ଘୋଷଯାତ୍ରାର ସାଂସ୍କୃତିକ ସୌରଭ
ପୁରୁଷୋତ୍ତମ ଶ୍ରୀଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରଥଯାତ୍ରା, ଶ୍ରୀଗୁଣ୍ଡିଚା, ଆଡ଼ପମଣ୍ଡପ ଯାତ୍ରା, ଦଶାବତାର ଯାତ୍ରା, ଜନ୍ମବେଦୀ ଯାତ୍ରା, ନବଦିନ ଯାତ୍ରା, ପତିତପାବନ ଯାତ୍ରା ପ୍ରଭୃତି ବହୁ ନାମରେ ଖ୍ୟାତ। ତନ୍ମଧ୍ୟରୁ ଘୋଷଯାତ୍ରା ନାମଟି ବିଶେଷ ଆକର୍ଷଣୀୟ। ଘୋଷ ଶବ୍ଦର ଅର୍ଥ ମଙ୍ଗଳ। ଶ୍ରୀଜଗନ୍ନାଥଙ୍କ ଅନେକ ଯାତ୍ରା ମଧ୍ୟରୁ ଘୋଷଯାତ୍ରା ସର୍ବାଧିକ ମାନବ ମଙ୍ଗଳକାରୀ ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିଛି। ବିଶ୍ୱର ମଙ୍ଗଳ କାମନାରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଏହାର ଅନ୍ୟ ନାମ ମଙ୍ଗଳୋତ୍ସବ ବା ଘୋଷୋତ୍ସବ। […]
ପୁରୁଷୋତ୍ତମ ଶ୍ରୀଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରଥଯାତ୍ରା, ଶ୍ରୀଗୁଣ୍ଡିଚା, ଆଡ଼ପମଣ୍ଡପ ଯାତ୍ରା, ଦଶାବତାର ଯାତ୍ରା, ଜନ୍ମବେଦୀ ଯାତ୍ରା, ନବଦିନ ଯାତ୍ରା, ପତିତପାବନ ଯାତ୍ରା ପ୍ରଭୃତି ବହୁ ନାମରେ ଖ୍ୟାତ। ତନ୍ମଧ୍ୟରୁ ଘୋଷଯାତ୍ରା ନାମଟି ବିଶେଷ ଆକର୍ଷଣୀୟ। ଘୋଷ ଶବ୍ଦର ଅର୍ଥ ମଙ୍ଗଳ। ଶ୍ରୀଜଗନ୍ନାଥଙ୍କ ଅନେକ ଯାତ୍ରା ମଧ୍ୟରୁ ଘୋଷଯାତ୍ରା ସର୍ବାଧିକ ମାନବ ମଙ୍ଗଳକାରୀ ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିଛି। ବିଶ୍ୱର ମଙ୍ଗଳ କାମନାରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଏହାର ଅନ୍ୟ ନାମ ମଙ୍ଗଳୋତ୍ସବ ବା ଘୋଷୋତ୍ସବ। ଘୋଷଯାତ୍ରା ମାନବ ଜାତିକୁ ବିଶ୍ୱାତ୍ମବୋଧ, ଶାନ୍ତି, ମୈତ୍ରୀ, ପ୍ରେମ, ସ୍ନେହ ଓ ଶ୍ରଦ୍ଧାରେ ଅନୁପ୍ରାଣିତ କରି ସଂପ୍ରତି ଆବିଶ୍ୱ ପ୍ରସାରିତ। ମାନବ ଜାତିର ପାର୍ବଣ ଇତିହାସରେ ଶୀର୍ଷ ଆସନ ଅଳଙ୍କୃତ କରିଥିବା ଘୋଷଯାତ୍ରା ସ୍ୱକୀୟ ପାରମ୍ପରିକ ପ୍ରବାହ, ସାଂସ୍କୃତିକ ସୌରଭ, ଗଣପର୍ବର ଗୌରବ ଓ ବିଶ୍ୱାତ୍ମବୋଧର ବୈଶିଷ୍ଟ୍ୟରେ ମାନବଜାତିକୁ ‘ବସୁଧୈବ କୁଟୁମ୍ବକମ୍’ ଭାବଧାରାରେ ଅନୁପ୍ରାଣିତ କରି ବିଶ୍ୱକଲ୍ୟାଣକାରୀ ମହୋତ୍ସବ ରୂପେ ପ୍ରତିଭାତ।
ଘୋଷଯାତ୍ରା ହେଉଛି ପୁରୁଷୋତ୍ତମ ଜଗନ୍ନାଥଙ୍କ ମହାପାବନାବତାରର ଅବ୍ୟକ୍ତ ଲୀଳା। ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ଚେତନାରୁ ଏହି ଲୀଳା ଊର୍ଦ୍ଧ୍ବରେ ସଂସ୍ଥିତ। ଏହି ମାଧୁର୍ଯ୍ୟଲୀଳାରେ ପୁରୁଷୋତ୍ତମ ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନସିଂହାସନରୁ ଗଣପର୍ବର ମହାପୀଠ ବଡ଼ଦାଣ୍ଡକୁ ଓହ୍ଲାଇ ତ୍ରିରଥରେ ଆପଣାର ଜନ୍ମବେଦୀକୁ ଯାତ୍ରା କରିଥା’ନ୍ତି। ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ଅଗଣିତ ବିଶ୍ୱବାସୀ ଅଭୂତପୂର୍ବ ଆନନ୍ଦ ଓ ଉଲ୍ଲାସରେ ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବା ସହିତ ତାଙ୍କ ରଥ ଦଉଡ଼ି ଟାଣି କୃତକୃତ୍ୟ ହୋଇଥା’ନ୍ତି। ଗଣଦେବତା ଶ୍ରୀଜଗନ୍ନାଥ ଜଗତର ନାଥ। ସେ ବାହୁ ପ୍ରସାରୀ ସଭିଁଙ୍କୁ ଆପଣାର କରିନେଉଛନ୍ତି। ତାଙ୍କ ନିକଟରେ ସାନ, ବଡ଼, ଉଚ୍ଚ, ନୀଚ, ଛୁଆଁ, ଅଛୁଆଁ, ଧନୀ, ଦରିଦ୍ର, ଜାତି, ଅଜାତି, ଦେଶୀ, ବିଦେଶୀର ଭାବ ନାହିଁ। ତାଙ୍କ ଘୋଷଯାତ୍ରାରେ ରାଜା, ପ୍ରଜା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର, ଦରିଦ୍ର, କୃପଣ, ଗୃହସ୍ଥ, ମାଲିକ, ସେବକ, ସ୍ୱଦେଶୀ, ବିଦେଶୀ ସଭିଏଁ ସମାନ।
“ରାଜା ଚତୁର୍ବିଧା ବର୍ଣ୍ଣା ଅନ୍ୟେ ଚ ପୃଥଗଜନାଃ
ଦୀନାମହନ୍ତାଶ୍ଚ ତଦା ସମାନାସ୍ତତ୍ର ଭ୍ରାନ୍ତି ବୈ।
ଦରିଦ୍ରୋ କୃପଣୋବାପି ଗୃହସ୍ଥ ପ୍ରଭୁରେବ ବା,
ସ୍ୱଦେଶ୍ୟା ପରଦେଶ୍ୟାବା ସର୍ବତତ୍ର ସମାନତଃ।”
ତାଙ୍କ ଚକାଆଖିରେ ସଭିଏଁ ସମାନ। ମାନବ ସମାଜକୁ ବିଶ୍ୱସଂସ୍କୃତିର ମହାମନ୍ତ୍ର ଅର୍ଥାତ୍ ସାମ୍ୟ, ମୈତ୍ରୀ ଓ ବିଶ୍ୱ ଭ୍ରାତୃତ୍ୱର ମହାମନ୍ତ୍ରରେ ଉଦ୍ବୁଦ୍ଧ କରାଇବା ହିଁ ଘୋଷଯାତ୍ରାର ମହତ ଲକ୍ଷ୍ୟ।
ଗବେଷକମାନେ ଘୋଷଯାତ୍ରାର ଅୟମାରମ୍ଭ କାଳ ଅଦ୍ୟାବଧି ସଠିକ୍ ଭାବେ ନିର୍ଣ୍ଣୟ କରିପାରିନାହାନ୍ତି। କାଳାତୀତ ଶ୍ରୀଜଗନ୍ନାଥଙ୍କ କାଳ ନିର୍ଣ୍ଣୟ ଯେପରି ଏ ଯାବତ୍ ସମ୍ଭବ ହୋଇପାରିନାହିଁ, ସେହିପରି ମାନବ କଲ୍ୟାଣକାରୀ ଘୋଷଯାତ୍ରାର କାଳ ଓ କର୍ତ୍ତା ଅଦ୍ୟାବଧି ନିରୂପଣ କରାଯାଇପାରିନାହିଁ। ବୈଦିକ ସଂସ୍କୃତି, ଶାବର ସଂସ୍କୃତି ବା ବୌଦ୍ଧ ସଂସ୍କୃତି ଯେଉଁ ସଂସ୍କୃତିରୁ ଘୋଷଯାତ୍ରା ଜନ୍ମ ନେଉନା କାହିଁକି ସକଳ ସଂସ୍କୃତିର ସମନ୍ୱୟ ଭାବଧାରାରେ ଏହାର ପ୍ରକାଶ ଓ ବିଶ୍ୱ ସଂସ୍କୃତିରେ ଏହାର ବିକାଶ। ଘୋଷଯାତ୍ରା ବିଶ୍ୱ ସଂସ୍କୃତିରେ ସାମ୍ୟ, ମୈତ୍ରୀ, ପ୍ରୀତି ଓ ଶାନ୍ତିର ମନ୍ଦାକିନୀ ପ୍ରବାହିତ କରାଇ ବିଶ୍ୱବାସୀଙ୍କ ମଧ୍ୟରେ ବିଶ୍ୱାସ ଚେତନାର ଉନ୍ମେଷ ଘଟାଇ ପାରିଛି। ଅନ୍ୟ ଭାଷାରେ ଉଲ୍ଲେଖକଲେ, ଘୋଷଯାତ୍ରା ପ୍ରାଚୀନ ଯୁଗରୁ ବିଶ୍ୱ ସଂସ୍କୃତିକୁ ପ୍ରଭାବିତ କରି ଗଣ ସଂସ୍କୃତିର ପୃଷ୍ଠପଟ୍ଟରେ ପ୍ରତିଷ୍ଠିତ ତଥା ବିଶ୍ୱ ଜନମାନସରେ ସର୍ବଶ୍ରେଷ୍ଠ ସାଂସ୍କୃତିକ ଆକର୍ଷଣ ରୂପେ ମହିମାବନ୍ତ। ମହନୀୟତା ହେଉଛି , ଏହି ଗଣମହୋତ୍ସବରେ ମାନବବାଦ ସାକାର ରୂପ ଗ୍ରହଣ କରିଛି ଏବଂ ସକଳ ସଂସ୍କୃତିର ମହାମିଳନରେ ଏହା ଏକ ଲୋକ କଲ୍ୟାଣକାରୀ ଗଣପର୍ବର ମାନ୍ୟତା ଲାଭ କରିଛି। ବିଶ୍ୱ ମୈତ୍ରୀ ହିଁ ଘୋଷଯାତ୍ରାର ଦିବ୍ୟସନ୍ଦେଶ। ମାନବ ଧର୍ମର ଭିତ୍ତିଭୂମି ଉପରେ ଏହା ପ୍ରତିଷ୍ଠିତ ଏବଂ ବିଶ୍ୱରେ ପ୍ରଚଳିତ ସକଳଧର୍ମ ମତକୁ ଅଙ୍ଗୀଭୂତ କରି ବିଶ୍ୱର ମଙ୍ଗଳ ବିଧାନ ପୂର୍ବକ ମଙ୍ଗଳଯାତ୍ରା ବା ଘୋଷଯାତ୍ରା ନାମରେ ମହିମାମଣ୍ଡିତ। ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଅନ୍ୟ ନାମ ପତିତପାବନ ଯାତ୍ରା। ଏହା ତାଙ୍କର ସ୍ୱୟଂ ଲୀଳା।
“ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳା ଯା’ର/ ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର।”
ତାଙ୍କ ପତିତପାବନ ଲୀଳାର ମହତ୍ ଉଦ୍ଦେଶ୍ୟ ହେଉଛି, ‘ସର୍ବେଷାଂ ପାବନଂ ମହତ୍’। ସେ ଏହି ଦିବ୍ୟ ଲୀଳାରେ ପତିତପାବନତ୍ୱକୁ ହିଁ ପ୍ରମାଣ କରିଛନ୍ତି। ଯୁଗେ ଯୁଗେ ପତିତମାନଙ୍କୁ ପାବନ କରି ସେ ହୋଇଛନ୍ତି ପତିତପାବନ। ଆମେ ପତିତ କହିଲେ ଯାହା ବୁଝୁ ତାହା ତାଙ୍କଠାରେ ପାବନ ଭାବରେ ପ୍ରତିଷ୍ଠିତ। ତାଙ୍କ ଦିବ୍ୟ ଦୃଷ୍ଟିରେ ଯିଏ ପତିତ, ସେ ହିଁ ପବିତ୍ର। ତାଙ୍କ ବାନା ହେଉଛି ପତିତପାବନ ବାନା। ଶାସ୍ତ୍ରକାର ବୃନ୍ଦ ତାଙ୍କୁ ମତ୍ସ୍ୟବେଦପାବନ, କୂର୍ମନିଧି ପାବନ, ବରାହଧରିଣୀ ପାବନ, ନୃହରି ଭକ୍ତ ପାବନ, ବାମନ ଦୈତ୍ୟପାବନ, ପର୍ଶୁରାମ ତାପ ପାବନ ପ୍ରଭୃତି ନାମରେ ଚିତ୍ରଣ କରିଛନ୍ତି। ମୃଗୁଣୀ ତାଙ୍କୁ ‘ପତିତାଶ୍ରେଷ୍ଠ’ ଭାବରେ ପ୍ରାର୍ଥନା କରିଛି। ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ରୂପରେ ସେ ପତିତ ଅହଲ୍ୟା, ପତିତ ନିଷାଦ, ପତିତ କୈବର୍ତ୍ତ, ପତିତ ଜଟାୟୁ, ପତିତ ଶବରୀ ପ୍ରଭୃତିଙ୍କୁ ପାବନ କରି ପତିତ ପାବନ ନାମରେ ମହିମାବନ୍ତ ହୋଇଛନ୍ତି। ଦ୍ୱାପର ଯୁଗରେ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସେ ଗୋପୀ, ଗୋପାଳ, ପୂତନାଦି ପତିତ ରାକ୍ଷସଗଣ, କପଟୀ କଂସ ପ୍ରେରିତ ବର୍ଗୀ, କୁରୁକ୍ଷେତ୍ର୍ରିୟ, କୁବୁଜା ଓ ରଜକାଦିଙ୍କୁ ତ୍ରାଣ କରିଛନ୍ତି। ସେ ହିଁ ଦିବ୍ୟ ନୀଳାଚଳରେ ଘୋଷଯାତ୍ରାରେ ପତିତପାବନ ଲୀଳ ସଂରଚନା କରିଛନ୍ତି। ଯେଉଁ ଅଗଣିତ ପତିତ ତାଙ୍କ ରତ୍ନସିଂହାସନ ନିକଟକୁ ଯାଇ ପାରୁନାହାନ୍ତି, ସେମାନଙ୍କ ପାଇଁ ସେ ରତ୍ନସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଏହି ଲୀଳାର ପ୍ରାରମ୍ଭରୁ ସେ ପତିତପାବନ ଲୀଳା ସଂରଚନା କରିଛନ୍ତି, ଶବର ବଂଶଜ ଦଇତାଙ୍କୁ ସେବାର ଅଧିକାର ପ୍ରଦାନ କରି। ସେହି ଦଇତାମାନେ ପ୍ରଥମେ ପତିତରୁ ପାବନ ହୋଇଛନ୍ତି ତାଙ୍କ ଶ୍ରୀଅଙ୍ଗ ସେବା କରି। ପାବନ ହେବା ପରେ ଆର୍ଯ୍ୟମାନଙ୍କ ସହ ଦଇତାମାନେ ସମାନ ଆସନରେ ବସିଛନ୍ତି। ଘୋଷଯାତ୍ରାରେ ସେ ଅଗଣିତ ପତିତଙ୍କୁ ପାବନ କରି ପତିତପାବନତ୍ୱକୁ ପ୍ରମାଣ କରିଛନ୍ତି। ତାଙ୍କ ଘୋଷଯାତ୍ରାକୁ ଯେଉଁ ପତିତ ଆସିଛି, ସେ ପାବନ ହୋଇଛି। ତାଙ୍କ ନିକଟରେ ହୀନତା ନାହିଁ, ଅର୍ଥାତ ପତିତ ବୋଲି କିଛି ନାହିଁ। ରୋଗୀ, ଭୋଗୀ, ପାପୀ, ତପୀ ସଭିଁଏ ତାଙ୍କର ସୃଷ୍ଟି। ସେ ପାବନାବତାର। ସମସ୍ତଙ୍କୁ ପାବନ କରିବାକୁ ଘୋଷଯାତ୍ରା ପତିତପାବନ ଯାତ୍ରା ନାମରେ ମହିମାବନ୍ତ। ଘୋଷଯାତ୍ରାରେ ଯୁଗେ ଯୁଗେ ସେ ପ୍ରଚାର କରିଛନ୍ତି, ‘ଯେ ପତିତ, ତା’ ମଧ୍ୟରେ ପାବନତ୍ୱ ଚିର ବିଦ୍ୟମାନ। ଅର୍ଥାତ୍ ପତିତ ମାତ୍ରେ ହିଁ ପାବନତ୍ୱର ଅଧିକାରୀ’। ଘୋଷଯାତ୍ରାର ମହନୀୟତା ଉଦ୍ଘୋଷଣା କରିବାକୁ ତାଙ୍କ ନୀଳଚକ୍ରରେ ଅହର୍ନିଶି ପତିତପାବନ ବାନା ଉଡୁଛି।
“ନୀଳଚକ୍ରେ ହୋ ଦେଖ ଉଡୁଛି ବାନା,
ପତିତ ପାବନ ନାମଟି ଯା’ର ନାଆଁ
ଆସ ଆସ ବୋଲି ପାତକୀମାନଙ୍କୁ
ଡାକୁଅଛି ପରା ସଂଗାତ ଅନା।”
“ପତାକା ଅଞ୍ଚଳ ଚଞ୍ଚଳ ଡାକେ ପାପୀଙ୍କି ଅବା / ଏ ନୀଳନଖ ନଗରକୁ ଆସ ଭଲ କରିବା।
ଘୋଷଯାତ୍ରାର ପତିତପାବନଲୀଳା ମାନବୀୟ ସଂସ୍କୃତିର ମହନୀୟତା ପ୍ରକଟିତ କରିଛି। ସେ ଚରାଚର ହିତ କାମନାରେ ଘୋଷଯାତ୍ରା ଭିଆଇଛନ୍ତି। ଶାସ୍ତ୍ରୋକ୍ତି ହେଉଛି –
ଆଷାଢ଼ ସ୍ୟାମଳେ ପକ୍ଷେ ଦ୍ୱିତୀୟା ପୁଷ୍ୟାସଂଯୁତେ /ଚରାଚର ହିତାର୍ଥାୟ ଘୋଷଯାତ୍ରା ବିଧିୟତେ।
ଘୋଷଯାତ୍ରାରେ ଅଗଣିତ ପତିତ ମହାପ୍ରଭୁଙ୍କୁ ଦର୍ଶନ କରି ପାବନ ହୋଇଥା’ନ୍ତି। ସଭିଙ୍କ ମୁଖରେ ଗୋଟିଏ ପ୍ରାର୍ଥନା –
ପତିତାନାଂ ପତିତୋଽହଂ ତ୍ୱମେବ ପାପ ହରକମ୍/ ପାବନ ପୁରୁଷ! ଦେହି ନିଶ୍ଚଳା ଭକ୍ତି ମେ ବିଭୋ!”
ସମନ୍ୱୟ ଚେତନା ହଁ ସଂସ୍କୃତିର ଭିତ୍ତିଭୂମି। ଘୋଷଯାତ୍ରାରେ ସମନ୍ୱୟ ଚେତନାର ଉତ୍ତରୋତ୍ତର ଅଭିବୃଦ୍ଧି ଘଟିଥାଏ। ଶତାବ୍ଦୀ ଶତାବ୍ଦୀ ଧରି ଘୋଷଯାତ୍ରା ସମନ୍ୱୟର ମହାମନ୍ତ୍ର ଘୋଷଣା କରିଆସିଛି। ଏହି ମହତୀ ଯାତ୍ରାରେ ରାଜା ଓ ଚାଣ୍ଡାଳର ଭେଦ ନାହିଁ। ଲକ୍ଷେ ରାଜାଙ୍କର ମଉଡ଼ମଣ୍ଡି ଗଜପତି ମହାରାଜା ସକଳ ରାଜକୀୟ ସ୍ୱାଭିମାନ ପରିତ୍ୟାଗ କରି ଘୋଷଯାତ୍ରାରେ ଛେରାପହଁରା କରିଥା’ନ୍ତି। ଏହି ଯାତ୍ରାରେ କେବଳ ମାନବୀୟ ମହାମନ୍ତ୍ର ନିନାଦିତ। ବିଶ୍ୱର ଏହି ସର୍ବବୃହତ୍ ଲୋକକଲ୍ୟାଣକାରୀ ମହୋତ୍ସବରେ ବିଶ୍ୱର ସକଳ ମତବାଦ, ଧର୍ମଧାରା, ସିଦ୍ଧାନ୍ତ ଓ ଦର୍ଶନ ସମନ୍ୱୟର ମହାଭାବରେ ରୂପାନ୍ତରିତ ହୋଇଥାଏ। ବିଶ୍ୱ ସଂହତି ଓ ସଂପ୍ରୀତିର ମହାମନ୍ତ୍ରରେ ଅନୁରଣିତ ଘୋଷଯାତ୍ରା ସାମ୍ୟ, ମୈତ୍ରୀ, ପ୍ରେମ, ଉଦାରତା ଓ ସମଧର୍ମର ବାର୍ତ୍ତା ବହନ କରି ଗଣସଂସ୍କୃତିର ପୃଷ୍ଠପଟ୍ଟରେ ପ୍ରତିଷ୍ଠିତ ତଥା ମାନବଧର୍ମର ମହୋତ୍ସବ ରୂପ ମହିମାବନ୍ତ। ମହନୀୟତା ହେଉଛି ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟରୁ ଊର୍ଦ୍ଧ୍ବରେ ରହି ତଥା ମାନବ ସମାଜର ସାମଗ୍ରିକ ଭାବମାନସକୁ ସ୍ପର୍ଶ ଓ ସ୍ପନ୍ଦିତ କରି ଘୋଷଯାତ୍ରା ସଂପ୍ରତି ମୈତ୍ରୀମୁଖୀ ଆଭିମୁଖ୍ୟରେ ପ୍ଳାବିତ ତଥା ବିଶ୍ୱସଂସ୍କୃତିର ସୌରଭରେ ସୁରଭିତ। ଘୋଷଯାତ୍ରାର ପ୍ରଶସ୍ତିରେ କୁହାଯାଇଛି –
“ସର୍ବସ୍ମିନ୍ ହୃଦୟେ ମହାପ୍ରଭୁ ଜଗନ୍ନାଥସ୍ୟ ଭକ୍ତି ଭରୟନ, / ମୈତ୍ରୀ, ପ୍ରୀତି, ବିଶୁଦ୍ଧ ଶାନ୍ତି ସମତାଃ ସର୍ବାନ୍ତରେ ବର୍ଦ୍ଧୟନ।
ଐକ୍ୟ ସ୍ନେହ ପରୋପକାର କରୁଣା ସେବାଦିକଂ ପୂରୟନ୍, / ସର୍ବପ୍ରାଣ ବିକାଶ କୋଽସ୍ତ ଜୟଦଃ ଶ୍ରୀଧାମ ଘୋଷୋତ୍ସବ।”
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨