ସରକାରୀ ଓକିଲ ନିଯୁକ୍ତି ବ୍ୟବସ୍ଥା
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଏକ ଅଲିଖିତ ଆଇନଗତ ବ୍ୟବସ୍ଥା ରହିଛି। ତାହାହେଲା କେନ୍ଦ୍ର ହେଉ ବା ରାଜ୍ୟ, ସରକାର ବଦଳିବା ମାତ୍ରେ ପ୍ରଶାସନିକ ବ୍ୟବସ୍ଥା ସହ ଆଇନଗତ ବ୍ୟବସ୍ଥା କୁହାଯାଉଥିବା ଓକିଲ ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ସ୍ୱାଭାବିକ ଭାବେ ହାଇକୋର୍ଟ ଓ ତଳକୋର୍ଟରେ ସରକାରୀ ଓକିଲ ନିଯୁକ୍ତି ପାଇଁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥାଏ। ସେହିକ୍ରମରେ ଓଡ଼ିଶାରେ ସରକାର ବଦଳିବା ସହିତ ନୂଆ ଆଡ୍ଭୋକେଟ୍ ଜେନେରାଲ୍ଙ୍କୁ ନିଯୁକ୍ତ କରାଯାଇଛି। ଏହାପରେ ସରକାରୀ ଆଇନଜୀବୀ […]
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ଏକ ଅଲିଖିତ ଆଇନଗତ ବ୍ୟବସ୍ଥା ରହିଛି। ତାହାହେଲା କେନ୍ଦ୍ର ହେଉ ବା ରାଜ୍ୟ, ସରକାର ବଦଳିବା ମାତ୍ରେ ପ୍ରଶାସନିକ ବ୍ୟବସ୍ଥା ସହ ଆଇନଗତ ବ୍ୟବସ୍ଥା କୁହାଯାଉଥିବା ଓକିଲ ନିଯୁକ୍ତି ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ସ୍ୱାଭାବିକ ଭାବେ ହାଇକୋର୍ଟ ଓ ତଳକୋର୍ଟରେ ସରକାରୀ ଓକିଲ ନିଯୁକ୍ତି ପାଇଁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥାଏ। ସେହିକ୍ରମରେ ଓଡ଼ିଶାରେ ସରକାର ବଦଳିବା ସହିତ ନୂଆ ଆଡ୍ଭୋକେଟ୍ ଜେନେରାଲ୍ଙ୍କୁ ନିଯୁକ୍ତ କରାଯାଇଛି। ଏହାପରେ ସରକାରୀ ଆଇନଜୀବୀ ବା ଜିଏ, ଏଜିଏ (ଅତିରିକ୍ତ ସରକାରୀ ଆଇନଜୀବୀ), ଷ୍ଟାଣ୍ଡିଂ କାଉନସିଲ ଓ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ପଦକୁ ନେଇ ଧାଁ ଧଉଡ଼ ଆରମ୍ଭ ହୋଇଯାଇଛି।
ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦକ୍ଷ, ସଚ୍ଚୋଟ ଓ ଅନୁଭବୀ ତଥା କୋର୍ଟ ମାମଲା ପରିଚାଳନାରେ ପାରଙ୍ଗମ ଥିବା ସଚ୍ଚୋଟତା ପ୍ରମାଣପତ୍ରଧାରୀ ଓକିଲମାନଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯିବା କଥା। ମାତ୍ର ପ୍ରଥା ଅନୁଯାୟୀ କ୍ଷମତାସୀନ ରାଜନୈତିକ ଦଳପ୍ରତି ଆନୁଗତ୍ୟ ଥିବା ଓକିଲମାନଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଉଛି। ଏହି ଅଲିଖିତ ପରମ୍ପରାରେ ଅନେକ ଦକ୍ଷ ଓକିଲ ବାଦ୍ ପଡ଼ୁଛନ୍ତି। ଅନେକ ମାମଲାରେ ସରକାର ହାରିବା ଘଟଣାରୁ ସରକାରୀ ଓକିଲମାନଙ୍କ ପାରଦର୍ଶିତା ପ୍ରମାଣିତ ହେଉଛି।ଏଥର ସରକାରୀ ଓକିଲ ଚୟନରେ ସଚ୍ଚୋଟ, ଦକ୍ଷ, ଅନୁଭବୀସମ୍ପନ୍ନ ଓ ଯୁବ ଓକିଲ ମାନଙ୍କୁ ସୁଯୋଗ ଦେବାକୁ ଓକିଲାମାନଙ୍କ ସମେତ ବୁଦ୍ଧିଜୀବୀ ଓ ଓଡ଼ିଶାବାସୀଙ୍କ ତରଫରୁ ଦୃଢ଼ ଦାବି ହେଉଛି। ପୁନଶ୍ଚ ଯେଉଁ ଓକିଲମାନେ କେନ୍ଦ୍ର ସରକାର ଓ କ୍ୟାଟ୍ ପ୍ୟାନେଲ୍ରେ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଓକିଲ ପ୍ୟାନେଲରେ ନ ରଖିବାକୁ ମଧ୍ୟ ଦାବି ଉଠୁଛି। ସରକାର ଏହାର ଯଥାଯଥ ନ୍ୟାୟପୂର୍ଣ୍ଣ ବିଚାର କରିବେ ବୋଲି ଆଶା।
ସରକାରୀ ଆଇନଜୀବୀ ବ୍ୟବସ୍ଥାରେ ଉଚ୍ଚତମ ନ୍ୟାୟାଳୟଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଦାଲତରେ ମାମଲା ପରିଚାଳନା ସମୟରେ ଏଜି ବା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ଆଇନ ପ୍ରତିନିଧି। ତାଙ୍କ ଦ୍ୱାରା ଆଇନଜୀବୀ ପ୍ୟାନେଲ ଗଠିତ ହୋଇଥାଏ। ବିଚାରାଳୟରେ ଏଜି ଓ ସରକାରୀ ଆଇନଜୀବୀ ପ୍ୟାନେଲ ଉପରେ ସରକାରଙ୍କ ଜିତାପଟ ଏବଂ ଅନେକ ମାମଲାରେ ସ୍ଥିତି ରକ୍ଷା ନିର୍ଭର କରେ। ସରକାର ଯାହା କରୁଛନ୍ତି ତାହା କେତେ ଦୂର ଠିକ ବା ତାହା ସାଧାରଣ ଲୋକଙ୍କ ପାଇଁ କ’ଣ ଆବଶ୍ୟକତା ରହିଛି ଏବଂ ସର୍ବୋପରି ସମସ୍ତ କାର୍ଯ୍ୟ ଆଇନର ନିୟମ କାନୁନ ପରିସୀମା ଭିତରେ ହେଉଛି କି ନାହିଁ ଏହାକୁ ବୁଝାଇବାର କାମ ହେଉଛି ଏହି ପ୍ୟାନେଲର। ଏଠାରେ ସୂଚନା ଦିଆଯାଇପାରେ ଯେ ଏଜିଙ୍କ ପ୍ୟାନେଲରେ ଯେତେ ଦକ୍ଷ ଆଇନଜୀବୀ ରହିବେ ସେହିକ୍ରମରେ ସରକାର ମଧ୍ୟ ସେତେଟା ସକ୍ରିୟ ରହିବେ।
ଆଇନଗତ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ ଜେନେରାଲଙ୍କୁ ମିଶାଇ ଏହି ପ୍ୟାନେଲରେ ବିଭିନ୍ନ କୋର୍ଟରେ ମାମଲା ପରିଚାଳନା ପାଇଁ ୭୩ଜଣ ଆଇନଜୀବୀ ରହିବେ। ଜଣେ ଜିଏଙ୍କ ବ୍ୟତୀତ ୩୫ଜଣ ଏଜିଏ, ଜଣ୍ଟେ ଷ୍ଟାଣ୍ଡିଂ କାଉନସିଲ ଓ ୩୫ ଜଣ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ରହିବେ। ଏହି ପ୍ୟାନେଲରେ କେଉଁ ଆଇନଜୀବୀ, କେଉଁ ମାନଦଣ୍ଡ ଆଧାରରେ ମନୋନୀତ ହେବେ ଓ ସେମାନଙ୍କୁ ନିଯୁକ୍ତି ମିଳିବ ସେ ସଂକ୍ରାନ୍ତରେ ୨୦୧୫ ମସିହାରେ ଉଚ୍ଚତମ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି। ତତ୍କାଳୀନ ପ୍ରଧାନ ବିଚାରପତି ପି.ଏସ.ଠାକୁର, ବିଚାରପତି କୁରିଏନ୍ ଯୋଶେଫଙ୍କ ଖଣ୍ଡପୀଠ ସ୍ପଷ୍ଟ ଭାବେ ନିର୍ଦ୍ଦେଶାବଳୀରେ କହିଛନ୍ି ଯେ ରାଜନୈତିକ ଆନୁଗତ୍ୟ ଆଧାରରେ ବିଧି ଅଧିକାରୀ ବା ଆଇନଜୀବୀଙ୍କୁ ନିଯୁକ୍ତି କରାଗଲେ ନ୍ୟାୟିକ କାର୍ଯ୍ୟ ଚାଲିପାରିବ ନାହିଁ। ବରଂ ଦଳୀୟ ଆନୁଗତ୍ୟ ପରିବର୍ତ୍ତେ ଆଇନ ସମ୍ପର୍କରେ ଜ୍ଞାନ ଥିବା ସଚ୍ଚୋଟ ଓ ମେଧାବୀ ବ୍ୟକ୍ତିଙ୍କୁ ସରକାରୀ ଆଇନଜୀବୀ ଭାବେ ନିଯୁକ୍ତି ଦିଆଯିବା ଆବଶ୍ୟକ। କେବଳ ସେତିକି ନୁହେଁ ଉଚ୍ଚତମ ନ୍ୟାୟାଳୟ ଆହୁରି ମଧ୍ୟ କହିଥିଲେ ଯେ ସରକାରୀ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯିବା ପୂର୍ବରୁ ସରକାର ଏକ ପ୍ୟାନେଲ ପ୍ରସ୍ତୁତ କରିବେ, ଯାହାର ତାଲିକା ସମ୍ପୃକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯିବ। ମୁଖ୍ୟ ବିଚାରପତିଙ୍କ ସହମତି ଓ ଅନୁମୋଦନ ପରେ ଏହି ପ୍ୟାନେଲ ଚୂଡ଼ାନ୍ତ ହେବ। ତତ୍କାଳୀନ ପଞ୍ଜାବ-ହରିୟାଣା ସରକାରଙ୍କ ସମୟରେ ସେଠାକାର ଉଚ୍ଚତମ ନ୍ୟାୟାଳୟ ସରକାରୀ ଆଇନଜୀବୀ ନିଯୁକ୍ତିକୁ ନେଇ ଦେଖାଦେଇଥିବା ସମସ୍ୟା ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ଏହି ଆଦେଶ ଦେବା ସହ ସମଗ୍ର ଦେଶରେ ସରକାରୀ ଆଇନଜୀବୀ ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ଏହାର ଅନୁପାଳନ ପାଇଁ ପରାମର୍ଶ ଦେଇଥିଲେ। ଅନେକ ରାଜ୍ୟରେ ଏବେ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଆଧାରରେ ଏଜିଙ୍କ ପ୍ୟାନେଲ ଗଠନ ହୋଇ ଆସୁଅଛି। ତଥାପି ଅନେକ ସମୟରେ ଅନେକ ରାଜ୍ୟରେ ଏଭଳି ଦଳୀୟ ଆନୁଗତ୍ୟକୁ ଗୁରୁତ୍ୱ ଦିଆଯାଉଛି, ଯାହାର ବିଷମ ପରିଣତି ସ୍ୱରୂପ ଅନେକ ମାମଲାରେ ରାଜ୍ୟ ସରକାର ହାରି ଯାଉଛନ୍ତି ଏବଂ ସରକାରଙ୍କ ଆଇନଗତ ସମ୍ମାନ ତଳେ ପଡ଼ିଯାଉଛି। ତେଣୁ ଓଡ଼ିଶାରେ ସରକାର ଏହି ଦିଗ ପ୍ରତି ଗୁରୁତ୍ୱ ଦେବା ବାଞ୍ଛନୀୟ।
ସତ୍ୟବ୍ରତ ପଟ୍ଟନାୟକ
ଭୁବନେଶ୍ୱର
ଇମେଲ୍: [email protected]
ଅବସରପ୍ରାପ୍ତ ଜିଲ୍ଲା ଜଜ୍