ମନୋରଞ୍ଜନ
ଓଡ଼ିଶା
ରୁଷ-ଉତ୍ତରକୋରିଆ ଘନିଷ୍ଠତା
ଗୋଟିଏ ପଟେ ସ୍ୱିଜରଲ୍ୟାଣ୍ଡର ବର୍ଜେନଷ୍ଟକ୍ ରିସର୍ଟରେ ବ୍ରିକ୍ସ ରାଷ୍ଟ୍ର ସଦସ୍ୟଙ୍କ ମଧ୍ୟରେ ଅସହମତି କାରଣରୁ ୟୁକ୍ରେନ୍ ଶାନ୍ତି ସମ୍ମିଳନୀ ବିଫଳ ହୋଇଛି। ଅନ୍ୟପଟେ ୨୪ବର୍ଷ ପରେ ଉତ୍ତର କୋରିଆ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ବ୍ୟବଧାନରେ କାହିଁକି ଉତ୍ତର କୋରିଆ ଗସ୍ତ କଲେ ପୁଟିନ୍, ତାହା ମଧ୍ୟ ବିଶ୍ୱବାସୀଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି। ଅନେକ କଟକଣାକୁ ବେଖାତିର କରୁଥିବା ଉଭୟ ରୁଷ ଓ ଉତ୍ତର କୋରିଆ ବର୍ତ୍ତମାନ ପଶ୍ଚିମ […]
ଗୋଟିଏ ପଟେ ସ୍ୱିଜରଲ୍ୟାଣ୍ଡର ବର୍ଜେନଷ୍ଟକ୍ ରିସର୍ଟରେ ବ୍ରିକ୍ସ ରାଷ୍ଟ୍ର ସଦସ୍ୟଙ୍କ ମଧ୍ୟରେ ଅସହମତି କାରଣରୁ ୟୁକ୍ରେନ୍ ଶାନ୍ତି ସମ୍ମିଳନୀ ବିଫଳ ହୋଇଛି। ଅନ୍ୟପଟେ ୨୪ବର୍ଷ ପରେ ଉତ୍ତର କୋରିଆ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ବ୍ୟବଧାନରେ କାହିଁକି ଉତ୍ତର କୋରିଆ ଗସ୍ତ କଲେ ପୁଟିନ୍, ତାହା ମଧ୍ୟ ବିଶ୍ୱବାସୀଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି। ଅନେକ କଟକଣାକୁ ବେଖାତିର କରୁଥିବା ଉଭୟ ରୁଷ ଓ ଉତ୍ତର କୋରିଆ ବର୍ତ୍ତମାନ ପଶ୍ଚିମ ବିଶ୍ୱର ରାଷ୍ଟ୍ର, ୟୁରୋପୀୟ ସଂଘ ସଦସ୍ୟ ଓ ନାଟୋ ଦେଶମାନଙ୍କ କୋପ ନଜରରେ ରହିଛନ୍ତି। ଏହି ଦୁଇରାଷ୍ଟ୍ର ଉପରେ ଆର୍ଥିକ, ସାମରିକ ଓ ଅନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ ଅନେକ ବାସନ୍ଦ ଲାଗୁ ହୋଇଛି। ବାସନ୍ଦ ଓ ପ୍ରତିବନ୍ଧକର ପ୍ରମୁଖ କାରଣ ମଧ୍ୟରେ ୟୁକ୍ରେନ ଉପରେ ଅଯଥା ରୁଷର ଆକ୍ରମଣ, ଉତ୍ତର କୋରିଆର ଲଗାମ ଛଡ଼ା ଆଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତି ଇତ୍ୟାଦି ରହିଛି।
କେବଳ ଚୀନକୁ ଛାଡ଼ି ଦେଲେ ଆମେରିକା ସମେତ ଇଂଲଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ରୁଷ ଓ ଉତ୍ତର କୋରିଆର ଆଭିମୁଖ୍ୟକୁ ବିଲକୁଲ ପସନ୍ଦ କରୁନାହାନ୍ତି। ତେବେ ଉତ୍ତର କୋରିଆ ରାଜଧାନୀ ପେଙ୍ଗୋୟଙ୍ଗରେ ୨୪ବର୍ଷ ପରେ ରୁଷ ରାଷ୍ଟ୍ରପତି ପହଞ୍ଚିବା ପରେ ସେମାନଙ୍କ ଶତ୍ରୁ ରାଷ୍ଟ୍ରମାନଙ୍କ ଚିନ୍ତା ବଢ଼଼ିଯାଇଛି। ପୁଟିନଙ୍କୁ ଉତ୍ତର କୋରିଆରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ମଧ୍ୟ ବିଶ୍ୱ ଦେଖିଛି। ନିଜେ ରାଷ୍ଡ୍ରପତି କିମ-ଜଙ୍ଗ ଉନ୍ କୋରିଆର ସୁନାମ ବିମାନବନ୍ଦରରେ ଉପସ୍ଥିତ ରହି ପୁଟିନଙ୍କୁ ସ୍ୱାଗତ କରିଥିଲେ। ଗତ ୨୪ବର୍ଷ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଉତ୍ତର କୋରିଆକୁ ଏହା ଥିଲା ଦ୍ୱିତୀୟ ଗସ୍ତ। ପୁଟିନ୍ କିମ ଜଙ୍ଗ ଉନ୍ଙ୍କୁ ନିଜ ବିଳାସପୂର୍ଣ୍ଣ କାର ୱୈରସ ଲିମେଜିନ୍ରେ ବସାଇ ପେଙ୍ଗୋୟଙ୍ଗ ସହରର ରାଜରାସ୍ତାରେ ବୁଲିଛନ୍ତି। ଦୁହେଁ ହସଖୁସି କରୁଥିବାର ଚିତ୍ର ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପୁଟିନଙ୍କ ସ୍ୱାଗତ ପାଇଁ ଫେଙ୍ଗୋୟଙ୍ଗର ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ବିଭିନ୍ନ ଆଲୋକମାଳାରେ ଏବଂ ରାସ୍ତାର ଦୁଇପାର୍ଶ୍ବକୁ ସୁନ୍ଦର ଫୁଲରେ ସଜାଯାଇଥିଲା। କିମ ଜଙ୍ଗ ଉନଙ୍କ ଆତିଥ୍ୟରେ ପୁଟିନ୍ ଅତ୍ୟନ୍ତ ଆନନ୍ଦିତ ହୋଇ ନିଜର ବିଳାସପୂର୍ଣ୍ଣ ସୌଖିନୀ କାରକୁ କିମ୍ ଜଙ୍ଗଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି। ବିଳାସପୂର୍ଣ୍ଣ କାର ଚଢ଼ିବାରେ ବିଶେଷ ରୁଚି ରଖୁଥିବା କିମ ଜଙ୍ଗ ଉନଙ୍କୁ ଗତ ଫ୍ରେବ୍ରୁଆରୀରେ ମଧ୍ୟ ପୁଟିନ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଥିଲେ।
ତେବେ ବିଶ୍ୱ କୂଟନୀତିକୁ ବେଖାତିର କରି ଚାଲିଥିବା ଏହି ଦୁଇ ସମ୍ୱେଦନଶୀଳ ରାଷ୍ଟ୍ରର ମନୁଆ ରାଷ୍ଟ୍ରମୁଖ୍ୟଙ୍କ ହଠାତ ଏତେ ଅନ୍ତରଙ୍ଗତା ପ୍ରକୃତରେ କ’ଣ ସନ୍ଦେଶ ଦେବାକୁ ଚାହୁଁଛି ତାହା ଏବେ ଆଲୋଚ୍ୟର ବିଷୟ ହୋଇ ରହିଛି। ପୁଟିନଙ୍କ ଉତ୍ତର କୋରିଆ ଗସ୍ତ ସହ ରୁଷ-ଉତ୍ତର କୋରିଆ ମଧ୍ୟରେ ଏକ ବୃହତ୍ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷର ହୋଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ଅନବରତ ବିଭିନ୍ନ ଯୁଦ୍ଧାସ୍ତ୍ର ସହାୟତା ଜାରି ରଖିଛି ଉତ୍ତର କୋରିଆ। ଏହାସହ ମିତ୍ରରାଷ୍ଟ୍ର ଭାବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ ପୁଟିନଙ୍କୁ ସବୁ କ୍ଷେତ୍ରରେ ଖୋଲା ସମର୍ଥନ ଜାରି ରଖିଛନ୍ତି। ପୁଟିନଙ୍କ ଉତ୍ତର କୋରିଆ ଗସ୍ତକୁ କ୍ରେମଲିନ୍ ପ୍ରଶାସନ କେବଳ ଏକ ବନ୍ଧୁତ୍ୱପୂର୍ଣ୍ଣ ରାଜକୀୟ ଯାତ୍ରା ବୋଲି ଅଭିହିତ କହିଥିବା ବେଳେ ଉଭୟ ରାଷ୍ଟ୍ରନେତା କିନ୍ତୁ ପରସ୍ପରର ବିପଦ ବେଳର ବନ୍ଧୁ ଭାବେ ତୁରନ୍ତ ସାମରିକ ସହାୟତା ଯୋଗାଇବା ପାଇଁ ନୂଆ ରାଜିନାମା ସ୍ୱାକ୍ଷର କରିଛନ୍ତି। ବିଶେଷକରି, ୟୁକ୍ରେନ ଯୁଦ୍ଧକୁ ଯଥାର୍ଥ ଦର୍ଶାଇଛନ୍ତି କିମ ଜଙ୍ଗ ଉନ୍। ତେଣୁ ସମର୍ଥନ ପାଇଁ ଉତ୍ତର କୋରିଆକୁ ଧନ୍ୟବାଦ ଜଣାଇଛନ୍ତି ପୁଟିନ୍।
ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ପଶ୍ଚିମ ବିଶ୍ୱର ଦେଶଗୁଡ଼ିକ ରୁଷ ଉପରେ ବିଭିନ୍ନ କଟକଣା ଲଗାଇଛନ୍ତି। କିନ୍ତୁ ଉଭୟ ପୁଟିନ ଓ କିମ ଜଙ୍ଗ ଉନ୍ ନିଜର ବନ୍ଧୁତା ଓ ସହଯୋଗ ଅକ୍ଷୁଣ୍ଣ ରଖିବାକୁ ସହମତ ହୋଇଛନ୍ତି। ୟୁକ୍ରେନ ଯୁଦ୍ଧ ଓ ଉତ୍ତର କୋରିଆଠାରୁ ଯୁଦ୍ଧାସ୍ତ୍ର ଆମଦାନି ପୁଟିନଙ୍କ ଗସ୍ତର ମୁଖ୍ୟ ଏଜେଣ୍ଡା ରହିଥିବା ବେଳେ ଉତ୍ତର କୋରିଆ ଯୁଦ୍ଧାସ୍ତ୍ର ରପ୍ତାନୀ ବଦଳରେ ରୁଷଠାରୁ ଉନ୍ନତ ପ୍ରଯୁକ୍ତିବିଦ୍ୟା, ମିଶାଇଲ ଡିଫେନ୍ ସିଷ୍ଟମ, ଉନ୍ନତ ବୈଜ୍ଞାନିକ ଉପକରଣ, ଅର୍ଥନୈତିକ ବିକାଶ ପାଇଁ ନୂଆକୌଶଳ ଶିକ୍ଷା ଆବଶ୍ୟକ କରିଛି। ଏହାସହ ଆର୍ଥିକ କଟକଣା ଯୋଗୁଁ ଦେବାଳିଆ ଅର୍ଥନୀତିକୁ ନେଇ ଗତି କରୁଥିବା ଉତ୍ତର କୋରିଆ ସ୍ଥିତି ସୁଧାରିବାକୁ ରୁଷ ମଧ୍ୟ ପ୍ରତିଶ୍ରୁତି ଦେଇଛି। ବିଶ୍ୱରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ଥିବା ଅନେକ କଟକଣାକୁ ବେଖାତିର କରି ଯୁଦ୍ଧରେ ବ୍ୟବହାର ହେବା ଲାଗି ଆବଶ୍ୟକ ହତିଆର ଉତ୍ତର କୋରିଆ ପାଖରେ ବହୁ ପରିମାଣରେ ମହଜୁଦ ରହିଛି। ତେଣୁ ଏହି ସବୁ ହତିଆର ରୁଷକୁ ବିକ୍ରି କରିବାକୁ ଚାହୁଁଛି ଉତ୍ତର କୋରିଆ।
୨୦୧୧ ମସିହାରୁ ରୁଷ ଓ ଉତ୍ତର କୋରିଆ ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହୋଇଥିବା ବେଳେ ୨୦୧୨ରେ ରୁଷ ଉତ୍ତର କୋରିଆ ଉପରେ ଥିବା ସମସ୍ତ ଋଣ ଛାଡ଼ କରିଦେଇଛି। ତେବେ ରୁଷ ରାଷ୍ଟ୍ରପତିଙ୍କର ଉତ୍ତର କୋରିଆ ଗସ୍ତ ପଛର ଆଉ କିଛି ରଣନୀତି ମଧ୍ୟ ଚର୍ଚ୍ଚା ହେଉଛି। ରୁଷ ରାଷ୍ଟ୍ରପତି ଓ ଉତ୍ତର କୋରିଆ ରାଷ୍ଟ୍ରପତି ଏକାଠି ହେବା ଘଟଣାକୁ ନେଇ ଦକ୍ଷିଣ କୋରିଆ ଓ ଆମେରିକା ଚିନ୍ତାପ୍ରକଟ କରିଛନ୍ତି। କାରଣ ଦକ୍ଷିଣ କୋରିଆ ରୁଷ ବିରୋଧୀ ରହି ଆସିବା ସହ ୟୁକ୍ରେନକୁ ବିନା ସର୍ତ୍ତରେ ଯୁଦ୍ଧାସ୍ତ୍ର ପ୍ରଦାନ କରି ଆସୁଛି। ତେଣୁ ଏଭଳି ଛକାପଞ୍ଝା ଭିତରେ ଉତ୍ତର କୋରିଆ ରୁଷକୁ ବିସ୍ଫୋରକ ସାମଗ୍ରୀ, କ୍ଷେପଣାସ୍ତ୍ର ଯୋଗାଣ ରାଜିନାମା ବୃଦ୍ଧି କରିଥିବା ବେଳେ ଏହା ବିଶ୍ୱ ପାଇଁ ଅଧିକ ବିପଦ ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଉତ୍ତର କୋରିଆ ୫୦ଲକ୍ଷ ଆର୍ଟିଲାରି ସେଲ୍ଫ ରୁଷକୁ ପଠାଇଥିବା ଦକ୍ଷିଣ କୋରିଆ ଅଭିଯୋଗ କରିଥିଲା। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା ଉତ୍ତରକୋରିଆ।
ପୁଟିନ-କିମ ଜଙ୍ଗ ଉନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସହ ଉତ୍ତର କୋରିଆର ଅର୍ଥଡକ୍ସ ଚର୍ଚ୍ଚ ବୁଲି ଦେଖିଛନ୍ତି। ତେବେ ବିଶ୍ୱ ନୀତିନିୟମର ସ୍ରୋତରେ ସାମିଲ ନହୋଇ ଏକପ୍ରକାର ବିପରିତ ଦିଗରେ ଗତି କରୁଥିବା ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଘନିଷ୍ଠତା କେବଳ ହତିଆର ରାଜିନାମା ସ୍ୱାକ୍ଷର ନା ମିଳିତ ଭାବେ ବିଶ୍ୱରେ ନିଜର ପତିଆରା ସୃଷ୍ଟି ପାଇଁ ଏକ ନୂଆ ଯୋଜନା, ତାହା ଏବେ ବଡ଼ ପ୍ରସଙ୍ଗ ହୋଇଛି। ସେପଟେ ଚୀନ-ରୁଷ- ଉତ୍ତର କୋରିଆର ମିଳିତ ରଣନୀତି ଆମେରିକାର ଦବଦବା ହ୍ରାସ ପାଇଁ ବାରମ୍ୱାର ପ୍ରୟାସ, ଦିନକୁ ଦିନ ଜାତିସଂଘର ପ୍ରଭାବହୀନତା ବର୍ତ୍ତମାନ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉଭୟ କିମ୍ ଜଙ୍ଗ ଉନ୍ ଓ ପୁଟିନ ମିଳିତ ହୋଇ ସାମିରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପ୍ରୋତ୍ସାହନ ହେଉ କି ରୁଷ-ୟୁକ୍ରେନ ଯୁଦ୍ଧ କିମ୍ୱା ମଧ୍ୟପାଚ୍ୟରେ ହମାସ-ପାଲେଷ୍ଟାଇନ- ଇସ୍ରାଏଲ ଯୁଦ୍ଧ ବିଶ୍ୱ ପାଣିପାଗକୁ ଅଧିକ ଅସ୍ଥିରତା ଓ ଅଶାନ୍ତି ଭିତରକୁ ଠେଲି ଦେଇଛି।
ଲଳିତେନ୍ଦୁ ପଲାଉରୀ
ଅସ୍ତରଙ୍ଗ, ମୋ: ୯୭୭୮୬୯୭୦୩୬