ହିନ୍ଦୁ ବିବାହ: ଏକ ସଂସ୍କାର

The Sakala Picture
Published On

କିଛିଦିନ ତଳେ ଭାରତର ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟରେ କହିଛନ୍ତି ଯେ ‘ହିନ୍ଦୁ ବିବାହ କୌଣସି ଭୋଜିଭାତ, ଦେବାନେବା ଭିତରେ ଆବଦ୍ଧ ବା ସୀମିତ ନୁହଁ, ଭାରତୀୟ ସଂସ୍କୃତିର ଏକ ପବିତ୍ର ମୁହୂର୍ତ୍ତ ହେଉଛି ବିବାହ, ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ପରିବାର ଚଳେଇବା ପାଇଁ ବିବାହ ଏକ ପବିତ୍ର ମୁହୂର୍ତ୍ତ। ଆଇନଗତ ବିବାହ ପାଇଁ “ସପ୍ତପଦୀ”ର ଆବଶ୍ୟକତା ଜରୁରୀ। ବିବାହ ସାର୍ଟିଫିକେଟ ହାତେଇ ନେଲେ ବିବାହକୁ ଆଇନ ସିଦ୍ଧ କୁହାଯାଇ ନ ପାରେ।’ ଡୋଲିରାଣୀ […]

କିଛିଦିନ ତଳେ ଭାରତର ସର୍ବୋଚ୍ଚ ଅଦାଲତ ଏକ ଐତିହାସିକ ରାୟରେ କହିଛନ୍ତି ଯେ ‘ହିନ୍ଦୁ ବିବାହ କୌଣସି ଭୋଜିଭାତ, ଦେବାନେବା ଭିତରେ ଆବଦ୍ଧ ବା ସୀମିତ ନୁହଁ, ଭାରତୀୟ ସଂସ୍କୃତିର ଏକ ପବିତ୍ର ମୁହୂର୍ତ୍ତ ହେଉଛି ବିବାହ, ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ପରିବାର ଚଳେଇବା ପାଇଁ ବିବାହ ଏକ ପବିତ୍ର ମୁହୂର୍ତ୍ତ। ଆଇନଗତ ବିବାହ ପାଇଁ “ସପ୍ତପଦୀ”ର ଆବଶ୍ୟକତା ଜରୁରୀ। ବିବାହ ସାର୍ଟିଫିକେଟ ହାତେଇ ନେଲେ ବିବାହକୁ ଆଇନ ସିଦ୍ଧ କୁହାଯାଇ ନ ପାରେ।’ ଡୋଲିରାଣୀ ବନାମ ମନିଷ୍‌‌ ଚଞ୍ଚଲ ଛାଡ଼ପତ୍ର ମାମଲାର ବିଚାର କରି ବିଚାରପତି ବି.ଭି.ନାଗରତ୍ନ ଓ ବିଚାରପତି ଅଗଷ୍ଟାଇନ ଜର୍ଜ ମାସିଙ୍କ ଖଣ୍ଡପୀଠ ବିବାହର ସଂଜ୍ଞା ଅବତାରଣା କରିବା ବେଳେ ଉପରୋକ୍ତ ମତ ଦେଇଥିବା ବେଳେ ପାରମ୍ପରିକ ରୀତିନୀତି ମଧ୍ୟରେ ହୋମ ଓ ହୋମକୁଣ୍ଡ ଚାରି ପାଖରେ ସାତ ଥର ପରିକ୍ରମଣ, ଯାହା କି ସପ୍ତପଦୀ ବୋଲି ଧାରା ୭ ଉଲ୍ଲେଖ ରହିଛି, ତାହା କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି।

ବିବାହାର ପୌରାଣିକ ମତବାଦ ଅନୁଯାୟୀ ‘ସପ୍ତପଦୀ’ର ଅର୍ଥ ହେଲା, ଉଭୟ ବରକନ୍ୟା ଏକା ସାଥିରେ ଜୀବନ ବିତେଇବା, ଉଭୟ ସାଥି ହୋଇ ଭବିଷ୍ୟତ ଜୀବନ ପାଇଁ ଧନ ସଞ୍ଚୟ କରି ରଖିବା, ସୁସମ୍ପର୍କ ରଖି ଜୀବନ ବିତେଇବା, ନିଜ ଜନ୍ମିତ ପିଲାମାନଙ୍କର ଉପଯୁକ୍ତ ଲାଳନ ପାଳନ କରିବା, ଉଭୟ ଉଭୟଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବା, ଉଭୟ ନିଜ ନିଜ ଭିତରେ ସୁଖଦୁଃଖ ବାଣ୍ଟି ଚାଲିବା, ଗୋଟିଏ ପ୍ରାଣ ଗୋଟିଏ ହୃଦୟ ନେଇ ଉତ୍ତମ ବୁଝାମଣା ଭିତରେ ସମୟ ଅତିବାହିତ କରିବା ଇତ୍ୟାଦି।

କୁହାଯାଏ, ହିନ୍ଦୁ ବିବାହ ଗୋଟିଏ ଜନ୍ମ ପାଇଁ ନୁହଁ, ସାତଜନ୍ମ ପାଇଁ। ଏ ଜନ୍ମରେ ଜଣେ ଅନ୍ୟ ଜଣଙ୍କ ପାଖରୁ ଦୂରେଇ ଗଲେ ବି ପୁଣି ଆର ଜନ୍ମରେ ସ୍ୱାମୀ-ସ୍ତ୍ରୀ ଭାବରେ ଜନ୍ମ ନେବେ। ଏମିତି ପ୍ରଥା, ପରମ୍ପରା ଓ ବିଶ୍ୱାସ ଭିତରେ ତିଷ୍ଠି ରହିଥିବା ହିନ୍ଦୁ ବିବାହ ବ୍ୟବସ୍ଥା କେବେଠାରୁ ପ୍ରଚଳିତ ହୋଇଛି ଜାଣିବା ପାଇଁ ହେଲେ ମହାଭାରତ ଯୁଗର କିଛି କିମ୍ବଦନ୍ତୀ ମନକୁ ଆସେ।

ସେତେବେଳେ ବିବାହର ପ୍ରଥା ଥିଲା ସ୍ୱୟମ୍ବର। ଏହି ପ୍ରଥା ଅନୁଯାୟୀ ଅର୍ଜୁନ-ଦ୍ରୌପଦୀ ଓ ନଳ-ଦମୟନ୍ତୀ ବିବାହ କରିଥିଲେ। ମାତ୍ର ସାଧାରଣ ଭାବେ ସେତେବେଳେ ଗାନ୍ଧର୍ବ ରୀତିନୀତି ଅନୁଯାୟୀ ବିବାହ ଅନୁଷ୍ଠିତ ହେଉଥିଲା। ଏବେ ପ୍ରଚଳିତ ହିନ୍ଦୁ ବିବାହର ନିୟମ ପରି ସେତେବେଳେ ଏତେକିଛି ନିୟମ କାନୁନ ନ ଥିଲା। ସେତେବେଳେ ଯେକୌଣସି ପୁରୁଷ କୌଣସି ମହିଳାଙ୍କୁ ନେଇ ପାଖରେ ରଖି ସନ୍ତାନ ଜନ୍ମ କରିବାରେ କିଛି ବାଧକ ନଥିଲା। ମାତ୍ର ପରେ ଏକପତ୍ନୀକ ନିୟମ ଆରମ୍ଭ ହୋଇଥିଲା। ଏ ପ୍ରଥାର ବ୍ୟତିକ୍ରମ ସେତେବେଳେ ହେଉଥିଲା, ଯେତେବେଳେ ପତ୍ନୀ ବନ୍ଧ୍ୟା, ଦୁରାରୋଗ୍ୟ ପୀଡ଼ିତା କିମ୍ବା ଗୋଟିଏ ମାତ୍ର କନ୍ୟାର ଜନନୀ ହେଉଥିଲା। ଏମିତି ପରିସ୍ଥିତି ମଧ୍ୟରେ ପ୍ରଥମ ପତ୍ନୀର ଜୀବଦ୍ଦଶା ମଧ୍ୟରେ ପତି ଦ୍ୱିତୀୟ କିମ୍ବା ଏକାଧିକ ପତ୍ନୀ ଗ୍ରହଣ କରି ପାରୁଥିଲା। ମହାଭାରତ ଯୁଗରେ ମହର୍ଷି ଶ୍ୱେତକେତୁଙ୍କର ପିତା ମହର୍ଷି ଉଦ୍ଦାଳକ ଦିନେ ନିଜ ଆଶ୍ରମରେ ବସି ଥିବା ବେଳେ ଅନ୍ୟ ଜଣେ ଋଷି ସେଠାକୁ ଆସି ତାଙ୍କ ମାତାଙ୍କୁ ଅପହରଣ କରି ନେଇ ଯାଇଥିଲେ। ଏହାକୁ ଦେଖି ଶ୍ୱେତକେତୁ ନିଜ ପିତାଙ୍କୁ ଜଣେ ମହିଳାଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଅପହରଣ କରି ନିଜର ସ୍ତ୍ରୀ କରି ରଖିବା ଠିକ କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଉଦ୍ଦାଳକ କହିଥିଲେ ଜଣେ ମହିଳା ଜଣେ ପୁରୁଷ ପାଇଁ ଉଦ୍ଦିଷ୍ଟ ବୋଲି ସେମିତି କୌଣସି ନିୟମ ନାହିଁ। ଏହାକୁ ନଜରରେ ରଖି ସେତେବେଳେ ପ୍ରଥମ ଥର ପାଇଁ ସମାଜରେ ଏକପତ୍ନୀକ ବ୍ୟବସ୍ଥା ଲାଗୁ କରାଯାଇଥିଲା। ତା’ ପରେ ମହର୍ଷି ଦୀର୍ଘତମା ବିବାହ ପାଇଁ କିଛି ନିୟମ କଲେ। ସେହି ନିୟମ ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ଉଭୟ ଏକାଠି ଆଜୀବନ ପତି-ପତ୍ନୀ ଭାବରେ ଜୀବନ ବିତେଇବା ପ୍ରଥା ଚଳି ଆସୁଛି। ପୁରୁଷ କିମ୍ବା ନାରୀ ସେମାନଙ୍କ ଭିତରେ ଆଉ କୌଣସି ପୁରୁଷ କି ନାରୀ ସହ ସମ୍ପର୍କ ରଖି ନ ପାରିବାକୁ ସିଦ୍ଧାନ୍ତ କରାଗଲା।

ସେ ସମୟରୁ ଋଗ ବେଦ ନିୟମ ଅନୁଯାୟୀ ଦେବ, ବ୍ରହ୍ମ, ଆର୍ଷ, ପ୍ରଜାପତି, ଆସୁର, ଗାନ୍ଧର୍ବ୍ୟ, ରାକ୍ଷସ ଓ ପିଶାଚ ଇତ୍ୟାଦି ଆଠ ପ୍ରକାରର ରୀତିନୀତି ଅନୁଯାୟୀ ବିବାହକୁ ମାନ୍ୟତା ମିଳିଛି। କନ୍ୟାପିତା କନ୍ୟାକୁ ବସ୍ତ୍ରାଳଙ୍କାର ଦ୍ୱାରା ଭୂଷିତ କରି ବିଦ୍ୱାନ ଓ ସଦାଚରଣ ସମ୍ପନ୍ନ ବରକୁ ସ୍ୱୟଂ ଆମନ୍ତ୍ରଣ ପୂର୍ବକ ବେଦୋକ୍ତ ବିଧିରେ କନ୍ୟାଦାନ କରିବାକୁ ‘ବ୍ରହ୍ମ ବିବାହ’ କୁହାଯାଏ, ଯାହାକି ଏବେ ସମାଜରେ ଗ୍ରହଣୀୟ ଓ ବହୁଳ ପ୍ରଚଳିତ। ମୂଳତଃ, ହିନ୍ଦୁ ଭାରତବର୍ଷରେ ଯେତେ ହିନ୍ଦୁ ଧର୍ମାବଲମ୍ବୀ ବିବାହ ହୋଇ ଆସୁଛି ସେ ସବୁ ଧାର୍ମିକ ଆଧାରରେ ଅନୁଷ୍ଠିତ ହୋଇଥାଏ।

ଆମ ଦେଶରେ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପାଇଁ ସର୍ବପ୍ରଥମେ ୧୯୫୫ ମସିହାରେ ‘ହିନ୍ଦୁ ବିବାହ ଆଇନ’ ପ୍ରଣୟନ କରାଗଲା, ଯାହାକି ହିନ୍ଦୁ, ବୌଦ୍ଧ, ଜୈନ ଇତ୍ୟାଦି ଧର୍ମାବଲମ୍ବୀଙ୍କ ପାଇଁ ପ୍ରଯୁୁଜ୍ୟ। ଅନ୍ୟ ଧର୍ମାବଲମ୍ବୀମାନେ ସେମାନଙ୍କ ଧର୍ମ ଅନୁଯାୟୀ ବିବାହ ନିୟମ ପ୍ରଣୟନ ହୋଇଛି। ଗୋଟିଏ ଧର୍ମର ଲୋକ ଅନ୍ୟ ଧର୍ମର ଲୋକଙ୍କୁ ବିବାହ କରିବା ପାଇଁ ୧୯୫୪ ମସିହାରେ ‘ସ୍ପେସାଲ ମେରେଜ ଆକ୍ଟ’ ପ୍ରଣୟନ କରାଯାଇଛି। ହିନ୍ଦୁ ବିବାହ ଆଇନର ଧାରା ୭ରେ ଉଲ୍ଲେଖ ଅଛି ଯେ ବିବାହ ସମୟେ ଧାର୍ମିକ ଚେତନା ଉଦ୍ରେକ ପାଇଁ କିଛି ରୀତିନୀତିର ବ୍ୟବସ୍ଥା ରହିଛି। ଯଜ୍ଞକୁଣ୍ଡ ଚାରି ପାଖରେ ଉଭୟ ସ୍ୱାମୀ-ସ୍ତ୍ରୀ ଅଗ୍ନିକୁ ସାକ୍ଷୀ ରଖି ୭ ଥର ପରିକ୍ରମା କରିବାକୁ ‘ସପ୍ତପଦୀ’ କୁହାଯାଏ। ଯଦି କୌଣସି କାରଣରୁ ୭ ଥର ବୁଲିବା ସମାପ୍ତ ହୋଇପାରିନି ସେ କ୍ଷେତ୍ରରେ ବିବାହ ଆଇନ ସିଦ୍ଧ ନୁହଁ। ଏ ବିଧି ସାଧାରଣତଃ ଉତ୍ତର ଭାରତରେ ପ୍ରଚଳିତ ଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ଏମିତି ପ୍ରଥା କ୍ୱଚିତ ଦେଖିବାକୁ ମିଳେ।

ସର୍ବୋଚ୍ଚ ଅଦାଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି ଯେ, ହିନ୍ଦୁ ବିବାହ ସାତଜନ୍ମର ସମ୍ପର୍କ। ତେଣୁ ବିବାହ ବେଳେ ସପ୍ତପଦୀ ହୋଇ ନ ଥିଲେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ସମ୍ପନ୍ନ ହୋଇନାହିଁ ଓ ତାହା ଅସିଦ୍ଧ ଅଟେ। ହିନ୍ଦୁ ବିବାହ ଆଇନ ଅନୁଯାୟୀ, ବିବାହ ସମୟେ ପୁଅର ୨୧ ବର୍ଷ ଓ ଝିଅର ୧୮ ବର୍ଷ ପୂରା ହୋଇ ଥିବା ଦରକାର। ସେହିପରି ଯଦି ବୈବାହିକ ଜୀବନରେ ଅଶାନ୍ତି କିମ୍ବା ମନୋମାଳିନ୍ୟ ହେଲା, ଉଭୟ ଊଭୟଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଲେ ହିନ୍ଦୁ ବିବାହ ଆଇନର ଧାରା ୧୩ ଅନୁଯାୟୀ କୋର୍ଟଙ୍କ ଅନୁମତିର ବାଧ୍ୟତାମୂଳକ ଅଟେ। ଛାଡ଼ପତ୍ର ଏତେ ସହଜ ନଥିଲେ ବି କେଉଁ ପରିସ୍ଥିତିରେ ତାହା ହୋଇପାରିବ ଆଇନରେ ଉଲ୍ଲେଖ ରହିଛି।

ମାନବ ସଭ୍ୟତାର ଗତିଶୀଳତା ବଜାୟ ରହିଛି। ସନ୍ତାନ ସୃଷ୍ଟିର ଧାରା ଏହି ପ୍ରକ୍ରିୟାରେ ମାନବ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଲଗା କରି ରଖିଛି। ହିନ୍ଦୁ ଧର୍ମରେ ୧୬ ସଂସ୍କାର ମଧ୍ୟରେ ବିବାହ ଅନ୍ୟତମ। ଚତୁଃଶ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ରମ ହେଲା ଗୃହସ୍ଥାଶ୍ରମ। ଗୃହସ୍ଥାଶ୍ରମ ପ୍ରବେଶ, ଧର୍ମର ପାଳନ ଓ କାମନାର ତୃପ୍ତି ସହିତ ସନ୍ତାନ ପ୍ରାପ୍ତି ଏବଂ ବଂଶରକ୍ଷା ପାଇଁ ଆନୁଷ୍ଠାନିକ ବନ୍ଧନ ହେଉଛି ବିବାହ। ବିବାହ ଏମିତି ଏକ ବନ୍ଧନ, ଯାହା କେବଳ ଦୁଇ ଜଣଙ୍କୁ ନୁହଁ, ଦୁଇ ପରିବାରକୁ ସମ୍ପର୍କର ଡୋରିରେ ବାନ୍ଧି ରଖିଥାଏ। ବଧୂ ନିଜ ଘରର ଏରୁଣ୍ଡି ବନ୍ଧ ପାରି ହେଲା ପରେ ନିଜ ଶ୍ୱଶୁର ଘରକୁ ସମ୍ପର୍କରେ ବାନ୍ଧି ରଖେ। ବିବାହ ପରେ ଶ୍ୱଶୁର ଘରକୁ ନିଜର ଘର ବୋଲି ଭାବି ନିଜ କର୍ତ୍ତବ୍ୟ ସୂଚାରୁ ରୂପେ ତୁଲେଇ ଥାଏ। ସ୍ୱାମୀକୁ ପତନରୁ ଉଦ୍ଧାର କରୁଥିବାରୁ ସେ ପତ୍ନୀ, ଧର୍ମ କାର୍ଯ୍ୟରେ ସହାୟତା କରୁଥିବାରୁ ସହଧର୍ମିଣୀ, ଗୃହ କାର୍ଯ୍ୟ ପରିଚାଳନା କରୁଥିବାରୁ ଗୃହିଣୀ, ସ୍ୱାମୀକୁ ଧର୍ମ କାର୍ଯ୍ୟରେ ପରିଚାଳିତ କରୁଥିବାରୁ ଧର୍ମପତ୍ନୀ ଇତ୍ୟାଦି। ସେହିପରି ହିନ୍ଦୁ ଧର୍ମରେ ୧୬ ପ୍ରକାରର ସଂସ୍କାର ମଧ୍ୟରୁ ବିବାହକୁ ଅନ୍ୟତମ ସଂସ୍କାର ଭାବରେ ଗ୍ରହଣ କରାଯାଇଛି। ବିବାହର ଅର୍ଥ ବିଶେଷ ରୂପରେ ଉତ୍ତରଦାୟିତ୍ୱକୁ ବହନ କରିବା। ଏହି ବିବାହ ଦ୍ୱାରା ମଣିଷ ପିତୃଋଣରୁ ମୁକ୍ତି ଲାଭ କରିଥାଏ। ‘ପାଣିଗ୍ରହଣ’ ସଂସ୍କାରକୁ ‘ହିନ୍ଦୁ ବିବାହ’ ନାମରେ ଗଣ୍ୟ କରା ଯାଇଥାଏ। ହିନ୍ଦୁ ବିବାହ ଜନ୍ମଜନ୍ମାନ୍ତର ପାଇଁ ହୋଇଥିବାରୁ ଏହାକୁ କୌଣସି ପ୍ରକାର ଛିନ୍ନ କରାଯାଇ ପାରିବ ନାହିଁ ବୋଲି ଶାସ୍ତ୍ରମାନଙ୍କରେ ଉଲ୍ଲେଖ ଅଛି। ଗୃହୀ ସୂତ୍ର ମତେ ବିବାହ କର୍ମରେ ୧୩ ଗୋଟି ଭିନ୍ନ ଭିନ୍ନ ଅନୁଷ୍ଠାନର ବିବରଣୀ ମିଳେ। ସେ ସବୁ ହେଲା, ପାଣି ଗ୍ରହଣ, ଲଜ୍ଜା ହୋମ, ଅଗ୍ନାହୋରଣ, ସପ୍ତପଦୀ, ଧୃବଦର୍ଶନ, ଯାନାରୋହଣ, ବିବାହାଗ୍ନିକୁ ସାଙ୍ଗରେ ନେଇ ଗମନ, ଗୃହ ପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନି ପରିଚରଣ, ପକ୍ଷାଦିରେ ସ୍ଥଳିପାକ, ଗର୍ଭଧାନ ଇତ୍ୟାଦି।

ବିବାହକୁ ଭାରତୀୟ ସଂସ୍କୃତିରେ କେବଳ ମିଳନ ନୁହଁ, ବରଂ ଏହା ଦୁଇ ଆତ୍ମା, ଦୁଇ ହୃଦୟ, ଦୁଇ ମନ, ଦୁଇ ଜଣଙ୍କ ଭାବାବେଗର ଜନ୍ମଜନ୍ମାନ୍ତର ବନ୍ଧନ। ବିବାହ ଦୁଇ ପରିବାର ମଧ୍ୟରେ ଆବେଗିକ ସମ୍ପର୍କ। ହିନ୍ଦୁ ବିବାହ ଶାଶ୍ୱତ ତଥା ଚିରନ୍ତନ। ସଫଳ ବୈବାହିକ ଜୀବନଯାପନ ପାଇଁ ଆବଶ୍ୟକୀୟ ଧୈର୍ଯ୍ୟ, ସହନଶୀଳତା, ଆବେଗ, ପାରସ୍ପରିକ ବୁଝାମଣାକୁ ଆଜି ସମାଜ ହରେଇ ବସିଛି। ସର୍ବୋପରି ନିଜନିଜ ମଧ୍ୟରେ ସାମାନ୍ୟ ଭୁଲବୁଝାମଣାକୁ ନେଇ ବିବାହ, ଛାଡ଼ପତ୍ର ମାମଲାରେ ଆଜି ନ୍ୟାୟାଳୟ ଭାରାକ୍ରାନ୍ତ। ନିଜନିଜ ମଧ୍ୟରେ ସହନଶୀଳତା, ପରସ୍ପର ଉତ୍ତମ ବୁଝାମଣା ଏ ଦିଗରେ ସହାୟକ ହୋଇପାରିବ।

ଗଦାଧର ବଳ
ଭଦ୍ରକ, ମୋ: ୯୪୩୭୧୨୮୮୮୧

14 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର