ଜଳବାୟୁ ପରିବର୍ତ୍ତନରେ ସହରୀକୃଷିର ଭୂମିକା
ଅଧିକ ରୋଜଗାର ଆଶାରେ ହେଉ ବା ବ୍ୟବସାୟ ଉଦ୍ଦେଶ୍ୟରେ ହେଉ କିମ୍ୱା ନୂତନ କର୍ମସଂସ୍ଥାନ ପାଇଁ ଗ୍ରାମାଞ୍ଚଳରୁ ବହୁଲୋକ ସହରାଭିମୁଖୀ ହେବା ଫଳରେ ସହରାଞ୍ଚଳ ଜନବସତି କ୍ରମଶଃ ବୃଦ୍ଧି ପାଉଛି। ସହରୀକରଣ ଦ୍ୱାରା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ଅଧିକ ଉତ୍ତାପ, ଅଧିକ ବର୍ଷା, ଅଧିକ ରୌଦ୍ରତାପ ଓ ଅଧିକ ପ୍ରଦୂଷଣ ଦେଖାଯାଏ। ସହରାଞ୍ଚଳରେ ଏପରି ଏକ ସମସ୍ୟାର ସମାଧାନ ସହରୀ କୃଷି ମାଧ୍ୟମରେ ସମ୍ଭବ। ସହରୀ କୃଷି ଓ ବନୀକରଣ ଫଳରେ ଏକ ସବୁଜ […]
ଅଧିକ ରୋଜଗାର ଆଶାରେ ହେଉ ବା ବ୍ୟବସାୟ ଉଦ୍ଦେଶ୍ୟରେ ହେଉ କିମ୍ୱା ନୂତନ କର୍ମସଂସ୍ଥାନ ପାଇଁ ଗ୍ରାମାଞ୍ଚଳରୁ ବହୁଲୋକ ସହରାଭିମୁଖୀ ହେବା ଫଳରେ ସହରାଞ୍ଚଳ ଜନବସତି କ୍ରମଶଃ ବୃଦ୍ଧି ପାଉଛି। ସହରୀକରଣ ଦ୍ୱାରା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ଅଧିକ ଉତ୍ତାପ, ଅଧିକ ବର୍ଷା, ଅଧିକ ରୌଦ୍ରତାପ ଓ ଅଧିକ ପ୍ରଦୂଷଣ ଦେଖାଯାଏ। ସହରାଞ୍ଚଳରେ ଏପରି ଏକ ସମସ୍ୟାର ସମାଧାନ ସହରୀ କୃଷି ମାଧ୍ୟମରେ ସମ୍ଭବ। ସହରୀ କୃଷି ଓ ବନୀକରଣ ଫଳରେ ଏକ ସବୁଜ ବଳୟ ସୃଷ୍ଟି ହୋଇ ତାପମାତ୍ରା ହ୍ରାସ ପାଇଥାଏ। ଚାଷ ପାଇଁ ବିଶେଷ ଜମି ଓ ଜଳ ଅଭାବରୁ ସହରୀ କୃଷି ଗୃହବଗିଚା ଓ ଛାତବଗିଚା ମଧ୍ୟରେ ସୀମିତ ରହେ। ତଥାପି ଏପରି ବଗିଚା ଚାରିପାଖର ଜଳବାୟୁକୁ ସୁଶୀତଳ କରିବାରେ ସାହାଯ୍ୟ କରେ। କୁଣ୍ଡରେ ଲଗାଇଥିବା ଊଦ୍ଭିଦ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣକରେ ଏବଂ ଅମ୍ଳଜାନ ତ୍ୟାଗକରେ। ଏହାସହିତ ଉଦ୍ଭିଦଗୁଡ଼ିକର ବାଷ୍ପ ପ୍ରସ୍ୱେଦନ କ୍ରିୟା ଚାରି ପାଖକୁ ଥଣ୍ଡାରଖେ।
ସହର ବାସିନ୍ଦା ନିଜର ପସନ୍ଦ ମୁତାବକ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ବଜାର ଉପରେ ନିର୍ଭର କରନ୍ତି। ଆଉ କେତେକ ନିଜ ଘରପାଖରେ ପାକଶାଳା ବଗିଚାଟିଏ ସ୍ଥାପନ କରନ୍ତି ଅଥବା ଆଉ କେତେକ ନିଜ ଛାତ ଉପରେ କିଛି ପନିପରିବା ଚାଷ କରୁଛନ୍ତି। ଜଣେ ପ୍ରାପ୍ତବୟସ୍କ ଦିନକୁ ୧୦୦ ଗ୍ରାମ ଶାଗ, ୧୦୦ ଗ୍ରାମ ଫୁଲ ଓ ଫଳ ଜାତୀୟ ପରିବା ଏବଂ ୧୦୦ ଗ୍ରାମ କନ୍ଦଜାତୀୟ ପରିବା ଆବଶ୍ୟକ କରେ। ଏହି ପରିବା ଆମେ ବଜାରରୁ କିଣିବା ବେଳେ ବିଚାର କରି ନ ଥାଉ ଯେ ଏହା କିପରି ଉତ୍ପାଦନ ହୋଇଛି ଏବଂ ଏଥିରେ କେଉଁ ରାସାୟନିକ ପଦାର୍ଥ ମିଶିଛି। ଏଣୁ ଆମେ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଏହି ପରିପ୍ରେକ୍ଷୀରେ ଆମେ ଯଦି ଆମ ଘରବାଡ଼ିରେ ବା ଛାତ ଉପରେ କିଛି ପନିପରିବା ଚାଷ କରିବା ତେବେ ବିଭିନ୍ନ ଦୃଷ୍ଟିରୁ ଲାଭବାନ୍ ହୋଇ ପାରିବା।
ଛାତବଗିଚା ପାଇଁ ଆବଶ୍ୟକ ଉପକରଣ ହେଉଛି କୁଣ୍ଡ ଅଥବା ଶଯ୍ୟା, ଉର୍ବର ମାଟି, ଜଳସେଚନ ଓ ନିଷ୍କାସନ ବ୍ୟବସ୍ଥା, ଖତ ଓ ସାର, ଜୈବ କୀଟ ନିୟନ୍ତ୍ରଣ ଦ୍ରବ୍ୟ ଏବଂ ରଞ୍ଜା ବା ଭାଡ଼ି। ପାଞ୍ଚ ଜଣ ସଦସ୍ୟବିଶିଷ୍ଟ ଗୋଟିଏ ପରିବାର ପାଇଁ ୩୦ ଫୁଟ ଗୁଣନ ୨୦ ଫୁଟ ଜାଗା ଯଥେଷ୍ଟ। ଇଟା ଦ୍ୱାରା ଶଯ୍ୟା କରି କିମ୍ୱା ମାଟି କୁଣ୍ଡରେ ପନିପରିବା ଚାଷ ସୁବିଧାରେ ହୋଇପାରିବ। ନିୟମିତ ଜଳସେଚନ, ଜଳ ନିଷ୍କାସନ ଓ ଘାସବଛା ସହିତ ରୋଗପୋକ ଚିହ୍ନଟ କରି ଗୋବରପାଣି, ଗୋମୂତ୍ର, ନିମତେଲ, ହାଣ୍ଡିଖତ ଇତ୍ୟାଦି ମାଧ୍ୟମରେ ଫସଲ ପରିଚାଳନା କରିବାକୁ ହେବ। କଲରା, ଲାଉ, କାକୁଡି, ତରଭୁଜ, କଖାରୁ ଜାତୀୟ ଫସଲ ପାଇଁ ଭାଡ଼ି କିମ୍ୱା ରଞ୍ଜା ବ୍ୟବସ୍ଥା କରିବା ଆବଶ୍ୟକ। ସହରାଞ୍ଚଳରେ ଏକ ଆଧୁନିକ ଓ ବ୍ୟବସାୟିକ କୃଷି ହେଉଛି ଭର୍ଟିକାଲ ଫାର୍ମଂ। ଏହି ଧରଣ କୃଷି ସୀମିତ ଜାଗା ଓ ସହରୀ ପରିବେଶରେ ପନିପରିବା, ଫଳ ଓ ଔଷଧ ଜାତୀୟ ଉଦ୍ଭିଦ ଚାଷ କରିବା ପାଇଁ ଅନୁକୂଳ। ଏହି ପଦ୍ଧତିରେ ଥାକ ଥାକ କରି ଉପରକୁ ଉପର କୁଣ୍ଡରେ କିମ୍ୱା ବିଭିନ୍ନ ଗଢ଼ଣରେ ବା ପାତ୍ରରେ ପନିପରିବା, ଫୁଲ, ଫଳ, ମସଲା ଓ ଔଷଧ ଜାତୀୟ ଫସଲ ଚାଷ କରାଯାଏ।
ଏପରି ଚାଷପ୍ରଣାଳୀ ୧୯୯୯ ମସିହାରେ କଲମ୍ୱିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଡିସ୍କନ ଡେସ୍ପୋମିୟର ଉଦ୍ଭାବନ କରିଥିଲେ। ଏପରି ଚାଷ ସାଧାରଣତଃ ତିନି ପ୍ରକାରରେ ଯଥା- ହାଇଡ୍ରୋପୋନିକ୍ସ, ଏଇରୋପୋନିକ୍ସ ଓ ଆକ୍ୱାପୋନିକ୍ସ। ହାଇଡ୍ରୋପୋନିକ୍ସ ହେଉଛି ବିନା ମାଟିରେ ପାଣି ଦ୍ୱାରା ଚାଷ। ଏହା ଦୁଇଟି ଗ୍ରୀକ୍ ଶବ୍ଦ ‘ହାଇଡ୍ରୋ’ ଅର୍ଥାତ୍ ପାଣି ଓ ‘ପୋନସ’ ଅର୍ଥାତ୍ କାର୍ଯ୍ୟରୁ ଆନୀତ। ଏହି ଚାଷରେ ପାତ୍ର କିମ୍ୱା ନଳୀରେ ଚାରାରୋପଣ କରି କେବଳ ପୋଷକ ଓ ଅମ୍ଳଜାନ ମିଶ୍ରିତ ଦ୍ରବଣରେ ଗଛକୁ ବଢ଼଼ାଯାଏ। ଗୋଟିଏ ବଡ଼ ପାତ୍ରରେ ଗଛର ଚାହିଦା ଅନୁସାରେ ଖାଦ୍ୟସାର ଦ୍ରବଣ ସହିତ ବାୟୁ ମିଶାଇ ଗଛର ଚେରକୁ ପମ୍ପ ସାହାଯ୍ୟରେ ଯୋଗାଇ ଦିଆଯାଏ। ବାୟୁମଣ୍ଡଳରୁ ଗଛ ସୂର୍ଯ୍ୟାଲୋକ ଓ ଅଙ୍ଗାରକାମ୍ଳ ପାଇ ବଢ଼େ। ଖାଦ୍ୟସାର ଜୈବିକ କିମ୍ବା ରାସାୟନିକ ହୋଇପାରେ। ଏହିପ୍ରକାର ଚାଷ ଛାତ ଉପରେ କିମ୍ୱା ସବୁଜ ଗୃହ ମଧ୍ୟରେ କରାଯାଏ। ଏହି ପ୍ରଣାଳୀରେ ଚାରାରୋପଣ ପାତ୍ର କିମ୍ୱା ଲମ୍ୱା ନଳୀ ମଧ୍ୟରେ ଥିବା କଣାରେ ପୋତାଯାଏ, ଯେପରି ଚେର ଦ୍ରବଣ ମଧ୍ୟରେ ବୁଡ଼ିରହି ଧୀରେ ଧୀରେ ଖାଦ୍ୟସାର ଓ ଅମ୍ଳଜାନ ଦ୍ରବଣରୁ ସଂଗ୍ରହ କରି ବଢ଼଼ିବାରେ କୌଣସି ଅସୁବିଧା ହେବନାହିଁ। ଏହି ପ୍ରଣାଳୀରେ ସାଧାରଣତଃ ଶାଗ, ଲଙ୍କା ମରିଚ, ପାଳଙ୍ଗ, ପୋଦିନା, ଧନିଆ, ଲେଟ୍ୟୁସ, ଟମାଟୋ, ଷ୍ଟ୍ରବେରୀ, କାକୁଡ଼ି, ଲାଉ, ଔଷଧ ଜାତୀୟ ଲତା ଇତ୍ୟାଦି ଚାଷ କରାଯାଏ। ପ୍ରତି ସାତଦିନ ବ୍ୟବଧାନରେ ପୋଷକ ମିଶ୍ରିତ ପାଣି ପରିବର୍ତ୍ତନ କରିବା ଆବଶ୍ୟକ ହୁଏ। ସବୁଜ ଗୃହ ମଧ୍ୟରେ ଏଲ୍ଇଡି ଆଲୋକ ଲଗାଇଲେ ଅମଳ ଅଧିକ ହୁଏ।
ଏଇରୋପୋନିକ୍ସ ପ୍ରଣାଳୀରେ ଚାଷ ମଧ୍ୟ ବିନା ମାଟିରେ କରାଯାଏ। ପାତ୍ରରେ ବା ନଳୀରେ ରୋପଣ କରାଯାଇଥିବା ଚାରାର ଚେର ବାୟୁମଣ୍ଡଳରେ ଝୁଲି ରହିଥାଏ। ତଳ ପାଖରୁ ଜଳ ସିଞ୍ଚନ କରାଯାଏ। ଏଥିରେ ଖାଦ୍ୟସାର ଦ୍ରବଣ ଥିବାରୁ ଚାରାଗଛ ଖାଦ୍ୟସାର ପାଇ ବଢ଼଼ିବାକୁ ଲାଗେ। ଏହି ପ୍ରଣାଳୀରେ ମଧ୍ୟ ଶାଗ, ପାଳଙ୍ଗ, ଲଙ୍କା ମରିଚ, ପୋଦିନା, ଧନିଆ, ଟମାଟୋ ଇତ୍ୟାଦି ଚାଷ କରାଯାଏ। ଆକ୍ୱାପୋନିକ ଚାଷ ପ୍ରଣାଳୀରେ ଏକ ଜଳଜ ପରିବେଶରେ କାଚ ବାକ୍ସ ମଧ୍ୟରେ ମାଛ ଚାଷ କରାଯାଏ ଏବଂ ଏହାସହିତ ଅନ୍ୟ ଏକ ପାତ୍ରରେ ଫସଲ ହିସାବରେ କାକୁଡି, ଟମାଟୋ, ଷ୍ଟ୍ରବେରୀ ଇତ୍ୟାଦି ଚାଷ କରାଯାଏ। ମାଛମାନଙ୍କୁ ଆବଶ୍ୟକ ଖାଦ୍ୟ ଦିଆଯାଏ ଓ ଏହାର ମଇଳା ଫସଲ ପାଇଁ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ।
ଉପରୋକ୍ତ ତିନିପ୍ରକାର ଚାଷ ପ୍ରଣାଳୀରେ ସୀମିତ ଜାଗାରେ ଅଧିକ ଅମଳ ମିଳେ, ବର୍ଷସାରା ଫସଲ ଚାଷ ହୁଏ, ସର୍ବଦା ସବୁଜ ଓ ନିରାପଦ ପନିପରିବା ମିଳେ ଏବଂ ଏଗୁଡ଼ିକ ପୁଷ୍ଟିକର ହୋଇଥାଏ। ଜମିରେ ଟମାଟୋ ଚାଷ କଲେ ୧ କିଲୋ ଉତ୍ପାଦନ ପାଇଁ ୨୧୪ ଲିଟର ପାଣି, ଆବଶ୍ୟକ ସ୍ଥଳେ ହାଇଡ୍ରୋପୋନିକ୍ସ ପ୍ରଣାଳୀରେ ୭୦ ଲିଟର ଏବଂ ଏଇରୋପୋନିକ୍ସ ପ୍ରଣାଳୀରେ ୨୦ ଲିଟର ଆବଶ୍ୟକ ହୁଏ। ଏକର ପ୍ରତି ଜମିରେ ୧୦-୧୨ ଟନ୍ ଟମାଟୋ ଉତ୍ପାଦନ ହେବା ସ୍ଥଳେ ହାଇଡ୍ରୋ ପୋନିକ୍ସ ପ୍ରଣାଳୀରେ ୧୮୦- ୨୦୦ ଟନ୍ ଉତ୍ପାଦନ ହୁଏ।
ଉପରୋକ୍ତ ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅତି ସଘନ ଭାବରେ ସୀମିତ ଜାଗାରେ ଏକ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ପରିବେଶରେ ଚାଷ ହୋଇଥାଏ। ଯାହାଫଳରେ ବର୍ଷ ସାରା ବିନା ଜଳବାୟୁ ସମସ୍ୟା ମଧ୍ୟରେ ଚାଷ ହୋଇପାରେ। ପ୍ରାରମ୍ଭିକ ସ୍ଥିତିରେ ବ୍ୟୟବହୁଳ ହେଲେ ମଧ୍ୟ ଏହି ଚାଷରେ ପରିବହନ ଖର୍ଚ୍ଚ ହ୍ରାସ ପାଏ, ଅଥଚ ବଜାର ଚାହିଦା ଅଧିକ ଥାଏ। ଏପରି ଚାଷରେ ରୋଗ ପୋକ ଲାଗିବାର ଆଶଙ୍କା ମଧ୍ୟ ବହୁତ କମ୍ ଥାଏ। ନେଟ୍ ହାଉସ୍ ମଧ୍ୟରେ ଏପ୍ରକାର ଚାଷରେ ୪୦ ଲକ୍ଷରୁ ୧୭୦ ଲକ୍ଷ ଟଙ୍କା ଏବଂ ମାସିକ ୮୦, ୦୦୦ ରୁ ୧, ୯୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ଏକର ପ୍ରତି ୨୫-୩୦ ଶ୍ରମିକ ନିଯୁକ୍ତ କରିବା ଆବଶ୍ୟକ। କିନ୍ତୁ ଏକର ପ୍ରତି ବାର୍ଷିକ ମୋଟ ଲାଭ ୧୮ ରୁ ୨୦ ଲକ୍ଷ ଟଙ୍କା ହୁଏ। ଏପରି ଚାଷରେ ଅଧିକ ପ୍ରଯୁକ୍ତି ବିଦ୍ୟା, ଏଲ୍ଇଡି ଆଲୋକ ଓ ପାଣ୍ଠି ଆବଶ୍ୟକ ହେଉଥିବାରୁ ସମସ୍ତେ ଏପରି ଚାଷ କରି ପାରିବେ ନାହିଁ। ତେବେ ଏହି ଚାଷ ପାଇଁ ଆମ ରାଜ୍ୟରେ ଆପିକଲ ପ୍ରକଳ୍ପ ପ୍ରସ୍ତୁତି, ବ୍ୟାଙ୍କ ଋଣ ଯୋଗାଣରେ ସହାୟତା ସହିତ ୪୦% ରିହାତି ବ୍ୟବସ୍ଥା କରିଛନ୍ତି। ଆଗ୍ରହୀ ଚାଷୀ ନିକଟସ୍ଥ କୃଷି ଅଧିକାରୀ କିମ୍ୱା ଉଦ୍ୟାନ ଅଧିକାରୀଙ୍କ ସହ ପରାମର୍ଶ କଲେ ଅଧିକ ବିବରଣୀ ପାଇପାରିବେ। ଭୁବନେଶ୍ୱର ଆଇଗଣିଆ ନିକଟସ୍ଥ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ବୈଜ୍ଞାନିକମାନେ ଏପରି ଚାଷ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି।
ଏପରି ସହରୀ କୃଷି ଯୋଗୁଁଁ ଯେଉଁସବୁ ଲାଭ ମିଳେ ସେଗୁଡ଼ିକ ହେଲା – ସୂର୍ଯ୍ୟତାପ ହ୍ରାସ, ଘର ଚାରିପଟେ ଥିବା ଗଛରୁ ଅଧିକ ବାଷ୍ପୀଭବନ ଯୋଗେ ଶୀତଳୀକରଣ, ବୃକ୍ଷଲତା ଦ୍ୱାରା ସୂର୍ଯ୍ୟତାପ ଅବଶୋଷଣ, ସହରୀ ତାପଦ୍ୱୀପ ପ୍ରଭାବ ହ୍ରାସ, ଶକ୍ତି ସଞ୍ଚୟ, ଅଙ୍ଗାରକାମ୍ଳ ବାଷ୍ପ ନିୟନ୍ତ୍ରଣ ଏବଂ ଅଧିକ ମାତ୍ରାରେ ବାଷ୍ପଗୁଡ଼ିକର ମିଶ୍ରଣ ହେତୁ ଶୀତଳ ସମୀରଣ ସୃଷ୍ଟି। ସହର ବାସିନ୍ଦା ବର୍ଷାଜଳ ସଂରକ୍ଷଣ ସହିତ ସହରୀ କୃଷିପଦ୍ଧତି ଅନୁସରଣ କଲେ ସହର ଜୀବନ ଆମୋଦଦାୟକ ହୋଇପାରିବ। ଏହାଛଡ଼ା ସେମାନେ ନିଜ ପରିବାରର ପୁଷ୍ଟି ନିରାପତ୍ତା ହାସଲ ସହିତ ଆର୍ଥିକ ଦୃଷ୍ଟିରୁ ଲାଭବାନ୍ ହୋଇପାରିବେ।
ବିଦ୍ୟାଧର ମହାରଣା
(କୃଷି ବିଶେଷଜ୍ଞ)
ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦