ମହାତ୍ମା ଗାନ୍ଧୀଙ୍କ କଲମ

The Sakala Picture
Published On

୧୯୩୨ ମସିହାର ମେ’ ମାସ। ସାରା ଭାରତବର୍ଷରେ ବ୍ରିଟିଶ ଶାସନର ଅରାଜକତା ବିରୋଧରେ ଜନଆକ୍ରୋଶ ଏକ ନିର୍ଣ୍ଣାୟକ ରୂପ ନେବା ଆରମ୍ଭ କରୁଥିଲା। ଗାନ୍ଧିଜୀ ତାଙ୍କର ‘ଲବଣ ସତ୍ୟାଗ୍ରହ’ର ସଫଳତାକୁ ଆଧାର କରି ବ୍ରିଟିଶ ଶାସନ ବିରୋଧରେ ଭାରତୀୟମାନଙ୍କ ପ୍ରତିବାଦର ସ୍ୱରକୁ ଶାଣିତ କରିବା ଆରମ୍ଭ କରିଥିଲେ। କହିବାକୁ ଗଲେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ବହୁଥିବା ପବନଟି ଉତ୍ତାଳ ହେବାକୁ ଆରମ୍ଭ କରିଥିଲା। ଏହି ସମୟରେ ଗାନ୍ଧିଜୀଙ୍କ ଅନୁଗାମୀ ମୀରାବେନ୍‌‌ ଗାନ୍ଧିଜୀଙ୍କଠାରୁ ଖଣ୍ଡେ […]

୧୯୩୨ ମସିହାର ମେ’ ମାସ। ସାରା ଭାରତବର୍ଷରେ ବ୍ରିଟିଶ ଶାସନର ଅରାଜକତା ବିରୋଧରେ ଜନଆକ୍ରୋଶ ଏକ ନିର୍ଣ୍ଣାୟକ ରୂପ ନେବା ଆରମ୍ଭ କରୁଥିଲା। ଗାନ୍ଧିଜୀ ତାଙ୍କର ‘ଲବଣ ସତ୍ୟାଗ୍ରହ’ର ସଫଳତାକୁ ଆଧାର କରି ବ୍ରିଟିଶ ଶାସନ ବିରୋଧରେ ଭାରତୀୟମାନଙ୍କ ପ୍ରତିବାଦର ସ୍ୱରକୁ ଶାଣିତ କରିବା ଆରମ୍ଭ କରିଥିଲେ। କହିବାକୁ ଗଲେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ବହୁଥିବା ପବନଟି ଉତ୍ତାଳ ହେବାକୁ ଆରମ୍ଭ କରିଥିଲା। ଏହି ସମୟରେ ଗାନ୍ଧିଜୀଙ୍କ ଅନୁଗାମୀ ମୀରାବେନ୍‌‌ ଗାନ୍ଧିଜୀଙ୍କଠାରୁ ଖଣ୍ଡେ ଚିଠି ପାଇଲେ। ଗାନ୍ଧିଜୀଙ୍କଠାରୁ ଚିଠି ଖଣ୍ଡେ ପାଇବା କୌଣସି ଦେବାର୍ଶୀବାଦଠାରୁ କମ୍‌‌ ନଥିଲା। ମୀରାବେନ୍‌‌ ଥିଲେ ଗାନ୍ଧିଜୀଙ୍କ ଦତ୍ତ କନ୍ୟା। ମୀରାବେନ୍‌‌ଙ୍କ ଜନ୍ମ ହୋଇଥିଲା ଇଂଲଣ୍ଡରେ। ତାଙ୍କ ବାପା ଥିଲେ ବ୍ରିଟିଶ ନୌସେନାର ସର୍ବୋଚ୍ଚ ପଦାଧିକାରୀ। ତାଙ୍କର ଏକମାତ୍ର ଅଲିଅଳ କନ୍ୟା ଥିଲେ ମୀରାବେନ୍‌‌। ବ୍ରିଟିଶ ନୌସେନାର ସର୍ବୋଚ୍ଚ ଅଧିକାରୀଙ୍କ ଏହି ଝିଅଙ୍କର ମୂଳ ନାମ ଥିଲା ମାଡେ୍‌‌ଲିନ୍‌‌ ସ୍ଲେଡ୍‌‌। ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମରେ ପହଞ୍ଚିବା ପରେ ସ୍ଲେଡ୍‌‌ଙ୍କ ପ୍ରଣମ୍ୟ ପୁରୁଷ ମହାତ୍ମା ଗାନ୍ଧୀ ତାଙ୍କୁ ଗ୍ରହଣ କରି ନେଇଥିଲେ ନିଜ ଝିଅ ଭାବରେ ଏବଂ ନାମିତ ହୋଇଥିଲେ ମୀରାବେନ୍‌‌ ନାମରେ।

ଗାନ୍ଧିଜୀଙ୍କ ଚିଠି ପାଇବା ଜନିତ ଖୁସିରେ ଆତ୍ମହରା ହୋଇ ଉଠିଥିଲେ ମୀରାବେନ୍‌‌। ପୁଣି ବେଶୀ ପୁଲକିତ ହୋଇଥିଲେ ଚିଠିର ବିଷୟବସ୍ତୁ ଉପରେ। ମୀରା ବେନ୍‌‌ଙ୍କୁ ଗାନ୍ଧିଜୀ ଲେଖିଥିଲେ, ‘ତମେ ଯଦି ତମର ଝର କଲମ (ଫାଉଣ୍ଟେନ୍‌‌ ପେନ୍‌‌)ରେ ଲେଖିବା ବନ୍ଦ କରିଦେବ, ତେବେ ତାହା ଖୁବ୍‌‌ ଭଲ ହେବ’। ମୀରାବେନ୍‌‌ ଲେଖିଥିବା ଅନେକ ଚିଠିରେ ବ୍ୟବହୃତ କାଳି ଏବଂ ଅକ୍ଷର ଦେଖି ଗାନ୍ଧିଜୀ ସଠିକ୍‌‌ ଅନୁମାନ କରିଥିଲେ ଯେ ମୀରାବେନ୍‌‌ ଝର କଲମ (ଫାଉଣ୍ଟେନ୍‌‌ କଲମ) ବ୍ୟବହାର କରନ୍ତି।

ଗାନ୍ଧିଜୀ ଥିଲେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଏବଂ ଲେଖକ। ପତ୍ରିକାର ସମ୍ପାଦକ ହେବା ଯୋଗୁଁ ସମ୍ପାଦକୀୟ ଏବଂ ଅନ୍ୟ ଲେଖା ଓ ଚିଠିପତ୍ର ଗାନ୍ଧିଜୀ ନିଜ ହାତରେ ଲେଖୁଥିଲେ। ଗାନ୍ଧିଜୀ ଥିଲେ ଝର କଲମ (ଫାଉଣ୍ଟେନ୍‌‌ ପେନ୍‌‌)ର ଦୃଢ଼ ବିରୋଧୀ। ଗାନ୍ଧିଜୀ ପକ୍ଷଧର ଥିଲେ କାଳି ବୋତଲରେ କଲମ ମୁନକୁ ଭିଜେଇ ଲେଖିବାକୁ ପଡୁଥିବା ପରକଲମର। ଗାନ୍ଧିଜୀ ଥିଲେ ବ୍ୟାବହାରିକ ଏବଂ ମୌଳିକ ଚିନ୍ତନର ମଣିଷ। ରାଜନୈତିକ ଚିନ୍ତନ ସହ ଅର୍ଥନୈତିକ ଚିନ୍ତନରେ ମଧ୍ୟ ଗାନ୍ଧିଜୀ ଥିଲେ ଭିନ୍ନ ଏବଂ ଅନନ୍ୟ। ଭାରତ ସ୍ୱାଧୀନ ହେବାର କିଛିଦିନ ପୂର୍ବରୁ ୨୮ ଏପ୍ରିଲ ୧୯୪୭ରେ ଗାନ୍ଧିଜୀ ଲେଖିଥିଲେ ଏକ ଲେଖା। ଲେଖାର ଶୀର୍ଷକ ଥିଲା ‘ଛାତ୍ରମାନଙ୍କୁ ଉପଦେଶ’। ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଗାନ୍ଧିଜୀ ଲେଖିଥିଲେ – ‘(୧) ସକାଳୁ ଉଠିଲା ପରେ ନିଜ ବିଛଣାକୁ ମୋଡ଼ି ରଖ, (୨) ତମ ମା’ ସକାଳ ଜଳଖିଆ ତିଆରି କଲାବେଳେ ତାଙ୍କୁ ସାହାଯ୍ୟ କର, (୩) ଘରକୁ ଝାଡୁ କର ଓ ପୋଛ, (୪) ନିଜ ବହିଗୁଡ଼ିକୁ ସଫା ଓ ଯତ୍ନରେ ରଖ, (୫) ପଚାଶ ଟଙ୍କାର ଝର କଲମ (ଫାଉଣ୍ଟେନ୍‌‌ ପେନ୍‌‌) ବଦଳରେ ମାତ୍ର ଦୁଇ ଅଣା ଦାମର ପରକଲମ ଏବଂ ସାହି (କାଳି) ବୋତଲ ବ୍ୟବହାର ନିଶ୍ଚୟ କର’।

ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତନରେ ‘ସ୍ୱଦେଶୀ’ ଏବଂ ‘ଆତ୍ମନିର୍ଭର’ ପ୍ରମୁଖ ବିନ୍ଦୁ ଥିଲା। ତାଙ୍କ ଦୃଷ୍ଟିରେ ଜନବହୁଳ ଦେଶରେ ସମସ୍ତଙ୍କୁ ଜୀବିକା ଦରକାର। ତେଣୁ ସେ ଛୋଟ ଉଦ୍ୟମ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ ଭିତରେ ଥିଲା ଝରକଲମ (ଫାଉଣ୍ଟେନ୍‌‌ ପେନ୍‌‌)ର ବ୍ୟବହାର ବର୍ଜନ। କାରଣ ସେ ସମୟରେ ଝରକଲମ ଦେଶ ବାହାରେ ନିର୍ମିତ ହୋଇ ଆମଦାନୀ ହେଉଥିଲା। କିନ୍ତୁ ପରକଲମ ଓ ଦୁଆତ (କାଳି ବୋତଲ) ଭାରତରେ ତିଆରି ହେଉଥିଲା। ପରକଲମ ଓ ଦୁଆତର ବ୍ୟବହାର ସ୍ୱଦେଶୀ ଅର୍ଥନୀତିକୁ ସବଳ କରିବା ନେଇ ଗାନ୍ଧିଜୀ ଦୃଢ଼ ନିଶ୍ଚିତ ଥିଲେ।

ପରକଲମ ଏବଂ ଦୁଆତ ବ୍ୟବହାର ଉପରେ ଗାନ୍ଧିଜୀଙ୍କ ମୌଳିକ ଚିନ୍ତନ ଦେଖିବାକୁ ମିଳେ ତାଙ୍କର ‘ଝରକଲମ (ଫାଉଣ୍ଟେନ୍‌‌ ପେନ୍‌‌) ବନାମ ପରକଲମ’ ଶୀର୍ଷକ ଏକ ଲେଖାରେ। ଗାନ୍ଧିଜୀ ଲେଖିଥିଲେ ‘ଝରକଲମ (ଫାଉଣ୍ଟେନ ପେନ୍‌‌) କିଛିଲୋକଙ୍କ ଜୀବିକା ନେଇଯିବ… ଯେମିତିକି କେଲିଗ୍ରାଫିଷ୍ଟ (ଝରକଲମରେ ସୁନ୍ଦର ହସ୍ତାକ୍ଷର ଲେଖୁଥିବା ବ୍ୟକ୍ତି)… ପୁଣି ଧାତୁରେ ତିଆରି ନିବ୍‌‌ର ବ୍ୟବହାର କାମ ଗ୍ରାମ୍ୟ ଅର୍ଥନୀତିକୁ ଧ୍ୱଂସ କରିଦେବ।

ଗାନ୍ଧିଜୀ ପ୍ରତିଦିନ କିଛି ନା କିଛି ଲେଖୁଥିଲେ। ଲେଖିବା ଥିଲା ତାଙ୍କ ଜୀବନ ଚର୍ଚ୍ଚାର ପ୍ରମୁଖ ଅଂଶବିଶେଷ। ଗାନ୍ଧିଜୀ ବ୍ୟବହାର କରୁଥିଲେ ଏକ ସ୍ୱଦେଶୀ ନିର୍ମିତ କଲମ। ଯେହେତୁ ତାହା ସ୍ୱଦେଶୀ ଥିଲା ଏବଂ ଯଦିଓ ତାହା ଫାଉଣ୍ଟେନ୍‌‌ ପେନ୍‌‌ ବା ଝର କଲମ ଥିଲା ଗାନ୍ଧିଜୀ ତା’ର ବ୍ୟବହାରକୁ ଅନୁମତି ଦେଇଥିଲେ। ସେଇଟା ଥିଲା ‘ରତ୍ନମ୍‌‌ କଲମ’ ଯାହାକୁ ୧୯୩୨ ମସିହାରେ କେ ଭି ରତ୍ନମ୍‌‌ ନାମକ ଜଣେ ବ୍ୟକ୍ତି ରାଜମହେନ୍ଦ୍ରୀଠାରେ ସ୍ୱଦେଶୀ ଭାବରେ ତିଆରି କରୁଥିଲେ। ଯେହେତୁ ‘ରତ୍ନମ କଲମ’ ସ୍ୱଦେଶୀ ଭାବରେ ତିଆରି ହୋଇଥିଲା ସେଥିରୁ ଦୁଇଟି କଲମ ଗାନ୍ଧିଜୀଙ୍କ ନିକଟକୁ ପଠାଯାଇଥିଲା। ଗାନ୍ଧିଜୀ ସ୍ୱଦେଶୀ କଲମ ପାଇବା ପରେ ‘ରତ୍ନମ କଲମ’ର ମାଲିକଙ୍କୁ ୧୯୩୫ରେ ଏକ ଚିଠି ଲେଖିଥିଲେ – ‘ମୁଁ ତମ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କଲମ ପାଇଛି, ଯାହା ବିଦେଶୀ ଝର କଲମର ଏକ ବଳିଷ୍ଠ ବିକଳ୍ପ।’

ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ଗାନ୍ଧିଜୀ ହିଁ ଥିଲେ ସ୍ୱଦେଶୀ ଭାବରେ ନିର୍ମିତ ହେଉଥିବା କଲମ ତିଆରି ପ୍ରକ୍ରିୟା ପୃଷ୍ଠଭୂମିର ମୁଖ୍ୟ ପରାମର୍ଶଦାତା। ୧୯୨୧ ବେଳକୁ ଗାନ୍ଧିଜୀ ଥିଲେ ତାଙ୍କ ୱାର୍ଦ୍ଧା ଆଶ୍ରମରେ। ସେତେବେଳେ କେ ଭି ରତ୍ନମ୍‌‌ ନାମକ ଜଣେ ସଫଳ ଓ ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଗାନ୍ଧିଜୀଙ୍କୁ ଦେଖା କରିଥିଲେ। ଦେଖା ହେଲା ସମୟରେ ଗାନ୍ଧିଜୀ କେ ଭି ରତ୍ନମଙ୍କୁ ସବୁ ଭାରତୀୟଙ୍କ ବ୍ୟବହାର ଉପଯୋଗୀ ଏବଂ ଅତି କମ୍‌‌ ଦାମ୍‌‌ରେ ମିଳିପାରୁଥିବା କିଛି ଜିନିଷ ତିଆରି କରିବାକୁ କହିଥିଲେ। ସ୍ୱୟଂ ଗାନ୍ଧିଜୀଙ୍କଠାରୁ ପ୍ରେରଣା ପାଇ କେ ଭି ରତ୍ନମ୍‌‌ ଆରମ୍ଭ କରିଥିଲେ ୧୯୩୨ ମସିହାରେ ରତ୍ନମ ପେନ୍‌‌ ୱାର୍କସ। ସେଠାରେ ସ୍ୱଦେଶୀ ଭାବରେ ତିଆରି ରତ୍ନମ ପେନ୍‌‌ ବା ‘ରତ୍ନମ କଲମ’ ପହଞ୍ଚିଥିଲା ଗାନ୍ଧିଜୀଙ୍କଠାରେ। ଅର୍ଥନୀତିଜ୍ଞ ଜେ ସି କୁମାରପ୍ପା ୧୯୩୫ ମସିହାରେ ଗାନ୍ଧିଜୀଙ୍କୁ ‘ରତ୍ନମ ପେନ୍‌‌’ ନେଇ ଦେଇଥିଲେ। ତା’ ପୂର୍ବରୁ ଗାନ୍ଧୀ କିଛି ପରକଲମ ଓ ଦୁଆତ ରଖିଥିଲେ। ଦୁଆତରେ ପରକଲମକୁ ବୁଡ଼େଇ ଲେଖିବାରେ ଖୁବ୍‌‌ ଆନନ୍ଦିତ ହେଉଥିଲେ ଗାନ୍ଧିଜୀ। କହୁଥିଲେ ପରକଲମକୁ ଦୁଆତରେ ବୁଡ଼େଇ ଲେଖିଲେ ଲେଖା ସମୟରେ ବିରକ୍ତି ଭାବଟା ପୂରା ଦୂରେଇ ଯାଏ।

ଗାନ୍ଧିଜୀ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା। ତଥାପି ଛୋଟ ଛୋଟ କଥାକୁ ପ୍ରାଧାନ୍ୟ ଦେଇ ସେଥିରେ ତାଙ୍କର ମୌଳିକ ତଥା ବ୍ୟବହାରିକ ଚିନ୍ତନର ପ୍ରତିଫଳନ ଘଟଉଥିଲେ। ସେଇ ଛୋଟ କଥା ଭିତରେ ଥିଲା କଲମ। ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ସାଧାରଣ କଲମର ବ୍ୟବହାରରେ ମଧ୍ୟ ଗାନ୍ଧିଜୀ ତାଙ୍କ ମୌଳିକ ଅର୍ଥନୈତିକ ଚିନ୍ତନକୁ ପୂରେଇ ଦେଇଥିଲେ।

ଗାନ୍ଧିଜୀ ଏବଂ କଲମର ସମ୍ପର୍କ ଥିଲା ନିଆରା। ଏ ସମ୍ପର୍କରେ ଏକ ସୁନ୍ଦର ଏବଂ ଛୋଟ ବହି ଆଖି ସାମ୍ନାକୁ ଆସେ। ସେବାଗ୍ରାମ ଦ୍ୱାରା ପ୍ରକାଶିତ ‘ବେସିକ୍‌‌ ପେନ୍‌‌: ସର୍ଟ ଷ୍ଟୋରିଜ୍‌‌ ଫର ଏଭରିୱାନ୍‌‌, ଇନ୍‌‌ସ୍ପାରିଙ୍ଗ ଇନ୍‌‌ସିଡେଣ୍ଟସ୍‌‌ ଫ୍ରମ୍‌‌ ଗାନ୍ଧିଜୀ’ସ ଲାଇଫ୍‌‌’ ଶୀର୍ଷକ ବହିରେ ଉଲ୍ଲିଖିତ ହେଇଛି, … ଦୁଆତକୁ କାଠ ଟେବୁଲରେ ଯୋଡ଼ି ରଖିବା ଗାନ୍ଧିଜୀଙ୍କ ମୌଳିକ ଉଦ୍ଭାବନ… ଗୋଟିଏ ଛୋଟ ମଲମ ବୋତଲର ବ୍ୟବହାର ପରେ ତାକୁ ସଫା କରି ସେଥିରେ ସାହି ବା କାଳି ପୁରାଇ କାଠ ଟେବୁଲରେ ଯୋଡ଼ି ଦେଇଥିଲେ ଗାନ୍ଧିଜୀ… ପୁଣି କଲମ ଆଉ ପେନ୍‌‌ସିଲ୍‌‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ କାଠ ଟେବୁଲଟିରେ ଗାନ୍ଧିଜୀ’।

ଗାନ୍ଧିଜୀ ଥିଲେ ଅନନ୍ୟ ସମ୍ପାଦକ। ପୁଣି ମୌଳିକ ଚିନ୍ତାକୁ ଅତି ସରଳ ଭାବରେ ଲେଖି ପରଷି ଦେଇପାରୁଥିବା ଲେଖକ ଥିଲେ ଗାନ୍ଧିଜୀ। ପୁଣି ତାଙ୍କ ନିକଟକୁ ଆସୁଥିବା ଚିଠିମାନଙ୍କ ପ୍ରତ୍ୟୁତ୍ତର ମଧ୍ୟ ହାତରେ ଲେଖି ଦେଉଥିଲେ ଗାନ୍ଧିଜୀ। ଏ ସବୁ କାମକୁ ସୂଚାରୁ ରୂପେ ସମ୍ପାଦନ କରୁଥିଲେ ସ୍ୱଦେଶୀ କଲମର ପ୍ରବର୍ତ୍ତକ ଗାନ୍ଧୀ ମହାତ୍ମା।

ଡ. ସୁଜିତ କୁମାର ପୃଷେଠ୍‌‌
ସମ୍ବଲପୁର, ମୋ: ୯୮୬୮୭୬୬୭୦୫

08 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର