ଅନ୍ନ ବ୍ରହ୍ମ
ପଞ୍ଚଭୂତ ବିଶିଷ୍ଟ ଏ ମରଣଶୀଳ କାୟାଟି ଖାଦ୍ୟ-ପାନୀୟ ରୂପୀ ଇନ୍ଧନ ସାହାଯ୍ୟରେ ଯତ୍ନବତ୍ ଚାଲେ। ପ୍ରକୃତିଦତ୍ତ ଶାକ-ତଣ୍ଡୁଳ-ଫଳମୂଳ-ଜଳ ଗ୍ରହଣ କରି ମାତୃଗର୍ଭରୁ ଜାତ କ୍ଷୁଦ୍ର ମଣିଷଟି କ୍ରମବିଶାଳ ଶରୀର ପ୍ରାପ୍ତ କରେ ଏବଂ ମାନବ ଜନ୍ମର ଯଥାବିଧି କର୍ତ୍ତବ୍ୟ ସମ୍ପାଦନରେ ସକ୍ଷମ ହୋଇଥାଏ। ବହୁ ପୁରାତନକାଳରୁ ଅଦ୍ୟାବଧି ଅନେକ ମୁନିଋଷି, ସାଧକ, ଯୋଗୀ, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଖାଦ୍ୟର ପ୍ରକାରଭେଦ, ଗୁରୁତ୍ୱ ଗ୍ରହଣ କରିବାର ନିୟମାବଳୀ ଆଦି ବିଷୟରେ ଆମକୁ ସଚେତନ କରିବା ପାଇଁ ନିରବଚ୍ଛିନ୍ନ ପ୍ରୟାସ […]
ପଞ୍ଚଭୂତ ବିଶିଷ୍ଟ ଏ ମରଣଶୀଳ କାୟାଟି ଖାଦ୍ୟ-ପାନୀୟ ରୂପୀ ଇନ୍ଧନ ସାହାଯ୍ୟରେ ଯତ୍ନବତ୍ ଚାଲେ। ପ୍ରକୃତିଦତ୍ତ ଶାକ-ତଣ୍ଡୁଳ-ଫଳମୂଳ-ଜଳ ଗ୍ରହଣ କରି ମାତୃଗର୍ଭରୁ ଜାତ କ୍ଷୁଦ୍ର ମଣିଷଟି କ୍ରମବିଶାଳ ଶରୀର ପ୍ରାପ୍ତ କରେ ଏବଂ ମାନବ ଜନ୍ମର ଯଥାବିଧି କର୍ତ୍ତବ୍ୟ ସମ୍ପାଦନରେ ସକ୍ଷମ ହୋଇଥାଏ। ବହୁ ପୁରାତନକାଳରୁ ଅଦ୍ୟାବଧି ଅନେକ ମୁନିଋଷି, ସାଧକ, ଯୋଗୀ, ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଖାଦ୍ୟର ପ୍ରକାରଭେଦ, ଗୁରୁତ୍ୱ ଗ୍ରହଣ କରିବାର ନିୟମାବଳୀ ଆଦି ବିଷୟରେ ଆମକୁ ସଚେତନ କରିବା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରି ଆସିଛନ୍ତି। ଆଜିର ଅନ୍ଧ ପ୍ରତିଯୋଗିତାରେ ସାମିଲ ହୋଇ ଯନ୍ତ୍ରବତ୍ ଚାଲୁଥିବା ମଣିଷ ଖାଦ୍ୟ ସମ୍ବନ୍ଧୀୟ ଜ୍ଞାନ-ବିଜ୍ଞାନକୁ ହେୟଜ୍ଞାନ କରି ଅସୁରକ୍ଷିତ, ଅହିତକର ଖାଦ୍ୟାଭ୍ୟାସ ଆପଣେଇ ନେଇ ଅନେକ ରୋଗ ଓ ଦୁଃଖ ବରଣ କରୁଛି।
ଶ୍ରୀମଦ୍ଭଗବଦ୍ଗୀତାର ସପ୍ତଦଶ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତିନିପ୍ରକାର ଖାଦ୍ୟ ଓ ତା’ର ପ୍ରଭାବ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଛନ୍ତି। ତଦନୁସାରେ- ଆୟୁ, ବଳ, ପ୍ରସନ୍ନତା ତଥା ସତ୍ତ୍ୱଗୁଣ ବଢ଼଼ାଉଥିବା ଖାଦ୍ୟମାନ ‘ସାତ୍ତ୍ୱିକ’ ଶ୍ରେଣୀର ଅନ୍ତର୍ଭୁକ୍ତ। ଦୁଃଖ ଓ ରୋଗ ପ୍ରଦାୟକ ଅତି ପିତା, ଅତି ଖଟା, ଅତି ଗରମ, ଅତି ରାଗ, ଅତି ଶୁଷ୍କ ଖାଦ୍ୟ ସବୁ ‘ରାଜସିକ’। ଗଳିତ, ରସବିହୀନ, ଦୁର୍ଗନ୍ଧମୟ, ବାସି, ଉଚ୍ଛିଷ୍ଟ ଏବଂ ମାଂସାଦି ଭୋଜନ ‘ତାମସିକ’ ଶ୍ରେଣୀୟ। ଉପରୋକ୍ତ ଶ୍ରେଣୀର ଖାଦ୍ୟମାନେ ମାନବ ଶରୀରରେ ଯଥାକ୍ରମେ ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ପ୍ରବୃତ୍ତିଗୁଡ଼ିକ ବୃଦ୍ଧି କରେ। ଛାନ୍ଦୋଗ୍ୟ ଉପନିଷେଦରେ ମଧ୍ୟ ଉଲ୍ଲେଖ ଅଛି ଯେ- ‘ଅନ୍ନମୟଂ ହି ସୋମ୍ୟ ମନଃ’, ଅର୍ଥାତ୍ ଯେମିତି ଅନ୍ନ ଗ୍ରହଣ କରିବ, ମନ ମଧ୍ୟ ସେମିତି ହେବ।
ଆମ ଓଡ଼ିଆ ଘରେ ଘରେ ପାଠ କରାଯାଉଥିବା ମାଣବସା ଗୁରୁବାର ‘ଲକ୍ଷ୍ମୀ ପୁରାଣ’ରେ ଖାଦ୍ୟ ସମ୍ବନ୍ଧୀୟ ସାଧାରଣ ନିୟମମାନ ଅତି ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି ଏବଂ ଅନ୍ନ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଦିଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ସେହିଭଳି ସମସ୍ତ ଓଷାବ୍ରତ ଓ ଶୁଭଦିନମାନଙ୍କରେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ, ନିୟନ୍ତ୍ରିତ ମାତ୍ରାରେ ଖାଦ୍ୟ ସେବନ ଆଦିକୁ ଯତ୍ନର ସହିତ ବୁଝାଯାଇଛି। ହଜାର ହଜାର ବର୍ଷ ପରେ ଗବେଷକମାନେ ସ୍ପଷ୍ଟରୂପେ ଦର୍ଶାଇଛନ୍ତି ଯେ ଏହି ସବୁ ଖାଦ୍ୟବିଧି ବୈଜ୍ଞାନିକ ସମ୍ମତ ଏବଂ ଶରୀରକୁ ଦୀର୍ଘଜୀବୀ କରିବାରେ ନିତାନ୍ତ ଉପଯୋଗୀ। ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ପୃଥିବୀ ସହ ଆପେକ୍ଷିକ ଅବସ୍ଥିତି ଓ ଗତି ଯୋଗୁଁ ଭୂମଣ୍ଡଳରେ ଅନେକ ପ୍ରକ୍ରିୟା ନିୟନ୍ତ୍ରିତ ହୁଏ ଏବଂ ମନୁଷ୍ୟ ଶରୀର ଅନ୍ତର୍ଗତ ପାଚନକ୍ରିୟା ମଧ୍ୟ ଏଥିସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସୂର୍ଯ୍ୟଙ୍କର ନିକଟତା, ସୂର୍ଯ୍ୟ କିରଣର ପ୍ରଖରତା ବେଶୀ ହେଲେ ଆମର ପାଚନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୁଏ। ସେଥିପାଇଁ ସୂର୍ଯ୍ୟାସ୍ତ ପରେ ଜଟିଳ ଖାଦ୍ୟମାନ (ଯାହା ହଜମ ହେବାକୁ ଦୀର୍ଘ ସମୟ ଲାଗିବ) ଗ୍ରହଣ ନ କରିବା ବିଧେୟ। ହାଲୁକା ଖାଦ୍ୟ ଖାଇଲେ ଅବା ଆଦୌ ନ ଖାଇଲେ ଭଲ।
ଆମ ଜାତିର ଜନକ ମହାତ୍ମା ଗାନ୍ଧୀ ଭୋଜନ ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି ଭାବେ ନିଜେ ପାଳନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ସମ୍ପର୍କରେ ପରାମର୍ଶ ଦେଉଥିଲେ। ଆମ ଶରୀରର ପାଚନ ଶକ୍ତିକୁ ବୃଦ୍ଧି କରିବାକୁ ମଝିରେ ମଝିରେ ଉପବାସ, ଅରନ୍ଧା ଖାଦ୍ୟ ସେବନ ଅତ୍ୟନ୍ତ ଜରୁରୀ ବୋଲି କହିବା ସହ ଚିନି ବଦଳରେ ଗୁଡ଼, ମହୁ ଆଦି ଖାଇବାକୁ ବୁଝାଉଥିଲେ। ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଅତି ସରଳ, ସୁପାଚ୍ୟ ଓ ପୋଷଣଯୁକ୍ତ ଖାଦ୍ୟାଭ୍ୟାସ ବିଷୟରେ ଆମେ ମଧ୍ୟ ଊଣା ଅଧିକେ ଜାଣିଛେ। ତାଙ୍କୁ ଚାରିପାଞ୍ଚ ମୁଠା ଖଇ ଭଲ ଲାଗୁଥିଲା ଜଳଖିଆରେ ଏବଂ ଢିଙ୍କିକୁଟା ଉଷୁନା ଚାଉଳର ଭାତ, ସିଝା ଅମୃତ ଭଣ୍ଡା, କ୍ଷୀର, ମଦରଙ୍ଗା ଶାଗ ଆଦି ତାଙ୍କର ନିତିଦିନିଆ ଭୋଜନ ଥିଲା।
ବର୍ତ୍ତମାନ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରିପୋର୍ଟରେ ଖାଦ୍ୟକୁ ସକାରାତ୍ମକ ମାନସିକତାରେ ଖାଇବା, ଖାଦ୍ୟ ଗ୍ରହଣ ବେଳେ କେବଳ ଖାଦ୍ୟ ଉପରେ ଧ୍ୟାନ ରଖିବା, ବାରମ୍ବାର ଚୋବେଇ ଖାଇବା, ଏକାଥରେ ବହୁ ପରିମାଣରେ ଅବା ବହୁ ପ୍ରକାରର ଖାଇବା, ଭୋଜନ ସମୟ ମଧ୍ୟରେ ଯଥେଷ୍ଟ ଅନ୍ତର ରଖିବା (ପ୍ରାତଃକାଳୀନ, ମଧ୍ୟାହ୍ନ ଏବଂ ରାତ୍ରି ଭୋଜନ ମଧ୍ୟରେ) ରାତ୍ରିରେ ଶଯ୍ୟାଗ୍ରହଣର ଅନ୍ତତଃ ଚାରି ଘଣ୍ଟା ପୂର୍ବରୁ ଖାଇବା, ବାସି ଖାଦ୍ୟ ନ ଖାଇ ସତେଜ ଏବଂ ପ୍ରକୃତିଦତ୍ତ ଖାଦ୍ୟ ଗ୍ରହଣ କରିବା ଆଦି ବିଷୟରେ ବାରମ୍ବାର ଉଲ୍ଲେଖ ରହୁଛି। ବର୍ତ୍ତମାନର ଜୀବନଶୈଳୀ ଯୋଗୁଁ ହେଉଥିବା ରୋଗଗୁଡ଼ିକର ନିରାକରଣ ପାଇଁ ଉପରୋକ୍ତ ନିୟମଗୁଡ଼ିକର ପାଳନ ବିଧେୟ।
ବିଷ୍ଣୁ ସହସ୍ରନାମରେ ଉଲ୍ଲେଖ ରହିଛି ‘ଭୋଜନାୟ ନମଃ’, ଅର୍ଥାତ୍ ଭୋଜନ ସ୍ୱୟଂ ବ୍ରହ୍ମରୂପୀ, ଯାହା ଚରାଚର ଜୀବଙ୍କୁ ପ୍ରାଣମୟ କରେ। ତେଣୁ ଆମେ ସମସ୍ତେ ଖାଦ୍ୟର ସ୍ଥାନକୁ ଅତି ଉଚ୍ଚରେ ରଖି ଅତି ଯତ୍ନରେ ନିଜ ବୟସ, ଜଳବାୟୁ, ସୂର୍ଯ୍ୟ / ଚନ୍ଦ୍ରଙ୍କ ଗତିବିଧି ତଥା ଆବଶ୍ୟକତାକୁ ବିଚାର କରି ଖାଦ୍ୟ ଗ୍ରହଣ କଲେ ନିଶ୍ଚିତ ରୂପେ ରୋଗବ୍ୟାଧିର ନିରାକରଣ ହେବା ସହ ଏକ ସୁସ୍ଥ ସମାଜ ଗଠନ ହେବ। ଭାରତୀୟ ସଂସ୍କୃତିରେ ପ୍ରଚଳିତ ବିଭିନ୍ନ ହିତକର ଖାଦ୍ୟାଭ୍ୟାସକୁ ଆପଣେଇ ବିଶ୍ୱ ଦରବାରରେ ତା’ର ପ୍ରଚାର ପ୍ରସାର କରିବାର ବର୍ତ୍ତମାନ ପ୍ରକୃଷ୍ଟ ସମୟ।
ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର
ମୋ: ୭୯୭୮୧୯୨୩୫୧