ଗାଁରୁ ସହର, ଭାବର ଅନ୍ତର

The Sakala Picture
Published On

ଅତୀତରେ ଗାଁରେ ଲୋକମାନଙ୍କ ଭିତରେ ଯେଉଁ ଅନାବିଳ ସ୍ନେହ ଓ ସମ୍ପର୍କ ଥିଲା, ତାହା ଏବେ ଆଉ ଦେଖିବାକୁ ମିଳୁନି। ତଥାପି ଭିଟାମାଟିକୁ ଜାବୁଡ଼ି ପଡ଼ି ରହିଥିବା ଆଜିର ଗାଁ ଲୋକେ ବି ଅଧିକ ସୁଖ ଓ ଶାନ୍ତିରେ ଅଛନ୍ତି ସହରୀ ମଣିଷମାନଙ୍କଠାରୁ। ନିଜର ଆବଶ୍ୟକତା ଯୋଗୁଁଁ ହେଉ ବା ସ୍ୱାର୍ଥ ସିଦ୍ଧି ପାଇଁ ହେଉ, ଗାଁ ଛାଡ଼ି ସହରରେ ରହୁଥିବା ଭାଇ, ବନ୍ଧୁ, କୁଟୁମ୍ବଙ୍କ ଜୀବନକୁ ଦୂରରେ ଦେଖି ଏମାନେ ଭାବୁଛନ୍ତି ଯା’ ହେଉ ଗାଁ […]

ଅତୀତରେ ଗାଁରେ ଲୋକମାନଙ୍କ ଭିତରେ ଯେଉଁ ଅନାବିଳ ସ୍ନେହ ଓ ସମ୍ପର୍କ ଥିଲା, ତାହା ଏବେ ଆଉ ଦେଖିବାକୁ ମିଳୁନି। ତଥାପି ଭିଟାମାଟିକୁ ଜାବୁଡ଼ି ପଡ଼ି ରହିଥିବା ଆଜିର ଗାଁ ଲୋକେ ବି ଅଧିକ ସୁଖ ଓ ଶାନ୍ତିରେ ଅଛନ୍ତି ସହରୀ ମଣିଷମାନଙ୍କଠାରୁ। ନିଜର ଆବଶ୍ୟକତା ଯୋଗୁଁଁ ହେଉ ବା ସ୍ୱାର୍ଥ ସିଦ୍ଧି ପାଇଁ ହେଉ, ଗାଁ ଛାଡ଼ି ସହରରେ ରହୁଥିବା ଭାଇ, ବନ୍ଧୁ, କୁଟୁମ୍ବଙ୍କ ଜୀବନକୁ ଦୂରରେ ଦେଖି ଏମାନେ ଭାବୁଛନ୍ତି ଯା’ ହେଉ ଗାଁ ଛାଡ଼ି ଗଲା ଭଲ ହେଲା। ସେଠି କୋଠାବାଡ଼ି କରିଛି। ପିଲାଙ୍କୁ ଭଲ ସ୍କୁଲରେ ପଢ଼େଇ ମଣିଷ କରିଛି। ଆମେ ଗାଁ ବିଲରେ ଯେମିତି ମାଟି ଚକଟୁ ଥିଲୁ, ପଙ୍କ କାଦୁଅରେ ଘାଣ୍ଟି ହେଉଥିଲୁ ସେମିତି ଅଛୁ। ରାସ୍ତାଘାଟ, ସେମିତି ଆବୁଡ଼ା ଖାବୁଡ଼ା। ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଯେମିତି କିଛି ବଦଳିନି ଗାଁର ଅବସ୍ଥା। ଯାହା ବି ପରିବର୍ତ୍ତନ ହେଇଛି ତାହା ଧର୍ମକୁ ଆଖିଠାର, ଲୋକ ଦେଖାଣିଆ। ଯାହା ହବ ସବୁ ସହରରେ, ଶିକ୍ଷିତ ଲୋକଙ୍କ ପାଇଁ। ଆମେ ଗାଁ ବାଲା ମଳିମୁଣ୍ଡିଆ। ଆମକୁ କାହିିଁ କିଏ ପଚାରିବ?

ଗାଁ ଲୋକେ ସହରୀ ସଭ୍ୟତା, ସହରୀ ଲୋକଙ୍କୁ ଦେଖି ଯେପରି ନିଜକୁ ହେୟ ମନେ କରୁଛନ୍ତି ବା ଆତ୍ମଗ୍ଲାନିରେ ସନ୍ତାପୀ ହେଉଛନ୍ତି ସହରୀ ମଣିଷଙ୍କ ଭାବନା, ଚିନ୍ତାଧାରା ବି ସେମିତି! କେତେବେଳେ ଗାଁର ସ୍ମୃତି ମନେପକେଇ ସେମାନେ ନିରବରେ ଲୁହ ଗଡ଼଼ାଉଛନ୍ତି ତ କେତେବେଳେ ମୁହଁ ଲୁଚେଇ ବଞ୍ଚୁଛନ୍ତି। ପାରିବାରିକ ସ୍ନେହ ସମ୍ପର୍କ ନାହିଁ। ଲୋକଙ୍କ ଭିତରେ ଭାଇ ଚାରା ନାହିଁ। ଅନିଚ୍ଛା ସତ୍ତ୍ବେ ଅନେକଙ୍କୁ ବନ୍ଧୁ ବୋଲି ସ୍ୱୀକାର କରିବାକୁ ପଡ଼ୁଛି। ଆଧୁନିକ ଚିନ୍ତାଧାରା, ସଂସ୍କୃତି, ମାନସିକତାକୁ ନେଇ ବଞ୍ଚୁଥିବା ଲୋକମାନଙ୍କ ଜୀବନ ଯନ୍ତ୍ରଣା କେତେ ଯେ ଅସହ୍ୟ, ତାହା ସେହିମାନେ ହିଁ ଅନୁଭବ କରୁଛନ୍ତି ଏବଂ ଭୋଗିବାକୁ ବାଧ୍ୟ ହେଉଛନ୍ତି।

ଏମିତି ପରସ୍ପର ବିରୋଧୀ ଚିନ୍ତାଧାରାକୁ ନେଇ ବିଚାର କଲେ ଏଇ ସତ୍ୟତାରେ ପହଁଞ୍ଚିବାକୁ ହେବ ଯେ ଯେଉଁଠି ବଞ୍ଚିୁଥିଲେ ବି ସମସ୍ତଙ୍କ ମନ ଭିତରେ ଯେମିତି ଅଶାନ୍ତି ଓ ଅସନ୍ତୋଷ ଭରି ରହିଛି। ତଥାପି ଗାଁ ମାଟିର ବାସ୍ନା, ତା’ ପାଣିର ସ୍ୱଚ୍ଛତା, ଗାଁ ପବନର ଶୀତଳ ସ୍ପର୍ଶ ଏବେ ବି ସଂରକ୍ଷିତ ଗାଁ ପରିବେଶରେ। ରାଜନୈତିକ ଚିନ୍ତାଧାରା ଓ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାର ଆକର୍ଷଣରେ ଗ୍ରାମ୍ୟଜୀବନ ଦ୍ବିଧାଗ୍ରସ୍ତ ହେଲେ ହେଁ ଗାଁ ସଂସ୍କୃତି ମୋହ ଅନେକଙ୍କ ମନରୁ ତୁଟିନି, ଏହା ସ୍ୱୀକାର କରିବାକୁ ପଡ଼ିବ। ଗାଁରେ ସକାଳୁ ରାତିଯାଏ ଜୀବନ ଚାଲେ ଏକାଠି, ଏକତ୍ରିତ ହେଇ, ଗୋଟିଏ ମନରେ। ମନେପଡ଼ୁଛି ସକାଳ ହେଲେ ପୁଅ-ଝିଅଙ୍କଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀଙ୍କ ପର୍ଯ୍ୟନ୍ତ ପଡ଼ିଆ ଓ ପୋଖରୀ ତୁଠରେ ଏକାଠି ଚାଲେ ନିତ୍ୟକର୍ମ, ଭାବ ବିନିମୟ। ଚାଷକାମ ପାଇଁ ହଳଲଙ୍ଗଳ ଧରି ଏକାଠି ବିଲକୁ ଯିବାକୁ ହୁଏ। ସାଥି ହୋଇ ଖେଳିବା ବେଳେ ଗାଁ ଠାକୁରାଣୀଙ୍କ ଆଗରେ ଥିବା ପଡ଼ିଆ, ବରଓହଳ, ଖାଇବା ପାଇଁ ପିଜୁଳି, ବରକୋଳି ସବୁ ସାଇତି ହେଇ ରହିଥାଏ। ସେତେବେଳେ ଅଭାବ, ଅନଟନ କଥା ମନକୁ ଆସେନି। ସନ୍ଧ୍ୟାରେ ଭାଗବତ ଟୁଙ୍ଗୀରେ ବୁଢ଼ାମାନେ ଏକାଠି ହେଇ ଭାଗବତ ଶୁଣନ୍ତି, ଆଉ ଶୁଣାନ୍ତି ଗାଁର ପାଠ ପଢ଼଼ୁଆ ଯୁବକମାନେ। ବିଭିନ୍ନ ପର୍ବପର୍ବାଣି, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ଓ ଆଧ୍ୟାମିକ ଉତ୍ସବରେ ଏକାଠି ବସି ଖାଇବାର ପରମ୍ପରା ଏବେ ବି ଗାଁ ଗଣ୍ଡାରେ ରହିଛି। ମଲାଠାରୁ ମୁକ୍ତି ଯାଏଁ ସବୁ କ୍ରିୟାକର୍ମରେ ସାଥୀ ହୁଅନ୍ତି ଗାଁର ପଡ଼ୋଶୀମାନେ। କାହା ମନରେ ନ ଥାଏ ଅହଂକାର, ବିଦ୍ୱେଷ ବା ଛନ୍ଦ କପଟ ଭାବ। ଯାହାବି ରାଗ, ରୁଷା, ଅଭିମାନ ଥାଏ ସେ ସବୁ ଭୁଲି ଯାଇ ମିଳିମିଶି କାମ ତୁଲେଇ ଦିଅନ୍ତି। ଅନେକ ଅଭାବ, ଅସୁବିଧା, ଟାଉଟରଙ୍କ ପ୍ରାଦୁର୍ଭାବ ସତ୍ତ୍ବେ ଗ୍ରାମ୍ୟଜୀବନ ଥାଏ ସରଳ, ଚଳଚଞ୍ଚଳ। ଛୋଟମୋଟ କଳି ଝଗଡ଼଼ା ପାଇଁ ଥାନା, କଚେରୀ ହୁଏନି। ସବୁ ଛିଣ୍ଡାତୁଟା, ନ୍ୟାୟ, ନିଶାପ ଚାଲେ ‘ଭାଗବତ ଟୁଙ୍ଗୀ’ ବେଢ଼଼ାରେ। ମନରେ ମନ ମିଶିଯାଏ ଖୁବ୍‌‌ ଅଳ୍ପ ସମୟରେ। ସମୟ ବଦଳି ଥିଲେ ବି ଅତୀତର ଏଇ ସବୁ ସ୍ମୃତି ଆଜି ବି ଉଜ୍ଜୀବିତ ଗାଁ ପରିବେଶରେ। ସହରୀ ଜୀବନରେ ଏ ସବୁ ସ୍ୱପ୍ନ।

ସହରୀ ଜୀବନ ତ ସକାଳୁ ଆରମ୍ଭ ହୁଏ ଲାଟ୍ରିନ୍‌‌, ବାଥ୍‌‌ରୁମ୍‌‌ ଭିତରେ! ଖିଆପିଆରେ ଧରାବନ୍ଧା ରୁଟିନ୍‌‌। ଅର୍ଥ ସାଉଁଟିବାକୁ ବିବିଧ ପ୍ରକ୍ରିୟା। ମଣିଷ ବଞ୍ଚେ ଯନ୍ତ୍ରଟିଏ ପରି। ସ୍ନେହ ଓ ସମ୍ପର୍କ ଏଠି ମୂଲ୍ୟହୀନ। ଆନ୍ତରିକତା ଓ ବନ୍ଧୁତା ଛଳନାପୂର୍ଣ୍ଣ। ଏକାଠି ବସିବା, ହସିବା, ଖାଇବା କେବଳ ଲୋକଦେଖାଣିଆ। ବିଶ୍ୱାସରେ ବିଷ ଦେବା ଲୋକଙ୍କ ସଂଖ୍ୟା ଏଠି ଅଧିକ। ସମ୍ପର୍କର ସେତୁ ଅଦୃଷ୍ଟ ଆତତାୟୀମାନଙ୍କ ଦ୍ୱାରା ବିଧ୍ୱସ୍ତ। ଯେତେ ଆଖି ମେଲେଇ ଦେଖିଲେ ବି ସମସ୍ତ ଯେମିତି ନିରୂପାୟ। ସହରର ଆଖିଝଲସା ଆଲୋକ ବ୍ୟବସ୍ଥା ଭିତରେ ସେ ଭଲରେ ଆଖି ଖୋଲି ମଣିଷମାନଙ୍କୁ ଦେଖି ପାରେନି। ପରଖି ପାରେନି ତା’ର ଆପଣାର କିଏ, ପର କିଏ? ଏଠି ବିରାଟ ଶୂନ୍ୟତା ଓ ଅନେକ ବ୍ୟବଧାନ ମଣିଷର ସମ୍ପର୍କ ଭିତରେ। ଯିଏ ଯାହାର ଜୀବନ ନେଇ ବଞ୍ଚିବା ମୋହରେ ଏବେ ବି ଛଟପଟ। ଯେଉଁମାନେ ଅତୀତର ଗ୍ରାମ୍ୟ ଜୀବନ ସମ୍ପର୍କରେ ଭାବୁଛନ୍ତି ସେମାନଙ୍କର ମନେ ପଡ଼ୁଛି ଗାଁ ମାଟିର ମମତା, ଆପଣା ମଣିଷମାନଙ୍କର ସ୍ନେହ। ନିଷ୍କପଟ ସରଳ ହୃଦୟ ସେମାନଙ୍କୁ ଛାତିରେ ଜାବୁଡ଼ି ଧରିବାକୁ ଏବେ ବି ଅପେକ୍ଷା କରିଛି।

ଗାଁ ରେ ମା’ ର ଭାଷା, ପୁରାଣ ସାହିତ୍ୟ, ଜୀବନ ଆଧାରିତ ସଂସ୍କୃତିକୁ ସୁରକ୍ଷା ଦେବା, ସୁଦୃଢ଼ କରିବାକୁ ସବୁସ୍ତରରେ ଉଦ୍ୟମ ହେଲେ ସୁସ୍ଥ ସମାଜ ଓ ସୁନ୍ଦର ରାଷ୍ଟ୍ର ଗଠନ ସମ୍ଭବ। ଗାଁ ରୁ ସହର ଭିତରେ ଯେଉଁ ଅନ୍ତର ରହିଛି ତାହା ଆସ୍ତେ ଆସ୍ତେ କମିଯିବ। ସହରୀ ସଭ୍ୟତାରେ ବଞ୍ଚୁଥିବା ସମସ୍ତ ମନୁଷ୍ୟଙ୍କ ଚିନ୍ତାଧାରା ଯେ କଳୁଷିତ, ଏକଥା ମୁଁ କହିବାକୁ ଚାହୁଁନି। କିନ୍ତୁ ଅଧିକାଂଶ ଯେ ସ୍ନେହ-ସମ୍ପର୍କର କଥା ବୁଝନ୍ତି ନାହିଁ ଏହା ସତ୍ୟ।

ଅର୍ଜୁନ ଘଡ଼େଇ
ଦାଣ୍ଡମୁକୁନ୍ଦପୁର(ପୁରୀ), ମୋ: ୯୪୩୮୦୪୮୬୧୫
(ଅବସରପ୍ରାପ୍ତ ପ୍ରଧାନଶିକ୍ଷକ)

17 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର