ଷ୍ଟାରସିପ୍‌‌: ଆଗାମୀ କାଲିର ମହାକାଶ ଯାନ

The Sakala Picture
Published On

ମଣିଷର ଆଧୁନିକ ଜୀବନଶୈଳୀ ଏବଂ ସେଥିସହିତ ସମ୍ପୃକ୍ତ କାର୍ଯ୍ୟକଳାପ ହେତୁ ଦ୍ରୁତ ଅବକ୍ଷୟ ହେବାରେ ଲାଗିଛି ପୃଥିବୀର ପ୍ରାକୃତିକ ସଂସାଧନ। ୨୦୫୦ ରୁ ୨୦୬୦ ମସିହା ମଧ୍ୟରେ ମଣିଷର ଆବଶ୍ୟକତା ମେଣ୍ଟାଇବା ପାଇଁ ଦୁଇଟି ପୃଥିବୀ ଲୋଡ଼ା ହେବ ବୋଲି ଜଣାପଡ଼ିଛି ଏକ ଆକଳନରୁ। ଅନ୍ୟପକ୍ଷରେ ପରିବେଶ ପ୍ରଦୂଷଣ ଏବଂ ପରିସଂସ୍ଥାର ଅବକ୍ଷୟ କାରଣରୁ ଧରାପୃଷ୍ଠ କ୍ରମେ ବାସୋପଯୋଗିତା ମଧ୍ୟ ହରାଇବାରେ ଲାଗିଛି। ସେଥିପାଇଁ ଏବେ ଚନ୍ଦ୍ର, ମଙ୍ଗଳ ତଥା ଅନ୍ୟାନ୍ୟ ଗ୍ରହମାନଙ୍କର ସଂସାଧନ ତଥା ସେଠାରେ […]

ମଣିଷର ଆଧୁନିକ ଜୀବନଶୈଳୀ ଏବଂ ସେଥିସହିତ ସମ୍ପୃକ୍ତ କାର୍ଯ୍ୟକଳାପ ହେତୁ ଦ୍ରୁତ ଅବକ୍ଷୟ ହେବାରେ ଲାଗିଛି ପୃଥିବୀର ପ୍ରାକୃତିକ ସଂସାଧନ। ୨୦୫୦ ରୁ ୨୦୬୦ ମସିହା ମଧ୍ୟରେ ମଣିଷର ଆବଶ୍ୟକତା ମେଣ୍ଟାଇବା ପାଇଁ ଦୁଇଟି ପୃଥିବୀ ଲୋଡ଼ା ହେବ ବୋଲି ଜଣାପଡ଼ିଛି ଏକ ଆକଳନରୁ। ଅନ୍ୟପକ୍ଷରେ ପରିବେଶ ପ୍ରଦୂଷଣ ଏବଂ ପରିସଂସ୍ଥାର ଅବକ୍ଷୟ କାରଣରୁ ଧରାପୃଷ୍ଠ କ୍ରମେ ବାସୋପଯୋଗିତା ମଧ୍ୟ ହରାଇବାରେ ଲାଗିଛି। ସେଥିପାଇଁ ଏବେ ଚନ୍ଦ୍ର, ମଙ୍ଗଳ ତଥା ଅନ୍ୟାନ୍ୟ ଗ୍ରହମାନଙ୍କର ସଂସାଧନ ତଥା ସେଠାରେ ବସତି ସ୍ଥାପନର ସମ୍ଭାବନାକୁ ନେଇ ଗଭୀର ଭାବେ ଚିନ୍ତା କରାଯାଉଛି। ଆମେରିକା, ରୁଷିଆଠାରୁ ଆରମ୍ଭ କରି ଭାରତ, ଚୀନ୍, ଜାପାନ ଓ ୟୁରୋପୀୟ ରାଷ୍ଟ୍ରସଂଘର ଦେଶମାନେ ଏସବୁ ଅଧ୍ୟୟନ କରିବାକୁ ଚନ୍ଦ୍ର ଓ ମଙ୍ଗଳ ପୃଷ୍ଠକୁ ବହୁ ସଂଖ୍ୟାରେ ମହାକାଶଯାନମାନ ଅତିଶୀଘ୍ର ପଠାଇବାରେ ଲାଗିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଅନ୍ତରୀକ୍ଷ ଓ ଅନ୍ୟ ଗ୍ରହକୁ ମହାକାଶଯାନ ସହିତ ରୋବଟ୍ ଚାଳିତ ଅନୁସନ୍ଧାନକାରୀ ବ୍ୟବସ୍ଥା ଏବେ ସଂଯୋଗ କରାଯାଇଥିବା ବେଳେ ସେଠାକୁ ବ୍ୟୋମଚାରୀ ବା ମାନବ ମହାକାଶଚାରୀମାନଙ୍କୁ ପଠାଇବାର ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ଏସବୁ ଫଳରେ ମଙ୍ଗଳ ଗ୍ରହ ଓ ଅନ୍ୟାନ୍ୟ ଗ୍ରହଗ୍ରହାନ୍ତରକୁ ଯାତାୟତ କରିବା ଏବଂ ସେଠାକାର ମଣିଷ ବାସୋପଯୋଗୀ ପରିବେଶକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାର ପଥ ସୁଗମ ହେବ।

ସମଗ୍ର ପୃଥିବୀରେ ଏ ସମସ୍ତ ମହାକାଶ କାର୍ଯ୍ୟକ୍ରମ ମୁଖ୍ୟତଃ ସମାହିତ ହେଉଛି ସରକାରୀ ଉଦ୍ୟୋଗ ମାଧ୍ୟମରେ। ତେବେ ଆମେରିକାର କୋଟିପତି ଏଲନ୍ ମସ୍କ ଏ ଦିଗରେ ନିଜସ୍ୱ ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ପେସ୍-ଏକ୍ସ ସଂସ୍ଥା ମାଧ୍ୟମରେ। ୬ ଜୁନ୍, ୨୦୨୪ରେ ସ୍ପେସ୍-ଏକ୍ସ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ‘ଷ୍ଟାରସିପ୍’ର ଏକ ମଡେଲ୍ର ସଫଳ ପରୀକ୍ଷଣ ଦ୍ୱାରା। ସ୍ପେସ୍-ଏକ୍ସର ଏହା ଚତୁର୍ଥ ଉଦ୍ୟମ।

ଏଲନ୍ ମସ୍କ ପ୍ରଥମେ ୨୦୦୫ ମସିହା ନଭେମ୍ବର ମାସରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେତେବେଳେ ଏହାର ଲକ୍ଷ୍ୟ ରଖାଯାଇଥିଲା ୧୦୦ ଟନ୍ ଭାର ବହନ କରିପାରୁଥିବା ଏବଂ ପୃଥିବୀର ନିମ୍ନତମ କକ୍ଷକୁ ସଂଯୋଗ କରିପାରୁଥିବା ଶକ୍ତିଶାଳୀ ପୁନଃ ବ୍ୟବହାରକ୍ଷମ ରକେଟ୍ ତିଆରି କରିବା। ତେବେ ୨୦୧୨ ମସିହାରେ ମସ୍କ ଏ ନିଷ୍ପତ୍ତି ବଦଳାଇ ବ୍ୟୋମଚାରୀମାନଙ୍କୁ ମଙ୍ଗଳଗ୍ରହକୁ ବହନ କରି ନେବା ଏବଂ ତାଙ୍କୁ ଫେରାଇ ଆଣିବା ଲାଗି ଷ୍ଟାରସିପ୍ ନିର୍ମାଣ କରିବାକୁ ତାଙ୍କର ଚରମ ଲକ୍ଷ୍ୟ ରୂପେ ଉପସ୍ଥାପିତ କଲେ। ଏହାର ପ୍ରାରମ୍ଭିକ କାର୍ଯ୍ୟ ସ୍ୱରୂପ ୨୦୧୯ ମସିହାରେ ଦୁଇଟି ଷ୍ଟାରସିପ୍ ମଡେଲ୍ ପୃଥିବୀର ନିମ୍ନତମ କକ୍ଷକୁ ପ୍ରେରଣ କରାଗଲା। ତେବେ ସେ ଦୁଇଟି ଯାକ ଅସଫଳ ହେଲା। ତତ୍ପରେ ଅଗଷ୍ଟ ୨୦୨୦ ମସିହାରେ ଏ ବ୍ୟବସ୍ଥାରେ କେତେକ ସଂଶୋଧନ ଆଣି ତାହାକୁ ପୃଥିବୀ ପୃଷ୍ଠରୁ ମାତ୍ର ୧୫୦ ମିଟର ଉପରକୁ ପଠାଇ ପୁନର୍ବାର ଫେରାଇ ଅଣାଗଲା। କିନ୍ତୁ ସେହିବର୍ଷ ସେପ୍ଟେମ୍ବରରେ ପ୍ରେରିତ ଷ୍ଟାରସିପ୍ର ଏକ ଉନ୍ନତ ସଂସ୍କରଣ ଭୂ-ପୃଷ୍ଠରୁ ପ୍ରାୟ ୧୨.୫ କିଲୋମିଟର ଊର୍ଦ୍ଧ୍ବକୁ ଯାଇ ପାରିଥିଲା। ସେହିପରି ୨୦୨୧ ମସିହା ମେ’ ମାସରେ ଆଉ ଗୋଟିଏ ଯାନ ମଧ୍ୟ ପରୀକ୍ଷା କରାଗଲା।

ଏହାପରେ ଏକ ପୂର୍ଣ୍ଣାଙ୍ଗ ଷ୍ଟାରସିପ୍‌ର ପ୍ରଥମ ପରୀକ୍ଷାମୂଳକ ମଡେଲ୍ ଉତ୍‌କ୍ଷେପଣ ହୋଇଥିଲା ଜୁଲାଇ ୨୦୨୧ରେ। ତେବେ ଏହି ତିନି ଇଂଜିନ୍ ବିଶିଷ୍ଟ ଯାନରେ ମଧ୍ୟ କେତେକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେସବୁ ସୁଧାରିଲା ପରେ ନଭେମ୍ବର ୨୦୨୩ରେ ଦ୍ୱିତୀୟଟି ଏବଂ ମାର୍ଚ୍ଚ ୨୦୨୪ରେ ତୃତୀୟ ମହାକାଶ ଯାନଟିର ପରୀକ୍ଷା କରାଯାଇଥିଲା। ଶେଷରେ ଜୁନ୍ ୬, ୨୦୨୪ ଦିନ ଚତୁର୍ଥ ଉଦ୍ୟମରେ ସ୍ପେସ୍-ଏକ୍ସକୁ ଏଥିରେ ମିଳିଛି ସମ୍ପୂର୍ଣ୍ଣ ସଫଳତା। ପ୍ରାୟ ଏକ ଘଣ୍ଟା ଧରି ପୃଥିବୀ ଚତୁଃପାର୍ଶ୍ବରେ ଅର୍ଦ୍ଧକକ୍ଷ ଅତିକ୍ରମ କଲାପରେ ଏହି ‘ସୁପର ହେଭି’ କୁହାଯାଉଥିବା ଷ୍ଟାରସିପ୍ ମଡେଲଟିର ନୋଜକ (ବୁଷ୍ଟର) ଏବଂ ଯାନ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ମେକ୍ସିକୋ ଉପସାଗରରେ ଅବତରଣ କରିପାରିଛନ୍ତି। ଏହାଫଳରେ ଏ ପ୍ରକାର ସମ୍ପୂର୍ଣ୍ଣ ରୂପେ ପୁନଃ ବିନିଯୋଗକ୍ଷମ ମହାକାଶଯାନମାନ ନିର୍ମାଣ କରି ଗ୍ରହ-ଗ୍ରହାନ୍ତରକୁ ଯାତ୍ରା କରିବା ସହଜ ତଥା ସୁଲଭ କରିବାର ପଥ ଉନ୍ମୁକ୍ତ ହୋଇଛି।

ଷ୍ଟାରସିପ୍ ହେଉଛି ପୃଥିବୀର କକ୍ଷ, ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହ ପୃଷ୍ଠକୁ ବ୍ୟୋମଚାରୀ ତଥା ବିବିଧ ଓଜନଦାର ଜିନିଷ ବହନ କରି ନେବା ଲାଗି ଉଦ୍ଦିଷ୍ଟ ଦ୍ୱି-ସ୍ତରୀୟ ମହାକାଶଯାନ। ଏଥିରେ ଲାଗିବ ଅତ୍ୟନ୍ତ ଶକ୍ତିଶାଳୀ ରକେଟ୍। ନିକଟରେ ସଫଳ ଭାବେ ପରୀକ୍ଷା କରାଯାଇଥିବା ଯାନଟି କେବଳ ପୃଥିବୀର ଚାରିପାଖରେ କିଛିଦୂର ପରିକ୍ରମା କରିବା ଲାଗି ଅଭିପ୍ରେତ ଥିଲା। ଏଥିରେ ସଂଯୁକ୍ତ ହୋଇଥିଲା ୧୨୦ ମିଟର ଉଚ୍ଚତା ବିଶିଷ୍ଟ ସର୍ବବୃହତ୍ ରକେଟ୍। ଅନ୍ୟପକ୍ଷରେ, ନିଲ୍ ଆର୍ମଷ୍ଟ୍ରଂଗ୍ ଏବଂ ତାଙ୍କ ସହଯାତ୍ରୀମାନଙ୍କୁ ଚନ୍ଦ୍ରପୃଷ୍ଠକୁ ନେଇଥିବା ଆପୋଲୋ-୧୧ ମହାକାଶଯାନର ରକେଟ୍ ସଟର୍ଣ୍ଣ-୫ର ଉଚ୍ଚତା ଥିଲା ୧୧୧ ମିଟର। ପୁନଶ୍ଚ ବର୍ତ୍ତମାନର ଯାନଟିର ନୋଜକରେ ୩୩ଟି ଇଂଜିନ୍ ରହିଛି, ଯାହାକି ୭୪ ମେଗା-ନିଉଟନ୍ ଧକ୍କା ବା ଷ୍ଟ୍ରୋକ୍ ଶକ୍ତି ଉତ୍ପନ୍ନ କରିପାରୁଛି। ଏଥିରେ ଇନ୍ଧନ ରୂପେ ବ୍ୟବହାର ହୋଇଥିଲା ତରଳ ଅମ୍ଳଯାନ ଏବଂ ତରଳ ମିଥେନ୍। ମହାକାଶ ଯାନ ଉତ୍‌କ୍ଷେପଣ ପାଇଁ ସାଧାରଣତଃ ଯେଉଁସବୁ ରକେଟ୍ ବ୍ୟବହାର କରାଯାଉଛି ତାହା ଥରେ ମାତ୍ର ବ୍ୟବହାରଯୋଗ୍ୟ। ଅର୍ଥାତ୍ ମହାକାଶଯାନକୁ ତାର ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପିତ କରିଦେବା ପରେ ରକେଟ୍ଟି ଆପେ ଆପେ ଅଲଗା ହୋଇଯାଇ ଧ୍ୱଂସ ହୋଇଯାଏ। ଏହାକୁ ପୁଣି ଫେରାଇ ଆଣିବାର ବୈଷୟିକ ଜ୍ଞାନକୌଶଳ ବିକଶିତ କିମ୍ବା ଉପଯୋଗ କରାଯାଇପାରିନାହିଁ। ତେଣୁ ମହାକାଶ ଅଭିଯାନ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ ରୂପେ ପରିଗଣିତ ହୋଇଆସୁଛି। ଅପରପକ୍ଷରେ ସ୍ପେସ୍-ଏକ୍ସର ସୂଚନା ମୁତାବକ ଷ୍ଟାରସିପ୍ ଥିଲା ଏହାର ସମ୍ପୂର୍ଣ୍ଣ ବିପରୀତ ବା ପୂର୍ଣ୍ଣ ରୂପେ ପୁନଃ ବ୍ୟବହାରକ୍ଷମ। ଏଣୁ ଏହି ପ୍ରଯୁକ୍ତି ବିଦ୍ୟାର ବିକାଶ ଏବଂ ପ୍ରୟୋଗରେ ନିର୍ମିତ ହେବାକୁ ଥିବା ଷ୍ଟାରସିପ୍‌ଗୁଡ଼ିକ ମହାକାଶରୁ ପୃଥିବୀର ବାୟୁମଣ୍ଡଳକୁ ପୁନଃପ୍ରବେଶ କରିବା ଏବଂ ଭୂପୃଷ୍ଠରେ ପୁନଃ ଅବତରଣ କରିବା ନିମନ୍ତେ ତୁଳନାତ୍ମକ ଭାବେ କମ୍ ଖର୍ଚ୍ଚ ହେବ ଏବଂ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ପଥ ପ୍ରଦର୍ଶକ ରୂପେ କାର୍ଯ୍ୟ କରିବ।

ଷ୍ଟାରସିପ୍‌ର ସଫଳତାରୁ ମିଳି ଥିବା ସୁବିଧା ସୁଯୋଗ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣଗୁଡ଼ିକ ହେଲା- (୧) ଭବିଷ୍ୟତରେ ଏହା ପୃଥିବୀର କକ୍ଷକୁ ୧୫୦ ଟନ୍ ଏବଂ ଚନ୍ଦ୍ର ବା ମଙ୍ଗଳ ପୃଷ୍ଠକୁ ୧୦୦ ଟନ୍ ପର୍ଯ୍ୟନ୍ତ ଭାର ବହନ କରିନେଇପାରିବ। ଅଦ୍ୟାବଧି ଅନ୍ୟ କୌଣସି ମହାକାଶଯାନ ଏ ସାମର୍ଥ୍ୟ ହାସଲ କରିପାରି ନାହାନ୍ତି। (୨) ପୃଥିବୀ କକ୍ଷରେ ଥିବା ଅବସ୍ଥାରେ ଏଥିରେ ପୁନଃ ଇନ୍ଧନ ଭର୍ତ୍ତି କରାଯାଇପାରିବ। (୩) ଏହାର ରକେଟ୍ ଏବଂ ମହାକାଶଯାନ ସମ୍ପୂର୍ଣ୍ଣ ରୂପେ ପୁନଃ ବିନିଯୋଗକ୍ଷମ। ଏଣୁ ତାହା ତୁଳନାତ୍ମକ ଭାବେ କମ ଖର୍ଚ୍ଚରେ ହେବ। ଉଦାହରଣ ସ୍ୱରୂପ, ଷ୍ଟାରସିପ୍ରେ ମଙ୍ଗଳଗ୍ରହକୁ ୧୦୦ ଟନ୍ ଓଜନର ଜିନିଷ ପଠାଇବାକୁ ହେଲେ ଖର୍ଚ୍ଚ ହେବ ମାତ୍ର ୫୦ ନିୟୁତ ଡଲାର। ଅନ୍ୟପକ୍ଷରେ, ୨୦୧୧ ମସିହାରେ ଆମେରିକା ଦ୍ଵାରା ପ୍ରେରିତ ସ୍ପେସ୍ ସଟଲରେ, ଏହାର ଏକ-ଚତୁର୍ଥାଂଶ ଭାର ପୃଥିବୀର କକ୍ଷ ପର୍ଯ୍ୟନ୍ତ ବହନ କରି ନେବା ଲାଗି ବ୍ୟୟ କରାଯାଇଥିଲା ୧.୫ ବିଲିୟନ (ହଜାର-ନିୟୁତ) ଡଲାର।

ମହାକାଶ ଅନୁସନ୍ଧାନ ଏବଂ ଗମନାଗମନ କ୍ଷେତ୍ରରେ ଥିବା ସବୁଠୁ ବଡ଼ ଅସୁବିଧା ହେଲା ମହାକାଶ ଯାନମାନଙ୍କର ଅଧିକ ଭାର ବହନ କରିବାରେ ଅକ୍ଷମତା। ଏଥିପାଇଁ ଲୋଡ଼ା ପ୍ରଚୁର ଇନ୍ଧନ, ଯାହାକି ବ୍ୟୟବହୁଳ। ଷ୍ଟାରସିପ୍ ଏସବୁ ଅସୁବିଧା ଅନେକାଂଶରେ ଦୂର କରିପାରିବ। ଉଦାହରଣ ସ୍ୱରୂପ ବୈଜ୍ଞାନିକମାନେ ଏଥିରେ ବୃହଦାକାର ଦୂରବୀକ୍ଷଣ ଯନ୍ତ୍ର, ଅନ୍ୟାନ୍ୟ ପର୍ଯ୍ୟବେକ୍ଷଣକାରୀ ଉପକରଣ ତଥା ଯନ୍ତ୍ରପାତି ମହାକାଶକୁ କିମ୍ବା ଚନ୍ଦ୍ର ବା ମଙ୍ଗଳ ପୃଷ୍ଠକୁ ପ୍ରେରଣ କରିବା ସହଜ ଓ ଶସ୍ତା ହେବ। ସେଠାରେ ତାହା ପରିଭ୍ରମଣ, ପୃଷ୍ଠଭୂମି ଖୋଦନ ଏବଂ ସେଠାରୁ ମୃତ୍ତିକା ବା ଅନ୍ୟ କିଛି ନମୁନା ସଂଗ୍ରହ କରି ଭୂପୃଷ୍ଠକୁ ଆଣିବା ଆଦି କାର୍ଯ୍ୟ ସମ୍ପାଦନ କରିପାରିବେ। ଏବେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ତଥା ଭାରତ ସମେତ ପୃଥିବୀର ଅନ୍ୟ କେତେକ ଦେଶ ୨୦୩୦ ମସିହା ବେଳକୁ ଚନ୍ଦ୍ରପୃଷ୍ଠକୁ ଏବଂ ତତ୍ପରେ ମଙ୍ଗଳ ପୃଷ୍ଠକୁ ବ୍ୟୋମଚାରୀ ପ୍ରେରଣ ଲାଗି ଯୋଜନା ପ୍ରସ୍ତୁତ କଲେଣି। ନୂତନ ଷ୍ଟାରସିପ୍ ମଡେଲ ଏଦିଗରେ ପଥପ୍ରଦର୍ଶକ ହେବ ବୋଲି ଆଶା କରାଯାଏ।

ଇତିମଧ୍ୟରେ ସ୍ପେସ୍-ଏକ୍ସ ଆଗାମୀ ଜୁଲାଇର ଶେଷଭାଗକୁ ତା’ର ୫ମ ଷ୍ଟାରସିପ୍ ମଡେଲ ପରୀକ୍ଷା କରିବ ବୋଲି ସୂଚନା ଦେଇ ସାରିଲାଣି। ମୋଟାମୋଟି ଭାବେ ଏହା ୪ର୍ଥଟିର ଅନୁରୂପ ହେବ। ତେବେ ଏଥିରେ ଖଞ୍ଜାହେବ ବିବିଧ ଉନ୍ନତତର ଅତ୍ୟାଧୁନିକ ଉପକରଣ, ଯାହାକି ଏହାକୁ ଅଧିକ ସଫଳ ଓ ନିର୍ଭରଯୋଗ୍ୟ କରିବ।

ରମେଶ ଚନ୍ଦ୍ର ପରିଡ଼ା
ମୋ: ୯୯୩୭୩୦୧୪୬୦
ପ୍ରଫେସର(ଅବସରପ୍ରାପ୍ତ)
ରସାୟନ ବିଜ୍ଞାନ ବିଭାଗ,
ଓୟୁଏଟି, ଭୁବନେଶ୍ୱର

28 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର