ସ୍ୱପ୍ନ ଓ ସାଧନାର ପ୍ରତୀକ ସି ଭି ରମଣ

The Sakala Picture
Published On

ଆମ ଦେଶର ସ୍ୱନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ୧୯୩୦ ମସିହାରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସସ୍କାର ପ୍ରାପ୍ତ ହୋଇଥିଲେ। ରମଣ ୧୯୨୮ ମସିହା ଫେବ୍ରୁଆରୀ ୨୮ ତାରିଖ ଦିନ ନିଜର ଯୁଗାନ୍ତକାରୀ ‘ରମଣ ପ୍ରଭାବ’ ସିଦ୍ଧାନ୍ତ ଆବିଷ୍କାର କରିଥିଲେ। ଏହି ଘଟଣାକୁ ଚିରସ୍ମରଣୀୟ କରିବା ପାଇଁ ଆମ ଦେଶରେ ଫେବ୍ରୁଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ […]

ଆମ ଦେଶର ସ୍ୱନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ୧୯୩୦ ମସିହାରେ ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସସ୍କାର ପ୍ରାପ୍ତ ହୋଇଥିଲେ। ରମଣ ୧୯୨୮ ମସିହା ଫେବ୍ରୁଆରୀ ୨୮ ତାରିଖ ଦିନ ନିଜର ଯୁଗାନ୍ତକାରୀ ‘ରମଣ ପ୍ରଭାବ’ ସିଦ୍ଧାନ୍ତ ଆବିଷ୍କାର କରିଥିଲେ। ଏହି ଘଟଣାକୁ ଚିରସ୍ମରଣୀୟ କରିବା ପାଇଁ ଆମ ଦେଶରେ ଫେବ୍ରୁଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ କରାଯାଏ। ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ, ଯାହା ଆଜିର ଛାତ୍ର ତଥା ଯୁବପିଢ଼ିକୁ ପ୍ରେରଣା ଯୋଗାଇବ।

ପ୍ରଥମତଃ, ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ ମାତ୍ର ୧୮ ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ୍‌‌ ପତ୍ରିକା ‘ଦି ଫିଲୋସୋଫିକାଲ ମାଗାଜିନ୍‌‌’ ରେ ପ୍ରକାଶ କରିଥିଲେ। ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ନିଜର ସ୍ୱପ୍ନ ଓ କଳ୍ପନା ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ, ତାହା ଏଥିରୁ ଶିକ୍ଷା ମିଳେ। ଦ୍ୱିତୀୟତଃ, ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ୍‌‌ ବିଜ୍ଞାନୀ ଲର୍ଡ ରାଲେ ପ୍ରଦାନ କରିଥିବା ମତବାଦକୁ ଗ୍ରହଣ ନକରି ନିଜସ୍ୱ ଏକ ମୌଳିକ ତତ୍ତ୍ୱ ଉପସ୍ଥାପନା କରିଥିଲେ। ରାଲେ ମତପୋଷଣ କରିଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ହେତୁ ସମୁଦ୍ରର ନୀଳ ରଙ୍ଗ ସୃଷ୍ଟି ହୋଇଥାଏ। ସେ ରାଲେଙ୍କ ଏହି ସିଦ୍ଧାନ୍ତର ସତ୍ୟତା ଜାଣିବା ପାଇଁ ୧୯୨୧ ମସିହାରେ ନାରକୁଣ୍ଡା ନମକ ଜଳଜାହାଜରେ ଇଂଲଣ୍ଡର ସାଉଦାମ୍ପଟନରୁ ବମ୍ୱେ ଫେରୁଥିବା ସମୟରେ ଏକ ପରୀକ୍ଷା କରିଥିଲେ। ତାଙ୍କର ଜାହାଜ ଭୂମଧ୍ୟସାଗରର ସୁନୀଳ ଜଳରାଶି କାଟି ଅତିକ୍ରମ କରୁଥିବା ସମୟରେ ସମୁଦ୍ରର ନୀଳିମା ତାଙ୍କୁ ଆକୃଷ୍ଟ କରିଥିଲା। ସେ ନିଜ ପାଖରେ ଥିବା ଏକ ନିକେଲ୍‌‌ ପ୍ରିଜିମ୍‌‌ ଉପକରଣ ଜରିଆରେ ପରୀକ୍ଷା କରି ଜାଣି ପାରିଲେ ଯେ ସମୁଦ୍ରର ନୀଳିମା ନୀଳ ଆକାଶର ପ୍ରତିଫଳନ ପାଇଁ ନୁହେଁ; ବରଂ ସମୁଦ୍ରର ଜଳକଣାଗୁଡ଼ିକ ଦ୍ୱାରା ଆଲୋକରଶ୍ମିର ବିଛୁରଣ(ସ୍କାଟରିଂ) ଯୋଗୁଁ ସୃଷ୍ଟି ହେଉଛି। ଏହି କାରଣ ଯୋଗୁଁ ମଧ୍ୟ ଆକାଶର ନୀଳ ରଙ୍ଗ ସୃଷ୍ଟି ହେଉଛି। ତାଙ୍କର ଏହି ଯୁଗାନ୍ତକାରୀ ଆବିଷ୍କାର ପାଶ୍ଚାତ୍ୟ ଜଗତର ଏକ ପ୍ରଚଳିତ ସିଦ୍ଧାନ୍ତକୁ ଭୁଲ ପ୍ରମାଣିତ କରିବା ସାଙ୍ଗକୁ କିଛି ମହତ୍ତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପଲବ୍ଧି ମଧ୍ୟ ପ୍ରାଚ୍ୟ ଜଗତର ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ, ତାହା ପ୍ରମାଣିତ କଲା। ଚତୁର୍ଥତଃ, ସେ ସମୟରେ ଦୁଇ ଜଣ ରୁଷୀୟ ବୈଜ୍ଞାନିକ ଜି. ଏସ୍‌‌. ଲାଣ୍ଡସବର୍ଗ (୧୮୯୦-୧୯୫୭) ଏବଂ ଏଲ୍‌‌. ଆଇ. ମେଣ୍ଡେଲଷ୍ଟାମ୍‌‌ (୧୮୭୯-୧୯୪୪) ତରଳର ଅଣୁ ଦ୍ୱାରା ଆଲୋକର ବିଚ୍ଛୁରଣ ପ୍ରଭାବ ଉପରେ ଗବେଷଣା କରୁଥିଲେ ଏବଂ ସେମାନେ ଅନୁରୂପ ତତ୍ତ୍ୱ ଆବିଷ୍କାରର ଅତି ନିକଟରେ ପହଞ୍ଚି ଯାଇଥିଲେ। ମାତ୍ର ରମଣ ଚତୁରତାର ସହିତ ନିଜର ସନ୍ଦର୍ଭ ତୁରନ୍ତ ବ୍ରିଟିଶ ପତ୍ରିକା ‘ନେଚର୍‌‌’ କୁ ପଠାଇ ପ୍ରକାଶିତ କରିଥିଲେ। ଫଳରେ ଏହି ସିଦ୍ଧାନ୍ତର ଆବିଷ୍କର୍ତ୍ତା ରୂପେ ଉପରୋକ୍ତ ରୁଷୀୟ ବୈଜ୍ଞାନିକଙ୍କ ପରିବର୍ତ୍ତେ ରମଣଙ୍କ ନାମ ଚିରଦିନ ଲିପିବଦ୍ଧ ହୋଇ ରହିଗଲା। ସୁତରାଂ, ଠିକ୍‌‌ ସମୟରେ ଠିକ୍‌‌ କାମ କଲେ ଯେ ଫଳ ପ୍ରାପ୍ତି ହୋଇଥାଏ, ତାହା ଏଇଥିରୁ ଶିକ୍ଷା ମିଳେ। ଶେଷରେ, ରମଣ ମାତ୍ର ପାଞ୍ଚ ଶହ ଟଙ୍କା ମୂଲ୍ୟର ଏକ ସ୍ପେକ୍ଟ୍ରୋମିଟର ଯନ୍ତ୍ର ବ୍ୟବହାର କରି ନିଜର ଏକ ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ। ଏଥିରୁ ଶିକ୍ଷା ମିଳେ ଯେ, ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ଦାମୀ ସରଞ୍ଜାମ କିମ୍ୱା କୌଣସି ଆଭିଜାତ୍ୟ ଓ ପୃଷ୍ଠପୋଷକତାର ଆବଶ୍ୟକତା ନାହିଁ; ବରଂ ସେଥିପାଇଁ ଲୋଡ଼ା ସ୍ୱପ୍ନ ଓ ସାଧନା।

ମାତ୍ର ଘୋର ପରିତାପର ବିଷୟ ଯେ, ଆମ ଦେଶରେ ବିଜ୍ଞାନର ଏଭଳି ଉନ୍ନତ ପରମ୍ପରା ସତ୍ତ୍ବେ ଆଜିର ଯୁବପିଢ଼ି ମୌଳିକ ଗବେଷଣା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ନକରି ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ରୁଚି ରଖୁଛନ୍ତି। ଏହି କାରଣରୁ ଆମର ଦେଶ ଏବେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ପଛରେ ରହିଛି। ଆହୁରି ମଧ୍ୟ ରମଣଙ୍କ ନୋବେଲ୍‌‌ ପୁରସ୍କାର ଲାଭର ଦୀର୍ଘ ୯୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଭାରତର ଅନ୍ୟ କୌଣସି ବୈଜ୍ଞାନିକ ଇତିମଧ୍ୟରେ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପାଇବାକୁ ସମର୍ଥ ହୋଇ ନାହାନ୍ତି। ଏକ ଆକଳନରୁ ଜଣାପଡ଼େ ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ସମୁଦାୟ ୪୬୫୨ ଜଣ ଗବେଷକ କାର୍ଯ୍ୟରତ ଥିଲାବେଳେ ଆମ ଦେଶରେ ମାତ୍ର ୧୪୦ ଜଣ ଗବେଷକ ଅଛନ୍ତି। ଆହୁରି ମଧ୍ୟ ଆମ ଦେଶରେ ବୈଜ୍ଞାନିକ ଗବେଷଣା ଓ ବିକାଶ କ୍ଷେତ୍ରରେ ନିବେଶ କରା ଯାଉଥିବା ସମୁଦାୟ ଅର୍ଥରାଶି ମୋଟ ଘରୋଇ ଉତ୍ପାଦ (ଜିଡିପି) ର ମାତ୍ର ୦.୭% ହୋଇଥିଲା ବେଳେ ଇସ୍ରାଏଲ୍‌‌ରେ ୪.୬%, ଦକ୍ଷିଣ କୋରିଆରେ ୪.୫%, ଜାପାନ୍‌‌ରେ ୩.୨%, ଜର୍ମାନୀରେ ୩%, ଯୁକ୍ତରାଷ୍ଟ୍ର ଆମେରିକାରେ ୨.୮%, ଫ୍ରାନ୍ସରେ ୨.୨%, ବ୍ରିଟେନ୍‌‌ରେ ୧.୭%, କାନାଡ଼ାରେ ୧.୬%, ଚାଇନାରେ ୨.୧%, ବ୍ରାଜିଲ୍‌‌ରେ ୧.୩% ଏବଂ ରୁଷିଆରେ ୧%। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ୩୪ ତମ ସ୍ଥାନରେ ରହିଛି। ଅନ୍ୟ ଏକ ଆକଳନରୁ ଜଣାପଡ଼େ ଯେ ଆମ ଦେଶରେ ଉଭୟ ସାର୍ବଜନୀନ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ଔଦ୍ୟୋଗିକ ସଂସ୍ଥାନ ୨୦୧୪ ମସିହାରେ ବିଶ୍ୱସ୍ତରରେ ନବାଚାର ଓ ପ୍ରଯୁକ୍ତି କ୍ଷେତ୍ରରେ ମାତ୍ର ୧୪୨୮ଟି ସ୍ୱତ୍ତ୍ୱାଧିକାର ଆବେଦନ ଦାଖଲ କରିଥିଲା ବେଳେ ଜାପାନ୍‌‌ ୪୨,୩୮୧ଟି, ଚାଇନା ୨୫,୫୪୮ ଟି ଏବଂ ଦକ୍ଷିଣ କୋରିଆ ୧୩,୧୧୭ ଟି ଆବେଦନ ଦାଖଲ କରିଛି। ଏଇଥିରୁ ଆମ ଦେଶରେ ମୌଳିକ ବିଜ୍ଞାନ ଗବେଷଣା ଓ ବିକାଶ କ୍ଷେତ୍ରରେ ଅବକ୍ଷୟମୁଖୀ ସ୍ଥିତି ସମ୍ପର୍କରେ ସୂଚନା ମିଳେ।

ଭାରତରେ ବିଜ୍ଞାନ ଗବେଷଣାର ଅଧୋଗତିର କାରଣ ଜାଣିବା ପାଇଁ ହେଲେ ବେଶୀ ପରିଶ୍ରମ କରିବାକୁ ପଡ଼େ ନାହିଁ। ଗବେଷଣା ମାନର ନିମ୍ନ ଗୁଣବତ୍ତା, ଗବେଷଣାଜନିତ ଉତ୍ପାଦର ନିମ୍ନ ବଜାର ଚାହିଦା ତଥା ଗବେଷଣାର ଦୀର୍ଘ ଅବଧିକାଳ ହିଁ ଏହାର ମୁଖ୍ୟ କାରଣ। କ୍ଷୋଭର ବିଷୟ ଯେ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାଂଶ କମ୍ପାନୀ ଉତ୍ପାଦର ଗବେଷଣା ଓ ବିକାଶ ଦିଗରେ ସେମାନଙ୍କ ମୋଟ ରାଜସ୍ୱର ମାତ୍ର ୧% ରୁ କମ୍‌‌ ଅର୍ଥ ନିବେଶ କରିଥା’ନ୍ତି।

ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ବିଜ୍ଞାନ ଗବେଷଣା କେବଳ ଏକ ତାତ୍ତ୍ୱିକ ଉପଲବ୍ଧି ନୁହେଁ; ବରଂ ସୁଦୃଢ଼ ଅର୍ଥନୀତି ଓ ରାଷ୍ଟ୍ରୀୟ ପ୍ରଗତି ପାଇଁ ଏକ ଅମୂଲ୍ୟ ସମ୍ପଦ। ସୁତରାଂ ସରକାର ଦେଶରେ ବିଜ୍ଞାନ ଗବେଷଣାର ପ୍ରଚାର ଓ ପ୍ରସାର ନିମନ୍ତେ ଯେ କେବଳ ଅଧିକ ରାଶି ବିନିଯୋଗ କରିବା ଉଚିତ, ତା’ ନୁହେଁ, ବରଂ ବିଦ୍ୟାର୍ଥୀମାନଙ୍କ ମନରେ ଭରସା ଜାଗ୍ରତ କରିବା ଉଚିତ ଯେ ଏ କ୍ଷେତ୍ରରେ ଅଧ୍ୟୟନ ଏକ ମର୍ଯ୍ୟାଦାପୂର୍ଣ୍ଣ ଓ ସାମାଜିକ ପ୍ରତିଷ୍ଠା ସମ୍ପନ୍ନ ଦିଗନ୍ତ। ବୈଜ୍ଞାନିକ ରମଣଙ୍କ ଅବଦାନ ଆମକୁ ଏ ଦିଗରେ ପ୍ରୋତ୍ସାହିତ ଓ ମାର୍ଗଦର୍ଶିତ କରିବ ବୋଲି ଆଶା କରାଯାଏ।

ନିକୁଞ୍ଜ ବିହାରୀ ସାହୁ
ଭୋପାଲ, ମୋ: ୮୯୧୭୬୩୭୯୭୪

28 Feb 2023 By The Sakala

https://www.thesakala.in/sakala-editorial/sakala-article-28th-february-2023-1/article-19381
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର