ବୁଦ୍ଧାବତାର ଶ୍ରୀଜଗନ୍ନାଥ

The Sakala Picture
Published On

ମହାରାଜା ମଦନ ମହାଦେବ ଥିଲେ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠାତା ଚୋଳଗଙ୍ଗ ଦେବଙ୍କ ତୃତୀୟ ସନ୍ତାନ ଓ ସେ ବଂଶର ଚତୁର୍ଥ ନରପତି। ତାଙ୍କ ପୂର୍ବରୁ ସିଂହାସନ ଆରୋହଣ କରିଥିବା ତାଙ୍କର ଦୁଇ ଭାଇ ନିସନ୍ତାନ ଥିଲେ। ତେଣୁ ତାଙ୍କର ଦ୍ୱିତୀୟ ଭାଇ ରାଘବ ଦେବଙ୍କ ପରେ ସେ ସିଂହାସନ ଅଳଙ୍କୃତ କଲେ। ସେ ମଧ୍ୟ ଅପୁତ୍ରିକ ଥିବାରୁ ତାଙ୍କପରେ ଚୋଳଗଙ୍ଗ ଦେବଙ୍କ ଚତୁର୍ଥ ପୁତ୍ର ରାଜ ଗାଦିରେ ବସିଥିଲେ। ଚାରିଭାଇ ମିଶି ଓଡ଼ିଶାକୁ ପ୍ରାୟ ଷାଠିଏ ବର୍ଷ […]

ମହାରାଜା ମଦନ ମହାଦେବ ଥିଲେ ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠାତା ଚୋଳଗଙ୍ଗ ଦେବଙ୍କ ତୃତୀୟ ସନ୍ତାନ ଓ ସେ ବଂଶର ଚତୁର୍ଥ ନରପତି। ତାଙ୍କ ପୂର୍ବରୁ ସିଂହାସନ ଆରୋହଣ କରିଥିବା ତାଙ୍କର ଦୁଇ ଭାଇ ନିସନ୍ତାନ ଥିଲେ। ତେଣୁ ତାଙ୍କର ଦ୍ୱିତୀୟ ଭାଇ ରାଘବ ଦେବଙ୍କ ପରେ ସେ ସିଂହାସନ ଅଳଙ୍କୃତ କଲେ। ସେ ମଧ୍ୟ ଅପୁତ୍ରିକ ଥିବାରୁ ତାଙ୍କପରେ ଚୋଳଗଙ୍ଗ ଦେବଙ୍କ ଚତୁର୍ଥ ପୁତ୍ର ରାଜ ଗାଦିରେ ବସିଥିଲେ। ଚାରିଭାଇ ମିଶି ଓଡ଼ିଶାକୁ ପ୍ରାୟ ଷାଠିଏ ବର୍ଷ ଶାସନ କରିଥିଲେ ଓ ତା’ ଭିତରୁ ସର୍ବାଧିକ ପଚିଶ ବର୍ଷ ଥିଲା ମଦନ ମହାଦେବ ବା ରାଜ ରାଜ ଦେବଙ୍କର। ଇତିହାସ ତାଙ୍କୁ ରାଜ ରାଜ ଦେବ ରୂପେ ବର୍ଣନା କରୁଥିବା ବେଳେ ମାଦଳା ପାଞ୍ଜିରେ ସେ ମଦନ ମହାଦେବ ନାମରେ ବର୍ଣିତ ହୋଇଛନ୍ତି।

ମହାରାଜା ମଦନ ମହାଦେବ ତାଙ୍କ ବାପା ଓ ଭାଇମାନଙ୍କ ପରି ପରମ ବୈଷ୍ଣବ ଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଚଳା ଭକ୍ତି ସେ ଉତ୍ତରାଧିକାର ସୂତ୍ରରେ ବାପା ଓ ଭାଇମାନଙ୍କଠାରୁ ପାଇଥିଲେ। ବୈଷ୍ଣବ ଗୁରୁ ରାମାନୁଜାଚାର୍ଯ୍ୟଙ୍କ ଶିଷ୍ୟ ମହାରାଜା ଚୋଳଗଙ୍ଗ ଦେବଙ୍କ ସମୟରୁ ଶ୍ରୀଜଗନ୍ନାଥ ବିଷ୍ଣୁ ରୂପେ ଗୃହୀତ ହୋଇଥିବାରୁ ବୈଦିକ ରୀତିରେ ତାଙ୍କର ପୂଜାର୍ଚ୍ଚନା କରିବା ପାଇଁ ଏକପ୍ରକାର ଉଦ୍ୟମ ଆରମ୍ଭ ହୋଇ ସାରିଥିଲା। ମଦନ ମହାଦେବ ମଧ୍ୟ ସେହି ପଥ ଅନୁସରଣ କରୁଥିଲେ। ମହାରାଜା ଓ ମହାରାଣୀ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ ଓ ଆଦର୍ଶ ପତିପତ୍ନୀର ଜୀବନ ଯାପନ କରୁଥିଲେ। ମହାରାଣୀ ମଧ୍ୟ ଥିଲେ ମହାପ୍ରଭୁଙ୍କର ଅନନ୍ୟା ଭକ୍ତ। କିନ୍ତୁ ପତିପତ୍ନୀଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଆଭିମୁଖ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା। ମହାରାଣୀ ଥିଲେ ବୌଦ୍ଧଧର୍ମର ସମର୍ଥକ। ସେ ବିଶ୍ୱାସ କରୁଥିଲେ ଯେ ମହାପ୍ରଭୁ ବିଷ୍ଣୁଙ୍କର ନବମ ଅବତାର ଗୌତମ ବୁଦ୍ଧଙ୍କର ପ୍ରତୀକାତ୍ମକ ବିଗ୍ରହ ଥିଲେ। ତେଣୁ ତାଙ୍କ ଆରାଧନାରେ ବୌଦ୍ଧ ପ୍ରଭାବ ଆନୁପାତିକ ଭାବେ ରହିବା ଉଚିତ। ଏ ବିଷୟକୁ ନେଇ ରାଜା ଓ ରାଣାଙ୍କ ଭିତରେ ମଝିରେ ମଝିରେ ଯୁକ୍ତିତର୍କ ହୁଏ। କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ସେ ଯୁକ୍ତିତର୍କ ଦ୍ୱାରା ପ୍ରଭାବିତ ହେଉ ନ ଥିଲା। ରାଜାଙ୍କର ମତ ଥିଲା ଯେ ମହାପ୍ରଭୁ ଥିଲେ ମହାବିଷ୍ଣୁ। ତେଣୁ ବେଦ ବିଶାରଦ ପଣ୍ଡିତମାନେ ତାଙ୍କର ଆରାଧନା ବୈଦିକ ରୀତିରେ କରିବା ସର୍ବାଦୌ ଉଚିତ। ତା’ ଉପରେ ମହାରାଣୀ ଯୁକ୍ତି କରୁଥିଲେ ଯେ ମହାତ୍ମା ଆଦିଶଙ୍କର ବୁଦ୍ଧଦେବଙ୍କୁ ବିଷ୍ଣୁଙ୍କର ନବମ ଅବତାର ଓ ଜଗନ୍ନାଥଙ୍କୁ ତାଙ୍କର ପ୍ରତୀକାତ୍ମକ ବିଗ୍ରହ ରୂପେ ଗ୍ରହଣ କରିଛନ୍ତି। ତେଣୁ ତାଙ୍କର ଆରାଧନାରେ ବୌଦ୍ଧ ଶ୍ରମଣମାନଙ୍କର ଯୋଗଦାନ ରହିବା ଠିକ ହେବ। ସେମାନେ ସତ୍ୟପରାୟଣ। ଲୋଭ, ମୋହ ଓ ହିଂସା ପରିତ୍ୟାଗ କରି ସେମାନେ ଆଦର୍ଶ ଜୀବନଯାପନ କରନ୍ତି। ରାଜବାଟୀର ବିଳାସବ୍ୟସନ ଓ ସୁନ୍ଦରୀ ସ୍ତ୍ରୀପୁତ୍ରଙ୍କୁ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିବା ମହାତ୍ମା ଗୌତମ ସେମାନଙ୍କର ଇଷ୍ଟ। ତେଣୁ ମହାପ୍ରଭୁଙ୍କୁ ଆରାଧନାର ଯୋଗ୍ୟତା ତାଙ୍କ ପାଖରେ ବେଶୀ ଅଛି।

ରାଣୀଙ୍କ ଯୁକ୍ତିରେ ରାଜା ବିରକ୍ତ ହେଲେ, କିନ୍ତୁ ତାଙ୍କୁ ଭଲ ପାଉଥିବାରୁ ଉପରକୁ ବିରକ୍ତି ପ୍ରକାଶ କଲେ ନାହିଁ। ସେ କହିଲେ, ‘ରାଣୀ, କାହାର ଯୋଗ୍ୟତା ଅଧିକ ବା କମ କେବଳ ତମେ କି ମୁୁଁ କହିଦେଲେ ହେବ ନାହିଁ। ମୁଁ ଭାବୁଛି ସେଥିପାଇଁ ଗୋଟେ ପରୀକ୍ଷା କରିବା। କ୍ଷେତ୍ରର ଜନ ସାଧାରଣଙ୍କ ଆଗରେ ହିନ୍ଦୁ ଭଟ୍ଟମିଶ୍ର ଓ ବୌଦ୍ଧ ଶ୍ରମଣମାନେ ସେ ପରୀକ୍ଷାର ସମ୍ମୁଖୀନ ହେବେ। ସେ ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ତାଙ୍କୁ ଅଧିକ ଯୋଗ୍ୟ ବୋଲି ଘୋଷଣା କରାଯିବ।’ ‘କି ପରୀକ୍ଷା କଥା ଆପଣ କହୁଛନ୍ତି?’ ରାଣୀ ପଚାରିଲେ। ରାଜା କହିଲେ, ‘ଗୋଟିଏ ମାଟି ହାଣ୍ଡିରେ ଗୋଟିଏ ଜୀବନ୍ତ ସାପ ରଖି ମାଟି ପଲମ ଘୋଡ଼େଇ ଦିଆଯିବ। ଏ କଥା ଆମ ଦୁଇଜଣଙ୍କ ବ୍ୟତୀତ ଆଉ କେହି ଜାଣିବେ ନାହିଁ। ତାକୁ ନେଇ ସଭା ମଝିରେ ରଖି ଦିଆଯିବ। ସେ ହାଣ୍ଡିରେ କ’ଣ ଅଛି ବୋଲି ଦୁଇଗୋଷ୍ଠୀଙ୍କୁ ପଚରା ଯିବ। ତୁମେ ତ କହୁଛ ବୌଦ୍ଧମାନେ ସତ୍ୟ ପରାୟଣ। ସେମାନେ ଏହି ସତ୍ୟ ଉଦ୍‌‌ଘାଟନ କରି ପାରିଲେ ସେମାନଙ୍କୁ ଶ୍ରେଷ୍ଠତ୍ୱ ଦିଆଯିବ। ଭଟ୍ଟମିଶ୍ରମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ତାଙ୍କୁ ଶ୍ରେଷ୍ଠ ବୋଲି ଘୋଷଣା କରାଯିବ।’ ରାଣୀ ରାଜାଙ୍କ କଥାରେ ରାଜି ହେଲେ। ରାଜ୍ୟରେ ଡେଙ୍ଗୁରା ଦେଇ ସେ ବିଷୟ ଘୋଷଣା କରାଗଲା। ସ୍ଥାନ ଓ ସମୟ ସମସ୍ତଙ୍କୁ ଜଣେଇ ଦିଆଗଲା।

ନିର୍ଦ୍ଦିଷ୍ଟ ଦିନ ବଡ଼ଦାଣ୍ଡରେ ହଜାର ହଜାର ଲୋକ ରୁଣ୍ଢ ହେଲେ। ସଭାର ମଝିରେ ରାଜା ଓ ରାଣୀଙ୍କ ପାଇଁ ଆସନ ପଡ଼ିଲା। ଆସନର ଗୋଟିଏ ପଟେ ଭଟ୍ଟମିଶ୍ରମାନେ ଓ ବିପରୀତ ପଟେ ବୌଦ୍ଧ ଶ୍ରମଣମାନେ ଆସୀନ ହେଲେ। ତା’ ପରେ ବିଜେ କାହାଳୀ ବାଜିଲା ଓ ପାଲିଙ୍କି ସବାରୀରେ ରାଜାରାଣୀ ଆସି ପହଞ୍ଚିଲେ। ତା’ ପରେ ଜଣେ କର୍ମଚାରୀ ଘୋଡ଼ା ହୋଇଥିବା ଏକ ହାଣ୍ଡି ଆଣି ମଣ୍ଡପ ମଝିରେ ରଖିଲା। ତା’ ପରେ ଘୋଷକ ଘୋଷଣା କଲା, ‘ମହାରାଜା ମଦନ ମହାଦେବଙ୍କର ଜୟ ହେଉ। ଉପସ୍ଥିତ ଭଦ୍ରମଣ୍ଡଳୀ! ଏହି ମାଟି ହାଣ୍ଡିରେ ଏକ ଅଜଣା ଜିନିଷ ରଖାଯାଇଛି। ସେଥିରେ ଯାହା ଅଛି, କେବଳ ମହାରାଜା ଓ ମହାରାଣୀ ଜାଣନ୍ତି। ବୌଦ୍ଧ ଶ୍ରମଣ ଓ ଭଟ୍ଟମିଶ୍ରମାନଙ୍କୁ ସେ ସତ୍ୟ ଉଦ୍‌‌ଘାଟନ କରିବା ପାଇଁ ସୁଯୋଗ ଦିଆଯିବ। ଯେଉଁମାନେ ଏ ସତ୍ୟ ଉଦ୍‌‌ଘାଟନ କରି ପାରିବେ, ସେମାନଙ୍କୁ ଶ୍ରେଷ୍ଠ ବୋଲି ଘୋଷଣା କରାଯିବ। ଏ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରଥମେ ବୌଦ୍ଧ ଶ୍ରମଣମାନଙ୍କୁ ନିମନ୍ତ୍ରଣ କରିବାକୁ ମହାରାଜା ମୋତେ ଅନୁମତି ଦେଇଛନ୍ତି।’ ଏ କଥା ଶୁଣି ସଭା ଭିତରେ ଏକ ଗୁଞ୍ଜରଣ ସୃଷ୍ଟି ହେଲା। ତା’ ପରେ ସମସ୍ତେ ବୌଦ୍ଧ ଶ୍ରମଣମାନଙ୍କୁ ଚାହିଁ ରହିଲେ। ସେମାନଙ୍କ ଭିତରୁ ଜଣେ ପ୍ରୌଢ଼ ଶ୍ରମଣ ଠିଆ ହୋଇ କହିଲେ, ‘ମହାରାଜ! ସତ୍ୟାନୁସନ୍ଧାନ ଆମମାନଙ୍କର ଜୀବନର ପରମ ଲକ୍ଷ୍ୟ। ଏ ଦିଗରେ ଆମେ ଭଗବାନ ବୁଦ୍ଧଙ୍କର ପଦାଙ୍କ ଅନୁସରଣ କରୁ। ମହାତ୍ମା ବୁଦ୍ଧଙ୍କ କରୁଣା ଭିକ୍ଷା କରି ମୁଁ କହିବାକୁ ଚାହେଁ ଯେ ହାଣ୍ଡି ଭିତରେ ଏକ ଜୀବନ୍ତ ସାପ ଅଛି।’ ଏ କଥା ଶୁଣି ମହାରାଜାଙ୍କ ମୁହଁ ମଳିନ ପଡ଼ିଗଲା ଓ ରାଣାଙ୍କ ମୁହଁରେ ଗୋଟିଏ ଛୋଟ ହସ ଖେଳିଗଲା। ରାଜା ବାହାରକୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କହିଲେ, ‘ଠିକ ଅଛି। ବର୍ତ୍ତମାନ ଭଟ୍ଟମିଶ୍ରମାନେ କୁହନ୍ତୁ ତା’ ଭିତରେ କ’ଣ ଅଛି।’ ଭଟ୍ଟମିଶ୍ରମାନଙ୍କ ଭିତରେ ଏକ ପ୍ରକାରର ହଇଚଇ ଖେଳିଗଲା। ସେମାନେ ଜାଣିଥିଲେ ଯେ ଶ୍ରମଣମାନେ ଯାହା କହିଲେ, ତାହା ହିଁ ସତ୍ୟ। ସେମାନଙ୍କ କଥାରେ ଏକମତ ହେବା ମାନେ ପରାଜୟ ସ୍ୱୀକାର କରିବା। ତେଣୁ ସେମାନଙ୍କର ମୁଖ୍ୟ କାଳାନ୍ତକ ବିଦ୍ୟା ପ୍ରୟୋଗ କରି ସାପଟିକୁ ଭସ୍ମ କରିଦେଲେ। ତା’ ପରେ ଗଳା ଖଙ୍କାରି କହିଲେ, ‘ମହାରାଜ, ହାଣ୍ଡି ଭିତରେ ମୁଠାଏ ପାଉଁଶ ଅଛି।’ ଏ କଥା ଶୁଣି ରାଜାଙ୍କ ମୁହଁ ପାଉଁଶିଆ ପଡ଼ିଗଲା। କିନ୍ତୁ ମହାରାଣୀଙ୍କ ମୁହଁ ଆନନ୍ଦରେ ଆଲୋକିତ ହୋଇଉଠିଲା। ସେ କର୍ମଚାରୀକୁ ଘୋଡ଼ଣି ଖୋଲି ଦେବା ପାଇଁ ଆଦେଶ ଦେଲେ। ଘୋଡ଼ଣି ଖୋଲିବା ପରେ ଦେଖାଗଲା ଯେ ସତକୁ ସତ ହାଣ୍ଡିରେ ମୁଠାଏ ପାଉଁଶ ଥିଲା।

ଉପସ୍ଥିତ ଜନତା ନିଃଶ୍ୱାସ ବନ୍ଦ କରି ତା’ ପର କାର୍ଯ୍ୟକ୍ରମକୁ ଚାହିଁ ରହିଲେ। ମହାରାଣୀ କିଛି କହିବାକୁ ଚାହୁଁଥିଲେ, କିନ୍ତୁ ରାଜାଙ୍କ ଇଶାରାରେ ଚୁପ ରହିଲେ। ସେତିକିବେଳେ ଜଣେ ବୌଦ୍ଧଶ୍ରମଣ କହିଲେ, ‘ମହାରାଜ, ଆମର ବିବେକୀ ମହାରାଜାଙ୍କ ବିବେକକୁ ଏ ମୋର ବିନମ୍ର ନିବେଦନ। ଆପଣ ଜାଣନ୍ତି ସତ୍ୟ କ’ଣ। ଏଠାରେ କାଳାନ୍ତକ ବିଦ୍ୟା ପ୍ରୟୋଗ କରି ସତ୍ୟର କଣ୍ଠରୁଦ୍ଧ କରାଯାଇଛି। ଅସତ୍ୟକୁ ସତ୍ୟରେ ପରିଣତ କରିବା ପାଇଁ ପ୍ରୟାସ କାରାଯାଇଛି। ଆପଣ ବୁଦ୍ଧାବତାର ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ ରଖି ନିଜର ବିବେକାନୁମୋଦିତ ନିଷ୍ପତ୍ତି ଘୋଷଣା କରନ୍ତୁ।’ ରାଜା କହିଲେ, ‘ଶ୍ରମଣ ମହାଶୟ! ଏଠାରେ ଉପସ୍ଥିତ ସମସ୍ତେ ଯାହା ଦେଖିଲେ ତାହା ହିଁ ସତ୍ୟ। ଆପଣଙ୍କ ଅଭିଯୋଗ ଅମୂଳକ। ଭଟ୍ଟମିଶ୍ରମାନେ ମହାପ୍ରଭୁଙ୍କୁ ସେବା କରିବା ପାଇଁ ଅଧିକ ଯୋଗ୍ୟ। ତାହା ପ୍ରମାଣିତ ହୋଇ ସାରିଛି।’ ତା’ ପରେ ଶ୍ରମଣମାନଙ୍କୁ ସେଠାରୁ ବାହାର କରିଦେବା ପାଇଁ ସେ ପ୍ରହରୀମାନଙ୍କୁ ନିର୍ଦ୍ଦେଶ ଦେଲେ। ରାଣୀ ମୁଣ୍ଡପୋତି ଅସହାୟ ଭାବେ ଦେଖୁଥିଲେ। ପ୍ରହରୀମାନେ ଶ୍ରମଣମାନଙ୍କ ହାତ ଧରି ବାହାରକୁ ନେବାକୁ ଆରମ୍ଭ କଲେ। ଭଟ୍ଟମିଶ୍ରମାନେ ଏହି ସୁଯୋଗକୁ ଅପେକ୍ଷା କରିଥିଲେ। ସେମାନେ ଗହଳିର ସୁଯୋଗ ନେଇ ଶ୍ରମଣମାନଙ୍କୁ ନିର୍ଦ୍ଦୟ ଭାବେ ମାରିବାକୁ ଲାଗିଲେ। ବୌଦ୍ଧଗୁରୁ ମହାପ୍ରାଜ୍ଞ ସେ ପର୍ଯ୍ୟନ୍ତ ଚୁପଚାପ କାର୍ଯ୍ୟକ୍ରମ ଦେଖୁଥିଲେ। ଶିଷ୍ୟମାନେ ମାଡ଼ ଖାଉଥିବାର ଦେଖି ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା। ସେ ଗୁରୁଗମ୍ଭୀର ସ୍ୱରରେ କହିଲେ, ‘ମହାରାଜ! ଆପଣ ଜାଣନ୍ତି ଶ୍ରମଣମାନେ ନିର୍ଦ୍ଦୋଷ। ତଥାପି ଆପଣଙ୍କ ସାମନାରେ ସେମାନେ ଦଣ୍ଡିତ ଓ ଅପମାନିତ ହେଉଛନ୍ତି। ମୁଁ ମୋର ସାରାଜୀବନର ସାଧନାର ଫଳକୁ ବାଜି ଲଗେଇ ଘୋଷଣା କରୁଛି ଯେ ଯଦି ବୌଦ୍ଧ-ଜଗନ୍ନାଥ ସତ୍ୟ, ଆପଣ ଯେଉଁ ମୁହଁରେ ଶ୍ରମଣମାନଙ୍କୁ ପକ୍ଷପାତିତା କରିଛନ୍ତି, ସେ ମୁହଁ କୀଟଦ୍ରଂଷ୍ଟ ହେବ।’ ଏତିକି କହିବା ପରେ ସେ ତୀବ୍ର ବେଗରେ ସ୍ଥାନ ତ୍ୟାଗ କଲେ। ଅପ୍ରତ୍ୟାଶିତ ଭାବେ ସଭା ସାଙ୍ଗ ହେଲା।

ଘଟଣାର କିଛିଦିନ ପରେ ରାଜାଙ୍କ ମୁଖ ଗହ୍ୱରରେ ଏକ ଛୋଟ ବ୍ରଣ ସୃଷ୍ଟି ହେଲା। ଦୁଇତିନି ଦିନରେ ବ୍ରଣଟା ବଢ଼଼ିଯାଇ ଭୀଷଣ ଯନ୍ତ୍ରଣା ଦେଲା। ରାଜବୈଦ୍ୟଙ୍କର ସମସ୍ତ ଚିକିତ୍ସା ବିଫଳ ହେଲା। କାଳକ୍ରମେ ବ୍ରଣ ଫୁଲି ମୁଖ ଗହ୍ୱରକୁ ବନ୍ଦ କରି ଦେଲା ଓ ସେଥିରୁ ଭୀଷଣ ଦୁର୍ଗନ୍ଧ ବାହାରିଲା। ଖାଦ୍ୟପାନୀୟ ଗ୍ରହଣ କରିବା ସମ୍ଭବ ହେଲା ନାହିଁ। ଶେଷକୁ ଶଯ୍ୟାରୁ ଉଠିବା ସମ୍ଭବ ହେଲା ନାହିଁ। ଦିନେ ସେ ଅନୁତପ୍ତ ହୃଦୟରେ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ, ‘ମହାବାହୁ! ଆପଣଙ୍କୁ କେବଳ ବୈଷ୍ଣବ ଦେବତା ରୂପେ ପ୍ରତିପାଦନ କରି ମୁଁ ଅପରାଧ କରିଛି। ମୋର ଅହଙ୍କାର ଆପଣଙ୍କ ବୌଦ୍ଧତ୍ୱକୁ ଅସ୍ୱୀକାର କରିବାକୁ ପ୍ରୟାସ କରିଛି। ଆପଣ କରୁଣା ବରୁଣାଳୟ। ମୋର ଅପରାଧ କ୍ଷମା କରନ୍ତୁ, ମହାପ୍ରଭୁ।’ କିଛିସମୟ ପରେ ମହାରାଜା ଛାଇ ନିଦରେ ଥିବା ବେଳେ ସ୍ୱପ୍ନରେ ମହାପ୍ରଜ୍ଞ ତାଙ୍କୁ ଦର୍ଶନ ଦେଇ କହିଲେ, ‘ମହାରାଜ, କରୁଣାସାଗର ବୁଦ୍ଧ ଆପଣଙ୍କୁ କ୍ଷମା କରି ଦେଇଛନ୍ତି।’

ରାଜା ଦେଖିଲେ ଯେ ମହାପ୍ରଭୁ ଜଗନ୍ନାଥ ମହାପ୍ରାଜ୍ଞଙ୍କ ପୃଷ୍ଠଭାଗରେ ଠିଆ ହୋଇ ରଙ୍ଗ ଅଧରରେ ମନ୍ଦ ମନ୍ଦ ହସୁଥିଲେ। ତା’ପର ଦିନ ସକାଳେ ରାଜା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇ ଥିଲେ। ମହାପ୍ରଭୁଙ୍କର ନୀଳକାନ୍ତ ମଣି ସେଠାରେ ପଡ଼ି ରହିଥିଲା। ତାହା ସୂଚିତ କରୁଥିଲା ଯେ ସେ ସେଠାକୁ ଆସିଥିଲେ। ରାଜାଙ୍କର ପରୀକ୍ଷା ପୂର୍ବର ସ୍ୱାସ୍ଥ୍ୟ ଫେରି ଆସିଥିଲା। ସେ ସସ୍ତ୍ରୀକ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କର ମଣି ଫେରାଇଲେ। ରାଜାଙ୍କ ଆଦେଶରେ ପରୀକ୍ଷାରେ ବ୍ୟବହୃତ ହାଣ୍ଡିଟି ଭୋଗମଣ୍ଡପର ଶୀର୍ଷରେ ସ୍ଥାନିତ କରାଗଲା। ଆଜି ମଧ୍ୟ ସେ ହାଣ୍ଡି ଭୋଗ ମଣ୍ଡପର ଶୀର୍ଷରେ ରହି ମହାପ୍ରଭୁଙ୍କୁ ବୁଦ୍ଧ ବୋଲି ଘୋଷଣା କରୁଛି।

ସ୍ୱପ୍ୱେଶ୍ୱର ଗୋଚ୍ଛି
ପୁରୀ, ମୋ: ୯୯୦୦୦୮୩୪୩୩

20 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର