କେମିତି ଅଛନ୍ତି

The Sakala Picture
Published On

‘କେମିତି ଅଛନ୍ତି!’ ଏବର ସମୟର ଶ୍ରେଷ୍ଠ ସମ୍ଭାଷଣ ବୋଧହୁଏ। ତେବେ ଏହା ଏକ ପ୍ରଶ୍ନହୋଇପାରେ। କିନ୍ତୁ ଏହାର ବ୍ୟବହାର ପ୍ରାୟ ପ୍ରଶ୍ନରୂପେ ହୁଏ ନାହିଁ, ବରଂ ଜଣେ ଅନ୍ୟଜଣକୁ ଦେଖିଲେ ଏମିତି ସମ୍ଭାଷଣରେ ସମୟ ବିତେଇ ଦିଆଯାଇପାରେ ବା ଏହା ଏକ ବିରାଟ ସୌଜନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ନିଶ୍ଚିତ। ଏତେ ବଡ଼ ଦୁନିଆରେ ଆମେ ଲାଭ କରିଥିବା ବନ୍ଧୁ ପରିଜନଙ୍କୁ ଏମିତି ପ୍ରଶ୍ନ ବା ସମ୍ଭାଷଣ ବେଶ ଭଲଲାଗେ। ତା’ର ଉତ୍ତରରେ ବହୁତ ସମୟ ଛୋଟ […]

‘କେମିତି ଅଛନ୍ତି!’ ଏବର ସମୟର ଶ୍ରେଷ୍ଠ ସମ୍ଭାଷଣ ବୋଧହୁଏ। ତେବେ ଏହା ଏକ ପ୍ରଶ୍ନହୋଇପାରେ। କିନ୍ତୁ ଏହାର ବ୍ୟବହାର ପ୍ରାୟ ପ୍ରଶ୍ନରୂପେ ହୁଏ ନାହିଁ, ବରଂ ଜଣେ ଅନ୍ୟଜଣକୁ ଦେଖିଲେ ଏମିତି ସମ୍ଭାଷଣରେ ସମୟ ବିତେଇ ଦିଆଯାଇପାରେ ବା ଏହା ଏକ ବିରାଟ ସୌଜନ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ନିଶ୍ଚିତ।

ଏତେ ବଡ଼ ଦୁନିଆରେ ଆମେ ଲାଭ କରିଥିବା ବନ୍ଧୁ ପରିଜନଙ୍କୁ ଏମିତି ପ୍ରଶ୍ନ ବା ସମ୍ଭାଷଣ ବେଶ ଭଲଲାଗେ। ତା’ର ଉତ୍ତରରେ ବହୁତ ସମୟ ଛୋଟ ଉତ୍ତର ଟିଏ ଆସିପାରେ- ‘ହଁ ଭଲ ଅଛି’ ବା ଅନ୍ୟକିଛି ସୁବିଧା ଅସୁବିଧା କୁହାଯାଇଥାଏ। ଏହି ପଦଟି ସମ୍ପର୍କର ଏକ ଅଦ୍ଭୁତ ସେତୁପରି କାର୍ଯ୍ୟ କରେ। ଏହାର ଉତ୍ତରକୁ ବେଳେବେଳେ ଅପେକ୍ଷା କରାନଯାଇ ଆଗକୁ ବଢ଼଼ିବାକୁ ହୁଏ। ତେବେ ସମ୍ପର୍କର ଦୁନିଆରେ ଏସବୁର ଯଥାର୍ଥତା ଯଥେଷ୍ଟ ଅଧିକ। ସଭାସମିତିରେ ପ୍ରଥମେ ସମ୍ଭାଷଣରେ ‘କେମିତି ଅଛନ୍ତି ଆପଣମାନେ’ କୁହାଯାଏ ପ୍ରାୟ ସମୟରେ। ତା’ର ଉତ୍ତରରେ ସେହି ପାଲଟା ପ୍ରଶ୍ନହିଁ ଆସେ ପ୍ରଶ୍ନକର୍ତ୍ତା ନିକଟକୁ। ତେବେ ସମ୍ପର୍କରେ ସେତୁବନ୍ଧ ସୃଷ୍ଟି କରିବାର ଏହା ପ୍ରଥମ ସୋପାନ। ବେଳେବେଳେ ଉତ୍ତର କର୍ତ୍ତାଙ୍କର ସ୍ୱାସ୍ଥ୍ୟ କିମ୍ୱା ଅନ୍ୟ ସମସ୍ୟା ଉପସ୍ଥାପନ ହେଲେ ଲମ୍ୱିଯାଏ କଥା ସବୁ। ତା’ପରେ ଅନେକ ନିଜ ନିଜର ଆୟତ୍ତ କଥା ଅଜାଡ଼ି ପଡ଼େ ଉଭୟଙ୍କ ମଧ୍ୟରେ। ଭେଟ ଭାଟ ଜମିଯାଏ ଏମିତି। ଏହି ପ୍ରଶ୍ନରେ ସ୍ୱାଭାବିକ ଭାବରେ ମୁହଁରେ ଉକୁଟିଆସେ ସୁନ୍ଦର ହସ। ହସହିଁ ପରସ୍ପର ସମ୍ପର୍କରେ ଆହୁରି ଘନତା ବଢ଼଼ାଇଥାଏ।

ଆମେ ଏହାର ପ୍ରତ୍ୟକ୍ଷଦର୍ଶୀ ହୋଇଛୁ ପିଲାବେଳେ। ଜଣେଲୋକ ତାଙ୍କର କର୍ମସ୍ଥଳ ଓ ସକାଳ ଭ୍ରମଣରେ ଗଲାବେଳେ ଯାହାକୁ ଦେଖନ୍ତି କହନ୍ତି ‘କେମିତି ଅଛନ୍ତି?’ ହସଟିଏ ମୁହଁରେ ଖେଳେଇ ସେ ଏହି ପ୍ରଶ୍ନଟି ସମସ୍ତଙ୍କୁ କରନ୍ତି। ବେଳେବେଳେ ତାଙ୍କର ଘରଲୋକ ତାଙ୍କ ଉପରେ ଚିଡ଼ନ୍ତି। ଆରେ ସମସ୍ତଙ୍କୁ ଏପରି ପଚାରିବାର ଆବଶ୍ୟକତା କ’ଣ? କିଏ କ’ଣ ଭାବିପାରେ। ସେ କିନ୍ତୁ ସ୍ମିତହାସ୍ୟରେ କହନ୍ତି, ‘ହଁ କ’ଣ ଅଛି ଏ ଜୀବନରେ? କିଏ କେତେବେଳେ ମରିଯିବ। ଯେ ସାମାନ୍ୟ ସମ୍ପର୍କ ଟିକିଏ ଥାଉ। ତାହା ହିଁ ଜୀବନର ସବୁକିଛି। ଏମିତି ତାଙ୍କ ଅବସର ପରେ ସେ ବୁଲିବାକୁ ତୀର୍ଥକ୍ଷେତ୍ରକୁ ଚାଲିଗଲେ। କିଛିଦିନ ପରେ ତାଙ୍କ ଘରେ ଚିହ୍ନାଅଚିହ୍ନା ଅନେକ ଲୋକ ପଚାରିଲେ, ‘ସାର ନାହାନ୍ତି କି, କ’ଣ ଦେହ ଖରାପ କି?’ ଏକଥା ଦେଖି ତାଙ୍କର ପିଲାମାନଙ୍କର ଆଖିଭରି ଗଲା। ସେମାନେ ଜାଣିଲେ ତାଙ୍କର ବାପା ଜଣେ ସାମାନ୍ୟ ସରକାରୀ କର୍ମଚାରୀ ସତ, କିନ୍ତୁ ଜଣେ ସାମାନ୍ୟ ଲୋକ ନୁହନ୍ତି। ପ୍ରକୃତରେ ସେ ଅସାଧାରଣ। ତାଙ୍କର ପ୍ରଶ୍ନର ସମସ୍ତ ଉତ୍ତର ସେମାନେ ପାଇଯାଇଥିଲେ।

ଏପରି ଅନେକ ଉଦାହରଣ ଆମ ସମାଜରେ ଦେଖାଯାଏ। ଅବଶ୍ୟ ଏବେକାର ସମୟରେ କାହା ପାଖରେ ଟିକିଏ କଥା ହେବାର ସମୟ ନାହିଁ ବା ମନଭାବର ଘୋର ଅଭାବ ଥିବାରୁ ଏସବୁ ସମ୍ଭବ ନୁହେଁ। ନିଜେ ଅନ୍ୟଠାରୁ କେତେ ବଡ଼, ଏକଥାକୁ ତଉଲି ତଉଲି ଆମେ ସାମାନ୍ୟ ସମ୍ପର୍କସବୁକୁ ନାରଖାର କରିଦେଉଛୁ। ଆମେ ମୋବାଇଲରେ କଥା ହେଉଛନ୍ତି ସତ, କିନ୍ତୁ ପ୍ରକୃତରେ ଦେଖାହେଲେ ଏତେ ସମ୍ପର୍କକୁ ଯୋଡ଼ିପାରିବା ସମ୍ଭବ ହେଉନି। କାରଣ ସମ୍ପର୍କ ସେହିପରି ଏବଂ ସମୟର ଘୋର ଅଭାବ। ସାମାଜିକ ଗଣମାଧ୍ୟମରେ ଆମେ ମଧ୍ୟ ଅତି ହାତପାଆନ୍ତାରେ ବନ୍ଧୁଙ୍କୁ ପାଇ ସମ୍ପର୍କଟିଏ ଯୋଡ଼ିବା ପାଇଁ ଅସମର୍ଥ। ଆମେ କେବଳ ବଡ଼ ଛୋଟ, କିଏ କ’ଣ ଭାବି ଅନେକ ସମ୍ପର୍କକୁ ସେହିପରି ମତଲବୀ କରି ଛାଡ଼ିଦେଉଛୁ। ଆମେ ବଡ଼ ଆଶା କରି ଅନ୍ୟର ଉଦାହରଣ ଦେଇ ଦେଇ ନିଜର ବୟସକୁ ସାରି ଚାଲିଛୁ। ଅଯଥା ଆତ୍ମବଡ଼ିମାରେ ଆମେ କେବଳ ଜୀବନଯାପନ କରି ଜୀବନକୁ ଦୁର୍ବିସହ କରିଚାଲିଛୁ। ସମ୍ପର୍କ ବିହୀନ ଜୀବନ ଜୀବନ ନୁହେଁ ବୋଲି ସମସ୍ତେ ଅବଶ୍ୟ ବୁଝିଛନ୍ତି। କିନ୍ତୁ ଏହାକୁ ବଢ଼଼ାଇବାର ଯୋଜନା ଆମ ନିକଟରେ ଆଉ ନାହିଁ। ଶିକ୍ଷା, ଧନ, ପଦ ଆଦିର ଗରିମାରେ ଆମେ ହରେଇ ଦେଇଛନ୍ତି ଆମ ସୁସମ୍ପର୍କ ସବୁ। ପୂର୍ବରୁ ଗ୍ରାମରେ ବିଭିନ୍ନ ପର୍ବରେ ଭେଟାଭେଟିରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହେବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ସହ ଅତି ନିବିଡ଼ ଭାବରେ ମିଶୁଥିଲେ। କିନ୍ତୁ ଏବେ ମିଶିବାର ଏତେ ନିବିଡ଼ତା ନାହିଁ କହିଲେ ଚଳେ।

ଗୋଟିଏ ଛୋଟ ସହରରେ ଜଣେ ବ୍ୟକ୍ତି ହଠାତ ଗୋଟିଏ ଛୋଟ ଭଡ଼ା ଘରେ ରହିଲେ। ସେ ସେଠାରେ ରହିବା ପରେ ସମସ୍ତଙ୍କ କାମ ମେଡିକାଲ ଆଦିରେ ସାହାଯ୍ୟ କରିବାକୁ ଲାଗିଲେ। ପ୍ରତ୍ୟେକ କାମରେ ସାହାଯ୍ୟ କରିବା ଓ ମୁହଁରେ ହସଟିଏ ରଖି ସମସ୍ତଙ୍କର ଭଲ କରିବା ତାଙ୍କର ପ୍ରଧାନ କାମ ହୋଇଗଲା। ସମସ୍ତେ ତାଙ୍କୁ ଭଲପାଇଲେ। ସେ ନଆସିଲେ ସତେଯେମିତି କାହାର କିଛି ହେଉନଥିଲା। କିଛିଦିନ ପରେ ସେ ସେହିଘରେ ମରିଗଲେ। ସମସ୍ତେ ଏକଥା ତା’ପରଦିନ ସକାଳ ଦେଖିବାକୁ ପାଇଲେ। ତାଙ୍କର ମୃତ୍ୟୁରେ ସେଦିନ ବଜାର ବନ୍ଦ ରହିଲା। ମୃତ୍ୟୁ ଶୋଭାଯାତ୍ରାରେ ସମସ୍ତେ ଯୋଗଦେଲେ। ଯେତେବେଳେ ତାଙ୍କର ଘରକୁ ତଲାସୀ ନିଆଗଲା, ଜଣାଗଲା ସେ ଜଣେ ଚାକିରିରୁ ଅବସର ନେଇଥିବା ବ୍ୟକ୍ତି। ସ୍ତ୍ରୀର ମୃତ୍ୟୁ ପରେ ପିଲାମାନେ ହଇରାଣ କରିବାରୁ ସେ ବହୁଦୂରରୁ ଆସି ସେହି ସହରରେ ଶେଷ ଜୀବନ କଟାଇବାର ମନ କରିଥିଲେ। ସେ ଜୀବନକୁ ଏମିତି ଭାବରେ ପରୋପକାର ଓ ଉତ୍ତମ ସମ୍ଭାଷଣରେ ରଖିଥିଲେ ଯେ ତାଙ୍କର ମୃତ୍ୟୁ ସେହି ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ଗୋଟିଏ ଘଟଣା ହୋଇପାରେ, କିନ୍ତୁ ଏପରି ବହୁତ ଉଦାହରଣ ଅବଶ୍ୟ ଅଛି, ଯାହା ଆମକୁ ସମ୍ପର୍କର ପ୍ରକୃଷ୍ଟ ଉଦାହରଣ ଦେଉଛି। ଅତଏବ ଆସନ୍ତୁ ଏ ସମୟରେ ଆମେ ସମ୍ପର୍କର ଡୋରକୁ ଅଧିକ ବଢ଼଼ାଇବା। ସ୍ମିତହାସ୍ୟ ସହ ଅନ୍ୟମାନଙ୍କୁ ପଚାରିବା କୁହ ତ କେମିତି ଅଛନ୍ତି, ଭଲ ଥାଆନ୍ତୁ, ଈଶ୍ୱର ଆପଣଙ୍କୁ ବହୁତ ଭଲରେ ରଖନ୍ତୁ। କିଛି ତ ପରିବର୍ତ୍ତନ ହେବ ନିଶ୍ଚୟ। ପ୍ରଦୀପ୍ତ କୁମାର ମିଶ୍ର ଅରେଇ, ମୋ: ୯୬୫୮୬୧୪୭୨୮

11 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର