଳ ଜଳ ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ। ବର୍ଷା ଜଳ ଅମଳ ପ୍ରଣାଳୀରେ ଛାତ ଉପରୁ ସଂଗୃହୀତ ଜଳକୁ ବିଶୁଦ୍ଧ କରି ଭବିଷ୍ୟତ ବ୍ୟବହାର ଉପଯୋଗୀ କରାଇ ଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳସ୍ତର ସଙ୍କଟ ଉତ୍କଟ ହେଲାଣି। ଆମ ରାଜ୍ୟରେ ମୁକ୍ତା ଯୋଜନା ଅଧୀନରେ ଜଳ ସଂରକ୍ଷଣ ଏବଂ ଜଳ ପୁନଃଭରଣ ପାଇଁ ବର୍ଷା ଜଳ ଅମଳ ଯୋଜନା ହୋଇଛି। କେତେକ ଗୃହରେ ମଧ୍ୟ ବର୍ଜ୍ୟଜଳ ବିଶୋଧନ କରି ପୁନଃ ବ୍ୟବହାର ହୋଇପାରୁଛି।

ଛାତ ଉପରେ ବଗିଚା ସୃଷ୍ଟି କରି ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ରୁ ନିର୍ଗତ ଜୈବ ଖତକୁ ବଗିଚାରେ ଓ ବଗିଚାରୁ ବାହାରୁ ଥିବା ଜୈବ ପଦାର୍ଥକୁ ବାୟୋ ଗ୍ୟାସ୍‌‌ ପ୍ଲାଣ୍ଟ୍‌‌ରେ ବ୍ୟବହାର କରାଯାଏ। ପରିବେଶ ଅନୁକୂଳ ବାସସ୍ଥାନ ଅର୍ଥସଞ୍ଚୟ କରିବା ସହିତ ଅଳ୍ପ ପରିମାଣରେ ଶକ୍ତି, ଜଳ ଏବଂ ପ୍ରାକୃତିକ ସମ୍ପଦ ବ୍ୟବହାର କରି କମ ବର୍ଜ୍ୟବସ୍ତୁ ସୃଷ୍ଟି କରେ। ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଖର୍ଚ୍ଚ ମଧ୍ୟ କମ ହୋଇଥାଏ ଏବଂ ରହୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।

ନବନିତ୍ ପାଣିଗ୍ରାହୀ
ରାୟଗଡା, ମୋ: ୯୮୬୧୧୩୮୮୩୬

31 Mar 2023 By The Sakala

https://www.thesakala.in/sakala-editorial/sakala-article-31st-march-2023-3/article-20302
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର