ପ୍ରଥମ ଭାରତ-ପାକ୍ ଯୁଦ୍ଧର ଅକୁହା କଥା
୧୯୪୭ ମସିହା ଅଗଷ୍ଟ ମାସରେ ଯେତେବେଳେ ଭାରତ ପ୍ରାୟ ତିନିଶହ ବର୍ଷର ବ୍ରିଟିଶ ଶାସନରୁ ମୁକ୍ତ ହେଲା ସେତେବେଳେ ଆମ ଦେଶ ହିନ୍ଦୁ-ସଂଖ୍ୟାଗରିଷ୍ଠ ଭାରତ ଏବଂ ମୁସଲମାନ ସଂଖ୍ୟାଗରିଷ୍ଠ ପାକିସ୍ତାନ ଭାବରେ ବିଭାଜିତ ହେଲା। ଏଥିସହିତ ମାନବ ଇତିହାସରେ ସବୁଠାରୁ ବଡ଼ ସ୍ଥାନାନ୍ତରଣ ଆରମ୍ଭ ହେଲା। ଲକ୍ଷ ଲକ୍ଷ ମୁସଲମାନ ପଶ୍ଚିମ ଓ ପୂର୍ବ-ପାକିସ୍ତାନ(ବର୍ତ୍ତମାନ ବାଂଲାଦେଶ)କୁ ଯାତ୍ରା କଲା ବେଳେ ଲକ୍ଷ ଲକ୍ଷ ହିନ୍ଦୁ ଓ ଶିଖ ବିପରୀତ ଦିଗକୁ ଯାତ୍ରା କରୁଥିଲେ। ଏହି ବିଭାଜନ ସମୟର […]
୧୯୪୭ ମସିହା ଅଗଷ୍ଟ ମାସରେ ଯେତେବେଳେ ଭାରତ ପ୍ରାୟ ତିନିଶହ ବର୍ଷର ବ୍ରିଟିଶ ଶାସନରୁ ମୁକ୍ତ ହେଲା ସେତେବେଳେ ଆମ ଦେଶ ହିନ୍ଦୁ-ସଂଖ୍ୟାଗରିଷ୍ଠ ଭାରତ ଏବଂ ମୁସଲମାନ ସଂଖ୍ୟାଗରିଷ୍ଠ ପାକିସ୍ତାନ ଭାବରେ ବିଭାଜିତ ହେଲା। ଏଥିସହିତ ମାନବ ଇତିହାସରେ ସବୁଠାରୁ ବଡ଼ ସ୍ଥାନାନ୍ତରଣ ଆରମ୍ଭ ହେଲା। ଲକ୍ଷ ଲକ୍ଷ ମୁସଲମାନ ପଶ୍ଚିମ ଓ ପୂର୍ବ-ପାକିସ୍ତାନ(ବର୍ତ୍ତମାନ ବାଂଲାଦେଶ)କୁ ଯାତ୍ରା କଲା ବେଳେ ଲକ୍ଷ ଲକ୍ଷ ହିନ୍ଦୁ ଓ ଶିଖ ବିପରୀତ ଦିଗକୁ ଯାତ୍ରା କରୁଥିଲେ। ଏହି ବିଭାଜନ ସମୟର ଅନେକ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଏବେ ମଧ୍ୟ ଥିବା ବେଳେ ଏ ସମ୍ପର୍କରେ ଲିଖିତ ପୁସ୍ତକ, ପତ୍ରପତ୍ରିକା ଆଦି ଜରିଆରେ ପରବର୍ତ୍ତୀ ପିଢ଼ିଙ୍କ ମନରେ ଏହି ଦୃଶ୍ୟ ଆଜି ମଧ୍ୟ ସତେଜ ହୋଇ ରହିଛି।
ଉପ-ମହାଦେଶର ଏହି ବଡ଼ ବିପର୍ଯ୍ୟୟର କାହାଣୀ ମଧ୍ୟରେ ଲୁଚି ଯାଇଛି ୧୯୪୭-୪୮ ମସିହାରେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ର ବିବରଣୀ। ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ବର୍ବର ଆକ୍ରମଣରେ ପ୍ରାୟ ୩୮, ୦୦୦ ହିନ୍ଦୁ ଏବଂ ଶିଖ ପ୍ରାଣ ହରାଇଥିଲେ। ସରକାରୀ କଳ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା କିନ୍ତୁ କେବଳ ଏହି ଆକ୍ରମଣରେ ବାରାମୁଲା ର ଖ୍ରୀଷ୍ଟିଆନ ମିଶନ ହସ୍ପିଟାଲରେ ସାତ ଜଣଙ୍କ ମୃତ୍ୟୁ ଘଟଣାକୁ ଅଧିକ ଆଲୋକପାତ କରିଛନ୍ତି। ଇତିହାସରେ ରୁଚି ରଖୁଥିବା ଚକ୍ଷୁ ବିଶେଷଜ୍ଞ ଡକ୍ଟର ରମେଶ ତାମିରି ପ୍ରଥମ ଥର ପାଇଁ ତାଙ୍କ ନୂତନ ପୁସ୍ତକରେ ଇତିହାସର ଏହି ଲୁକ୍କାୟିତ ଅଧ୍ୟାୟକୁ ଉନ୍ମୋଚନ କରିଛନ୍ତି। କହିବାକୁ ଗଲେ ୧୯୪୭ରେ ହୋଇଥିବା ପାକ୍ ପ୍ରାୟୋଜିତ ଆକ୍ରମଣ ଘଟଣାର ଏହା ପ୍ରଥମ ବିସ୍ଫୋରକ ସତ୍ୟନିଷ୍ଠ ବିବରଣୀ!
ଡକ୍ଟର ରମେଶ ତାଙ୍କର ଚିତ୍ତାକର୍ଷକ ପୁସ୍ତକ ‘ପାକିସ୍ତାନ୍ସ ଇନ୍ଭେଜନ ଅନ୍ ଜେଆଣ୍ଡକେ (୧୯୪୭-୪୮): ଅନଟୋଲ୍ଡ ଷ୍ଟୋରିଜ୍ ଅଫ୍ ଭିକ୍ଟିମସ’(ପାକିସ୍ତାନର ଜାମ୍ମୁ ଓ କାଶ୍ମୀର ଉପରେ ଆକ୍ରମଣ(୧୯୪୭-୪୮): ପୀଡ଼ିତଙ୍କ ଅକୁହା କଥା)ରେ କରିଥିବା ବର୍ଣ୍ଣନା ଅନୁଯାୟୀ – କାଶ୍ମୀର ଦଖଲ କରିବା ପାଇଁ ପାକିସ୍ତାନ ଦ୍ୱାରା କରାଯାଇଥିବା ଏହି ଆକ୍ରମଣ ନାଜି ହଲୋକଷ୍ଟ ଶୈଳୀ ସହିତ ତୁଳନୀୟ। ପାକିସ୍ତାନୀ ଆକ୍ରମଣକାରୀଙ୍କ ଦ୍ୱାରା ସେହି ଅଞ୍ଚଳରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କ ବିରୁଦ୍ଧରେ ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଆତଙ୍କବାଦୀ ଅତ୍ୟାଚାର ସହ ସମାନ। ଏହି ପୃଷ୍ଠଭୂମିରେ ଲେଖକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ତାହା ହେଲା – ଏହି ଅତ୍ୟାଚାର ପଛରେ ଉଦ୍ଦେଶ୍ୟ କଣ ଥିଲା?
ଆକ୍ରମଣର ବହୁ ପୂର୍ବରୁ ଜିନ୍ନା ଏବଂ ଅନ୍ୟ ତୁଙ୍ଗ ନେତାମାନେ କାଶ୍ମୀରକୁ ଏକ ଗଡ଼ଜାତ ରାଜ୍ୟ ଭାବରେ ଚିତ୍ରଣ କରିଥିଲେ, ଯାହା ପାକିସ୍ତାନର ଅଂଶବିଶେଷ । ୧୯୪୭ରେ ବିଭାଜନ ସହିତ ସୃଷ୍ଟ ହିଂସା ସମୟରେ ପାକିସ୍ତାନୀମାନଙ୍କର ବିସ୍ତାରବାଦୀ ଅଭିଳାଷ ଆହୁରି ଉଗ୍ର ହୋଇଥିଲା। ଆମେ ସମସ୍ତେ ଜାଣୁ ଯେ ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ଆକସେସନ୍ରେ ରାଜା ହରି ସିଂଙ୍କ ସ୍ୱାକ୍ଷରରେ ବିଳମ୍ବ ହିଁ ପାକିସ୍ତାନୀ ସେନାକୁ ଏହି ଆକ୍ରମଣ ଆରମ୍ଭ କରିବାକୁ ଉତ୍ସାହିତ କରିଥିଲା। କିନ୍ତୁ ଏହି ବିଳମ୍ବ ପାଇଁ ହରି ସିଂ ଦାୟୀ ବୋଲି ହେଉଥିବା ଅଭିଯୋଗକୁ ଡକ୍ଟର ରମେଶ ଐତିହାସିକ ତଥ୍ୟ ବଳରେ ଦୃଢ଼ ଖଣ୍ଡନ କରି ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ଇନ୍ଷ୍ଟ୍ରୁମେଣ୍ଟ ଅଫ୍ ଆକସେସନ୍ ସ୍ୱାକ୍ଷରିତ ହେବା ସମୟରେ ମହାରାଜା ହରି ସିଂଙ୍କ ପାଖରେ ମାତ୍ର ୯୦୦୦ ସୈନିକ ଥିଲେ। ଭାରତୀୟ ସୈନ୍ୟ କାଶ୍ମୀରରେ ଅବତରଣ କରି ଆକ୍ରମଣକାରୀଙ୍କୁ ତଡ଼ିବା ବେଳକୁ ସେହି ଅଞ୍ଚଳର ଏକ ବଡ଼ ଅଂଶ ପାକିସ୍ତାନର ବେଆଇନ ଦଖଲକୁ ଯାଇସାରିଥିଲା। ଐତିହାସିକ ଲେଖକ ବଳରାଜ ମାଧୋକଙ୍କ ଏକ ଉକ୍ତିକୁ ଉଦ୍ଧାର କରି ଡକ୍ଟର ରମେଶ ଲେଖିଛନ୍ତି ଯେ ୨୪ ଅକ୍ଟୋବର ୧୯୪୭ ରେ ବାରାମୁଲ୍ଲାରେ ଦଶହରା ଦିନ କିମ୍ୱା ଜାମ୍ମୁ ସୀମା ଗସ୍ତ ସମୟରେ ମହାରାଜା ହରି ସିଂଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନୀ ଆତଙ୍କବାଦୀ ଷଡ଼ଯନ୍ତ୍ର ଚୂଡ଼ାନ୍ତ କରିସାରିଥିଲେ। ରମେଶ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆକ୍ରମଣକାରୀଙ୍କ ମଧ୍ୟରେ ଏକ ବଡ଼ ଅଂଶ ଥିଲା ପାଖତୁନ ଆଦିବାସୀମାନଙ୍କର। କିନ୍ତୁ ନାଜିଶୈଳୀରେ ସେମାନଙ୍କ ଆକ୍ରମଣ ପଛରେ ପାକିସ୍ତାନ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଥିଲା। ଏହି ଷଡ଼ଯନ୍ତ୍ର ଓ ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ପାକିସ୍ତାନୀ ସେନା, ଅଧିକାରୀ, ବରିଷ୍ଠ ଅମଲାତନ୍ତ୍ର ଏବଂ ବ୍ରିଟିଶ ସେନା ଅଧିକାରୀ ଏବଂ ଏପରିକି ରାଜ୍ୟପାଳମାନେ ସମ୍ପୃକ୍ତ ଥିଲେ।
ଡାକ୍ତର ରମେଶ ଲେଖିଛନ୍ତି ଯେ ଆକ୍ରମଣକାରୀଙ୍କ ନେତୃତ୍ୱ ନେଇଥିଲେ ମେଜର ଖୁରସିଦ ଅନୱାର ଓ ଖାନ ରହିମ ଦାଦ୍ ସଲାର। ଆକ୍ରମଣକାରୀମାନଙ୍କୁ ପାକିସ୍ତାନ ପକ୍ଷରୁ ସବୁପ୍ରକାର ସରକାରୀ ସହାୟତା ମିଳିଥିଲା। ଶେଷରେ ଆକ୍ରମଣକାରୀମାନେ ଲୁଟ୍ପାଟ୍ ସହିତ ବ୍ୟାପକ ଅଗ୍ନିକାଣ୍ଡ ମଧ୍ୟ ଭିଆଇଥିଲେ। ଏହା ଏପରି ଏକ ଲୋମହର୍ଷଣକାରୀ ଘଟଣା ଥିଲା ଯେଉଁଥିରେ ହତ୍ୟା, ବଳାତ୍କାର ଓ ପଳାୟନ ଆଦି ଅମାନବୀୟ କାହାଣୀ ସବୁଦିନ ପାଇଁ ଯୋଡ଼ି ହୋଇ ରହିଗଲା। ସାଧାରଣ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣର କାହାଣୀରେ ଏକ ବୃହତ ରାଜନୀତି ଓ ସ୍ୱାର୍ଥ ମଧ୍ୟ ଜଡ଼ିତ ଥିଲା।
ଲେଖକଙ୍କ କହିବା ଅନୁଯାୟୀ ମୁଜାଫରାବାଦରେ ଘଟିଥିବା ଘଟଣାର ପ୍ରଥମ ବିବରଣୀ ୧୯୬୧ ମସିହାରେ ଭାରତ ସରକାରଙ୍କ ପ୍ରଚାର ବିଭାଗ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହା ଥିଲା କ୍ରୀଷ୍ଣା ମେହେଟ୍ଟାଙ୍କ ପ୍ରତ୍ୟକ୍ଷଦର୍ଶୀ ସ୍ମୃତିର ବିବରଣୀ। ସେ ଏବଂ ତାଙ୍କ ପରିବାର କିପରି ସେହି ଭୟଙ୍କର ଦିନଗୁଡ଼ିକର ସମ୍ମୁଖୀନ ହୋଇଥିଲେ ତାହା ସେଥିରେ ବର୍ଣ୍ଣନା କରାଯାଇଥିଲା। ଆଉ ଏକ ପୃଷ୍ଠାରେ ମିରପୁରରେ ଶିକ୍ଷାବିତ୍ ଅମର ଦେବୀଙ୍କ ସହିତ ଘଟିଥିବା ଘଟଣାର ବର୍ଣ୍ଣନା ଥିଲା। ସେହିଭଳି ରାଜୌରୀରେ ଘଟିଥିବା ଘଟଣାର ପିଶୋରୀ ଲାଲ ଜିଞ୍ଜୋଟିଆଙ୍କ ଦ୍ୱାରା ଏବଂ ଏସ କୁମାର ମହାଜନଙ୍କ ଦ୍ୱାରା ସ୍କାର୍ଡୁରେ ଘଟିଥିବା ଘଟଣାର ବର୍ଣ୍ଣନା ମଧ୍ୟ ପ୍ରକାଶ ପାଇଥିଲା। ଶେଷ ଦୁଇଟି ଘଟଣାର ଗୁରୁତ୍ୱ ଅଧିକ ବୋଲି ଲେଖକ କହିଛନ୍ତି। କୋଟଲି ଓ ପୁଞ୍ଚ ଆକ୍ରମଣ ଉପରେ ମଧ୍ୟ ସେଥିରେ ଛୋଟ ଆଲେଖ୍ୟ ରହିଛି। ଅନୁପ ସିଂ ସୋଡି ଓ ପ୍ରଫେସର ହିମତ୍ ସିଂ କାଶ୍ମୀରର ଶିଖ ସମ୍ପ୍ରଦାୟ କିପରି ପାକିସ୍ତାନୀ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ ସେ ସମ୍ୱନ୍ଧରେ ବିସ୍ତୃତ ବର୍ଣ୍ଣନା କରିଥିଲେ ହେଁ ସେଠାରେ ହିନ୍ଦୁମାନେ ସମ୍ମୁଖୀନ ହୋଇଥିବା ଅତ୍ୟାଚାର ବିଷୟରେ ବର୍ଣ୍ଣନା ନାହିଁ।
ପାକିସ୍ତାନୀ ଆକ୍ରମଣକାରୀଙ୍କ ଅଧୀନରେ ଥିବା କାଶ୍ମୀରର ୩୫୦ ରୁ ଅଧିକ ଗାଁରେ ରହୁଥିବା କାଶ୍ମୀରୀ ହିନ୍ଦୁ ଏବଂ ଶିଖମାନଙ୍କ ବିଷୟରେ ଲେଖକ ଡକ୍ଟର ରମେଶ ତାଙ୍କ ପୁସ୍ତକରେ ଅଧିକ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି। ପାକିସ୍ତାନ ଦ୍ଵାରା ପ୍ରାୟୋଜିତ ଆକ୍ରମଣରେ କାଶ୍ମୀରର ବିଭିନ୍ନ ସ୍ଥାନରେ ୧୨୮ ରୁ ଅଧିକ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା। ହଜାର ହଜାର ଲୋକ ସେମାନଙ୍କ ବାସସ୍ଥାନରୁ ବିସ୍ଥାପିତ ହୋଇଥିଲେ ଏବଂ ସେମାନଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨-୩ ବର୍ଷ ପରେ ଅନ୍ତର୍ଜାତୀୟ ରେଡକ୍ରସ୍ ସଂସ୍ଥା ସହଯୋଗରେ ଶତାଧିକ ଲୋକ ସେମାନଙ୍କ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଲେଖକ ମଧ୍ୟ ମୁଜାଫରାବାଦରେ ସମାନ ସ୍ପର୍ଶକାତର ଘଟଣାର ବର୍ଣ୍ଣନା କରିଛନ୍ତି। ସେଠାରେ ଶିଖ ସମ୍ପ୍ରଦାୟ ଏହି ଆକ୍ରମଣର ଅଧିକ ଶିକାର ହୋଇଥିଲେ; କାରଣ ସେମାନଙ୍କୁ ସହଜରେ ଚିହ୍ନଟ କରାଯାଇପାରୁଥିଲା। ବିଶିଷ୍ଟ ନାଗରିକ – ଚେତ ରାମ, ଫକିର ଚାନ୍ଦ ଏବଂ ବୋଧ ରାଜଙ୍କୁ କ୍ରିଷ୍ଣଗଙ୍ଗା ନଦୀକୁ ନିଆଯାଇ ହତ୍ୟା କରାଯାଇଥିଲା। ଡାକ୍ତରଖାନା ୱାର୍ଡରେ ତାଲା ପକାଇ ରଖାଯିବାରୁ ଷାଠିଏରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ନଭେମ୍ୱର ୧୧, ୧୯୪୭ ରେ ରାଜୌରୀ ସହରରେ ଘଟିଥିବା ହତ୍ୟାକାଣ୍ଡ ଓ ସମ୍ବେଦନଶୀଳ ଘଟଣା ଉପରେ ମଧ୍ୟ ଡକ୍ଟର ରମେଶ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିଜ ସମ୍ମାନ ବଞ୍ଚାଇବା ଏବଂ ଆକ୍ରମଣକାରୀଙ୍କ ବର୍ବରତାରୁ ରକ୍ଷା ପାଇବା ପାଇଁ ପ୍ରାୟ ୧୭୦୦ ମହିଳା ଓ ସେମାନଙ୍କ ପତି ବିଷ ପିଇ ଆତ୍ମହତ୍ୟା କରିଥିଲେ।
ଏହି ପୁସ୍ତକରେ ମୁଜାଫରବାଦ, ଜାମ୍ମୁ ଅଞ୍ଚଳ-କୋଟଲି, ମିରପୁର, ରାଜୈରୀ, ବୁଦ୍ଧଲ, ଚାସାନା, ବାଲ୍ଟିସ୍ତାନ-ସ୍କାର୍ଡୁ, ଖାପ୍ଲୁ, ଶିଗର, ଡ୍ରାସ, ଲେହ, ଗିଲ୍ଗିଟ୍, ଆଷ୍ଟୋର, ବୁଞ୍ଜି ଏବଂ ଚିଲାସରେ ଘଟିଥିବା ଲୋମହର୍ଷଣକାରୀ ଘଟଣା ଗୁଡ଼ିକର ବର୍ଣ୍ଣନା ରହିଛି। ସ୍କାର୍ଡୁ ଅଞ୍ଚଳରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜେ ଏଲ୍ ୱାରିକ୍କୁ ନାମକ ଜଣେ ଶିକ୍ଷକଙ୍କୁ କିପରି ବର୍ବର ଭାବେ ହତ୍ୟା କରାଯାଇଥିଲା ତାହା ଡକ୍ଟର ରମେଶ ବର୍ଣ୍ଣନା କରିଛନ୍ତି। ସେହି ସ୍କୁଲ୍ରେ କାମ କରୁଥିବା ଜଣେ ଚପରାସୀ ୱାରିକ୍କୁଙ୍କ ମୁଣ୍ଡକୁ କୁରାଢ଼ିରେ ହାଣି ହତ୍ୟା କରିଥିଲା। ସେଠାରେ ଥିବା ଶରଣାର୍ଥୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଲୋକମାନେ ମଧ୍ୟ ଆକ୍ରମଣରେ ଜୀବନ ହରାଇଥିଲେ। ଆକ୍ରମଣକାରୀଙ୍କ କବଳରୁ ଅନେକ ଝିଅ ଓ ଯୁବତୀଙ୍କୁ ଉଦ୍ଧାର କରିଥିବା ଡ. କେ ଏନ୍ ଟିକ୍କୁଙ୍କୁ ପୁସ୍ତକରେ ପ୍ରଶଂସା କରାଯାଇଛି।
‘ନ୍ୟାଶ୍ନାଲିଷ୍ଟି ରେଜିଷ୍ଟାନ୍ସ ସେଭ୍ଡ ଲଦାଖ ଇନ୍ ୧୯୪୮’ ଶୀର୍ଷକ ଅଧ୍ୟାୟରେ ଲେଖକ ‘ୟଙ୍ଗ ମେନ ବୁଦ୍ଧିଷ୍ଟ ଆସୋସିଏସନ’କୁ ପ୍ରଶଂସା କରିଛନ୍ତି। କାରଣ ଆକ୍ରମଣକାରୀଙ୍କୁ ପ୍ରତିରୋଧ ସହିତ ଆତ୍ମରକ୍ଷା କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ସହିତ ସବୁପ୍ରକାର ସହାୟତା କରିବାରେ ଏହି ବୌଦ୍ଧ ସଂଘ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏଭଳି ଆତ୍ମରକ୍ଷା ବାହିନୀର ନେତୃତ୍ୱ ନେଇଥିବା ଡି ପି ଧରଙ୍କୁ ପରବର୍ତ୍ତୀ ସମୟରେ ଲେହରେ ସରକାରୀ ପ୍ରତିରକ୍ଷା ବିଭାଗରେ ଉଚ୍ଚପଦବୀ ମିଳିଥିଲା। ‘କାଶ୍ମୀରୀୟତ୍’ ବିଷୟରେ ଲେଖକ କେତେକ ଗୁରୁତ୍ୱପୂର୍ଣ୍ଣ କଥାବସ୍ତୁର ଅବତାରଣା କରିଛନ୍ତି, ଯେଉଁଥିରେ ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକେ ସମର୍ଥନ କରିବାର ପ୍ରମାଣ ରହିଛି। ଅପରପକ୍ଷରେ ଭାଇଚାରାର ମଧ୍ୟ କେତେକ ଘଟଣା ସେଥିରେ ଉଲ୍ଲେଖ କରିଛନ୍ତି। ଅଣ-ମୁସଲମାନମାନଙ୍କୁ ବାରାମୁଲ୍ଲାରେ ଆଶ୍ରୟ ଦେବାକୁ ମକବୁଲ ଶେରୱାନୀ ପରାମର୍ଶ ଦେଇଥିଲେ। କିନ୍ତୁ ସୋପୋରରେ କାଶ୍ମୀରୀ ପଣ୍ଡିତମାନଙ୍କୁ ପଳାୟନ କରି ଜୀବନରକ୍ଷା କରିବାକୁ କୁହାଯାଇଥିଲା। ସେହିଭଳି ସାହସିକତା ପାଇଁ ଅଟ୍ଟିନାର ମାତା ଗଙ୍ଗା କୌର ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ହୃଦୟରେ ରହିଛନ୍ତି। ଲେଖକ ମଧ୍ୟ ସେହି ମୁସଲମାନମାନଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି, ଯେଉଁମାନେ ହିନ୍ଦୁ ଓ ଶିଖମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।
ଦୀର୍ଘ ୨୩ ବର୍ଷର ଗବେଷଣାଲବ୍ଧ ତଥ୍ୟ ସମ୍ବଳିତ ଏହି ପୁସ୍ତକର ଚରନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। ଏଥିରେ ଲେଖକଙ୍କ ପରିଶ୍ରମ ପ୍ରତିଫଳିତ। ଉପସ୍ଥାପିତ ତଥ୍ୟଗୁଡ଼ିକ ପାଠକଙ୍କ ପାଇଁ ଆକର୍ଷଣୀୟ ଓ ସ୍ମରଣୀୟ। ତେଣୁ ଲେଖକ ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ। ପାକିସ୍ତାନର କାଶ୍ମୀର ଉପରେ ଆକ୍ରମଣ କରିବାର ଯୋଜନା ବିଷୟରେ ସୂଚନା ପାଇବା ସତ୍ତ୍ବେ ସେଥିପ୍ରତି ଗୁରୁତ୍ୱ ନ ଦେବା ଯୋଗୁଁ ଲେଖକ ଭାରତ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଅକ୍ଟୋବର ୧୯୪୭ ର ପ୍ରଥମ ସପ୍ତାହରେ ଡେରା ଇସମାଇଲ ଖାନ ର ଡେପୁଟି କମିଶନର ଦେବନ୍ ଶିବଚରଣ ଲାଲ ଏକ ସରକାରୀ ରିପୋର୍ଟ ଦାଖଲ କରି ଏହି ସୂଚନା ପ୍ରଥମେ ସୂଚିତ କରିଥିଲେ। ଏହି ପୁସ୍ତକଟି ପୀଡ଼ିତ ଓ ଜୀବିତ ସାକ୍ଷୀମାନଙ୍କର ବିରଳ ଚିତ୍ରରେ ଭରପୂର ଏବଂ ଉପଯୋଗୀ ସହାୟକ ଗ୍ରନ୍ଥସମୂହର ଉଦ୍ଧୃତାଂଶରେ ସମୃଦ୍ଧ। ୧୯୪୭ର ସେହି ଅନ୍ଧକାର କାଳଖଣ୍ଡରେ ଯାହା ଘଟିଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଜାଣିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ଏହି ପୁସ୍ତକ ଏକ ଉପାଦେୟ ଗ୍ରନ୍ଥ ଏଥିରେ ସନ୍ଦେହ ନାହିଁ।
ଅଶୋକ ଓଗ୍ରା
ନୂଆଦିଲ୍ଳୀ, ମୋ: ୯୮୧୦୫୦୨୬୭୪