ୱାକଫ୍‌‌ ବୋର୍ଡ ଆଇନ ସଂଶୋଧନର ଆବଶ୍ୟକତା

The Sakala Picture
Published On

ସମଗ୍ର ଭାରତରେ ସୈନ୍ୟବାହିନୀ ଓ ରେଳବାଇ ପରେ ତୃତୀୟ ବୃହତ ଜମି ମାଲିକାନା ୱାକଫ୍‌‌ ବୋର୍ଡ ନାମରେ ରହିଛି, ଯାହାର ଆନୁମାନିକ ବଜାର ଦର ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା। ଦେଶ ବିଭାଜନ ବେଳେ ପାକିସ୍ତାନ ଛାଡ଼ି ଭାରତ ଆସିଥିବା ହିନ୍ଦୁମାନଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସେଠାକାର ସରକାର ନିଜ ଦଖଲକୁ ନେଇ ଯାଇଥିବା ବେଳେ ଭାରତ ଛାଡ଼ି ପାକିସ୍ତାନ ପଳାଇ ଯାଇଥିବା ମୁସଲମାନମାନଙ୍କ ସମସ୍ତ ସମ୍ପତ୍ତିକୁ ଭାରତ ସରକାର ୱାକଫ୍‌‌ ବୋର୍ଡକୁ ପ୍ରଦାନ […]

ସମଗ୍ର ଭାରତରେ ସୈନ୍ୟବାହିନୀ ଓ ରେଳବାଇ ପରେ ତୃତୀୟ ବୃହତ ଜମି ମାଲିକାନା ୱାକଫ୍‌‌ ବୋର୍ଡ ନାମରେ ରହିଛି, ଯାହାର ଆନୁମାନିକ ବଜାର ଦର ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କା। ଦେଶ ବିଭାଜନ ବେଳେ ପାକିସ୍ତାନ ଛାଡ଼ି ଭାରତ ଆସିଥିବା ହିନ୍ଦୁମାନଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସେଠାକାର ସରକାର ନିଜ ଦଖଲକୁ ନେଇ ଯାଇଥିବା ବେଳେ ଭାରତ ଛାଡ଼ି ପାକିସ୍ତାନ ପଳାଇ ଯାଇଥିବା ମୁସଲମାନମାନଙ୍କ ସମସ୍ତ ସମ୍ପତ୍ତିକୁ ଭାରତ ସରକାର ୱାକଫ୍‌‌ ବୋର୍ଡକୁ ପ୍ରଦାନ କରିଥିଲେ। ୧୯୫୪ ମସିହାରେ ଏଥିପାଇଁ ୱାକଫ୍‌‌ ଆଇନ ପ୍ରଣୟନ ହୋଇଥିବା ବେଳ ୧୯୮୫ ମସିହାରେ ଆଇନକୁ ସଂଶୋଧିତ କରି ଆହୁରି ଅଧିକ ଶସକ୍ତ କରାଯାଇଛି। ଏହି ଆଇନ ଆଧାରରେ ଭାରତ ସରକାର ୧୯୬୪ ମସିହାରେ ‘କେନ୍ଦ୍ରୀୟ ୱାକଫ୍‌‌ ପରିଷଦ’ ଗଠନ କରିଛନ୍ତି। ଆଇନର ଧାରା ୯ ଅନୁଯାୟୀ ପ୍ରତି ରାଜ୍ୟରେ ‘ରାଜ୍ୟ ୱାକଫ୍‌‌ ବୋର୍ଡ’ ଗଠନ ହୋଇଛି। ୧୯୯୫ ମସିହାରେ ପୁନଶ୍ଚ ଏହି ଆଇନକୁ ଅଧିକ ସଶକ୍ତ କରାଯାଇ ପ୍ରଶାସନିକ ହସ୍ତକ୍ଷେପରୁ ସୁରକ୍ଷିତ ରଖାଯାଇଛି।

ପ୍ରଚଳିତ ୱାକଫ୍‌‌ ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ଯଦି ୱାକଫ୍‌‌ ବୋର୍ଡ ‘ୱାକଫ୍‌‌ ସମ୍ପତ୍ତି’ ବୋଲି ଦାବି କରନ୍ତି, ତେବେ ଉକ୍ତ ସମ୍ପତ୍ତିର ମାଲିକ ନିଜେ ପ୍ରମାଣ କରିବାକୁ ପଡ଼ିବ ଯେ ସେ ସମ୍ପତ୍ତି ତାଙ୍କ ନିଜର, ୱାକଫ୍‌‌ ବୋର୍ଡର ନୁହଁ। ବୋର୍ଡର ନିଷ୍ପତ୍ତିରେ ବିଚାରାଳୟ ହସ୍ତକ୍ଷେପ କରିପାରିବ ନାହିଁ। ଏହାକୁ କେବଳ ୱାକଫ୍‌‌ ଟ୍ରିବ୍ୟୁନାଲରେ ହିଁ ଚ୍ୟାଲେଞ୍ଜ କରାଯାଇ ପାରିବ। ଅନ୍ୟଥା ଜମି ମାଲିକ ଯଦି ଇସଲାମ ଧର୍ମ ଗ୍ରହଣ କରେ ତେବେ ସେ ଜମି ତା’କୁ ହସ୍ତାନ୍ତର କରାଯାଇପାରିବ। ତେଣୁ ଅନେକ କ୍ଷେତ୍ରରେ ୱାକଫ୍‌‌ ବୋର୍ଡ ଦ୍ୱାରା ଜମି ହରାଇଥିବା ଲୋକ ଆଇନ ଅଦାଲତରେ ଛନ୍ଦି ହୋଇ ହଇରାଣ ହରକତ ହେବା ଅପେକ୍ଷା ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଥିବାର ଉଦାହରଣ ରହିଛି।

ଇସଲାମରେ ୱାକଫ୍‌‌କୁ ଦାନ ସୂତ୍ରରେ ପ୍ରଦାନ କରାଯାଇଥିବା କୌଣସି ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ କେବଳ ଧାର୍ମିକ ଓ ଦାତବ୍ୟ କାର୍ଯ୍ୟରେ ବ୍ୟବାହାର କରାଯାଇ ପାରିବ। ଏହାକୁ ବିକ୍ରୟ, ହସ୍ତାନ୍ତର କିମ୍ବା ବନ୍ଧକ ରଖାଯାଇପାରିବ ନାହିଁ। ସରିଆ ଆଇନ ଅନୁଯାୟୀ ୱାକଫ୍‌‌କୁ ଦାନ କରାଯାଇଥିବା ସମ୍ପତ୍ତିକୁ ଦାତା ବା ୱାକିଫ୍‌‌ ପୁଣି ଫେରାଇ ଆଣିପାରିବେ ନାହିଁ। କେବଳ ଏହାର ଦେଖାଶୁଣା କରିବା ପାଇଁ ଦାତା ବା ୱାକିଫ କିମ୍ବା କୌଣସି ଆଇନସିଦ୍ଧ ଅଧିକାରୀ କେବଳ ଜଣେ ‘ମୁଟାୱାଲି’ ନିଯୁକ୍ତି ଦେଇପାରିବେ।

କିଛିଦିନ ତଳେ ବେଙ୍ଗାଲୁରୁର କିଛିଜଣ ହିନ୍ଦୁ ଯୁବକ ଇଦଘା ମୈଦାନରେ ଗଣେଶ ପୂଜା ପାଳନ ପାଇଁ ‘ବୃହତ ବେଙ୍ଗଲୁର ନଗର ନିଗମ’କୁ ଆବେଦନ କରିଥିଲେ। ସେମାନଙ୍କ ଆବେଦନ ଅଗ୍ରାହ୍ୟ ହେବାରୁ ସେମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କଲେ। ମାତ୍ର ୱାକଫ୍‌‌ ଆଇନର ଧାରା ୧୦ ଅନୁଯାୟୀ ଆବେଦନ ଖାରଜ ହୋଇଯାଇଥିଲା। ସେହିପରି ତାମିଲନାଡୁ ତିରୁଚିରାପଲ୍ଲୀ ଜିଲ୍ଲାର ହିନ୍ଦୁ ଗ୍ରାମ ତିରୁଚେନ୍ଦୁରାଇରେ ମାତ୍ର ମାତ୍ର ୭/୮ ମୁସଲମାନ ପରିବାର ବାସ କରନ୍ତି। ହିନ୍ଦୁମାନଙ୍କ ଅଜାଣତରେ ୱାକଫ୍‌‌ ବୋର୍ଡ ଗାଁର ସମସ୍ତ ଜମିକୁ ନିଜ ନାମରେ କରିସାରିଥିଲା। ୨୦୨୨ ମସିହାରେ ଏହି ଘଟଣା ସାମ୍ନାକୁ ଆସିଲା, ଯେତେବେଳେ ଜନୈକ ବ୍ୟକ୍ତି ଝିଅ ବାହାଘର ପାଇଁ ନିଜ ନାମରେ ଥିବା ଜମି ବିକ୍ରୟ କରିବାକୁ ଚାହିଁଲେ। ରେଜେଷ୍ଟ୍ରି ଅଫିସ ଯିବାରୁ ତାଙ୍କୁ ୱାକଫ୍‌‌ ବୋର୍ଡର ଅନୁମତି ନେବା ପାଇଁ କୁହାଗଲା। ଏହାପରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ୱାକଫ୍‌‌ ଆଇନ ଅନୁଯାୟୀ ତାହା ଖାରଜ ହୋଇଗଲା ଏବଂ କୁହାଗଲା ଯଦି ସେମାନେ ଇସ୍‌‌ଲାମ୍‌‌ ଧର୍ମ ଗ୍ରହଣ କରିବେ ତେବେ ଯାଇ ଜମି ଫେରି ପାଇବେ। ତେଣୁ ସେମାନେ ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରଥିଲେ।

ଭାରତରେ ୱାକଫ୍‌‌ ବୋର୍ଡ ବା ୱାକଫ୍‌‌ର ଇତିହାସ ହେଉଛି ଯେ ସୁଲତାନ ମାଇଜୁଦ୍ଦିନ ସାମ ଗହୋର ସର୍ବପ୍ରଥମେ ଦୁଇଟି ଗ୍ରାମ ଜାମା ମସଜିଦକୁ ଦାନ କରିଥିଲେ। ଏହାର ପରିଚାଳନା ପାଇଁ ସଇକୁଲ ଇସଲାମ ନାମକ ଜଣେ ବ୍ୟକ୍ତି ନିଯୁକ୍ତ ହୋଇଥିଲେ। ଭାରତରେ ଇସଲାମ ରାଜତ୍ୱ ଓ ଆଧିପତ୍ୟ ବୃଦ୍ଧି ସହ ୱାକଫ୍‌‌ ସମ୍ପତ୍ତିର କଳେବର ବଢ଼଼ି ଚାଲିଲା। ଗୁଜୁରାଟର ସୁରଟ ମ୍ୟୁନିସିପାଲ ନିଗମ ବିଲଡିଙ୍ଗ ମୋଗଲ ସାମ୍ରାଜ୍ୟ ବେଳେ ସରାଇ ଭାବେ ହଜ ଯାତ୍ରୀମାନଙ୍କ ପାଇଁ ବ୍ୟବହୃତ ହେଉଥିଲା। ସ୍ୱାଧୀନତା ପରେ ଏହାକୁ ଭାରତ ସରକାର ନିଜ ମାଲିକାନାକୁ ନେଇଥିଲେ। ମାତ୍ର ରାଜ୍ୟ ୱାକଫ୍‌‌ ବୋର୍ଡ ସେହି ସମ୍ପତ୍ତିକୁ ନିଜର ବୋଲି ଦାବି କରି ମାଲିକାନା ହାସଲ କରିନେଇଥିଲା। ପ୍ରଭୁ ଶ୍ରୀକୃଷ୍ଣଙ୍କ ନଗରୀ ଦ୍ୱାରିକାରେ ଥିବା ଦୁଇଟି ଦ୍ୱୀପ – ବେଟ ଦ୍ୱାରିକା ଓ ଦେବଭୂମି ଦ୍ୱାରିକାର ମାଲିକାନା ଉପରେ ମଧ୍ୟ ୱାକଫ୍‌‌ ବୋର୍ଡ ନିଜର ଦାବି ଉପସ୍ଥାପନ କରିଥିଲା। ଏହାକୁ ଚ୍ୟାଲେଞ୍ଜ କରି ଦିବ୍ୟ ଭାସ୍କର ନାମକ ବ୍ୟକ୍ତି ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସେହିପରି ଧର୍ମନିରପେକ୍ଷ ରାଷ୍ଟ୍ରରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଣୟନ କରିବା ଧାର୍ମିକ ଅସମାନତା ସୃଷ୍ଟି କରୁଥିବାରୁ ଏହାର ଉଚ୍ଛେଦ କରାଯାଉ ବୋଲି ଦର୍ଶାଇ ଦିଲ୍ଲୀର ଜନୈକ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହାର ସାମ୍ବିଧାନିକ ବୈଧତାକୁ ନେଇ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ୱାକଫ୍‌‌କୁ ନେଇ ବିବାଦ ଅନେକ ବର୍ଷର। ଉନବିଂଶ ଶତାବ୍ଦୀ ଶେଷାର୍ଦ୍ଧରେ ବ୍ରିଟିଶ ଶାସନକାଳରେ ମଧ୍ୟ ୱାକଫ୍‌‌କୁ ନେଇ ଅନେକ ବିବାଦ ଉପୁଜିଛି ଏବଂ ବ୍ରିଟେନ ସରକାରଙ୍କର ପ୍ରିଭି କାଉନ୍ସିଲରେ ପହଞ୍ଚିଛି। ପ୍ରିଭି କାଉନ୍‌‌ସିଲ୍‌‌ର ଚାରିଜଣିଆ ଖଣ୍ଡପୀଠ ୱାକଫ୍‌‌ ସର୍ବସାଧାରଣଙ୍କ ସାମୂହିକ ସ୍ୱାର୍ଥର ପରିପନ୍ଥୀ ବୋଲି ଦର୍ଶାଇ ତାହାକୁ ବେଆଇନ ଘୋଷଣା କରିଥିଲେ। ମାତ୍ର ସେତେବେଳ ‘ଭାରତୀୟ ମୁସଲମାନ ୱାକଫ୍‌‌ ଭେଲିଡେଟିଙ୍ଗ ଆକ୍ଟ ୧୯୧୩’ ବଳବତ୍ତର ଥିବାରୁ ଖଣ୍ଡପୀଠଙ୍କ ରାୟକୁ ଭାରତରେ ମୁସଲମାନମାନେ ଗ୍ରହଣ କରି ନ ଥିଲେ। ଉକ୍ତ ଆଇନର ମାନ୍ୟତାକୁ ନେଇ ଅନେକ ବାଦବିବାଦ ଥିଲେ ମଧ୍ୟ ସରକାରୀ ଉଦାସୀନତା ଓ ଭୋଟବ୍ୟାଙ୍କ ରାଜନୀତି କାରଣରୁ ଏହା କ୍ରମଶଃ ଆହୁରି ସଶକ୍ତ ହୋଇଛି। ସର୍ବୋପରି ତୁର୍କୀ, ଲିବିୟା, ଇଜିପ୍ଟ, ସୁଦାନ, ଲେବାନନ, ସିରିୟା, ଜୋର୍ଡାନ, ଟୁନିସିୟା ଓ ଇରାକ ଭଳି ଇସ୍‌‌ଲାମିକ୍‌‌ ଦେଶରେ ୱାକଫ୍‌‌ ବ୍ୟବସ୍ଥା ନାହିଁ।

ଏହିସବୁ ବିବାଦକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଗତ ୮ ତାରିଖରେ ଏ ଆଇନର କେତେକ ସଂଶୋଧନ ଆଣିବା ପାଇଁ ୱାକଫ୍‌‌(ସଂଶୋଧନ) ବିଲ ୨୦୨୪ ଲୋକସଭାରେ ଉପସ୍ଥାପିତ କରିଥିଲେ। ଏଥିରେ ମୋଟ ୪୦ ଗୋଟି ସଂଶୋଧନର ପ୍ରସ୍ତାବ ରହିଛି। ସେଗୁଡ଼ିକ ମଧ୍ୟରୁ କେତେକ ହେଲା ଦେବୋତ୍ତର ସମ୍ପତ୍ତି ପରି ୱାକଫ୍‌‌ ଅଧୀନସ୍ଥ ସମସ୍ତ ସମ୍ପତ୍ତି ଇସ୍‌‌ଲାମ୍‌‌ ଆଇନର ଦାତବ୍ୟ, ଧାର୍ମିକ ତଥା ଗଭୀର ଧର୍ମ ବିଶ୍ୱାସ ଆଧାରରେ ସମର୍ପିତ ହେବ। ଏହା ରାଜସ୍ୱ ସମ୍ପର୍କିତ ବିଷୟ ହୋଇଥିବାରୁ ଜିଲ୍ଲାପାଳ ୱାକଫ୍‌‌ ସମର୍ପିତ ମାଲିକାନା ସ୍ଥିର କରିବାରେ କ୍ଷମତାପ୍ରାପ୍ତ ହେବେ। ୱାକଫ୍‌‌ ସମ୍ପତ୍ତିର ପରିସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କମିଶନର ନିଯୁକ୍ତି ପାଇବେ। ବିବାଦୀୟ ସମ୍ପତ୍ତି ୱାକଫ୍‌‌ ଅନ୍ତର୍ଭୁକ୍ତ କି ନୁହଁ, ତାହାର ନିଷ୍ପତ୍ତି ୱାକଫ୍‌‌ ବୋର୍ଡର କ୍ଷମତା ଅଧିକାର ହୋଇ ରହିବ ନାହିଁ। ଆଇନର ଧାରା ୯ ଓ ୧୪ କୁ ସଂଶୋଧନ କରା ଯାଇ ଜମି ସର୍ବେକ୍ଷଣ କ୍ଷମତା ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳଙ୍କୁ ଦିଆଯିବାର ପ୍ରସ୍ତାବ ରହିଛି। ଧାରା ୪୦ ଅନୁଯାୟୀ ୱାକଫ୍‌‌ ଟ୍ରିବ୍ୟୁନାଲ ବ୍ୟତୀତ ରାଜସ୍ୱ ଅଦାଲତ ବା ଜିଲ୍ଲାପାଳଙ୍କ ଅଦାଲତ, ଦେୱାନି ଅଦାଲତ, ଉଚ୍ଚ ଅଦାଲତ, ଉଚ୍ଚତମ ଅଦାଲତଙ୍କୁ ମଧ୍ୟ ଅଭିଯୋଗ ବିଚାର କରିବାର କ୍ଷମତା ନୂଆ ବିଧେୟକରେ ଅର୍ପଣ କରାଯାଇଛି।

ଏହି ବିଧେୟକୁ ବିରୋଧ କରୁଥିବା ରାଜନୈତିକ ଦଳଙ୍କ ମତ ହେଲା – ଆଇନରେ ସଂଶୋଧନ ପୂର୍ବରୁ ସରକାର ପ୍ରଥମେ ମୁସଲମାନ ସମ୍ପ୍ରଦାୟ ସହ ପରାମର୍ଶ କରିବା ଆବଶ୍ୟକ ଥିଲା। ଏହି ସଂଶୋଧିତ ଆଇନ ବଳରେ ସରକାର ସଂଖ୍ୟାଲଘୁ ଧାର୍ମିକ ଅନୁଷ୍ଠାନ ଜମିକୁ ନିଜ ଅଧୀନକୁ ଆଣିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ଆବଶ୍ୟକ। ତେଣୁ ଅଧିକ ତର୍ଜମା ପାଇଁ ବିଧେୟକୁ ସଂସଦର ଯୁଗ୍ମ ସଂସଦୀୟ ବୋର୍ଡକୁ ପଠେଇ ଦିଆଯାଇଛି।
(ଆଇନଜୀବୀ)

ଗଦାଧର ବଳ
ଭଦ୍ରକ, ମୋ:୯୪୩୭୧୨୮୮୪୧

26 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର