ଉତ୍କଳ ଗଙ୍ଗା ବୈତରଣୀ
ପୁଣ୍ୟତୋୟା ବୈତରଣୀ ଭାରତବର୍ଷର ଏକ ପବିତ୍ର ଓ ପ୍ରାଚୀନ ନଦୀ। କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତରୁ ଏହି ନଦୀ ବାହାରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରଖ ଓ ଯାଜପୁର ଜିଲ୍ଲା ମଧ୍ୟରେ ପ୍ରବାହିତ ହୋଇ ଧାମରା ମୁହାଣଠାରେ ପୂର୍ବମହୋଦଧିରେ ମିଳିତ ହୋଇଛି। ଏହି ପବିତ୍ର ନଦୀ କୂଳରେ ପ୍ରାଚୀନତୀର୍ଥ ଯାଜପୁର ଅବସ୍ଥିତ। ରାମାୟଣ, ମହାଭାରତ, ଭାଗବତ, ବ୍ରହ୍ମପୁରାଣ, ବାୟୁପୁରାଣ, ବ୍ରହ୍ମାଣ୍ଡ ପୁରାଣ ଓ କପିଳସଂହିତା ପ୍ରଭୃତି ପୁରାଣ ଶାସ୍ତ୍ରରେ ବୈତରଣୀର ମହିମା ବର୍ଣ୍ଣିତ। ଏପରିକି ଗଙ୍ଗାଠାରୁ ବୈତରଣୀ ବାରବର୍ଷ […]
ପୁଣ୍ୟତୋୟା ବୈତରଣୀ ଭାରତବର୍ଷର ଏକ ପବିତ୍ର ଓ ପ୍ରାଚୀନ ନଦୀ। କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତରୁ ଏହି ନଦୀ ବାହାରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରଖ ଓ ଯାଜପୁର ଜିଲ୍ଲା ମଧ୍ୟରେ ପ୍ରବାହିତ ହୋଇ ଧାମରା ମୁହାଣଠାରେ ପୂର୍ବମହୋଦଧିରେ ମିଳିତ ହୋଇଛି। ଏହି ପବିତ୍ର ନଦୀ କୂଳରେ ପ୍ରାଚୀନତୀର୍ଥ ଯାଜପୁର ଅବସ୍ଥିତ। ରାମାୟଣ, ମହାଭାରତ, ଭାଗବତ, ବ୍ରହ୍ମପୁରାଣ, ବାୟୁପୁରାଣ, ବ୍ରହ୍ମାଣ୍ଡ ପୁରାଣ ଓ କପିଳସଂହିତା ପ୍ରଭୃତି ପୁରାଣ ଶାସ୍ତ୍ରରେ ବୈତରଣୀର ମହିମା ବର୍ଣ୍ଣିତ। ଏପରିକି ଗଙ୍ଗାଠାରୁ ବୈତରଣୀ ବାରବର୍ଷ ବଡ଼ ବୋଲି କୁହାଯାଇଛି। କାରଣ ବ୍ରହ୍ମାଙ୍କ ତପସ୍ୟା ବଳରେ ଗଙ୍ଗାର ଅନ୍ୟତମ ଧାରା ସ୍ୱର୍ଗରୁ ବୈତରଣୀ ନାମ ଧରି ଗୋନାସିକାରୁ ଆବିର୍ଭାବ ହୋଇଥିଲେ ଏବଂ ଗଙ୍ଗା ପରବର୍ତ୍ତୀ କାଳରେ ଭଗୀରଥଙ୍କ ତପସ୍ୟା ବଳରେ ମର୍ତ୍ତ୍ୟାବତରଣ କରିଥିଲେ। ସେଥିନିମିତ୍ତ ପ୍ରାଚୀନ ବୈତରଣୀ ନଦୀ ‘ଉତ୍କଳ ଗଙ୍ଗା’ ନାମରେ ସୁପ୍ରସିଦ୍ଧ।
ବୈତରଣୀ ନଦୀର ଉତ୍ପତ୍ତି ପ୍ରସଙ୍ଗ ପୁରାଣରେ ସୁନ୍ଦର ଭାବରେ ବର୍ଣ୍ଣିତ। ସୃଷ୍ଟି ଆରମ୍ଭରେ ବ୍ରହ୍ମା ବିଶ୍ୱର କେନ୍ଦ୍ରସ୍ଥଳ ଯାଜପୁରରେ ବିଶ୍ୱକଲ୍ୟାଣ କାମନାରେ ଏକ ବୈଦିକ ଯଜ୍ଞାନୁଷ୍ଠାନ କରିଥିଲେ। ସେହି ଯଜ୍ଞ ନିମିତ୍ତ ସ୍ୱର୍ଗସ୍ଥିତ ଗଙ୍ଗାଙ୍କ ମର୍ତ୍ତ୍ୟାବତରଣ କାମନାରେ ବ୍ରହ୍ମା ତପସ୍ୟା କରିଥିଲେ। ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଗଙ୍ଗାଙ୍କର ଗୋଟିଏ ଧାରା ବୈତରଣୀ ନାମ ଧାରଣ ପୂର୍ବକ ଗୋନାସିକାରୁ ଆବିର୍ଭାବ ହୋଇଥିଲେ। ଗୋନାସିକାଠାରୁ ବାହାରି କିଛିଦୂର ପ୍ରବାହିତ ହେବା ପରେ ଘୋର ଅରଣ୍ୟ ମଧ୍ୟରେ ବନବାସୀ ଲଳନାଙ୍କୁ ଉଲଗ୍ନ ଅବସ୍ଥାରେ ଦେଖି ଗୁପ୍ତ ହୋଇଥିଲେ। ପୁନର୍ବାର ବ୍ରହ୍ମାଙ୍କ ପ୍ରାର୍ଥନାରେ ବୈତରଣୀ ଗୁପ୍ତଗଙ୍ଗାଠାରେ ଆବିର୍ଭାବ ହୋଇ ପ୍ରବାହିତ ହେଲେ। କଥିତ ଅଛି, ବୈତରଣୀଙ୍କ ଗତିପଥରେ ପ୍ରତି ଏକକ୍ରୋଶରେ ଶିବ ଲିଙ୍ଗ ରୂପରେ ଆବିର୍ଭାବ ହୋଇ ବୈତରଣୀଙ୍କର ମାର୍ଗଦର୍ଶକ ସାଜିଥିଲେ। ଏବେ ମଧ୍ୟ ଗୁପ୍ତଗଙ୍ଗାଠାରେ ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠିତ ପ୍ରଥମ କ୍ରୋଶଲିଙ୍ଗ ବ୍ରହ୍ମେଶ୍ୱର ନାମ ଧାରଣ କରି ବିରାଜମାନ ଅଛନ୍ତି। ଏଥÒସହିତ ପ୍ରତିକ୍ରୋଶରେ ଗୋଟିଏ ଗୋଟିଏ କ୍ରୋଶଲିଙ୍ଗ ତଥା ଯାଜପୁରଠାରେ ଶେଷ କ୍ରୋଶଲିଙ୍ଗ ବିରାଜିତ। ଯାଜପୁରଠାରେ ବ୍ରହ୍ମାଙ୍କ ଯଜ୍ଞସ୍ଥଳୀ ନିକଟରେ ବୈତରଣୀ ପ୍ରବାହିତ ହୋଇ ସମଗ୍ର କ୍ଷେତ୍ରକୁ ପୂତ ଓ ପବିତ୍ର କରିଥିଲେ ତଥା ନିମ୍ନଗାମୀ ହୋଇ ପୂର୍ବମହୋଦଧିରେ ସାଗର ସଙ୍ଗମ ଲାଭ କରିଥିଲେ। ବ୍ରହ୍ମା ସୃଷ୍ଟି ଆରମ୍ଭରେ ବୈତରଣୀ ତଟସ୍ଥ ଏହି କ୍ଷେତ୍ରରେ ଯଜ୍ଞ କରିଥିବାରୁ ଏହା ‘ଯଜ୍ଞପୁରୀ’ ଓ ପରେ ‘ଯାଜପୁର’ରେ ପରିଚିହ୍ନିତ। ପୌରାଣିକମାନଙ୍କ ମତରେ ବୈତରଣୀ ଗଙ୍ଗାଙ୍କ ଆବିର୍ଭାବର ବାରବର୍ଷ ପୂର୍ବରୁ ଉତ୍ପତ୍ତି ହୋଇଥିବାରୁ ଏହି ନଦୀକୁ ବୃଦ୍ଧା ବୈତରଣୀ କୁହାଯାଏ। ଭୌଗୋଳିକଙ୍କ ମତରେ ହିମାଳୟ ସୃଷ୍ଟି ହେବା ପରେ ଗଙ୍ଗାଙ୍କ ଧାରା ନିର୍ଗତ ହୋଇଛି, କିନ୍ତୁ ତାହା ପୂର୍ବରୁ ବୈତରଣୀ ନଦୀର ଉତ୍ପତ୍ତି ଘଟିଛି।
ବ୍ରହ୍ମା ଯାଜପୁରରେ କରିଥିବା ଯଜ୍ଞର ଦକ୍ଷିଣାଗ୍ନିରୁ ଈଶାନେଶ୍ୱର ଶିବଲିଙ୍ଗ ଓ ଗାର୍ହପତ୍ୟାଗ୍ନିରେ ପରମଶକ୍ତିମୟୀ ବିରଜାଙ୍କ ଆବିର୍ଭାବ ଘଟିଥିଲା ବୋଲି ବ୍ରହ୍ମପୁରାଣରେ ବର୍ଣ୍ଣନା ରହିଛି। ଜଗଜ୍ଜନନୀ ବିରଜା ପୂଜା ପାଇବା ପରେ ମହାଭାରତ ଯୁଗରେ ଅର୍ଥାତ ଆଜିକୁ ପାଞ୍ଚହଜାର ବର୍ଷ ପୂର୍ବେ ଏହି ଯଜ୍ଞକ୍ଷେତ୍ର ବିଶ୍ୱ ପ୍ରସିଦ୍ଧ କ୍ଷେତ୍ରର ମାନ୍ୟତା ଲାଭ କରିଥିଲା ବୋଲି ସଂସ୍କୃତ ମହାଭାରତ ବନପର୍ବରୁ ଜଣାଯାଏ। ତତୋ ବୈତରଣୀ ଗଚ୍ଛେତ୍ ସର୍ବପାପ ପ୍ରମୋଚନୀମ୍, ବିରଜାଂ ତୀର୍ଥ ମାସାଦ୍ୟ ବିରାଜିତ ଯଥା ଶଶୀ। / ପ୍ରଚରେଚ୍ଚକୂଳଂ ପୁଣ୍ୟଂ ସର୍ବ ପାପଂ ବ୍ୟପୋହତି, ଗୋସହସ୍ରଫଳଂ ଲବ୍ଧ୍ବା ପୁନାତି ସ୍ୱକୁଳଂ ନରଃ। ସେହି ବନପର୍ବରେ ଉଲ୍ଲେଖ ରହିଛି ଯେ ମହର୍ଷି ଲୋମଶ ପାଣ୍ଡବମାନଙ୍କୁ ଏହି ପବିତ୍ର ତୀର୍ଥ ସଂପର୍କରେ ସୂଚନା ପ୍ରଦାନ ପୂର୍ବକ ଗମନ କରିବାକୁ ଉପଦେଶ ଦେଇଥିଲେ।
ଏତେ କଳିଙ୍ଗା କୌନ୍ତେୟ ଯତ୍ର ବୈତରଣୀ ନଦୀ, ଯତ୍ରାଯଜତ ଧର୍ମୋପି ଦେବାନାଂ ଶରଣମେତବୈ / ଋଶିଭିଃ ସମୁଦାୟକ୍ତ ଯଜ୍ଞୀୟଂ ଗିରିଶୋଭିତଂ, ଉତ୍ତରଂ ତୀରମେତଦ୍ଧି ସତତଂ ଦ୍ୱିତ ସେବିତମ୍। ଏଥିରୁ ପ୍ରମାଣିତ ହୁଏ, ମହାଭାରତ ଯୁଗରେ ବୈତରଣୀ ନଦୀ ଓ ଯଜ୍ଞକ୍ଷେତ୍ର ପ୍ରସିଦ୍ଧଲାଭ କରିଥିଲା।
ବୈତରଣୀ ନଦୀ ଗୋନାସିକାରୁ ଉଦ୍ଭବ ହୋଇଥିଲେ ହେଁ ଗୁପ୍ତଗଙ୍ଗାଠାରୁ ପ୍ରବାହଧାରା ଆରମ୍ଭ କରିଛି। ଗୁପ୍ତଗଙ୍ଗାଠାରୁ ବୈତରଣୀନଦୀ ସମତଳ ପ୍ରଦେଶରେ ପ୍ରବାହିତ ହୋଇ ଚମ୍ପୁଆ, ଜ୍ୟୋତିପୁର, ରାଜନଗର, ସୁଆମପାଟଣା, ସନ୍ତୋଷପୁର, ବୀରଗୋବିନ୍ଦପୁର, ଝାଡ଼େଶ୍ୱର, ଆନନ୍ଦପୁର, ପଞ୍ଚପଲୀ, ମୁକୁନ୍ଦପୁର, ଘନଶ୍ୟାମପୁର, ରଣପାଳ, ମୂଳାପାଳ ଦେଇ ରୁଢ଼ିଆଠାରେ ଦୁଇଭାଗରେ ବିଭକ୍ତ ହୋଇଛି। ଏହାର ମୂଳଶାଖା ବୈତରଣୀ ଓ ଦକ୍ଷିଣଶାଖା ବୁଢ଼ାନଦୀ ଅଟେ। ମୂଳ ବୈତରଣୀ ରୁଢ଼ିଆଠାରୁ ମାଳଆନନ୍ଦପୁର, କୁଞ୍ଜବିହାରୀପୁର ଦେଇ ପ୍ରବାହିତ ହୋଇ ଶଙ୍ଖାରୀଘାଇଠାରେ ପୁନର୍ବାର ଦୁଇଭାଗରେ ବିଭକ୍ତ ହୋଇଛି। ଏହାର ଉତ୍ତରଦିଗକୁ ଯାଇଥିବା ଶାଖା ଗେଙ୍ଗୁଟି ନାମ ଧରି ଭଦ୍ରଖ ଜିଲ୍ଲାରେ କିଛିଦୂର ପ୍ରବାହିତ ହୋଇ ପୁନର୍ବାର ଯାଜପୁର ସହର ତଳେ ବୈତରଣୀରେ ମିଶିଛି। ମୂଳବୈତରଣୀ ଶଙ୍ଖାରିଘାଇଠାରୁ ବାରଭାଗିଆ, ପଣସା, ଲାଲବାଗ, ବିନ୍ଧାଣ ଦେଇ ଯାଜପୁରର ଦଶ୍ୱାଶ୍ୱମେଧ ଘାଟ, ବଲ୍ଲଭୀ ଘାଟ, ସିଦ୍ଧେଶ୍ବରଠାରେ ଉତ୍ତରବାହିନୀ ହୋଇ ଖରସ୍ରୋତା ସହିତ କଇଁଆଗୋଲାରେ ମିଶି ଧାମରା ମୁହାଣଠାରେ ପୂର୍ବମହୋଦଧିରେ ପଡ଼ିଛି। ପବିତ୍ର ବୈତରଣୀ ତଟରେ ପ୍ରାଚୀନ ତୀର୍ଥ ଯାଜପୁର ଅବସ୍ଥିତ। ମହନୀୟତା ହେଉଛି, ଯାଜପୁରଠାରେ ବୈତରଣୀରୁ ମନ୍ଦାକିନୀ, ହଂସରେଖା, ପଦ୍ମରେଖା, ଚିତ୍ରରେଖା, ମଦ୍ଗୁରେଖା, କୁଶଭଦ୍ରା ଓ ଯୂଶଭଦ୍ରା ପ୍ରଭୃତି ସପ୍ତନଦୀ ବା ସପ୍ତରେଖା ବାହାରି ସମଗ୍ର ତୀର୍ଥଭୂମିକୁ ଜଳପ୍ଳାବିତ କରିବା ସହିତ ‘ବିତରଣ ବାରିବହୁଳା’ ନାମଟିକୁ ସାର୍ଥକ କରିଛି।
ଯାଜପୁର ତୀର୍ଥରେ ବିରଜା, ବରାହ, ଦଶ୍ୱାଶ୍ୱମେଧ ଘାଟ, ଜଗନ୍ନାଥ ନବଗ୍ରହ, ସପ୍ତମାତୃକା, ନାଭିକୂପ, ଶୁଭସ୍ତମ୍ଭ, ବ୍ରହ୍ମାକୁଣ୍ଡ ଓ ଅଠରନଳା ସେତୁ ସହିତ ଅଗଣିତ ଶିବଲିଙ୍ଗ ବିରାଜିତ। ପୁରାଣ ବର୍ଣ୍ଣାନୁଯାୟୀ ବୈତରଣୀନଦୀରେ ସ୍ନାନପୂର୍ବକ ପିଣ୍ଡଦାନ, ଗୋଦାନ ଓ ବରାହ ବିରଜାଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ। ଭାରତର ସକଳପ୍ରାନ୍ତରରୁ ଯାତ୍ରୀଗଣ ଏହି ତୀର୍ଥକୁ ପିଣ୍ଡଦାନ ଓ ଗୋଦାନ କରିବାକୁ ଆସିଥା’ନ୍ତି। ସୋମବଂଶୀ ରାଜା ଦ୍ୱିତୀୟ ଯଯାତି ଉତ୍ତର ଭାରତରୁ ଦଶସହସ୍ର କାନ୍ୟଶାଖାର ଯାଜ୍ଞିକ ବ୍ରାହ୍ମଣ ଆଣି ଯାଜପୁରରେ ଦଶ୍ୱାଶ୍ୱମେଧ ଯଜ୍ଞ କରାଇଥିଲେ। ସେ ବିରଜାମନ୍ଦିର, ଶୁଭସ୍ତମ୍ଭ, ବ୍ରହ୍ମାକୁଣ୍ଡ ଓ ବରାହ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ। ଯଯାତିଙ୍କ ରାଜପ୍ରସାଦ ଥିବା ସ୍ଥାନକୁ ବର୍ତ୍ତମାନ ନହରପୁର କୁହାଯାଉଛି। ଦଶ୍ୱାଶ୍ୱମେଧ ଘାଟ ସନ୍ନିକଟରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଯାତିଙ୍କର କୀର୍ତ୍ତି, ବୈତରଣୀ ତଟସ୍ଥ ଯାଜପୁରରେ ୬୮ଟି ତୀର୍ଥ ରହିଛି। ସେଗୁଡ଼ିକ ହେଉଛି ଅଶ୍ୱମେଧତୀର୍ଥ, ଅସ୍ଥିକ୍ଷେପଣତୀର୍ଥ, ଅନ୍ତବୈଦୀତୀର୍ଥ, ଅଗ୍ନିତୀର୍ଥ, ଅଗସ୍ତିତୀର୍ଥ, ଅନନ୍ତତୀର୍ଥ, ଅଜାମ୍ବତୀର୍ଥ, ଅଲାବୁତୀର୍ଥ, ଉର୍ବଶୀ ତୀର୍ଥ, କାଶ୍ୟପତୀର୍ଥ, କୀଲାଳ ତୀର୍ଥ, କପିଳତୀର୍ଥ, କ୍ରୋଡ଼ତୀର୍ଥ, ଗଦାତୀର୍ଥ, ଗଙ୍ଗାତୀର୍ଥ, ଗରୁଡ଼ତୀର୍ଥ, ଗୋକର୍ଣ୍ଣତୀର୍ଥ, ଚନ୍ଦ୍ରତୀର୍ଥ ଓ ପଦ୍ମତୀର୍ଥ ପ୍ରଭୃତି। ଯାଜପୁରଠାରେ ବୈତରଣୀ ତଟରେ ଅସଂଖ୍ୟ ଶିବଲିଙ୍ଗ ଥିଲେ ହେଁ ୧୦୮ ଶିବଲିଙ୍ଗକୁ ପ୍ରାଧାନ୍ୟ ଦିଆଯାଏ।
ଖ୍ରୀଷ୍ଟପୂର୍ବ କାଳରେ ବୈତରଣୀ ତଟରେ ଗୁହଦେବ ଓଡ଼ିଶାର ପ୍ରଥମ ରାଜଧାନୀ ସ୍ଥାପନ ପୂର୍ବକ ଏହାର ନାମ ଗୁହଦେବ ପାଟକ ବା ଗୁହେଶ୍ୱର ପାଟକ ରଖିଥିଲେ। ଗୁହଦେବ ହେଉଛନ୍ତି ବୁଦ୍ଧଦେବଙ୍କ ଦନ୍ତର ଉପାସକ। ଗୁହଦେବଙ୍କ ପରେ ଚୈତ୍ରବଂଶୀୟ ସୁରଶର୍ମା ଏଠାରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରେ ମହାରାଜା ଶମ୍ଭୁଯଶ ଯାଜପୁର ଅଞ୍ଚଳ ବା ଉତ୍ତର ତୋଷାଳୀରେ ଶାସନ କରୁଥିଲେ। ତାଙ୍କ ରାଜତ୍ୱରେ ମହାସଦ୍ଧିବିଗ୍ରହ ସୋମଦତ୍ତ ଓ ମହରାଜା ଭାନୁଦତ୍ତ ଏଠାରେ ରାଜଧାନୀ କରିଥିଲେ। ପାରଳାଖେମୁଣ୍ଡି ତାମ୍ରଶାସନରୁ ଜଣାଯାଏ ଷଷ୍ଠଶତାବ୍ଦୀର ଶେଷଭାଗରେ ପୃଥ୍ୱୀ ମହାରାଜା ବୈତରଣୀ ତଟସ୍ଥ ବିରଜାକ୍ଷେତ୍ରର ରାଜଧାନୀ ସ୍ଥାପନ କରିଥିଲେ। ସପ୍ତମ ଶତାବ୍ଦୀରେ ଚୀନ୍ ପରିବ୍ରାଜକ ହୁଏନ୍ସାଂ ବୈତରଣୀ ତଟସ୍ଥ ଊଡ୍ରଦେଶର ରାଜଧାନୀକୁ ଆସିଥିଲେ ଏବଂ ଏହି ରାଜଧାନୀର ବିସ୍ତୃତ ବର୍ଣ୍ଣନା ସେ କରିଛନ୍ତି। ଅଷ୍ଟମ ଶତାବ୍ଦୀରୁ ଭୌମକର ବଂଶୀୟ ରାଜା ଓ ରାଣୀଗଣ ଦୀର୍ଘ ଦୁଇ ଶତାବ୍ଦୀ ଧରି ଯାଜପୁରରେ ରାଜଧାନୀ ସ୍ଥାପନ ପୂର୍ବକ ସାର୍ବଭୌମ ଚକ୍ରବର୍ତ୍ତୀ ରୂପେ ବିଶାଳ ଓଡ଼ିଶାକୁ ଶାସନ କରିଥିଲେ। ଏହି ବଂଶରେ ସାତଜଣ ରାଣୀ ଶାସିକା ହେବା ବିଶ୍ୱ ଇତିହାସରେ ଏକ ବିରଳ ଘଟଣା। ସେହି ସମୟ ଥିଲା ଓଡ଼ିଶାର ସୁବର୍ଣ୍ଣ ଯୁଗ। ଭୌମରାଣୀ ବୈତରଣୀ ତଟରେ ବସାଇଥିବା ହାଟ ଅଦ୍ୟାବଧି ବସୁଅଛି। ଭୌମକର ଶାସନ ଶେଷକାଳରେ ଶଙ୍କରାଚାର୍ଯ୍ୟ ଯାଜପୁରରେ ପଦାର୍ପଣ କରିଥିଲେ। ତତ୍କୃତ ଅଷ୍ଟାଦଶ ପୀଠ ମହାତ୍ମ୍ୟରେ ବିରଜାଙ୍କ ନାମ ଉଲ୍ଲିଖିତ, ଯଥା:- ‘ଉତ୍କଳେ ବିରଜାଦେବୀ କାଣିକ୍ୟାଂ ଚକ୍ର କୋଟିନୀ’ ଭୌମକର ବଂଶ ପରେ ସୋମବଂଶୀ ରାଜନ୍ୟବୃନ୍ଦ ଯାଜପୁରରେ ରାଜଧାନୀ ସ୍ଥାପନ କରିଥିଲେ। ଏହି ବଂଶର ଦ୍ୱିତୀୟ ଯଯାତି ଯାଜପୁରକୁ ବାରଣାସୀ ସମ ଗଢ଼ିଥିଲେ। ସୋମବଂଶର ଶେଷଭାଗ କର୍ଣ୍ଣଦେବ କର୍ପୂରଶ୍ରୀଙ୍କୁ ଶୋଳମପୁର ବୌଦ୍ଧବିହାରରେ ରଖାଇଥିଲେ। ଷୋଳମପୁରରେ ବହୁ ବୌଦ୍ଧକୀର୍ତ୍ତିର ଭଗ୍ନାବଶେଷ ଓ ବୁଦ୍ଧଦେବଙ୍କ ଜୀବନର ଆଠଗୋଟି ବିରଳଚିତ୍ର ରହିଅଛି। ସୋମଯୁଗରେ ଯାଜପୁର ବରାହ, ବିରଜା, ବେଦ, ବିପ୍ର ଓ ବୈତରଣୀ ପ୍ରାଧାନ୍ୟ ଧର୍ମନଗରୀ ଥିଲା। ସେହି ମାନ୍ୟତା ଅଦ୍ୟାବଧି ରହିଅଛି। ବରାହ ବିରଜା ବେଦାଃ ବିପ୍ରାଃ ବୈତରଣୀ ନଦୀ, ଶୋଭନ୍ତେ କ୍ଷେତ୍ରେରାଜେଽସ୍ମିନ୍ ବକାରଃ ପଞ୍ଚଦୁର୍ଲଭ। ସୋମବଂଶ ପରେ ଗଙ୍ଗବଂଶୀମାନେ ଚୌଦ୍ୱାର ଓ କଟକରେ ରାଜଧାନୀ ସ୍ଥାପନ କରିଥିଲେ। ସେମାନଙ୍କ ପଞ୍ଚକଟକ ମଧ୍ୟରେ ଯାଜପୁର ମୁଖ୍ୟ ଥିଲା। ଏହି ବଂଶର ଚତୁର୍ଥ ନରସିଂହଦେବ ସିଦ୍ଧେଶ୍ବର ମନ୍ଦିର ନିର୍ମାଣ ପୂର୍ବକ ସ୍ତମ୍ଭାଭିଲେକ ଖୋଦନ କରାଇଥିଲେ। ବୈତରଣୀ ତଟସ୍ଥ ଯାଜପୁର ମହାଭାରତ କାଳୀନ ତୀର୍ଥ ସ୍ଥାନ ହେଲେ ହେଁ ଏଠାରେ ପନ୍ଦରସହ ବର୍ଷ ଧରି ଓଡ଼ିଶାର ରାଜଧାନୀ ଥିଲା।
ଓଡ଼ିଶା ତଥା ଭାରତର ଧର୍ମ, ଦର୍ଶନ, ସଂସ୍କୃତି, ବାଣିଜ୍ୟ, ରାଜନୀତି, ଇତିହାସ ଓ ସାମାଜିକ ଆଚାର ବିଚାରକୁ ବୈତରଣୀର ଦାନ ଅତୁଳନୀୟ। ଓଡ଼ିଶାରେ ପ୍ରବାହିତ ସକଳ ନଦୀମାନଙ୍କ ମଧ୍ୟରେ ବୈତରଣୀର ମହିମା ଅଧିକ। ବୈତରଣୀ ତଟରେ ବହୁ ମୁନିଋଷି ତପସ୍ୟାରେ ସିଦ୍ଧିଲାଭ କରିଥିଲେ। ଅଥର୍ବ ବେଦରେ ବିରଜାଙ୍କ ନାମ ଥିବାରୁ ବିଶ୍ୱାସ କରାଯାଏ ଏହି ବେଦ ବୈତରଣୀ ତଟରେ ରଚନା ହୋଇଥିଲା। ବୈତରଣୀ ତଟସ୍ଥ ମହାବାରୁଣୀତୀର୍ଥରେ ଶତଭିଷା ନକ୍ଷତ୍ରଯୁକ୍ତ ଚୈତ୍ର କୃଷ୍ଣ ତ୍ରୟୋଦଶୀ ତିଥିରେ ଶତାବ୍ଦୀ ଶତାବ୍ଦୀ ଧରି ଲକ୍ଷ ଲକ୍ଷ ଭକ୍ତ ମହାବାରୁଣୀ ସ୍ନାନ ଓ ପିଣ୍ଡଦାନ ପୂର୍ବକ ମୁକ୍ତି କାମନା କରୁଛନ୍ତି। ଗଙ୍ଗାସମ ପୁଣ୍ୟତୋୟା ବୈତରଣୀ ନଦୀର ମହିମା ଗାନ କରିବାକୁ ଯାଇ ପଣ୍ଡିତ କେଶବ ଚନ୍ଦ୍ର ମିଶ୍ର ସ୍ୱରଚିତ ବୈତରଣୀ କାବ୍ୟରେ ଉଲ୍ଲେଖ କରିଛନ୍ତି ପ୍ରୟାଗ ପୁଷ୍କରେ ସାଗରେ ସଙ୍ଗମେ, କାଶୀ କ୍ଷେତ୍ରେ ସ୍ନାନ ପୁରାଣ ନିୟମେ। / କଲାଠାରୁ ଆଶୁ ମୁକ୍ତିର ସରଣୀ ଦେଉ ବୋଲି ମାତ! ନାମ ବୈତରଣୀ।
ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨