ରାଷ୍ଟ୍ର ଗଠନରେ ଯୁବପିଢ଼ି

The Sakala Picture
Published On

ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କେବଳ ଯୁବ ପିଢ଼ି। କିନ୍ତୁ ପ୍ରଶ୍ନ ଉଠେ କ’ଣ ଆମ ସମାଜ କିମ୍ୱା ରାଷ୍ଟ୍ର କିମ୍ୱା ଆମ ଯୁବ ପିଢ଼ି ଏଥିପ୍ରତି ଯତ୍ନଶୀଳ ଅଛନ୍ତି? “ଭାରତ ଏବେ ମଧ୍ୟ ଅର୍ଥନୈତିକ ସଫଳତା ହାସଲ କରିବାରେ ସେତିକି ସକ୍ଷମ ହୋଇ ପାରିନି ଯାହାକି ବିଶ୍ୱ ଦରବାରରେ ଏକ ରାଜନୈତିକ-ଅର୍ଥନୈତିକ-ସାଂସ୍କୃତିକ ଛାପ ପକାଇ ପାରିବ। ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ […]

ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତରେ ମୋଟ ଜନସଂଖ୍ୟାର ୨୮ ପ୍ରତିଶତ କେବଳ ଯୁବ ପିଢ଼ି। କିନ୍ତୁ ପ୍ରଶ୍ନ ଉଠେ କ’ଣ ଆମ ସମାଜ କିମ୍ୱା ରାଷ୍ଟ୍ର କିମ୍ୱା ଆମ ଯୁବ ପିଢ଼ି ଏଥିପ୍ରତି ଯତ୍ନଶୀଳ ଅଛନ୍ତି? “ଭାରତ ଏବେ ମଧ୍ୟ ଅର୍ଥନୈତିକ ସଫଳତା ହାସଲ କରିବାରେ ସେତିକି ସକ୍ଷମ ହୋଇ ପାରିନି ଯାହାକି ବିଶ୍ୱ ଦରବାରରେ ଏକ ରାଜନୈତିକ-ଅର୍ଥନୈତିକ-ସାଂସ୍କୃତିକ ଛାପ ପକାଇ ପାରିବ। ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ବି ଆମେ ‘ଗରିବୀ ହଟାଓ’ ସ୍ଲୋଗାନ ଦେଇ ଚାଲିଛୁ। ଆମ ସମାଜ ଭ୍ରଷ୍ଟାଚାର, ଦରିଦ୍ରତା, ବେକାରୀ ସମସ୍ୟା, କୁପୋଷଣ, ଅପରାଧ ଇତ୍ୟାଦି ସାମାଜିକ ମହାମାରୀ ଦ୍ୱାରା କଳୁଷିତ ହୋଇପଡ଼ିଛି। ଏହା କ’ଣ ଭାରତୀୟ ସମାଜ ପାଇଁ ଦୁଃଖ ଓ ଚିନ୍ତାର ବିଷୟ ନୁହେଁ କି? ଆନ୍ତର୍ଜାତିକ ସଂସ୍ଥାମାନଙ୍କ ଦ୍ୱାରା ପ୍ରକାଶିତ ବିଭିନ୍ନ ସୂଚକ ପତ୍ରରେ ଭାରତର ସ୍ଥାନ ଏତେ ପ୍ରଶଂସନୀୟ ନୁହଁ, ଯଦିଓ ବିଗତ ଏକ ଦଶନ୍ଧି ଭିତରେ ଆମେ ଭଲ ପ୍ରଦର୍ଶନ କରିଆସୁଛେ। କିଏ ଏଥିପାଇଁ ଦାୟୀ ତାହା ବର୍ତ୍ତମାନ ସମୟର ତର୍କ ନୁହେଁ। ବରଂ କେମିତି ତା’ର ସମାଧାନ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ। ଯୁବ ପିଢ଼ିକୁ ଛାଡ଼ି ଏହି ସ୍ଥିତିରେ ପରିବର୍ତ୍ତନ ପରିକଳ୍ପନା କରାଯାଇପାରେନା।

ସାଧାରଣତଃ ୧୫ ରୁ ୨୯ ବର୍ଷ ବୟସ ସୀମା ଭିତରେ ଥିବା ବର୍ଗଙ୍କୁ ଆମେ ଯୁବ ପିଢ଼ି ବୋଲି ଗଣନା କରିଥାଉ। ସେମାନେ ସମାଜର ମେରୁଦଣ୍ଡ ସଦୃଶ। ଅତଏବ ଏକ ସମାଜର ଭବିଷ୍ୟ ନିର୍ଦ୍ଧାରଣରେ ଯୁବ ପିଢ଼ିର ଭୂମିକା ଏକାନ୍ତ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ। କାରଣ ସମାଜରେ ଥିବା ଅନ୍ୟ ବର୍ଗ ଯଥା ଶିଶୁ, ବୃଦ୍ଧ, ମହିଳା ଇତ୍ୟାଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯୁବ ପିଢ଼ି ଉପରେ ନିର୍ଭର କରନ୍ତି। ଏହି ଦାୟିତ୍ୱବୋଧ ହିଁ ଯୁବପିଢ଼ିକୁ ଶୃଙ୍ଖଳିତ ଓ ଅନୁଶାସିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇଥାଏ। ଯୁବ ପିଢ଼ି ଖୁବ୍‌‌ ଶୀଘ୍ର ନିଜେ ସହଜରେ ପରିବର୍ତ୍ତନ ହୋଇପାରିବେ ଏବଂ ଅନ୍ୟକୁ ପରିବର୍ତ୍ତନ କରାଇପାରିବେ। ସେମାନଙ୍କ ପାଖରେ ସମଗ୍ର ବିଶ୍ୱକୁ ବଦଳାଇ ପାରିବାର ଶକ୍ତି ମଧ୍ୟ ଅଛି। ଯେତେବେଳେ ଯୁବବର୍ଗ ଏକାଠି ହୋଇ କୌଣସି କାର୍ଯ୍ୟ କରନ୍ତି, ତାହା ଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଦିଗକୁ ନେଇଯାଏ।

ସର୍ବପ୍ରଥମେ, ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଯୁବ ପିଢ଼ି ସମସ୍ତ ଆହ୍ୱାନକୁ ଗ୍ରହଣ କରିବା ଉଚିତ। ପ୍ରାକୃତିକ ପରିବେଶକୁ ସୁନ୍ଦର, ସ୍ୱଛ ଓ ସନ୍ତୁଳିତ କରିବା ପାଇଁ ଉପଯୁକ୍ତ ପରିଚାଳନା ଦିଗରେ ଯତ୍ନବାନ ହେବା ଯୁବ ପିଢ଼ି ପାଇଁ ଅପରିହାର୍ଯ୍ୟ। ଦ୍ୱିତୀୟତଃ, ଭାରତର ପୁରାତନ ଇତିହାସ, ସଂସ୍କୃତି, କଳା ଓ ଭାସ୍କର୍ଯ୍ୟ ଇତ୍ୟାଦି ଜାଣିବା ଏବଂ ତାହାର ପ୍ରସାର କରିବା ଯୁବ ପିଢ଼ି ପାଇଁ ଗୁରୁତ୍ୱପୂର୍ଣ୍ଣ। ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ସମ୍ପ୍ରତି ଆଧୁନିକ ସମୟର ଉପଲବ୍ଧି କିପରି ଭାରତୀୟ ଭାବେ ଆମକୁ ଗୌରବାନ୍ୱିତ କରିପାରିବ ସେ ଦିଗରେ ଯୁବ ପିଢ଼ିକୁ ଯତ୍ନଶୀଳ ହେବା ନିତାନ୍ତ ଜରୁରୀ। ତୃତୀୟତଃ, ଅର୍ଥନୈତିକ କ୍ଷେତ୍ରରେ କିପରି ନିଜେ ସ୍ୱାବଲମ୍ୱୀ ହେବା ଓ ଅନ୍ୟକୁ ରୋଜଗାରକ୍ଷମ କରାଯାଇପାରିବ ସେ ଦିଗରେ ଯୁବ ପିଢ଼ି ସବୁଠୁ ଅଧିକ ପରିଶ୍ରମ କରିବାକୁ ହେବ। ଦିନ ଥିଲା ବିଦେଶୀ ମାନେ ଭାରତକୁ ‘ସୁନାର ଚଢ଼େଇ’ ବୋଲି ସମ୍ୱୋଧନ କରୁଥିଲେ। ଆମକୁ ସେଇ ପୁରାତନ ଭାରତର ବାଣିଜ୍ୟ ବ୍ୟବସାୟର ଧାରାକୁ ଅନୁଧ୍ୟାନ କରି ଆଗକୁ ବଢ଼଼ିବାକୁ ହେବ। ଗାଁରେ ଥିବା କୁଟୀର ଶିଳ୍ପ, ମହିଳା ଏସଏଚଜି ଏବଂ ଅନ୍ୟ ଲଘୁ ଉଦ୍ୟୋଗ ଉପରେ ଗୁରୁତ୍ୱ ଦେଇ ଗାଁର ଯୁବବର୍ଗକୁ ରୋଜଗାରକ୍ଷମ କରାଇ ହେବ। ଖାଲି ସେତିକି ନୁହେଁ, ସମୟ ସହ ପାଦ ଦେଇ ଆଜିର ଯୁବ ପିଢ଼ିକୁ ତୃତୀୟ ଓ ଚତୁର୍ଥ ସ୍ତରୀୟ ଅର୍ଥନୀତିକୁ ସୁଦୃଢ଼ କରି ଘରୋଇ ଅର୍ଥ ବ୍ୟବସ୍ଥାକୁ ବଳବାନ କରିବା ଦିଗରେ ପ୍ରୟାସ କରିବା ଦରକାର।

ଏ ଦିଗରେ ସରକାରଙ୍କ ମଧ୍ୟ ଭୂମିକା ରହିଛି। ଏକ ଉନ୍ନତ ଯୁବ ଶ୍ରମ ଶକ୍ତି ସୃଷ୍ଟି କରିବା ପାଇଁ ସରକାର ଆବଶ୍ୟକ ନୀତି ପ୍ରଣୟନ କରିବା ଆବଶ୍ୟକ, ଯାହାକି ଭାରତର ଅର୍ଥନୀତିକୁ ନିରବଚ୍ଛିନ୍ନ ଭାବେ ଯୋଗଦାନ କରିପାରିବ ଏବଂ ଭବିଷ୍ୟତର ସବୁ ସମସ୍ୟାକୁ ସହଜରେ ସମାଧାନ କରିପାରୁଥିବ। ଏହାଛଡ଼ା ସାମାଜିକ ଓ ନୈତିକ ତତ୍ତ୍ୱ ସହ ସମାଜର ସବୁ ବର୍ଗ ପାଇଁ ସେବା ଯୋଗାଇ ପାରୁଥିବା, ଶାସନ ନୀତି ସହ ଖାପ ଖୁଆଇ ପାରୁଥିବା ଯୁବବର୍ଗ ସୃଷ୍ଟି ପାଇଁ ସରକାର ଚେଷ୍ଟା କରିବା ଆବଶ୍ୟକ। ବିଶେଷତଃ ଗରିବ, ଦଳିତ, ଆଦିବାସୀ ଓ ସ୍ୱାଭାବିକ ସାମାଜିକ ସୁଯୋଗରୁ ବଞ୍ଚିତ ଯୁବକମାନଙ୍କ ପାଇଁ ଏକ ନ୍ୟାୟସଙ୍ଗତ ସୁବିଧା ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ।

ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଶିକ୍ଷା ହେଉ କି ସ୍ୱାସ୍ଥ୍ୟ କିମ୍ୱା ଅର୍ଥନୈତିକ ଅଭିବୃଦ୍ଧି କିମ୍ୱା ସାଂସ୍କୃତିକ ବିକେନ୍ଦ୍ରୀକରଣ, ଯୁବ ପିଢ଼ିର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆମ ସମାଜ ଓ ସରକାର ସଠିକ ଉପାୟରେ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସବୁ ଅଧିକାରର ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସାମାଜିକ ବିକାଶ ପାଇଁ ପୁଞ୍ଜି ବିନିଯୋଗ କରିବା ଅତ୍ୟାବଶ୍ୟକ। ଆଜିର ଯୁବ ପିଢ଼ି ଆସନ୍ତା କାଲିର ସ୍ରଷ୍ଟା, ପଥ ପ୍ରଦର୍ଶକ, ଦେଶର ନିର୍ମାତା ଓ ଭାଗ୍ୟ ବିଧାତା। ଇତିହାସ ସାକ୍ଷୀ ଅଛି, ଯେଉଁଠି ଯୁବ ପିଢ଼ି ଯୁଗାନ୍ତକାରୀ ପଦକ୍ଷେପ ନେଇଛି ସେଠି ସ୍ୱାଧୀନତାର ସ୍ୱାଦ, ରାଷ୍ଟ୍ର ଗଠନ ଓ ସ୍ୱାବଲମ୍ୱନ ଇତ୍ୟାଦି ବିଚାରଧାରା ଉନ୍ନତ ହୋଇଛି। ଉଦାହରଣ ସ୍ୱରୂପ, ଯେଉଁ ମିସନ ପ୍ରଥମ ବ୍ୟକ୍ତିକୁ ଚନ୍ଦ୍ର ପୃଷ୍ଠରେ ପହଞ୍ଚାଇ ତାଙ୍କୁ ସର୍ବଦା ଅମର କରିଦେଲା, ସେଇ ମିସନରେ ୮୦ ପ୍ରତିଶତ ଯୁବକ ଅଂଶଗ୍ରହଣ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ଯୁବ ପିଢ଼ିର ଯୋଗଦାନ ସବୁଠାରୁ ଅଧିକ। କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା ଧର୍ମପଦ ହେଉ କି ଇଂରେଜ ଗୁଳିରେ ସହିଦ ହୋଇଥିବା ବାଜି ରାଉତ ହେଉ କି ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦ ଭଗତ ସିଂ-ଶୁକଦେବ-ରାଜଗୁରୁ ହୁଅନ୍ତୁ, ଏମାନେ ସମସ୍ତେ ଯୁବ ଅବସ୍ଥାରେ ସମାଜ ଓ ଜାତି ପାଇଁ ନିଜକୁ ଉସର୍ଗ କରିଦେଇ ଯାଇଛନ୍ତି। ଆମ ସମାଜ ପାଇଁ ସେମାନେ ଚିରସ୍ମରଣୀୟ ଏବଂ ଆଦର୍ଶ ରୂପେ ଚିରବନ୍ଦିତ।

ପ୍ରଶାନ୍ତ କୁମାର ସାହୁ
ବାଲେଶ୍ୱର

11 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର