ସମାଜ ବିଜ୍ଞାନ ଓ ଆମ ଜ୍ଞାନ ପରମ୍ପରା
ଆମ ଦେଶରେ ସାମାଜିକ ଜ୍ଞାନର ଧାରା ଔପନିବେଶିକ ଦୃଷ୍ଟିକୋଣରେ ବିକଶିତ ହୋଇଛି। ଏହି କାରଣରୁ ଆମ ପାଠ୍ୟକ୍ରମର ଏକ ବିଶେଷ ବିଭାଗ ଏକପ୍ରକାର ଉଦାସୀନ ଓ ଶୁଷ୍କତାର ଶିକାର ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ଯୁଗୋପଯୋଗୀ ସଂଶୋଧନ ଆଣିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିକଳ୍ପନା କରାଯାଇଛି। ନୂଆ ଶିକ୍ଷା ନୀତିରେ ଉଦାରବାଦୀ କଳା ଓ ବହୁମୁଖୀ ସାମାଜିକ ଜ୍ଞାନର ବିକାଶ ପାଇଁ ଉଦାରବାଦୀ ଶିକ୍ଷାଦାନ(ଲିବରାଲ୍ ଷ୍ଟଡିଜ୍)କୁ ଉତ୍ସାହିତ କରିବାକୁ ଯଥାସାଧ୍ୟ ପ୍ରଯତ୍ନ କରାଯାଇଛି। ଏଥିସକାଶେ […]
ଆମ ଦେଶରେ ସାମାଜିକ ଜ୍ଞାନର ଧାରା ଔପନିବେଶିକ ଦୃଷ୍ଟିକୋଣରେ ବିକଶିତ ହୋଇଛି। ଏହି କାରଣରୁ ଆମ ପାଠ୍ୟକ୍ରମର ଏକ ବିଶେଷ ବିଭାଗ ଏକପ୍ରକାର ଉଦାସୀନ ଓ ଶୁଷ୍କତାର ଶିକାର ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ଯୁଗୋପଯୋଗୀ ସଂଶୋଧନ ଆଣିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ର ପରିକଳ୍ପନା କରାଯାଇଛି। ନୂଆ ଶିକ୍ଷା ନୀତିରେ ଉଦାରବାଦୀ କଳା ଓ ବହୁମୁଖୀ ସାମାଜିକ ଜ୍ଞାନର ବିକାଶ ପାଇଁ ଉଦାରବାଦୀ ଶିକ୍ଷାଦାନ(ଲିବରାଲ୍ ଷ୍ଟଡିଜ୍)କୁ ଉତ୍ସାହିତ କରିବାକୁ ଯଥାସାଧ୍ୟ ପ୍ରଯତ୍ନ କରାଯାଇଛି। ଏଥିସକାଶେ ଆଇଆଇଟି, ଆଇଆଇଏମ୍ ସମେତ ଭାରତର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହିକ୍ରମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ଶିକ୍ଷାକୁ ‘ଉଦାରବାଦୀ ଶିକ୍ଷା’ ସହ ଯୋଡ଼ିବାର ଉଦ୍ୟମ ଆରମ୍ଭ ହୋଇଛି। ଏଥିସହିତ ସମାଜ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନକୁ ତୁଳନାତ୍ମକ ସହଜ, ସରଳ, ଜୀବନୋନ୍ମୁଖୀ, ସମାଜ ସାପେକ୍ଷ ତଥା ରଚନାତ୍ମକ ଭାବେ ପ୍ରସ୍ତୁତ କରିବାକୁ ପ୍ରୟାସ ହେଉଛି। ଏହି ପରାମର୍ଶ ଆଧାରରେ ଅନେକ ଆଇଆଇଟି ଓ ଆଇଆଇଏମ୍ ‘ଉଦାରବାଦୀ ଶିକ୍ଷା’ ଆରମ୍ଭ କରିଛନ୍ତି। ତଥାପି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ପରିବର୍ତ୍ତନ ମନ୍ଥର ଗତିରେ ଚାଲିଛି।
ବିଭିନ୍ନ ବିଶ୍ୱବିଦ୍ୟାଳୟର ଲୋକଙ୍କ ସହ କଥା ହେଲାବେଳେ ମୁଁ ବାରମ୍ୱାର ଗୋଟିଏ କଥା ଅନୁଭବ କରିଛି ଯେ, ସମାଜ ବିଜ୍ଞାନର ଏହି ‘ଉଦାରବାଦୀ’ ସ୍ୱରୂପକୁ ବୁଝିବାରେ ଆମର ଅସୁବିଧା ରହିଛି। ‘ଉଦାରବାଦୀ ଶିକ୍ଷା’ ପାଠ୍ୟକ୍ରମର ବିକାଶ ତଥା କାର୍ଯ୍ୟକାରୀ ପାଇଁ ବିଭିନ୍ନ ଘରୋଇ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେଇଛନ୍ତି ସତ; କିନ୍ତୁ ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି, ଏହି ପାଠ୍ୟକ୍ରମ ମୁଖ୍ୟତଃ ପାଶ୍ଚାତ୍ୟ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମ ଦ୍ୱାରା ବହୁମାତ୍ରାରେ ପ୍ରଭାବିତ। ବାସ୍ତବରେ ଆମକୁ ସମ୍ୱେଦନଶୀଳତା ସହକାରେ ଭାରତୀୟ ପରମ୍ପରାର ଏପରି ଏକ ସମାଜ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି, ଯେଉଁ ପାଠ୍ୟକ୍ରମ ଭାରତୀୟ ପାଣି, ପବନ ଓ ପରିବର୍ତ୍ତନଶୀଳ ପରିବେଶ ସହ ସମ୍ପୃକ୍ତ ହୋଇଥିବ। ଏହା ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ଭଳି ପ୍ରତିଟି କ୍ଷେତ୍ରରେ ଭାରତୀୟ ପରମ୍ପରାକୁ ପରିପୁଷ୍ଟ କରୁଥିବ। ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ସମ୍ୱେଦନଶୀଳ ଆନ୍ତର୍ବିଭାଗୀୟ ତଥା ଉଦାରବାଦୀ ସମାଜ ବିଜ୍ଞାନର ଏକ ନମୁନା ରୂପରେଖ ବିକଶିତ କରିବାକୁ ପଡ଼ିବ।
ପାଶ୍ଚାତ୍ୟ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ଲିବରାଲ୍ ଷ୍ଟଡିଜ୍ (ଉଦାରବାଦୀ ଅଧ୍ୟୟନ) ଏକ ଲୋକପ୍ରିୟ ପାଠ୍ୟକ୍ରମ ରୂପେ ବିବେଚିତ ହେଉଛି। କିନ୍ତୁ କୌତୁହଳର ବିଷୟ ହେଉଛି ଏହାର ଆଧାର ମୂଳତଃ ଭାରତୀୟ ଗୁରୁକୁଳମାନଙ୍କରେ ଅନୁସୃତ। ସେଠାରେ ଜ୍ଞାନର ଅବଧାରଣାରେ ଜୀବନଚର୍ଯ୍ୟା, ଚଳଣି, ପରମ୍ପରା, ସଂସ୍କୃତି, ମୂଲ୍ୟବୋଧ, ପ୍ରଯୁକ୍ତିବିଦ୍ୟା, ତର୍କ, ଶାସ୍ତ୍ର, ବ୍ୟାଖ୍ୟା, ସଂସ୍କାର, ସବୁକିଛି ଅନ୍ତର୍ଭୁକ୍ତ। କିନ୍ତୁ ଔପନିବେଶିକ ଶିକ୍ଷାର ପ୍ରଭାବରେ ଆମ ସମାଜ ବିଜ୍ଞାନ ଅତ୍ୟଧିକ ସକାରାତ୍ମକତାର ଶିକାର ହୋଇ ସମ୍ୱେଦନଶୀଳତାଠାରୁ କ୍ରମଶଃ ଦୂରେଇ ଚାଲିଲା ଏବଂ ଅତ୍ୟଧିକ ବିଶେଷଜ୍ଞତାର ପ୍ରଭାବରେ ଏହା କଠୋର ଅନୁଶାସନ ଶିକୁଳିରେ ବାନ୍ଧି ହୋଇପଡ଼ିଲା।
ଆମ ଭାରତୀୟ ଜ୍ଞାନ-ସଂସ୍କୃତି ଭଣ୍ଡାରରେ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ପାଶ୍ଚାତ୍ୟ ସହ ଆଧୁନିକତାର ସ୍ପର୍ଶରେ ଆମ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯେଉଁ ଔପନିବେଶିକ ସାମାଜିକ ବିଜ୍ଞାନ ବିକଶିତ ହେଲା ସେଥିରେ ସାହିତ୍ୟ ଏବଂ ସମ୍ୱେଦନଶୀଳତାର ଭୂମିକା କ୍ରମାଗତ ଭାବେ ନଗଣ୍ୟ ହୋଇ ଚାଲିଲା। ସମାଜ ବିଜ୍ଞାନର ଶିକ୍ଷଣ ଓ ଅନୁସନ୍ଧାନରୁ ଆମେ କ୍ରମଶଃ ସାହିତ୍ୟକୁ ଦୂରେଇବାରେ ଲାଗିଲୁ। ପରିଣାମ ସ୍ୱରୂପ ଆମେ କେବଳ ପରିମାଣଯୁକ୍ତ ତଥ୍ୟ ଏବଂ ଗୁଣାତ୍ମକ ଅଂଶଗ୍ରହଣକାରୀ ପର୍ଯ୍ୟବେକ୍ଷଣ ମାଧ୍ୟମରେ ସମାଜକୁ ଦେଖିବା ଏବଂ ବୁଝିବା ଆରମ୍ଭ କରିଦେଲୁ। ଏବେ ସମୟ ଆସିଛି ଏଥିରେ ପରିବର୍ତ୍ତନ କରିବାର। ଭାରତରେ ସାମାଜିକ ବିଜ୍ଞାନକୁ ସମ୍ୱେଦନଶୀଳତା ସହିତ ଯୋଡ଼ିବା ପାଇଁ ପ୍ରଥମେ ଏହାକୁ ସାହିତ୍ୟ ସହିତ ଯୋଡ଼ାଯିବା ନିହାତି ଆବଶ୍ୟକ।
ଜାତୀୟ ସ୍ତରରେ ଆମ ରାଷ୍ଟ୍ରଭାଷା ହିନ୍ଦୀ ଓ ଆଞ୍ଚଳିକ ସ୍ତରରେ ଆମ ରାଜ୍ୟର ଭାଷା ଓଡ଼ିଆକୁ ଯଦି ବିଚାରକୁ ନେବା ତେବେ ବୁଝିପାରିବା ଯେ ସମାଜ ବିଜ୍ଞାନ ଏବଂ ଏହି ଭାଷା ଦ୍ୱୟର ସାହିତ୍ୟ କିଭଳି ପରିପୂରକ? ଭାରତୀୟ ସମାଜ ବିଜ୍ଞାନରେ ଯଥାକ୍ରମେ ହିନ୍ଦୀ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଗ୍ରାମୀଣ ସମାଜ ତଥା ସେଠାରେ ହେଉଥିବା ନିରନ୍ତର ପରିବର୍ତ୍ତନକୁ ବୁଝିବାରେ କଥା ସମ୍ରାଟ ପ୍ରେମଚାନ୍ଦ ଏବଂ ଫକୀରମୋହନ ସେନାପତିଙ୍କ ରଚନାବଳୀ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଆମ ରାଜ୍ୟରେ ପଲ୍ଲୀକବି ନନ୍ଦ କିଶୋର ବଳ, କବି ସଚ୍ଚି ରାଉତରାୟ ଆଦିଙ୍କ କବିତା ମଧ୍ୟ ଏକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।
ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ଗ୍ରାମୀଣ ସମାଜ, ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଏବଂ ପରିବର୍ତ୍ତିତ ରାଜନୀତିକୁ ବୁଝିବା ପାଇଁ ହିନ୍ଦୀ ଭାଷାରେ ପ୍ରକାଶିତ ତିନୋଟି ଉପନ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ଫଣୀଶ୍ୱରନାଥଙ୍କ ଉପନ୍ୟାସ ‘ମୈଲା ଆଞ୍ଚଲ’, ଦ୍ୱିତୀୟଟି ଶ୍ରୀଲାଲ ଶୁକ୍ଳାଙ୍କ ଉପନ୍ୟାସ ‘ରାଗ ଦାରବାରୀ’ ଏବଂ ତୃତୀୟଟି ହେଉଛି ଅଖିଳେଶଙ୍କ ଉପନ୍ୟାସ ‘ନିର୍ବାସନ’। ଏହି ତିନୋଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପନ୍ୟାସ। ଯଦି ଏହି ତିନୋଟି ଉପନ୍ୟାସକୁ ଏକତ୍ର କରି ଏକ ସାମାଜିକ ଶିକ୍ଷା ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ, ତେବେ ୧୯୫୦ ରୁ ୨୦୧୦ ପର୍ଯ୍ୟନ୍ତ ସମାଜରେ ଘଟିଥିବା ବିଭିନ୍ନ ପରିବର୍ତ୍ତନର ସାମାଜିକ ଇତିହାସକୁ ବହୁତ ଭଲ ଭାବରେ ବୁଝିହେବ। ଏଗୁଡ଼ିକୁ ସଠିକ୍ କ୍ରମରେ ଅଧ୍ୟୟନ କରି ଆମ ଗବେଷକ ଏବଂ ଶିକ୍ଷାର୍ଥୀମାନେ ଭାରତୀୟ ସମାଜର ବିକଶିତ ସମ୍ୱେଦନଶୀଳ ଜ୍ଞାନ ଆହରଣ କରିପାରିବେ। ଉଦାହରଣ ସ୍ୱରୂପ ‘ମୈଲା ଆଞ୍ଚଲ’ ଓ ‘ରାଗ ଦାରବାରୀ’ରୁ ୧୯୫୦ ରୁ ୧୯୯୦ ପର୍ଯ୍ୟନ୍ତ ସାମାଜିକ ପରିବର୍ତ୍ତନକୁ ଏବଂ ଅଖିଳେଶଙ୍କ ଉପନ୍ୟାସ ‘ନିର୍ବାସନ’ରୁ ଗତ ଶତାବ୍ଦୀର ଶେଷ ଦଶକର ପରବର୍ତ୍ତୀ ସାମାଜିକ ଦୃଶ୍ୟପଟ୍ଟକୁ ସହଜରେ ବୁଝିହେବ। ‘ନିର୍ବାସନ’ ଉପନ୍ୟାସରୁ ପରିବର୍ତ୍ତିତ ସମାଜ, ରାଜ୍ୟ ଏବଂ ଏକ ନୂତନ ପିଢ଼ି ନିର୍ମାଣ ସମୟର ଅନେକ ଅଦୃଶ୍ୟ ସୂକ୍ଷ୍ମ ପ୍ରକ୍ରିୟାକୁ ମଧ୍ୟ ଭଲ ଭାବରେ ବୁଝିହେବ। ସେହିପରି ଫକୀର ମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପରେ ତତ୍କାଳୀନ ରୁଢ଼ିବାଦୀ ସାମାଜିକ ପରମ୍ପରାରେ ନାରୀ ଶିକ୍ଷାର ଚେତନା ସମ୍ବନ୍ଧରେ ଏବଂ ‘ଛ ମାଣ ଆଠଗୁଣ୍ଠ’ରେ ଶୋଷଣ, ନିର୍ଯାତନା ବିରୋଧରେ ସଂଘର୍ଷର ଶିକ୍ଷା ମିଳେ।
ସାମାଜିକ ବିଜ୍ଞାନର ଉଦାରବାଦୀ ଅଧ୍ୟୟନରେ ସାହିତ୍ୟିକ ଗ୍ରନ୍ଥଗୁଡ଼ିକ କେବଳ ବିକାଶ ଓ ପରିବର୍ତ୍ତିନର ଅଦୃଶ୍ୟ ତଥା ଜନସାଧାରଣଙ୍କ ଅସ୍ପଷ୍ଟ ପ୍ରତିକ୍ରିୟାକୁ ବୁଝିବାରେ ସାହାଯ୍ୟ କରି ନ ଥାଏ, ବରଂ ଏହା ମାଧ୍ୟମରେ ସମାଜର ସମ୍ୱେଦନାତ୍ମକ ପରିବର୍ତ୍ତନ, ଦିଗ ପରିବର୍ତ୍ତନ, ସମାଜର କ୍ରମାଗତ ଅଧୋଗତି ଓ ନିର୍ମାଣକୁ ମଧ୍ୟ ସଠିକ୍ ଭାବରେ ବୁଝିହୁଏ। ସାହିତ୍ୟ ସହିତ ଲୋକସଂସ୍କୃତି ସହ ଜଡ଼ିତ ଲୋକକଥା, ଲୋକକଳା, ଲୋକଗୀତ, ଢଗଢମାଳି ଏବଂ କିମ୍ୱଦନ୍ତୀ ପ୍ରସଙ୍ଗ ମଧ୍ୟ ଭାରତୀୟ ସମାଜ ବିଜ୍ଞାନକୁ ସମ୍ୱେଦନଶୀଳତା ସହିତ ଯୋଡ଼ିବାରେ ଆମକୁ ସାହାଯ୍ୟ କରିବ। ଏହି ଦୃଷ୍ଟିକୋଣରୁ ଭାରତୀୟ ଜ୍ଞାନ ପରମ୍ପରାର ଅନେକ ବିଷୟ ଏବଂ ଆଲୋଚନାକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି।
ଏସବୁ ଦୃଷ୍ଟିରୁ ଭାରତୀୟ ସାମାଜିକ ବିଜ୍ଞାନକୁ ଏକ ରଚନାତ୍ମକ ସାମାଜିକ ବିଜ୍ଞାନରେ ରୂପାନ୍ତରିତ କରିବା ଅତ୍ୟନ୍ତ ଜରୁରୀ ମନେହୁଏ। ଏଥିପାଇଁ ଭାରତୀୟ ସାମାଜିକ ବିଜ୍ଞାନ ଅଧ୍ୟୟନରେ ଆମେ ମାନବୀୟ ସମ୍ୱେଦନାତ୍ମକ ତତ୍ତ୍ୱ ଅନ୍ତର୍ଭୁକ୍ତ କରିବା ଆଜିର ଆହ୍ୱାନ। ଭାରତୀୟ ଉଦାରବାଦୀ ଶିକ୍ଷା ତଥା ସମାଜ ବିଜ୍ଞାନର ବିକାଶ ପାଇଁ ସାହିତ୍ୟ, ଲୋକକଥା, ମୌଖିକ ପରମ୍ପରା ତଥା ବିଭିନ୍ନ ସାମାଜିକ ଗୋଷ୍ଠୀ ଯଥା ଦଳିତ, ମହିଳା, ଯୁବକଙ୍କ ସୃଜନାତ୍ମକ ଅଭିବ୍ୟକ୍ତିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଭାରତରେ ଭାରତୀୟତା ଭଳି ଏକ ସହଜ ତଥା ଉଦାରବାଦୀ ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ବିକଶିତ ହେବା ନିହାତି ଜରୁରୀ।
ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା(କୋରାପୁଟ)
ମୋ: ୬୩୭୦୬୭୯୪୦୫